ଥମୁନି ‘ଅଗ୍ନିପଥ’ ନିଆଁ : ୧୮ରାଜ୍ୟରେ ବିକ୍ଷୋଭ ଓ ହିଂସା, ୪ ଦିନରେ ୭୦୦ କୋଟି ଟଙ୍କା ମୂଲ୍ୟର ରେଳବାଇ ସମ୍ପତ୍ତି ନଷ୍ଟ

The Sakala Picture
Published On

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ବିକ୍ଷୋଭ ଚତୁର୍ଥ ଦିନରେ ପହଞ୍ଚିଛି। ବିହାରରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ଏବଂ ହିଂସା ଅନ୍ୟ ରାଜ୍ୟକୁ ବ୍ୟାପିଥିଲା ବେଳେ ଶନିବାର ୧୮ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତକାଲି ତେଲଙ୍ଗାନାର ସିକନ୍ଦରାବାଦ୍‌ ରେଳ ଷ୍ଟେସନରେ ବିକ୍ଷୋଭ ବେଳେ ପୁଲିସ ଗୁଳିରେ ଜଣେ ଯୁବକ ପ୍ରାଣ ହାରାଇବା ସହ ୧୨ ରୁ ଅଧିକ ବିକ୍ଷୋଭାକାରୀ ଆହତ ହୋଇଥିଲେ। ଆଜି ମଧ୍ୟ ଏହି ରାଜ୍ୟରେ ବିକ୍ଷୋଭ […]

ନୂଆଦିଲ୍ଲୀ : କେନ୍ଦ୍ର ସରକାରଙ୍କ ଅଗ୍ନିପଥ ଯୋଜନାକୁ ବିରୋଧ କରି ବିଭିନ୍ନ ରାଜ୍ୟରେ ବିକ୍ଷୋଭ ଚତୁର୍ଥ ଦିନରେ ପହଞ୍ଚିଛି। ବିହାରରୁ ଆରମ୍ଭ ହୋଇଥିବା ଏହି ବିକ୍ଷୋଭ ଏବଂ ହିଂସା ଅନ୍ୟ ରାଜ୍ୟକୁ ବ୍ୟାପିଥିଲା ବେଳେ ଶନିବାର ୧୮ ରାଜ୍ୟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଛି। ଗତକାଲି ତେଲଙ୍ଗାନାର ସିକନ୍ଦରାବାଦ୍‌ ରେଳ ଷ୍ଟେସନରେ ବିକ୍ଷୋଭ ବେଳେ ପୁଲିସ ଗୁଳିରେ ଜଣେ ଯୁବକ ପ୍ରାଣ ହାରାଇବା ସହ ୧୨ ରୁ ଅଧିକ ବିକ୍ଷୋଭାକାରୀ ଆହତ ହୋଇଥିଲେ। ଆଜି ମଧ୍ୟ ଏହି ରାଜ୍ୟରେ ବିକ୍ଷୋଭ ଆହୁରି ତୀବ୍ର ହେବା ସହ ଆଉ ଜଣେ ପ୍ରାଣ ହରାଇବା ସହିତ ୧୪ ଜଣ ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ସେହିପରି ପଞ୍ଜାବର ଲୁଧିଆନା ଷ୍ଟେସନରେ ବିକ୍ଷୋଭକାରୀମାନେ ଭଙ୍ଗାରୁଜା କରିଛନ୍ତି। ବିହାର, ଉତ୍ତରପ୍ରଦେଶ, ତେଲଙ୍ଗାନା, ମଧ୍ୟପ୍ରଦେଶ ଏବଂ ପଶ୍ଚିମବଙ୍ଗ ଆଦି ରାଜ୍ୟରେ ସ୍ଥିତି ଅସମ୍ଭାଳ ହୋଇପଡ଼ିଥିଲା ବେଳେ ହରିୟାଣା, ଦିଲ୍ଲୀ ଏବଂ ଅନ୍ୟ କିଛି ରାଜ୍ୟରେ ବିକ୍ଷୋଭ ଜାରି ରହିଛି। ସ୍ଥିତିକୁ ଦୃଷ୍ଟିରେ ରଖି ତାମିଲନାଡୁ, କେରଳ ଏବଂ କର୍ଣ୍ଣାଟକ ଆଦି ରାଜ୍ୟରେ ବ୍ୟାପକ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯାଇଛି। ବିଭିନ୍ନ ରାଜ୍ୟରେ ରେଳ ଚଳାଚଳକୁ ନେଇ ପଦକ୍ଷେପ ନିଆଯିବା ସହିତ ଅଧିକାଂଶ ରୁଟ୍‌ରେ ଟ୍ରେନ ଚଳାଚଳ ବାତିଲ କରି ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଲାଦାଖ ପ୍ରସଙ୍ଗରେ ପୁଣି ଆନ୍ଦୋଳନକୁ ଓହ୍ଲାଇବେ ସୋନମ ୱାଙ୍ଗଚୁକ୍: ସେପ୍ଟେମ୍ବର ୧୯ରୁ ୨୪ ପର୍ଯ୍ୟନ୍ତ ବିକ୍ଷୋଭ ଚେତାବନୀ

ଅଗ୍ନିପଥ ଯୋଜନାକୁ ନେଇ ଦେଶବ୍ୟାପୀ ହୋଇଥିବା ହିଂସାକାଣ୍ଡରେ ଦେଶରେ ବିପୁଳ ଆର୍ଥିକ କ୍ଷତି ହୋଇଛି। ବିଶେଷକରି ବିହାରରେ ଅଧିକ କ୍ଷତି ହୋଇଛି। ଗତ ୪ ଦିନ ହେଲା ହୋଇଥିବା ଏହି ହିଂସାକାଣ୍ଡରେ ବିହାରରେ ୧୧ ଇଞ୍ଜିନ ସହ ୬୦ ଟ୍ରେନ୍‌କୁ ବିକ୍ଷୋଭକାରୀମାନେ ପୋଡ଼ି ଦେଇଛନ୍ତି। ଏତିକି ଦିନରେ ବିକ୍ଷୋଭକାରୀମାନେ ପାଖାପାଖି ୭୦୦ କୋଟି ଟଙ୍କାର ସମ୍ପତ୍ତି ପୋଡ଼ି ନଷ୍ଟ କରି ଦେଇଛନ୍ତି ବୋଲି ଇଷ୍ଟ-ସେଣ୍ଟ୍ରାଲ ରେଳବାଇର ମୁଖ୍ୟ ପବ୍ଲିକ ରିଲେସନ୍ ଅଫିସର ବିରେନ୍ଦ୍ର କୁମାର କହିଛନ୍ତି। ତେବେ କ୍ଷତି ସମ୍ପୂର୍ଣ୍ଣ ଆକଳନ କରାଯାଇ ନାହିଁ। ବର୍ତ୍ତମାନ ଏହାର ହିବାସ ଚାଲିଛି। ତେବେ ଅନୁମାନ ଯେ ପାଖାପାଖି ୭୦୦ କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଛି ବୋଲି ବିରେନ୍ଦ୍ର କୁମାର କହିଛନ୍ତି।

ଆହୁରି ପଢ଼ନ୍ତୁ: ଶିଶୁ ଯୌନ ଶୋଷଣ ମାମଲା: ବ୍ରିଟେନରୁ ଆମେରିକୀୟ କୂଟନୀତିଜ୍ଞଙ୍କୁ ଗୁପ୍ତରେ ଉଠାଇ ନେଲା ଆମେରିକା, ବଢ଼ିଲା କୂଟନୈତିକ ବିବାଦ

ସେପଟେ ବିହାର ସ୍ଥିତିକୁ ଦୃଷ୍ଟିରେ ରଖି ଉପ ମୁଖ୍ୟମନ୍ତ୍ରୀଙ୍କ ସମେତ ୧୨ ଜଣ ବିଜେପି ନେତାଙ୍କ ସୁରକ୍ଷା ନେଇ ସେମାନଙ୍କୁ ‘ୱାଇ’ ଶ୍ରେଣୀ ସୁରକ୍ଷା ଯୋଗାଇ ଦିଆଯାଇଛି। ଅଗ୍ନିପଥ ଯୋଜନାକୁ ନେଇ ବିଶେଷତଃ ଯୁବ ବର୍ଗଙ୍କ ମଧ୍ୟରେ ଆକ୍ରୋଶ ବଢିଥିବା ବେଳେ ଏହାକୁ ରାଜନୀତିକରଣ କରିବା ଉଦ୍ଦେଶ୍ୟରେ ବହୁ ରାଜନୈତିକ ଦଳ ଏଥିରେ ପରୋକ୍ଷରେ ସାମିଲ ହେଉଛନ୍ତି।

କେନ୍ଦ୍ର ସରକାରଙ୍କ ବିରୋଧରେ ଯୁବବର୍ଗଙ୍କୁ ଉସୁକାଇବା ଉଦ୍ଦେଶ୍ୟରେ ଏବେ କାର୍ଯ୍ୟ କରାଯାଉଛି ବୋଲି ବିଜେପି ଅଭିଯୋଗ କରିଛି। କିନ୍ତୁ ଏହି ଯୋଜନା ସମ୍ପୂର୍ଣ୍ଣ ଉପଯୋଗୀ ଏବଂ ସେନାର ସାମର୍ଥ ବୃଦ୍ଧି ପାଇଁ ଏକ ନୂଆ ସଂସ୍କାର ବୋଲି ଦଳ କହିବା ସହିତ ଯୁବବର୍ଗ ପ୍ରଥମେ ଏହାର ବିଭିନ୍ନ ଦିଗକୁ ବୁଝିବା ଦରକାର ବୋଲି ଦଳୀୟ ନେତାମାନେ କହିଛନ୍ତି। ଅନ୍ୟପକ୍ଷରେ ସାଂପ୍ରତିକ ପରିସ୍ଥିତିକୁ ଦୃଷ୍ଟିରେ ରଖି ଶନିବାର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂଙ୍କ ଅଧ୍ୟକ୍ଷତାରେ ଏକ ଉଚ୍ଚସ୍ତରୀୟ ବୈଠକ ଅନୁଷ୍ଠିତ ହୋଇଯାଇଛି। ଏଥିରେ ବାହୁସେନା ,ନୌସେନା ଏବଂ ସ୍ଥଳସେନାର ବରିଷ୍ଠ ଅଧିକାରୀମାନେ ଯୋଗ ଦେଇ ସାଂପ୍ରତିକ ସ୍ଥିତି ଉପରେ ଆଲୋଚନା କରିବା ସହିତ ଅଗ୍ନିପଥ ଯୋଜନାକୁ ନେଇ ବଢିଥÒବା ଯୁବବର୍ଗଙ୍କ ଆକ୍ରୋଶ ଶାନ୍ତ କରିବା ଉଦ୍ଦେଶ୍ୟରେ ପଦକ୍ଷେପ ନିଆଯାଇଛି। ବିଶେଷକରି ଏହି ଯୋଜନାର କିଛି ଦିଗରେ ପରିବର୍ତ୍ତନ ଅଣାଯାଇଛି।

ଏହି ଯୋଜନାରେ ପ୍ରାଥମିକ ଭାବେ ଜଣେ ପ୍ରାର୍ଥୀଙ୍କ ପାଇଁ ସର୍ବୋଚ୍ଚ ଆବେଦନ ବୟସ ସୀମା ୨୧ ରଖାଯାଇଥିଲା। କିନ୍ତୁ କେନ୍ଦ୍ର ଗୃହ ମନ୍ତ୍ରାଳୟ ପକ୍ଷରୁ ଗତକାଲି ଏହି ବୟସ ସୀମାକୁ ୨୩କୁ ବୃଦ୍ଧି କରାଯାଇଥିଲା। ସେହିପରି ଅଗ୍ନିବୀରଙ୍କ ପାଇଁ କେନ୍ଦ୍ରୀୟ ସଶସ୍ତ୍ର ପୁଲିସ ବଳ ଏବଂ ଆସାମ ରାଇଫେଲ୍ସରେ ୧୦ ପ୍ରତିଶତ ସଂରକ୍ଷଣ ରଖିବାକୁ କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା ଘୋଷଣା କରିଥିଲେ। ଏକ୍ସ ସର୍ଭିସମ୍ୟାନ ସଂରକ୍ଷଣ କୋଟା ବ୍ୟତୀତ ଏହି ବ୍ୟବସ୍ଥା ଲାଗୁ କରାଯିବ ବୋଲି କହିଥିଲେ। ତେବେ ଅଗ୍ନିବୀରଙ୍କ ପାଇଁ ପ୍ରତିରକ୍ଷା ବିଭାଗରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷଣ ରଖିବାକୁ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଶନିବାର ଘୋଷଣା କରିଛନ୍ତି। ଭାରତୀୟ ତଟରକ୍ଷା ବାହିନୀ ସମେତ ପ୍ରତିରକ୍ଷା ବେସାମରିକ ବିଭାଗ ଏବଂ ପ୍ରତିରକ୍ଷା ରାଷ୍ଟ୍ରାୟତ୍ତ ଉଦ୍ୟୋଗଗୁଡିକରେ ଅଗ୍ନିବୀରଙ୍କ ପାଇଁ ବିଭିନ୍ନ ବଦ ପଦବୀରେ ୧୦ ପ୍ରତିଶତ ସ୍ଥାନ ସଂରକ୍ଷିତ ରହିବ ବୋଲି ସେ ଘୋଷଣା କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର