କୁକୁର ପରିସ୍ରା କରିବାକୁ ନେଇ ତୁମୁଳକାଣ୍ଡ; ମାଲିକଙ୍କୁ ଗୋଡ଼ାଇ ଗୋଡ଼ାଇ ପିଟିଲେ ବରିଷ୍ଠ ନାଗରିକ

Tapas Ranjan Nanda Picture
Published On

ବେଙ୍ଗାଲୁରୁ: ସହରାଞ୍ଚଳରେ ଆପାର୍ଟମେଣ୍ଟ ସଂସ୍କୃତି ବଢିବା ସହ ପୋଷା ଜୀବଜନ୍ତୁଙ୍କୁ ନେଇ ବିବାଦ ମଧ୍ୟ ବଢିବାରେ ଲାଗିଛି। ନିକଟରେ ବେଙ୍ଗାଲୁରୁର ଏକ ଆପାର୍ଟମେଣ୍ଟରେ କୁକୁର ପରିସ୍ରା କରିବାକୁ ନେଇ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି। ୱାକିଂ ପାଥ୍ ନିକଟରେ କୁକୁର ପରିସ୍ରା କରିବାରୁ କିଛି ବରିଷ୍ଠ ନାଗରିକ ସଂଘବଦ୍ଧ ହୋଇ କୁକୁର ମାଲିକଙ୍କୁ ନିସ୍ତୁକ ମାଡ଼ ମାରିଥିବା ଅଭିଯୋଗ ହୋଇଛି। ଏହି ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଆହୁରି ପଢ଼ନ୍ତୁ: ୩୦,୦୦୦ କର୍ମଚାରୀଙ୍କୁ ବାହାର କଲା ଓରାକଲ୍‌ କମ୍ପାନୀ, ସହ-ପ୍ରତିଷ୍ଠାତା ଲାରି ଏଲିସନଙ୍କୁ ୧୮ ଲକ୍ଷ କୋଟି ଟଙ୍କାର ଝଟକା

କ’ଣ ଥିଲା ପୂରା ଘଟଣା?

ରିପୋର୍ଟ ଅନୁଯାୟୀ, ଘଟଣାଟି ବେଙ୍ଗାଲୁରୁର ବର୍ଥୁର ଅଞ୍ଚଳରେ ଥିବା 'ବ୍ରିଗେଡ୍ ୟୁଟୋପିଆ' ଆପାର୍ଟମେଣ୍ଟରେ ଘଟିଛି। ମାର୍ଚ୍ଚ ୬ ତାରିଖ ସକାଳ ପ୍ରାୟ ୯.୩୦ ସମୟରେ ତରୁଣ ଅରୋରା ନାମକ ଜଣେ ବ୍ୟକ୍ତି ତାଙ୍କ କୁକୁରକୁ ବୁଲାଇବାକୁ ନେଇଥିଲେ। ସେଠାରେ ଥିବା ଏକ ନିର୍ଦ୍ଦିଷ୍ଟ ସ୍ଥାନ ବରିଷ୍ଠ ନାଗରିକମାନଙ୍କ ପାଇଁ ସଂରକ୍ଷିତ ଥିଲା। ତରୁଣଙ୍କ କୁକୁର ସେହି ସ୍ଥାନ ନିକଟରେ ପରିସ୍ରା କରିଦେବାରୁ ସେଠାରେ ଥିବା ବୃଦ୍ଧବୃଦ୍ଧାମାନେ ଉତ୍ତ୍ୟକ୍ତ ହୋଇଯାଇଥିଲେ। କଥା କଟାକଟିରୁ ଆରମ୍ଭ ହୋଇଥିବା ଏହି ବିବାଦ ଶେଷରେ ହାତାହାତି ପର୍ଯ୍ୟନ୍ତ ଯାଇଥିଲା।

ସିସିଟିଭିରେ କଏଦ ହେଲା ମାରପିଟ୍ ଦୃଶ୍ୟ

ଘଟଣାସ୍ଥଳରେ ଲାଗିଥିବା ସିସିଟିଭି କ୍ୟାମେରାରେ ମାରପିଟର ଦୃଶ୍ୟ କଏଦ ହୋଇଛି। ଭିଡିଓରେ ଦେଖିବାକୁ ମିଳିଛି ଯେ, କିଛି ବୟସ୍କ ବ୍ୟକ୍ତି ତରୁଣଙ୍କୁ ଘେରିଯାଇ ଚାପୁଡ଼ା ଓ ଗୋଇଠା ମାରୁଛନ୍ତି। ଆକ୍ରମଣ ଯୋଗୁଁ ତରୁଣ ତଳେ ପଡ଼ିଯାଇଥିଲେ ମଧ୍ୟ ସେମାନେ ତାଙ୍କୁ ଛାଡ଼ି ନଥିଲେ। ଅନ୍ୟପକ୍ଷରେ, ଘଟଣାରେ ସମ୍ପୃକ୍ତ ଥିବା ଜଣେ ମହିଳା ପାଲଟା ଅଭିଯୋଗ ଆଣି କହିଛନ୍ତି ଯେ, ତରୁଣ ପ୍ରଥମେ ତାଙ୍କୁ ଚାପୁଡ଼ା ମାରିଥିଲେ ଏବଂ ସେଠାରେ ଥିବା ବରିଷ୍ଠ ନାଗରିକମାନଙ୍କୁ ଧମକ ଦେଇଥିଲେ।

ପୋଲିସର ତଦନ୍ତ ଜାରି

ଏହି ଘଟଣାକୁ ନେଇ ଉଭୟ ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି। ତରୁଣ ଅରୋରା ମାଡ଼ ମାରିବା ନେଇ ଅଭିଯୋଗ କରିଥିବାବେଳେ, ବିପକ୍ଷ ଗୋଷ୍ଠୀ ମଧ୍ୟ ଦୁର୍ବ୍ୟବହାର ଅଭିଯୋଗ ଆଣିଛନ୍ତି। ପୋଲିସ ବର୍ତ୍ତମାନ ସିସିଟିଭି ଫୁଟେଜ୍ ଯାଞ୍ଚ କରୁଛି ଏବଂ ପ୍ରକୃତରେ ପ୍ରଥମେ କିଏ ଆକ୍ରମଣ ଆରମ୍ଭ କରିଥିଲା, ତାହା ଖୋଜି ବାହାର କରିବାକୁ ଚେଷ୍ଟା କରୁଛି।

07 Mar 2026 By Tapas Ranjan Nanda

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର