କରୋନା ଟିକା ନେଲେ ବ୍ୟାଙ୍କ ଦେବ ଆର୍ଥିକ ସହାୟତା

The Sakala Picture
Published On

ଯଦି ଆପଣ ବର୍ତ୍ତମାନ ସୁଦ୍ଧା କରୋନା ଟିକା ନେଇନାହାନ୍ତି ତେବେ ଜଲଦି ଟିକା ନିଅନ୍ତୁ । କରୋନା ଟିକା ନେଇଥିବା ଲୋକଙ୍କୁ ମିଳିବ ଆର୍ଥିକ ଲାଭ। ମହାମାରୀ କରୋନା ବିରୋଧରେ ଟିକା ନେଇଥିବା ଲୋକଙ୍କୁ ଆର୍ଥିକ ସହାୟତା କରିବାକୁ କିଛି ବ୍ୟାଙ୍କ ଆଗେଇ ଆସିଛନ୍ତି। ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି କେତେକ ରାଷ୍ଟ୍ରାୟତ ବ୍ୟାଙ୍କ । ଲୋକଙ୍କୁ ମାରାତ୍ମକ ଭୂତାଣୁ କବଳରୁ ରକ୍ଷା କରିବା ଲାଗି ଏହି ପ୍ରୟାସ କରାଯାଉଥିବା […]

ଯଦି ଆପଣ ବର୍ତ୍ତମାନ ସୁଦ୍ଧା କରୋନା ଟିକା ନେଇନାହାନ୍ତି ତେବେ ଜଲଦି ଟିକା ନିଅନ୍ତୁ । କରୋନା ଟିକା ନେଇଥିବା ଲୋକଙ୍କୁ ମିଳିବ ଆର୍ଥିକ ଲାଭ। ମହାମାରୀ କରୋନା ବିରୋଧରେ ଟିକା ନେଇଥିବା ଲୋକଙ୍କୁ ଆର୍ଥିକ ସହାୟତା କରିବାକୁ କିଛି ବ୍ୟାଙ୍କ ଆଗେଇ ଆସିଛନ୍ତି। ଲୋକଙ୍କୁ ଟିକା ନେବାକୁ ପ୍ରୋତ୍ସାହିତ କରିବା ପାଇଁ ଏହି ପଦକ୍ଷେପ ନେଇଛନ୍ତି କେତେକ ରାଷ୍ଟ୍ରାୟତ ବ୍ୟାଙ୍କ । ଲୋକଙ୍କୁ ମାରାତ୍ମକ ଭୂତାଣୁ କବଳରୁ ରକ୍ଷା କରିବା ଲାଗି ଏହି ପ୍ରୟାସ କରାଯାଉଥିବା ଜାଣିବାକୁ ମିଳିଛି।

ଆହୁରି ପଢ଼ନ୍ତୁ: 'ଜଣେ ମାଜିଷ୍ଟ୍ରେଟ୍ ଏପରି ସାହସ କିପରି କଲେ?': ଗ୍ରେଟର ନୋଏଡା ଛାତ୍ରଙ୍କୁ ନୋଟିସ୍ ପ୍ରସଙ୍ଗରେ ବର୍ଷିଲେ ସୁପ୍ରିମକୋର୍ଟ ପ୍ରଧାନ ବିଚାରପତି ସୂର୍ଯ୍ୟକାନ୍ତ

କୋଭିଡ-୧୯ ଟିକାର ପ୍ରଥମ ଡୋଜ୍‌ ନେଇଥିବା ଲୋକଙ୍କୁ ଫିକ୍ସଡ ଜମା ଉପରେ ଅଧିକ ସୁଧ ଦେବାକୁ କିଛି ବ୍ୟାଙ୍କ ଘୋଷଣା କରିଛନ୍ତି। ଏହି ଅଫର ସୀମିତ ସମୟ ପାଇଁ ଧାର୍ଯ୍ୟ କରାଯାଇଛି।

ଆହୁରି ପଢ଼ନ୍ତୁ: ବିରୋଧ ସତ୍ତ୍ବେ ଇ-୨୦ରେ ଲାଗିବ ନାହିଁ ବ୍ରେକ୍‌: ପେଟ୍ରୋଲରେ ମିଶିବ ଅଧିକ ଇଥାନଲ୍ !

ଏନେଇ ‘ୟୁକୋ ବ୍ୟାଙ୍କ’ ଘୋଷଣା କରିଛି କି ଯେଉଁ ଲୋକମାନେ ଟିକାର ଗୋଟିଏ ବି ଡୋଜ ନେଇଛନ୍ତି ସେମାନେ ଯଦି ୟୁକୋ ବ୍ୟାଙ୍କରେ ସର୍ବନିମ୍ନ ୯୯ ଦିନ ପାଇଁ ଫିକ୍ସଡ୍ ଡିପୋଜିଟ୍ କରନ୍ତି ତେବେ ସେମାନଙ୍କୁ ୦.୩୦ ପ୍ରତିଶତ ଅଧିକ ସୁଧ ମିଳିବ । ଏହି ଅଫର ସେପ୍ଟେମ୍ବର ମାସ ୩୦ ତାରିଖ ପର୍ଯ୍ୟନ୍ତ ଉପଲବ୍ଧ । ଏହି ସ୍କିମରେ ଜମା କରୁଥିବା ବ୍ୟକ୍ତିଙ୍କୁ ୫.୩୦ ପ୍ରତିଶତ ହାରରେ ସୁଧ ମିଳିବ । ଏହି ସ୍କିମରେ ଜଣେ ବ୍ୟକ୍ତି ସର୍ବନିମ୍ନ ୫ ହଜାର ଓ ସର୍ବାଧିକ ୨ କୋଟି ଟଙ୍କା ଜମା କରିପାରିବ ବୋଲି ବ୍ୟାଙ୍କ ତରଫରୁ କୁହାଯାଇଛି ।

ଆହୁରି ପଢ଼ନ୍ତୁ: ଆଜିଠାରୁ ୫ ଦିନ ବ୍ୟାଙ୍କ ବନ୍ଦ; ସପ୍ତାହରେ ୫ଦିନିଆ କାର୍ଯ୍ୟ ସମେତ ୩ ଦଫା ଦାବିରେ ୟୁଏଫ୍‌ବିୟୁ ପକ୍ଷରୁ ଧର୍ମଘଟ

ସେହିଭଳି ସେଣ୍ଟ୍ରାଲ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ ତରଫରୁ ‘ଇମ୍ୟୁନ ଇଣ୍ଡିଆ ଡିପୋଜିଟ୍’ ସ୍କିମ୍ ଘୋଷଣା କରାଯାଇଛି । ଟିକା ନେଇଥିବା ଲୋକମାନେ ଏହି ସ୍କିମରେ ଡିପୋଜିଟ କଲେ ଅଧିକ ୦.୨୫ ପ୍ରତିଶତ ସୁଧ ମିିଳିବ ବୋଲି କୁହାଯାଇଛି । ଏହି ଯୋଜନାରେ ୧୧୧୧ ଦିନ ପାଇଁ ଆପଣ ଟଙ୍କା ରଖିପାରିବେ | ଏହି ଯୋଜନାରେ ଯଦି ଆପଣ ଟିକା ନେଇଥିବେ, ସେମାନଙ୍କୁ ଜମା ଉପରେ ୦.୨୫% ଅତିରିକ୍ତ ସୁଧ ହାର ପ୍ରଦାନ କରାଯିବ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର