ପୁଣି ଦମ୍ ଦେଖାଇଲା ଭାରତୀୟ ନୌସେନା; ସୋମାଲିଆ ଜଳଦସ୍ୟୁଙ୍କ କବଳରୁ ୧୭ ଜଣ ନାବିକଙ୍କୁ ଉଦ୍ଧାର କଲା

The Sakala Picture
Published On

ନୂଆଦିଲ୍ଲୀ: ପୁଣି ଦମ୍ ଦେଖାଇଲା ଭାରତୀୟ ନୌସେନା । ଭାରତ ମହାସାଗରରେ ୪୦ଘଣ୍ଟାର କଠିନ ଅପରେସନ୍ ପରେ ୧୭ ଜଣ ନାବିକଙ୍କୁ ଉଦ୍ଧାର କରିବା ସହ ୩୫ ଜଣ ସୋମାଲିଆ ଜଳଦସ୍ୟୁଙ୍କୁ କାବୁ କରିଛି ଭାରତୀୟ ନୌସେନା । ସୂଚନା ଅନୁସାରେ, ସୋମାଲିଆ ଜଳଦସ୍ୟୁମାନେ ଏକ ପଣ୍ୟବାହୀ ଜାହାଜକୁ ଅପହରଣ କରିନେଇଥିଲେ । ଏହାସହ ଏଥିରେ ଥିବା ନାବିକମାନଙ୍କୁ ମଧ୍ୟ ପଣବନ୍ଦୀ ରଖିଥିଲେ । ହେଲେ ଏହି ଜାହାଜକୁ ଠାବ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା […]

ନୂଆଦିଲ୍ଲୀ: ପୁଣି ଦମ୍ ଦେଖାଇଲା ଭାରତୀୟ ନୌସେନା । ଭାରତ ମହାସାଗରରେ ୪୦ଘଣ୍ଟାର କଠିନ ଅପରେସନ୍ ପରେ ୧୭ ଜଣ ନାବିକଙ୍କୁ ଉଦ୍ଧାର କରିବା ସହ ୩୫ ଜଣ ସୋମାଲିଆ ଜଳଦସ୍ୟୁଙ୍କୁ କାବୁ କରିଛି ଭାରତୀୟ ନୌସେନା ।

ଆହୁରି ପଢ଼ନ୍ତୁ: ଅବସରପ୍ରାପ୍ତ ଏୟାର ମାର୍ଶଲ ଜିତେନ୍ଦ୍ର ମିଶ୍ର ହେଲେ ରାମ ମନ୍ଦିର ଟ୍ରଷ୍ଟର ପ୍ରଥମ ସିଇଓ

ସୂଚନା ଅନୁସାରେ, ସୋମାଲିଆ ଜଳଦସ୍ୟୁମାନେ ଏକ ପଣ୍ୟବାହୀ ଜାହାଜକୁ ଅପହରଣ କରିନେଇଥିଲେ । ଏହାସହ ଏଥିରେ ଥିବା ନାବିକମାନଙ୍କୁ ମଧ୍ୟ ପଣବନ୍ଦୀ ରଖିଥିଲେ । ହେଲେ ଏହି ଜାହାଜକୁ ଠାବ କରାଯିବା ପରେ କାର୍ଯ୍ୟାନୁଷ୍ଠାନ ଆରମ୍ଭ କରିଥିଲା ଭାରତୀୟ ନୌସେନା। ନୌସେନା ଏହି କାମରେ ଯୁଦ୍ଧ ଜାହାଜ ଆଇଏନଏସ କୋଲକାତା ଓ ଆଇଏନଏସ୍ ସୁଭଦ୍ରାକୁ ଲଗାଇଥିଲା । ଏହାସହ ମାର୍କୋସ୍ କମାଣ୍ଡୋମାନେ ମଧ୍ୟ ନିଯୁକ୍ତ ହୋଇଥିଲେ ।

ଆହୁରି ପଢ଼ନ୍ତୁ: ନେପାଳରେ ମାଟି ତଳେ ପୋତି ହୋଇଛି ସୁଡ଼ଙ୍ଗ ଓ ଶ୍ରମିକ, ଉଦ୍ଧାର କାର୍ଯ୍ୟରେ ସାହାଯ୍ୟ କରୁଛି ଇଞ୍ଜିନିୟରଙ୍କ ହ୍ୱାଟ୍ସଆପ୍ ଗ୍ରୁପ୍

ଭାରତୀୟ ଉପକୂଳରୁ ପ୍ରାୟ ୨୬ ଶହ କିଲୋମିଟର ଦୂରରେ ଏହି କାର୍ଯ୍ୟାନୁଷ୍ଠାନ କରାଯାଇଛି । ଭାରତୀୟ ଜାହାଜକୁ ଦେଖିବା ପରେ ଜଳଦସ୍ୟୁମାନେ ଗୁଳିଚାଳନା କରି ପଣ୍ୟବାହୀ ଜାହାଜକୁ ନେଇ ପଳାଇଯିବାକୁ ଚେଷ୍ଟା କରିଥିଲେ । ହେଲେ ମାର୍କୋସ୍ କମାଣ୍ଡୋମାନେ ଏହା କରିବାକୁ ଦେଇନଥିଲେ । ଏଥିରେ ଥିବା ୧୭ ଜଣ ନାବିକଙ୍କୁ ଉଦ୍ଧାର କରାଯିବା ସହ ୩୫ ଜଣ ଜଳଦସ୍ୟୁଙ୍କୁ ଆତ୍ମସମର୍ପଣ କରିବାକୁ ବାଧ୍ୟ କରିଥିଲା ।

ଆହୁରି ପଢ଼ନ୍ତୁ: ଜମ୍ମୁ-କାଶ୍ମୀର ବଡ଼ଗାମରେ ସୁରକ୍ଷାକର୍ମୀଙ୍କୁ ବଡ଼ ସଫଳତା: ମିଳିତ ଅପରେସନରେ ଜଣେ ଆତଙ୍କବାଦୀ ନିହତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର