ବିଜେପି ଅଧ୍ୟକ୍ଷ ଦୌଡ଼; ଶିବରାଜ ସିଂହ ଚୌହ୍ୱାନ, ଧର୍ମେନ୍ଦ୍ର ଧର୍ମେନ୍ଦ୍ର, ମନୋହରଲାଲ ଖଟ୍ଟରଙ୍କ ନାଁ ଆଗରେ…
ନୂଆଦିଲ୍ଲୀ: ବିଜେପିର ଜାତୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ସ୍ଥାନରେ ନିଯୁକ୍ତ ହେବେ ସ୍ଥାୟୀ ଅଧ୍ୟକ୍ଷ। କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ୨୦୨୩ରୁ ଶ୍ରୀ ନଡ୍ଡା ଦଳର କାମଚଳା ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ପରିବର୍ତ୍ତନ କରାଯାଇ ନ ଥିଲା। ମାତ୍ର ଏବେ ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ବିଶେଷ ଭାବରେ ଜାତିଗତ ଓ ଆଞ୍ଚଳିକ ସମୀକରଣ ସହ ଅଭିଜ୍ଞତା ଓ ଗ୍ରହଣୀୟତାକୁ ଦଳ ବିଶେଷ ଗୁରୁତ୍ୱ ଦେଉଛି। […]
ନୂଆଦିଲ୍ଲୀ: ବିଜେପିର ଜାତୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ସ୍ଥାନରେ ନିଯୁକ୍ତ ହେବେ ସ୍ଥାୟୀ ଅଧ୍ୟକ୍ଷ। କାର୍ଯ୍ୟକାଳ ଶେଷ ହୋଇଥିଲେ ମଧ୍ୟ ୨୦୨୩ରୁ ଶ୍ରୀ ନଡ୍ଡା ଦଳର କାମଚଳା ଅଧ୍ୟକ୍ଷ ଭାବରେ କାର୍ଯ୍ୟ କରୁଛନ୍ତି। ୨୦୨୪ ସାଧାରଣ ନିର୍ବାଚନକୁ ଦୃଷ୍ଟିରେ ରଖି ତାଙ୍କୁ ପରିବର୍ତ୍ତନ କରାଯାଇ ନ ଥିଲା। ମାତ୍ର ଏବେ ନୂଆ ଅଧ୍ୟକ୍ଷ ନିର୍ବାଚନ ପାଇଁ ପ୍ରସ୍ତୁତି ଚାଲିଛି। ବିଶେଷ ଭାବରେ ଜାତିଗତ ଓ ଆଞ୍ଚଳିକ ସମୀକରଣ ସହ ଅଭିଜ୍ଞତା ଓ ଗ୍ରହଣୀୟତାକୁ ଦଳ ବିଶେଷ ଗୁରୁତ୍ୱ ଦେଉଛି। ଏହା ସହ ଜାତୀୟ ସଭାପତି ଚୟନରେ ରାଷ୍ଟ୍ରୀୟ ସ୍ୱୟଂ ସେବକ ସଂଘ (ଆର୍ଏସ୍ଏସ୍)ର ଭୂମିକା କେଉଁ ପର୍ଯ୍ୟନ୍ତ ରହିବ, ତାହା ସ୍ଥିର ହୋଇ ନ ଥିବାରୁ ଏହି ପ୍ରକ୍ରିୟା ଶେଷ ହେବାକୁ କିଛିମାସ ଲାଗିପାରେ ବୋଲି ଦଳର ଆଭ୍ୟନ୍ତରୀଣ ସୂତ୍ରରୁ ସୂଚନା ମିଳିଛି।
ଗଣମାଧ୍ୟମଗୁଡ଼ିକରେ ବିଜେପି ସଭାପତି ନିର୍ବାଚନକୁ ନେଇ ଯାବତୀୟ ଆଲୋଚନା ଚାଲିଛି। ବଙ୍ଗାରୁ ଲକ୍ଷ୍ମଣଙ୍କ ପରେ ପ୍ରାୟ ଗତ ୨୦ ବର୍ଷ ଧରି ଦକ୍ଷିଣ ଭାରତରୁ କେହି ବିଜେପିର ଜାତୀୟ ସଭାପତି ହୋଇ ନାହାନ୍ତି। ସେହିପରି ଆଗାମୀ ଦିନରେ ତାମିଲନାଡ଼ୁ, ତେଲଙ୍ଗାନା, କେରଳରେ ବଧାନସଭା ନିର୍ବାଚନ ହେବ। ତେଣୁ ବିଜେପିର ପରବର୍ତ୍ତୀ ଜାତୀୟ ଅଧ୍ୟକ୍ଷ ଦକ୍ଷିଣ ଭାରତରୁ ହୋଇ ପାରନ୍ତି ବୋଲି କୁହାଯାଉଛି ଏବଂ କେନ୍ଦ୍ରମନ୍ତ୍ରୀ ନିର୍ମଳା ସୀତାରମଣ ଓ ଦଳର ବରିଷ୍ଠ ନେତ୍ରୀ ତଥା ଆନ୍ଧ୍ରପ୍ରଦେଶର ପୂର୍ବତନ ମୁଖ୍ୟମନ୍ତ୍ରୀ ଏନ୍ଟି ରାମାରାଓଙ୍କ ଝିଅ ପୁରନ୍ଦେଶ୍ୱରୀଙ୍କ ନାମ ମଧ୍ୟ ଏଥିପାଇଁ ଚର୍ଚ୍ଚା ହେଉଛି।
ଏହି ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ଚଳିତ ବର୍ଷ ବିହାର ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ। ସେହିପରି ୨୦୨୬ରେ ପଶ୍ଚିମବଙ୍ଗ, ତେଲଙ୍ଗାନା, କେରଳ, ଆସାମ ଓ ୨୦୨୭ରେ ଉତ୍ତରପ୍ରଦେଶ, ଉତ୍ତରାଖଣ୍ଡ, ପଞ୍ଜାମ, ଗୋଆ, ମଣିପୁର ବିଧାନସଭା ନିର୍ବାଚନ ହେବ ଏବଂ ଗୁରୁତ୍ୱପୂର୍ଣ୍ଣ ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନ ମଧ୍ୟ ଏହି ବର୍ଷ ଅନୁଷ୍ଠିତ ହେବ। ତେଣୁ ଏସବୁକୁ ଦୃଷ୍ଟିରେ ରଖି ଦଳ ସଭାପତି ନିଯୁକ୍ତି ସମ୍ପର୍କରେ ନିଷ୍ପତ୍ତି ନେବ। ସମ୍ପ୍ରତି ତିନିଜଣ କେନ୍ଦ୍ରମନ୍ତ୍ରୀ ଶିବରାଜ ସିଂହ ଚୌହ୍ୱାନ, ମନୋହରଲାଲ ଖଟ୍ଟର, ଧର୍ମେନ୍ଦ୍ର ପ୍ରଧାନଙ୍କ ନାମକୁ ନେଇ ଦଳର ଶୀର୍ଷ ମହଲରେ ଚର୍ଚ୍ଚା ଚାଲିଛି। ସେହିପରି କେନ୍ଦ୍ରମନ୍ତ୍ରୀ ଭୂପେନ୍ଦ୍ର ଯାଦବ, ପୁରନ୍ଦେଶ୍ୱରୀଙ୍କ ସହ ଦୁଇ ଟାଣୁଆ ସଙ୍ଗଠକ ବି.ଏଲ୍.ସନ୍ତୋଷ ଓ ସୁନୀଲ ବଂଶଲଙ୍କ ନାମ ମଧ୍ୟ ଆଲୋଚନା ପରିଧିରେ ରହିଛି। ଦଳର କିଛି ନେତା ସାଧାରଣ ସମ୍ପାଦକ ବିନୋଦ ତାୱଡେ଼ଙ୍କ ନାମ ସମ୍ପର୍କରେ ମଧ୍ୟ ଚର୍ଚ୍ଚା କରୁଛନ୍ତି।
କୁହାଯାଉଛି ଯେ ଅଧ୍ୟକ୍ଷ ନିର୍ବାଚନ ନିମନ୍ତେ ବିଜେପି ମୁଖ୍ୟତଃ ୩ଟି ପ୍ରସଙ୍ଗ ଉପରେ ଗୁରୁତ୍ୱାରୋପ କରିଛି। ସଂଗଠନାତ୍ମକ ଅଭିଜ୍ଞତା, ଆଞ୍ଚଳିକ ସନ୍ତୁଳନ, ଜାତିଗତ ସମୀକରଣ ଏ କ୍ଷେତ୍ରରେ ପ୍ରାଥମିକତା ଗ୍ରହଣ କରିଛି। ଖୁବ୍ ଶୀଘ୍ର ସଭାପତି ନିର୍ବାଚନ ନିମନ୍ତେ ଏକ କେନ୍ଦ୍ରୀୟ କମିଟି ଗଠନ କରାଯିବ। ଦଳର ସମ୍ବିଧାନ ଅନୁଯାୟୀ ୫୦ ପ୍ରତିଶତ ସାଂଗଠନିକ ରାଜ୍ୟ ଶାଖାଙ୍କ ଅଧ୍ୟକ୍ଷ ନିଯୁକ୍ତି ପରେ ଜାତୀୟ ଅଧ୍ୟକ୍ଷ ନିର୍ବାଚନ ହେବ। ସମ୍ପ୍ରତି ବିଜେପିର ୩୭ଟି ରାଜ୍ୟ ଶାଖା ରହିଛି। ଏଥିରୁ ୨୬ଟିର ଅଧ୍ୟକ୍ଷ ଚୟନ ସରିଛି। ଚଳିତ ମାସ ପ୍ରାରମ୍ଭର ଦୁଇ ଦିନ ମଧ୍ୟରେ ବିଜେପି ୯ ରାଜ୍ୟର ନୂଆ ଅଧ୍ୟକ୍ଷଙ୍କ ନାମ ଘୋଷଣା କରାଯାଇଛି। ତେଣୁ ଜାତୀୟ ସଭାପତି ନିର୍ବାଚନ ନିମନ୍ତେ କୌଣସି ବାଧା ନାହିଁ।