ଅଧାରେ ରହିଗଲା ବୋଲବମ ଯାତ୍ରା: ସର୍ଟ ସର୍କିଟ ଯୋଗୁଁ ୧୦ କାଉଡ଼ିଆଙ୍କ ମୃତ୍ୟୁ

The Sakala Picture
Published On

କୋଲକାତା: ପଶ୍ଚିମବଙ୍ଗର କୋଚ ବିହାରରେ ଅଭାବନୀୟ ଘଟଣା । ଜେନେଟରରୁ ସର୍ଟ ସର୍କିଟ ଯୋଗୁଁ ୧୦ ବୋଲବମ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ରୁ ଅଧିକ କାଉଡ଼ିଆ ଗୁରୁତର ହୋଇଥିବା ଜଣାପଡ଼ିଛି। ସୂଚନା ଅନୁଯାୟୀ, ଶ୍ରାବଣ ମାସ ପାଇଁ ଜଳଲାଗି ପାଇଁ ପିକ ଅପ୍ ଭ୍ୟାନରେ ଆସୁଥିଲେ କାଉଡ଼ିଆ । ଉକ୍ତ ଭ୍ଯାନରେ ଥିବା ଜେନେରେଟରରୁ ସର୍ଟ ସର୍କିଟ ହେବା ଫଳରେ ପିକଅପ୍ ଭ୍ୟାନଟି ବିଦ୍ୟୁତ ସଂଶ୍ପର୍ଶରେ ଆସିଥିଲା । ବିଦ୍ୟୁତ୍ ଆଘାତରେ ୧୦ କାଉଡ଼ିଆଙ୍କ ଜୀବନ […]

କୋଲକାତା: ପଶ୍ଚିମବଙ୍ଗର କୋଚ ବିହାରରେ ଅଭାବନୀୟ ଘଟଣା । ଜେନେଟରରୁ ସର୍ଟ ସର୍କିଟ ଯୋଗୁଁ ୧୦ ବୋଲବମ ଭକ୍ତଙ୍କ ମୃତ୍ୟୁ ଘଟିଥିବା ବେଳେ ୧୬ରୁ ଅଧିକ କାଉଡ଼ିଆ ଗୁରୁତର ହୋଇଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ସାଉଦି ଆରବ ବିମାନବନ୍ଦର ଉପରେ ହୁତି ବିଦ୍ରୋହୀଙ୍କ ଆକ୍ରମଣ: ପାକିସ୍ତାନ-ତୁର୍କୀର ‘ମକ୍କା ଚୁକ୍ତି’ ପାଇଁ ବଡ଼ ପରୀକ୍ଷା

ସୂଚନା ଅନୁଯାୟୀ, ଶ୍ରାବଣ ମାସ ପାଇଁ ଜଳଲାଗି ପାଇଁ ପିକ ଅପ୍ ଭ୍ୟାନରେ ଆସୁଥିଲେ କାଉଡ଼ିଆ । ଉକ୍ତ ଭ୍ଯାନରେ ଥିବା ଜେନେରେଟରରୁ ସର୍ଟ ସର୍କିଟ ହେବା ଫଳରେ ପିକଅପ୍ ଭ୍ୟାନଟି ବିଦ୍ୟୁତ ସଂଶ୍ପର୍ଶରେ ଆସିଥିଲା । ବିଦ୍ୟୁତ୍ ଆଘାତରେ ୧୦ କାଉଡ଼ିଆଙ୍କ ଜୀବନ ଯାଇଥିବା ବେଳେ ଆଉ ୧୬ରୁ ଉର୍ଦ୍ଧ୍ବ କାଉଡ଼ିଆଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଛି । ପୋଲିସ କହିଛି ଯେ, ଗାଡିରେ ଲାଗିଥିବା ଡିଜେ ସିଷ୍ଟମର ଜେନେରେଟରରେ ସର୍ଟସର୍କିଟ ଯୋଗୁଁ ଏହି ଅଘଟଣ ଘଟିଛି । ସମସ୍ତ ଆହତଙ୍କୁ ଜଲପାଇଗୁଡି ଜିଲ୍ଲା ହସ୍ପିଟାଲରେ ଭର୍ତ୍ତି କରାଯାଇଛି । ମୋଟ ୨୭ ଜଣ କାଉଡିଆ ଏହି ପିକ ଅପ ଭ୍ୟାନରେ ରହିଥିଲେ । ତେବେ ସମସ୍ତଙ୍କ ଘର ସୀତଲକୁଚୀ ଥାନା ଅଞ୍ଚଳରେ ହୋଇଥିବା ସୂଚନା । ପିକଅପ୍ ଭ୍ୟାନର ଡ୍ରାଇଭର ଫେରାର ରହିଥିବା ବେଳେ ଗାଡି ଜବତ କରିଛି ପୁଲିସ ।

ଆହୁରି ପଢ଼ନ୍ତୁ: ସିଇସିଙ୍କ ବିରୋଧରେ ଅକ୍ଟୋବର ୧୦ରେ ଜନ୍ତର ମନ୍ତରରେ ବିକ୍ଷୋଭ: ଦିଲ୍ଲୀ ପୋଲିସକୁ ଔପଚାରିକ ସୂଚନା ଦେଲେ ସୌରଭ ଦାସ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର