ପାକିସ୍ତାନକୁ ୧୨ଟି ରାଜ୍ୟରେ ବିଭକ୍ତ କରିବାକୁ ପ୍ରସ୍ତୁତି ଆରମ୍ଭ ....

Deviprasad Mohanty Picture
Published On

ଇସ୍‌‌ଲାମାବାଦ୍‌‌: ପାକିସ୍ତାନକୁ ଏବେ ୧୨ଟି ରାଜ୍ୟରେ ବିଭକ୍ତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶର ସୂଚନା ମନ୍ତ୍ରୀ ଅବଦୁଲ ଅଲିମ ଖାନ୍‌‌ କହିଛନ୍ତି ଯେ, ଦେଶକୁ ଏବେ ଛୋଟ ଛୋଟ ୧୨ଟି ରାଜ୍ୟର ବିଭକ୍ତ କରିବା ନିଶ୍ଚିତ ହୋଇଛି। ଏହା ଦ୍ୱାରା ଶାସନ ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ସେ କହିଛନ୍ତି। ଏହି କ୍ରମରେ ସିନ୍ଧ ଓ ପଞ୍ଜାବକୁ ୩ଟି ଲେଖାଏ ରାଜ୍ୟରେ ବିଭକ୍ତ କରାଯାଇପାରେ। ଏହିଭଳି ବେଲୁଚିସ୍ତାନ ଓ ଖାଇବର ପଖତୁନଖ୍ୱାକୁ ମଧ୍ୟ ୩ଟି ଲେଖାଏ ରାଜ୍ୟରେ ବଣ୍ଟା ଯାଇପାରେ। ଆମ ପଡୋଶୀ ଦେଶଗୁଡିକରେ ଏକାଧିକ ଛୋଟ ଛୋଟ ରାଜ୍ୟ ରହିଛି। ତେଣୁ ପାକିସ୍ତାନରେ ମଧ୍ୟ ଏଭଳି ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ହୋଲି ବେଳେ ବଡ଼ ଅଘଟଣ: ଗାଧୋଇବା ବେଳେ ପାଣିରେ ବୁଡ଼ି ୯ ମୃତ, ଜଣେ ନିଖୋଜ

ତେବେ ବିଲାୱଲ ଭୁଟ୍ଟୋଙ୍କ ପିପିପି ଏହାକୁ ଦୃଢ଼ ବିରୋଧ କରିଛି। କେବଳ ଭଗବାନଙ୍କୁ ବାଦ୍‌‌ ଦେଲେ ସିନ୍ଧ୍‌କୁ କେହି ଭାଗ କରିପାରିବେ ନାହିଁ ବୋଲି ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହା କହିଛନ୍ତି। ତେବେ ଏ ନେଇ ପାକିସ୍ତାନ ସରକାରଙ୍କ ତରଫରୁ ଆନୁଷ୍ଠାନିକ ଭାବେ କୌଣସି ମାନଚିତ୍ର ଜାରି କରାଯାଇନାହିଁ। କିନ୍ତୁ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପଞ୍ଜାବକୁ ଉତ୍ତର, ମଧ୍ୟ ଓ ଦକ୍ଷିଣ ପଞ୍ଜାବ, ସିନ୍ଧକୁ କରାଚୀ ସିନ୍ଧ, ମଧ୍ୟ ସିନ୍ଧ ଓ ଉପର ସିନ୍ଧ, ଖାଇବର ପଖତୁନଖ୍ୱା (କେପି)କୁ ଉତ୍ତର କେପି, ଦକ୍ଷିଣ କେପି ଓ ଆଦିବାସୀ କେପ୍‌‌/ଫାଟା ଅଞ୍ଚଳ ଏବଂ ବେଲୁଚିସ୍ତାନକୁ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଭାଗରେ ବିଭକ୍ତ କରାଯିବ ବୋଲି ଚର୍ଚ୍ଚା ହେଉଛି। 

ଆହୁରି ପଢ଼ନ୍ତୁ: କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

11 Dec 2025 By Deviprasad Mohanty

ପାକିସ୍ତାନକୁ ୧୨ଟି ରାଜ୍ୟରେ ବିଭକ୍ତ କରିବାକୁ ପ୍ରସ୍ତୁତି ଆରମ୍ଭ ....

ଇସ୍‌‌ଲାମାବାଦ୍‌‌: ପାକିସ୍ତାନକୁ ଏବେ ୧୨ଟି ରାଜ୍ୟରେ ବିଭକ୍ତ କରିବାକୁ ପ୍ରସ୍ତୁତି ଆରମ୍ଭ ହୋଇଛି। ଦେଶର ସୂଚନା ମନ୍ତ୍ରୀ ଅବଦୁଲ ଅଲିମ ଖାନ୍‌‌ କହିଛନ୍ତି ଯେ, ଦେଶକୁ ଏବେ ଛୋଟ ଛୋଟ ୧୨ଟି ରାଜ୍ୟର ବିଭକ୍ତ କରିବା ନିଶ୍ଚିତ ହୋଇଛି। ଏହା ଦ୍ୱାରା ଶାସନ ବ୍ୟବସ୍ଥାରେ ଉନ୍ନତି ଆସିବ ବୋଲି ସେ କହିଛନ୍ତି। ଏହି କ୍ରମରେ ସିନ୍ଧ ଓ ପଞ୍ଜାବକୁ ୩ଟି ଲେଖାଏ ରାଜ୍ୟରେ ବିଭକ୍ତ କରାଯାଇପାରେ। ଏହିଭଳି ବେଲୁଚିସ୍ତାନ ଓ ଖାଇବର ପଖତୁନଖ୍ୱାକୁ ମଧ୍ୟ ୩ଟି ଲେଖାଏ ରାଜ୍ୟରେ ବଣ୍ଟା ଯାଇପାରେ। ଆମ ପଡୋଶୀ ଦେଶଗୁଡିକରେ ଏକାଧିକ ଛୋଟ ଛୋଟ ରାଜ୍ୟ ରହିଛି। ତେଣୁ ପାକିସ୍ତାନରେ ମଧ୍ୟ ଏଭଳି ହେବାର ଆବଶ୍ୟକତା ରହିଛି ବୋଲି ସେ କହିଛନ୍ତି।

ତେବେ ବିଲାୱଲ ଭୁଟ୍ଟୋଙ୍କ ପିପିପି ଏହାକୁ ଦୃଢ଼ ବିରୋଧ କରିଛି। କେବଳ ଭଗବାନଙ୍କୁ ବାଦ୍‌‌ ଦେଲେ ସିନ୍ଧ୍‌କୁ କେହି ଭାଗ କରିପାରିବେ ନାହିଁ ବୋଲି ସିନ୍ଧ ମୁଖ୍ୟମନ୍ତ୍ରୀ ମୁରାଦ ଅଲି ଶାହା କହିଛନ୍ତି। ତେବେ ଏ ନେଇ ପାକିସ୍ତାନ ସରକାରଙ୍କ ତରଫରୁ ଆନୁଷ୍ଠାନିକ ଭାବେ କୌଣସି ମାନଚିତ୍ର ଜାରି କରାଯାଇନାହିଁ। କିନ୍ତୁ ଏ ନେଇ ଚର୍ଚ୍ଚା ଆରମ୍ଭ ହୋଇଛି। ପଞ୍ଜାବକୁ ଉତ୍ତର, ମଧ୍ୟ ଓ ଦକ୍ଷିଣ ପଞ୍ଜାବ, ସିନ୍ଧକୁ କରାଚୀ ସିନ୍ଧ, ମଧ୍ୟ ସିନ୍ଧ ଓ ଉପର ସିନ୍ଧ, ଖାଇବର ପଖତୁନଖ୍ୱା (କେପି)କୁ ଉତ୍ତର କେପି, ଦକ୍ଷିଣ କେପି ଓ ଆଦିବାସୀ କେପ୍‌‌/ଫାଟା ଅଞ୍ଚଳ ଏବଂ ବେଲୁଚିସ୍ତାନକୁ ପୂର୍ବ, ପଶ୍ଚିମ ଓ ଦକ୍ଷିଣ ଭାଗରେ ବିଭକ୍ତ କରାଯିବ ବୋଲି ଚର୍ଚ୍ଚା ହେଉଛି। 

https://www.thesakala.in/national-international/after-decades-pakistan-to-be-divided-again/article-43509
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର