ଆଟଲାଣ୍ଟିକ ମହାସାଗରରେ କ୍ରୁଜ୍ ଜାହାଜରେ ହାଣ୍ଟାଭାଇରସ୍ ଆତଙ୍କ: ୩ ମୃତ, ଜଣେ ଗୁରୁତର

Suryakanta Picture
Published On

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (WHO) ର ସୂଚନା ଅନୁଯାୟୀ, ଆଟଲାଣ୍ଟିକ ମହାସାଗରରେ ଯାତ୍ରା କରୁଥିବା ଏକ କ୍ରୁଜ୍ ଜାହାଜରେ ଏକାଧିକ ଯାତ୍ରୀ ମାରାତ୍ମକ ହାଣ୍ଟାଭାଇରସ୍ (Hantavirus) ରେ ଆକ୍ରାନ୍ତ ହୋଇଛନ୍ତି। ଏହି ଅଭାବନୀୟ ଘଟଣାରେ ବର୍ତ୍ତମାନ ସୁଦ୍ଧା ୩ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ, ଅନ୍ୟ ଜଣେ ଯାତ୍ରୀ ଦକ୍ଷିଣ ଆଫ୍ରିକାରେ ଗୁରୁତର ଅବସ୍ଥାରେ ଆଇସିୟୁ (ICU) ରେ ଜୀବନ ମରଣ ସହ ସଂଗ୍ରାମ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଇରାକରୁ ୨୩ ବର୍ଷ ପରେ ବିଦାୟ ନେଲା ଆମେରିକା ସେନା; ପୁଣି ସକ୍ରିୟ ହେବେ କି ଆତଙ୍କବାଦୀ ଓ ଇରାନ ସମର୍ଥିତ ଗୋଷ୍ଠୀ?

କେମିତି ହେଲା ସଂକ୍ରମଣ?

ମିଳିଥିବା ସୂଚନା ମୁତାବକ, ନେଦରଲ୍ୟାଣ୍ଡ୍‌ସ୍‌ର ଓସେନୱାଇଡ୍ ଏକ୍ସପିଡିସନ୍ସ ଦ୍ୱାରା ପରିଚାଳିତ ଏମଭି ହୋଣ୍ଡିୟସ୍ (MV Hondius) ନାମକ ଏକ କ୍ରୁଜ୍ ଜାହାଜ ଆର୍ଜେଣ୍ଟିନାର ଉଶୁଆଇଆ ରୁ କେପ୍ ଭର୍ଡେ (Cape Verde) ଅଭିମୁଖେ ଯାତ୍ରା କରୁଥିଲା। ଏହି ସମୟରେ ଜାହାଜରେ ଏକ ଅଜଣା ଶ୍ୱାସକ୍ରିୟା ଜନିତ ରୋଗ ବ୍ୟାପିଥିଲା। ସ୍ୱାସ୍ଥ୍ୟ ଅଧିକାରୀମାନେ ସ୍ପଷ୍ଟ କରିଛନ୍ତି ଯେ, ଏପର୍ଯ୍ୟନ୍ତ ଗୋଟିଏ ହାଣ୍ଟାଭାଇରସ୍ ମାମଲା ଲାବୋରେଟୋରୀରୁ ପ୍ରମାଣିତ ହୋଇଛି ଏବଂ ଅନ୍ୟ ୫ଟି ସନ୍ଦିଗ୍ଧ ମାମଲା ରହିଛି। ଆକ୍ରାନ୍ତ ୬ ଜଣଙ୍କ ମଧ୍ୟରୁ ୩ ଜଣ ପ୍ରାଣ ହରାଇଛନ୍ତି। ବର୍ତ୍ତମାନ ଏହି ଜାହାଜଟି କେପ୍ ଭର୍ଡେର ଉପକୂଳରେ ଛିଡ଼ା ହୋଇଛି, ମାତ୍ର ସ୍ଥାନୀୟ ପ୍ରଶାସନ ପକ୍ଷରୁ ରୋଗୀଙ୍କୁ ଜାହାଜରୁ ଓହ୍ଲାଇବା ପାଇଁ ଏଯାଏଁ ଅନୁମତି ପ୍ରଦାନ କରାଯାଇନାହିଁ। ଅନ୍ୟ ୨ ଜଣ କର୍ମଚାରୀ ମଧ୍ୟ ଜରୁରୀ ଚିକିତ୍ସା ଆବଶ୍ୟକ କରୁଥିବା ଜଣାପଡ଼ିଛି।

ଆହୁରି ପଢ଼ନ୍ତୁ: ରୁଷ-ନାଟୋ ତିକ୍ତତା: କାଲିନିନଗ୍ରାଡ୍ ଉପରେ ଆକ୍ରମଣ ହେଲେ ପରମାଣୁ ଯୁଦ୍ଧର ଚେତାବନୀ ଦେଲେ ପୁଟିନ

କ'ଣ ଏହି ହାଣ୍ଟାଭାଇରସ୍?

ହାଣ୍ଟାଭାଇରସ୍ ହେଉଛି ଏକ ବିପଜ୍ଜନକ ଭୂତାଣୁ, ଯାହାକି ମୁଖ୍ୟତଃ ମୂଷାମାନଙ୍କ ଠାରୁ ମଣିଷ ଶରୀରକୁ ବ୍ୟାପିଥାଏ। ସଂକ୍ରମିତ ମୂଷାର ମଳ, ମୂତ୍ର କିମ୍ବା ଲାଳ ସଂସ୍ପର୍ଶରେ ଆସିଲେ କିମ୍ବା ଏହା ଦ୍ୱାରା ଦୂଷିତ ପବନ ପ୍ରଶ୍ୱାସରେ ନେଲେ ମଣିଷ ଏହି ରୋଗରେ ଆକ୍ରାନ୍ତ ହେବାର ଆଶଙ୍କା ଥାଏ। ଏହି ଭାଇରସ୍‌ରେ ଆକ୍ରାନ୍ତ ହେଲେ ପ୍ରଥମେ ପ୍ରବଳ ଜ୍ୱର, ମାଂସପେଶୀରେ ଯନ୍ତ୍ରଣା ଏବଂ କ୍ଳାନ୍ତି ଭଳି ସାଧାରଣ ଫ୍ଲୁ ଲକ୍ଷଣ ଦେଖାଯାଏ। ତେବେ ପରବର୍ତ୍ତୀ ସମୟରେ ଏହା ଗୁରୁତର ଶ୍ୱାସରୋଗ ବା ହାଣ୍ଟାଭାଇରସ୍ ପଲମୋନାରୀ ସିଣ୍ଡ୍ରୋମ୍ ରେ ପରିଣତ ହୋଇପାରେ, ଯେଉଁଥିରେ ଫୁସଫୁସରେ ପାଣି ଜମିଯିବା କାରଣରୁ ନିଶ୍ୱାସ ନେବାରେ କଷ୍ଟ ହୋଇଥାଏ। ଏହି ରୋଗ ମଣିଷରୁ ମଣିଷକୁ ବ୍ୟାପିବା ବିରଳ ହୋଇଥିଲେ ସୁଦ୍ଧା ଅତ୍ୟନ୍ତ ମାରାତ୍ମକ ଅଟେ।

ଆହୁରି ପଢ଼ନ୍ତୁ: ଦିଲ୍ଲୀ ବଦଳରେ ମୁମ୍ବାଇରୁ କାହିଁକି ଆନ୍ଦୋଳନ କରୁଛନ୍ତି ସିଜେପି ନେତା ଅଭିଜୀତ ଡିପକେ?

ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନର ପଦକ୍ଷେପ

ଏହି ସମ୍ବେଦନଶୀଳ ଘଟଣାକୁ ନେଇ WHO ବିଭିନ୍ନ ଦେଶର ଜାତୀୟ କର୍ତ୍ତୃପକ୍ଷ ଏବଂ ଜାହାଜ ପରିଚାଳକମାନଙ୍କ ସହିତ ନିରନ୍ତର ସମ୍ପର୍କରେ ରହିଛି। ଜାହାଜରେ ଥିବା ରୋଗୀଙ୍କ ଜେନେଟିକ୍ ସିକ୍ୱେନ୍ସିଂ (Genetic sequencing) ଏବଂ ଅଧିକ ଲାବୋରେଟୋରୀ ଟେଷ୍ଟିଂ ଜାରି ରହିଛି। ରୋଗୀମାନଙ୍କର ସୁରକ୍ଷିତ ସ୍ଥାନାନ୍ତରଣ ପାଇଁ ଉଦ୍ୟମ କରାଯାଉଛି ବୋଲି ସଂସ୍ଥା ପକ୍ଷରୁ କୁହାଯାଇଛି |

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର