ଭାରତର ପ୍ରଥମ ‘ଆଣ୍ଟି-ସିପ୍ ହାଇପରସୋନିକ୍ ମିସାଇଲ’, ୧୫ ମିନିଟରେ ୧୫୦୦ କି.ମି ଭେଦିବ ଲକ୍ଷ୍ୟ

Madhusudan Das Picture
Published On

ନୂଆଦିଲ୍ଲୀ: ପ୍ରତିରକ୍ଷା କ୍ଷେତ୍ରରେ ଦିନକୁ ଦିନ ଆଗକୁ ବଢ଼ିବାରେ ଲାଗିଛି ଭାରତ । ସେନାବଳ ବଢାଇବାକୁ ସାମିଲ୍ କରୁଛି ନୂଆ ନୂଆ ଜ୍ଞାନକୌଶଳ । ୭୭ତମ ସାଧାରଣତନ୍ତ୍ର ଦିବସ ପରେଡରେ କର୍ତ୍ତବ୍ୟପଥରେ ଦେଖିବାକୁ ମିଳିବ ପ୍ରତିରକ୍ଷା ଗବେଷଣା ଏବଂ ବିକାଶ ସଂଗଠନ (DRDO) ଦ୍ୱାରା ବିକଶିତ 'ଲଙ୍ଗ-ରେଞ୍ଜ୍ ଆଣ୍ଟି-ସିପ୍ ହାଇପରସୋନିକ୍ ଗ୍ଲାଇଡ୍ କ୍ଷେପଣାସ୍ତ୍ର' (LRAShM) । ପ୍ରଥମ ଥର ପାଇଁ ବିଶ୍ୱ ସାମ୍ନାରେ ଏହା ପ୍ରଦର୍ଶିତ ହେବାକୁ ଯାଉଛି। ଭାରତ ମହାସାଗରରେ ନୌସେନାର ଶକ୍ତି ବୃଦ୍ଧି କରିବା ପାଇଁ ଏହା ଏକ ଗୁରୁତ୍ୱପୂର୍ଣ୍ଣ ମାଇଲଖୁଣ୍ଟ ସାବ୍ୟସ୍ତ ହେବ।

ଆହୁରି ପଢ଼ନ୍ତୁ: ଏଭରେଷ୍ଟର ବେସ୍‌ କ୍ୟାମ୍ପ୍‌ରେ ବ୍ୟବହୃତ ଇନ୍ଧନ ଏବଂ ପର୍ବତାରୋହୀଙ୍କ ପରିସ୍ରା ଯୋଗୁଁ ତରଳୁଛି ହିମାଳୟ ବରଫ !

ଏହି ହାଇପରସୋନିକ୍ କ୍ଷେପଣାସ୍ତ୍ରର ସବୁଠାରୁ ବଡ଼ ବିଶେଷତ୍ୱ ହେଉଛି ଏହାର ଅଦ୍ଭୁତ କ୍ଷିପ୍ର ବେଗ। ପ୍ରୋଜେକ୍ଟ ଡାଇରେକ୍ଟର ଏ ପ୍ରସାଦ ଗୌଡଙ୍କ ସୂଚନା ଅନୁଯାୟୀ, ଏହା ହାଇପରସୋନିକ୍ ବେଗରେ ଗତି କରୁଥିବାରୁ ଶତ୍ରୁ ପକ୍ଷର କୌଣସି ରାଡାର୍ ଏହାକୁ ଚିହ୍ନଟ କରିପାରିବ ନାହିଁ। ଏହାର ରେଞ୍ଜ୍ ବା ଲକ୍ଷ୍ୟଭେଦ କ୍ଷମତା ପ୍ରାୟ ୧୫୦୦ କିଲୋମିଟର ରହିଛି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଲା, ଏହି ୧୫୦୦ କିମି ଦୂରତା ଅତିକ୍ରମ କରିବାକୁ ଏହାକୁ ମାତ୍ର ୧୫ ମିନିଟ୍ ସମୟ ଲାଗିବ।

ଆହୁରି ପଢ଼ନ୍ତୁ: ୧୮ତମ ବ୍ରିକ୍ସ ସମ୍ମିଳନୀରେ ଯୋଗଦେବା ପାଇଁ ଭାରତରେ ପହଞ୍ଚିଲେ ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ

ଭାରତୀୟ ନୌସେନା ପାଇଁ ପ୍ରସ୍ତୁତ ହୋଇଥିବା ଏହି କ୍ଷେପଣାସ୍ତ୍ର ସମୁଦ୍ର ମଧ୍ୟରେ ଥିବା ଯେକୌଣସି ଯୁଦ୍ଧ ଜାହାଜକୁ ଧ୍ୱଂସ କରିବାର କ୍ଷମତା ରଖିଛି। ଏହାର ଏରୋଡାଇନାମିକ୍ ଦକ୍ଷତା ଏହାକୁ ଦୀର୍ଘ ଦୂରତା ପର୍ଯ୍ୟନ୍ତ ଗ୍ଲାଇଡ୍ କରିବାରେ ସାହାଯ୍ୟ କରେ। ଏହା ବିଭିନ୍ନ ପ୍ରକାରର ପେ-ଲୋଡ୍ ବହନ କରି ଶତ୍ରୁପକ୍ଷକୁ କମ୍ ସମୟ ମଧ୍ୟରେ ଜବାବ ଦେବାକୁ ସକ୍ଷମ।

ଆହୁରି ପଢ଼ନ୍ତୁ: ଇତିହାସ ରଚିଲା ଭାରତୀୟ ବାୟୁସେନା: ବ୍ରିଟେନ ପାଇଲଟଙ୍କୁ ତାଲିମ ଦେବେ ୩ ଭାରତୀୟ ଇନଷ୍ଟ୍ରକ୍ଟର

DRDO ବର୍ତ୍ତମାନ ହାଇପରସୋନିକ୍ ଗ୍ଲାଇଡ୍ ଏବଂ କ୍ରୁଜ୍ ମିସାଇଲ୍ ଟେକ୍ନୋଲୋଜି ଉପରେ ଦ୍ରୁତ ଗତିରେ କାର୍ଯ୍ୟ କରୁଛି। ଶ୍ରୀ ଗୌଡ କହିଛନ୍ତି ଯେ, ଭାରତ ପାଖରେ ବର୍ତ୍ତମାନ ୩୦୦୦ ରୁ ୩୫୦୦ କିଲୋମିଟର ପର୍ଯ୍ୟନ୍ତ କ୍ଷମତା ବୃଦ୍ଧି କରିବାର ଜ୍ଞାନକୌଶଳ ଉପଲବ୍ଧ ଅଛି। ଚଳିତ ସାଧାରଣତନ୍ତ୍ର ଦିବସରେ ଏହାର ପ୍ରଦର୍ଶନ ଭାରତର ଆତ୍ମନିର୍ଭରଶୀଳତା ଏବଂ ସାମରିକ ଶକ୍ତିର ଏକ ବଳିଷ୍ଠ ବାର୍ତ୍ତା ପ୍ରଦାନ କରିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର