କାଲି ଏନ୍‌କାଉଣ୍ଟର୍‌ରେ ୧୭ ନି‌ପାତ ହୋଇଥିଲେ, ଆଜି ଭୟରେ ୫୦ ମାଓବାଦୀ କଲେ ଆତ୍ମସମର୍ପଣ

The Sakala Picture
Published On

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଗତକାଲି ଯବାନଙ୍କୁ ଏକ ବଡ଼ଧରଣର ସଫଳତା ମିଳିଥିଲା। ଶନିବାର ଯବାନଙ୍କ ଏନ୍‌କାଉଣ୍ଟର୍‌ରେ ୧୭ ମାଓବାଦୀ ନିହତ ହୋଇଥିବା ବେଳେ ବହୁ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଥିଲା। ଆଉ ଗତକାଲିର ଏନ୍‌କାଉଣ୍ଟର୍‌ ପରେ ଆଜି ପୁଲିସକୁ ଆହୁରି ବଡ଼ ସଫଳତା ମିଳିିଛି। ଆଜି ବିଜାପୁରରେ ୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ତେର ଜଣ ବଡ଼ ଓ କ୍ୟାଡର୍‌ ମାଓବାଦୀ ରହିଛନ୍ତି। […]

ମାଲକାନଗିରି : ମାଲକାନଗିରି ଜିଲ୍ଲା ସୀମାନ୍ତ ଛତିଶଗଡ଼ର ସୁକମା ଜିଲ୍ଲାରେ ଗତକାଲି ଯବାନଙ୍କୁ ଏକ ବଡ଼ଧରଣର ସଫଳତା ମିଳିଥିଲା। ଶନିବାର ଯବାନଙ୍କ ଏନ୍‌କାଉଣ୍ଟର୍‌ରେ ୧୭ ମାଓବାଦୀ ନିହତ ହୋଇଥିବା ବେଳେ ବହୁ ଅସ୍ତ୍ରଶସ୍ତ୍ର ଓ ମାଓ ସାମଗ୍ରୀ ଜବତ ହୋଇଥିଲା। ଆଉ ଗତକାଲିର ଏନ୍‌କାଉଣ୍ଟର୍‌ ପରେ ଆଜି ପୁଲିସକୁ ଆହୁରି ବଡ଼ ସଫଳତା ମିଳିିଛି।

ଆହୁରି ପଢ଼ନ୍ତୁ: ଉତକ୍ଷେପଣର ୧୦ ମିନିଟ ପରେ ଫେଲ ମାରିଲା ଆମେରିକୀୟ ରକେଟ୍; ନଷ୍ଟ ହେଲା ଆମାଜନର ୪୦ଟି ସାଟେଲାଇଟ୍

ଆଜି ବିଜାପୁରରେ ୫୦ ଜଣ ମାଓବାଦୀ ଆତ୍ମସମର୍ପଣ କରିଛନ୍ତି। ଏମାନଙ୍କ ମଧ୍ୟରୁ ତେର ଜଣ ବଡ଼ ଓ କ୍ୟାଡର୍‌ ମାଓବାଦୀ ରହିଛନ୍ତି। ଯେଉଁମାନଙ୍କ ଉପରେ ୬୮ ଲକ୍ଷର ଇନାମି ରହିଥିଲା। ରାଜ୍ୟରେ ଏତେ ସଂଖ୍ୟକ ମାଓବାଦୀ ଏକାଠି ଆତ୍ମସମର୍ପଣ କରିବା ପ୍ରଥମ ଥର ପାଇଁ। ବିଜାପୁର ଜିଲ୍ଲାର ପୁଲିସ ଅଧିକ୍ଷକ ଜିତେନ୍ଦ୍ର କୁମାର ଯାଦବ କହିଛନ୍ତି ଯେ ଆତ୍ମସମର୍ପଣକାରୀଙ୍କ ମଧ୍ୟରେ ମାଓବାଦୀଙ୍କ ବହୁ ବଡ଼ ଓ ଟପ୍‌ କ୍ୟାଡର୍‌ ମାଓବାଦୀ ରହିଛନ୍ତି।ଆତ୍ମସମର୍ପଣ କାରୀ ମାଓବାଦୀଙ୍କୁ ରାଜ୍ୟ ସରକାରଙ୍କ ପୁନର୍ବାସ ନୀତି ଅନୁଯାୟୀ ପ୍ରତ୍ୟେକଙ୍କୁ ପ୍ରୋତ୍ସାହନ ସ୍ୱରୂପ ୨୫,୦୦୦ ଟଙ୍କାର ଚେକ୍ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ଭାରତର ଅର୍ଥନୈତିକ ଅଭିବୃଦ୍ଧିକୁ ପ୍ରଶଂସା କଲେ ଡୋନାଲ୍ଡ ଟ୍ରମ୍ପ, ନିଜ ଦେଶର ଫେଡେରାଲ ରିଜର୍ଭକୁ କଲେ ତୀବ୍ର ସମାଲୋଚନା

ସୂଚନାନୁଯାୟୀ, ଗତକାଲି ସୁକୁମା ଜିଲ୍ଲାର ଉପାମପାଲି ଗାଁ ନିକଟସ୍ଥ ଗୋଗୁଣ୍ଡା ପାହାଡ଼ ଉପରେ ମାଓବାଦୀମାନେ ଏକ କ୍ୟାମ୍ପ କରି ରହିଥିବା ନେଇ ପୁଲିସ୍‌ର ଗୁଇନ୍ଦା ବିଭାଗକୁ ସୂଚନା ମିଳିଥିଲା। ଏହାକୁ ଆଧାର କରି ଡିଆରଜି ଓ ସିଆରପିଏଫ୍‌ ବାହିନୀ ପକ୍ଷରୁ ଶନିବାର ସକାଳେ ସେଠାରେ ତଲାସି ଅଭିଯାନ ଆରମ୍ଭ ହୋଇଥିଲା। ଏହି ସମୟରେ ପାହାଡ଼ ଓ ଜଙ୍ଗଲ ମଧ୍ୟରେ ଲୁଚି ରହଥିବା ମାଓବାଦୀମାନେ ଯବାନଙ୍କ ଉପରକୁ ଗୁଳି ଚଳାଇଥିଲେ। ଜବାବରେ ଯବାନମାନେ ମଧ୍ୟ ଏହାର ପାଲଟା ଗୁଳିଚାଳନା କରିଥିଲେ। ଦୀର୍ଘ ଚାରି ଘଣ୍ଟା ଧରି ଗୁଳି ବିନିମୟ ପରେ ଯବାନଙ୍କ ସାମ୍ନା କରି ନପାରି ମାଓବାଦୀମାନେ ଘଟଣାସ୍ଥଳରୁ ଛତ୍ରଭଙ୍ଗ ଦେଇଥିଲେ। ପରେ ଯବାନମାନେ ସେଠାରେ ଛାନଭିନ୍‌ କରି ଖବର ଲେଖା ହେବା ସୁଦ୍ଧା ମୋଟ ୧୭ଜଣ ମାଓବାଦୀଙ୍କ ମୃତଦେହ ଠାବ କରିଥିଲେ।

ଆହୁରି ପଢ଼ନ୍ତୁ: ଡେଟିଂ ଓ ହୁକ୍‌ଅପ୍‌ ସଂସ୍କୃତି ମାୟାରେ ଜେନ୍‌-ଜି; ବ୍ୟକ୍ତିଗତ ସ୍ୱାଧୀନତା, ଆର୍ଥିକ ସ୍ୱାବଲମ୍ବନ ଓ ମୁକ୍ତ ଜୀବନ ଚାହାନ୍ତି କିଶୋର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର