ସୁଦାନରେ ଭୟଙ୍କର ନରସଂହାର: ନିଆଲା ବଜାର ଉପରେ ଡ୍ରୋନ୍ ମାଡ଼, ୧୦୦ରୁ ଅଧିକ ସାଧାରଣ ନାଗରିକଙ୍କ ମୃତ୍ୟୁ

Suryakanta Picture
Published On

ସୁଦାନରେ ଚାଲିଥିବା ଗୃହଯୁଦ୍ଧ ଏକ ଭୟଙ୍କର ମୋଡ଼ ନେଇଛି। ଦକ୍ଷିଣ ଦାରଫୁର ପ୍ରଦେଶର ରାଜଧାନୀ ନିଆଲାର ଏକ ଜନଗହଳିପୂର୍ଣ୍ଣ ବଜାର ଉପରେ ହୋଇଥିବା ବର୍ବରୋଚିତ ଡ୍ରୋନ୍ ଆକ୍ରମଣରେ ୧୦୦ରୁ ଅଧିକ ନିରୀହ ଲୋକ ପ୍ରାଣ ହରାଇଥିବା ବେଳେ ଶତାଧିକ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ସ୍କୁଲରେ ଚାଞ୍ଚଲ୍ୟ: ସ୍କୁଲ ପରିସରରୁ ଦ୍ୱାଦଶ ଶ୍ରେଣୀ ଛାତ୍ରୀଙ୍କ ଅର୍ଦ୍ଧଦଗ୍ଧ ମୃତଦେହ ଉଦ୍ଧାର

ଏହି ଲୋମହର୍ଷଣକାରୀ ଘଟଣା ସେତେବେଳେ ଘଟିଥିଲା ଯେତେବେଳେ ସ୍ଥାନୀୟ ଲୋକେ ବଜାରରେ କାରବାର କରୁଥିଲେ। ହଠାତ୍ ଆକାଶମାର୍ଗରୁ ହୋଇଥିବା ଏହି ଆକ୍ରମଣରେ ବଜାରଟି ସମ୍ପୂର୍ଣ୍ଣ ରକ୍ତରଞ୍ଜିତ ହୋଇଯାଇଥିଲା। ମୃତାହତଙ୍କ ମଧ୍ୟରେ ଅଧିକାଂଶ ମହିଳା ଓ ଶିଶୁ ଥିବା ଜଣାପଡ଼ିଛି, ଯାହା ଏହି ଯୁଦ୍ଧର କୁତ୍ସିତ ରୂପକୁ ପଦାରେ ପକାଇଛି। ଏହି ବିସ୍ଫୋରଣ ପରେ ସମଗ୍ର ଅଞ୍ଚଳରେ ଏବେ ଶୋକାକୁଳ ପରିବେଶ ସହ ଆତଙ୍କ ଖେଳିଯାଇଛି।

ଆହୁରି ପଢ଼ନ୍ତୁ: ଇସ୍ରାଏଲ ନିର୍ବାଚନ: ବେଞ୍ଜାମିନ ନେତାନ୍ୟାହୁଙ୍କୁ ଡୋନାଲ୍ଡ ଟ୍ରମ୍ପଙ୍କ ଖୋଲା ସମର୍ଥନ, କହିଲେ 'ବିବି'ଙ୍କୁ ଭୋଟ୍ ଦିଅନ୍ତୁ

ମାନବାଧିକାର ସଂଗଠନ 'ଏମର୍ଜେନ୍ସି ଲୟର୍ସ' ପକ୍ଷରୁ କରାଯାଇଥିବା ଏକ ତଦନ୍ତମୂଳକ ରିପୋର୍ଟ ଅନୁଯାୟୀ, ଏହି ଆକ୍ରମଣ ପାଇଁ ସୁଦାନର ସରକାରୀ ସେନାବାହିନୀ ସିଧାସଳଖ ଦାୟୀ। ସଂଗଠନ ଏହାକୁ ସାଧାରଣ ନାଗରିକଙ୍କ ଉପରେ ଏକ ସୁଚିନ୍ତିତ ଗଣହତ୍ୟା ବୋଲି ଅଭିହିତ କରିଛି। ଅନ୍ୟପଟେ, ବିଦ୍ରୋହୀ ଗୋଷ୍ଠୀ ଓ ସେନା ମଧ୍ୟରେ ଚାଲିଥିବା ଏହି ଲଢ଼େଇରେ ସାଧାରଣ ଜନତାଙ୍କୁ ଢାଲ ଭାବେ ବ୍ୟବହାର କରାଯାଉଥିବା ନେଇ ଗୁରୁତର ଅଭିଯୋଗ ହୋଇଛି।

ଆହୁରି ପଢ଼ନ୍ତୁ: ନାଗପୁର ଅଭିମୁଖେ ଯାଉଥିବା ପିକ୍-ଅପ୍ ଭ୍ୟାନରୁ ୪ କୋଟି ଟଙ୍କା ଜବତ, ୨ ଅଟକ

ଅନ୍ତର୍ଜାତୀୟ ଚିକିତ୍ସା ସଂଗଠନ 'ଡକ୍ଟର୍ସ ୱିଦାଉଟ୍ ବର୍ଡର୍ସ' (ଏମଏସଏଫ) ପକ୍ଷରୁ ସୂଚନା ଦିଆଯାଇଛି ଯେ, ନିଆଲା ହସ୍ପିଟାଲରେ ପରିସ୍ଥିତି ଅତ୍ୟନ୍ତ ଜଟିଳ ରହିଛି। ବର୍ତ୍ତମାନ ସୁଦ୍ଧା ୩୬ଟି ମୃତଦେହ ହସ୍ପିଟାଲକୁ ଅଣାଯାଇଥିବା ବେଳେ ୧୫୦ରୁ ଅଧିକ ଗୁରୁତରଙ୍କୁ ଜରୁରୀକାଳୀନ ଚିକିତ୍ସା ଯୋଗାଇ ଦିଆଯାଉଛି। ଔଷଧ ଓ ଚିକିତ୍ସା ସରଞ୍ଜାମର ଅଭାବ ଏହି ସଂକଟକୁ ଆହୁରି ବଢ଼ାଇ ଦେଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର