ନୋଜ୍-ହ୍ୱିଲରେ ତ୍ରୁଟି ଯୋଗୁଁ ଫୁକେଟ୍ ବିମାନବନ୍ଦରରେ ହାର୍ଡ ଲ୍ୟାଣ୍ଡିଂ କଲା ଏୟାର ଇଣ୍ଡିଆ ବିମାନ, ସମସ୍ତ ଯାତ୍ରୀ ସୁରକ୍ଷିତ

Madhusudan Das Picture
Published On

ନୂଆଦିଲ୍ଲୀ: ହାଇଦ୍ରାବାଦରୁ ଆସୁଥିବା ଏକ ଏୟାର ଇଣ୍ଡିଆ ଏକ୍ସପ୍ରେସ ବିମାନ ଫୁକେଟ ବିମାନବନ୍ଦରରେ ଅବତରଣ କରିବା ସମୟରେ ଏହାର ନୋଜ୍-ହ୍ୱିଲ (Nose-wheel) ରେ ତ୍ରୁଟି ଦେଖାଦେଇଥିଲା। ହାର୍ଡ ଲ୍ୟାଣ୍ଡିଂ ଯୋଗୁଁ ବିମାନଟି ରନୱେରେ ଫସିଯିବା କାରଣରୁ ବିମାନବନ୍ଦରରେ କିଛି ସମୟ ପାଇଁ ଉଡ଼ାଣ ବାତିଲ ବା ସ୍ଥଗିତ କରାଯାଇଥିଲା। ବିମାନ ବନ୍ଦର କର୍ତ୍ତୃପକ୍ଷ ବିମାନରେ ଥିବା ସମସ୍ତ ୧୩୩ ଜଣ ଯାତ୍ରୀଙ୍କୁ ସୁରକ୍ଷିତ ଭାବରେ ବାହାର କରିଥିଲେ। 

ଆହୁରି ପଢ଼ନ୍ତୁ: ହରିୟାଣାର ଯମୁନା ନଦୀରେ ଓଲଟିଲା ସେନା ଡଙ୍ଗା: ୨ ସ୍ପେଶାଲ ଫୋର୍ସ ଯବାନ ନିଖୋଜ

ସୋସିଆଲ ମିଡିଆରେ ବ୍ୟାପକ ଭାବେ ପ୍ରସାରିତ ହେଉଥିବା ଚିତ୍ରଗୁଡ଼ିକରେ ଦେଖିବାକୁ ମିଳିଛି ଯେ ବିମାନର ଆଗ ଚକ ବା ନୋଜ୍ ଲ୍ୟାଣ୍ଡିଂ ଗିୟର ଭାଙ୍ଗିଯାଇ ରନୱେ ଉପରେ ରହିଛି। ଚକଗୁଡ଼ିକ ଅଲଗା ହୋଇଯାଇଥିବା ବେଳେ ଏକ ଲମ୍ବା କଳା ଦାଗ ଏବଂ କିଛି ଭଗ୍ନାଂଶ ମଧ୍ୟ ରନୱେରେ ଦେଖିବାକୁ ମିଳିଛି। ତେବେ ଗଣମାଧ୍ୟମ ପକ୍ଷରୁ ଏହି ଚିତ୍ରଗୁଡ଼ିକର ସତ୍ୟତା ସ୍ୱାଧୀନ ଭାବେ ପ୍ରମାଣିତ ହୋଇପାରିନାହିଁ।

ଆହୁରି ପଢ଼ନ୍ତୁ: ଇରାନ ସହ ଯୁଦ୍ଧ ପ୍ରସ୍ତୁତି: ୨୦୨୭ ଯାଏଁ ମଧ୍ୟପ୍ରାଚ୍ୟରେ ମୁତୟନ ରହିବେ ଆମେରିକୀୟ ସେନା

ଏକ ବିବୃତ୍ତିରେ ଏୟାର ଇଣ୍ଡିଆ ଏକ୍ସପ୍ରେସ ମୁଖପାତ୍ର କହିଛନ୍ତି, "ଆମେ ନିଶ୍ଚିତ କରୁଛୁ ଯେ ମାର୍ଚ୍ଚ ୧୧ ତାରିଖରେ ହାଇଦ୍ରାବାଦ-ଫୁକେଟ ବିମାନ ଅବତରଣ ସମୟରେ ଫୁକେଟ ବିମାନବନ୍ଦରରେ ନୋଜ୍-ହ୍ୱିଲ ସମସ୍ୟାର ସମ୍ମୁଖୀନ ହୋଇଥିଲା।"

ଆହୁରି ପଢ଼ନ୍ତୁ: ଏସସିଓ ସମ୍ମିଳନୀରେ ଭାରତ ସହ ସମ୍ପର୍କକୁ 'ଐତିହାସିକ' କହିଲା ଇରାନ

ସମସ୍ତ ଯାତ୍ରୀ ସୁରକ୍ଷିତ ଥିବା ଏବଂ କର୍ମଚାରୀମାନେ ସମସ୍ତ ନିୟମାବଳୀ (Standard Protocols) ପାଳନ କରି ଯାତ୍ରୀମାନଙ୍କୁ ବିମାନରୁ ସୁରକ୍ଷିତ ଭାବେ ଓହ୍ଲାଇଥିଲେ ବୋଲି ସେ ସ୍ପଷ୍ଟ କରିଛନ୍ତି। ଯାତ୍ରୀ, ବିମାନବନ୍ଦର କର୍ତ୍ତୃପକ୍ଷ ଏବଂ ସମସ୍ତ ସମ୍ପୃକ୍ତ ପକ୍ଷଙ୍କ ସହଯୋଗ ପାଇଁ ସେ ଧନ୍ୟବାଦ ଜଣାଇଛନ୍ତି।

ଫ୍ଲାଇଟ୍ ଟ୍ରାକିଂ ୱେବସାଇଟ୍ Flightradar24 ଅନୁଯାୟୀ, ଏହି ବୋଇଂ ୭୩୭ ମ୍ୟାକ୍ସ ୮ (Boeing 737 MAX 8) ବିମାନଟି ସକାଳ ୬:୪୨ ରେ ହାଇଦ୍ରାବାଦରୁ ଉଡ଼ାଣ ଭରିଥିଲା, ଯାହାକି ଏହାର ନିର୍ଦ୍ଧାରିତ ସମୟ (୬:୨୦) ଠାରୁ ସାମାନ୍ୟ ବିଳମ୍ବ ଥିଲା। ଏହା ସ୍ଥାନୀୟ ସମୟ ପୂର୍ବାହ୍ନ ୧୧:୪୦ ରେ ଫୁକେଟ ଅନ୍ତର୍ଜାତୀୟ ବିମାନବନ୍ଦରରେ ଅବତରଣ କରିଥିଲା। 

ଅନ୍ୟପକ୍ଷରେ, ପଶ୍ଚିମ ଏସିଆ ଅଞ୍ଚଳରେ ଚାଲିଥିବା ଯୁଦ୍ଧ ପରିସ୍ଥିତି ମଧ୍ୟରେ ଏୟାର ଇଣ୍ଡିଆ ଏବଂ ଏୟାର ଇଣ୍ଡିଆ ଏକ୍ସପ୍ରେସ ମାର୍ଚ୍ଚ ୧୧ ତାରିଖରେ ମୋଟ ୫୮ଟି ଅନୁସୂଚିତ ଏବଂ ଅଣ-ଅନୁସୂଚିତ ବିମାନ ଚଳାଚଳ କରିବା ନେଇ ଘୋଷଣା କରିଛନ୍ତି। ଯାତ୍ରୀମାନଙ୍କ ସୁବିଧା ପାଇଁ ଡିଜିସିଏ (DGCA) ସମ୍ପୃକ୍ତ କର୍ତ୍ତୃପକ୍ଷଙ୍କ ସହ ସମନ୍ୱୟ ରକ୍ଷା କରୁଛି ଏବଂ ଅଯଥା ଦରବୃଦ୍ଧିକୁ ରୋକିବା ପାଇଁ ବିମାନ ଭଡ଼ା ଉପରେ ମଧ୍ୟ ତୀକ୍ଷ୍ଣ ନଜର ରଖାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର