ହାତୀ ଆକ୍ରମଣରେ ଯୁବକ ମୃତ
ବାରିପଦା : ରାଜ୍ୟ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ରବିବାର ରାତିରେ ପୁଣି ଜଣେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତକ ଜଣଙ୍କ ହେଲେ ଦୀଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା (୩୮ ) । ଗାଁ ଚା ଦୋକାନରୁ ଚା ପିଇ ଫେରୁଥିବା ବେଳୃ ୨୫ ଟିକିଆ ହାତୀ ପଲ ସହିତ ମୁହାଁମୁହିଁ ହେବାରୁ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ତାଙ୍କର ୨ ଝିଅ ଓ ଗୋଟିଏପୁଅ […]
ବାରିପଦା : ରାଜ୍ୟ ସୀମାନ୍ତବର୍ତ୍ତୀ ମୟୂରଭଞ୍ଜ ଜିଲ୍ଲାର ସାରସକଣା ବ୍ଲକ ତଥା ବାଙ୍ଗିରିପୋଷି ବନାଞ୍ଚଳରେ ରବିବାର ରାତିରେ ପୁଣି ଜଣେ ହାତୀ ଆକ୍ରମଣରେ ପ୍ରାଣ ହରାଇଛନ୍ତି । ମୃତକ ଜଣଙ୍କ ହେଲେ ଦୀଗାରିଶୋଳ ଗ୍ରାମର ବୁଧିଆ ମୁଣ୍ଡା (୩୮ ) । ଗାଁ ଚା ଦୋକାନରୁ ଚା ପିଇ ଫେରୁଥିବା ବେଳୃ ୨୫ ଟିକିଆ ହାତୀ ପଲ ସହିତ ମୁହାଁମୁହିଁ ହେବାରୁ ଆକ୍ରମଣର ଶିକାର ହୋଇ ମୃତ୍ୟୁବରଣ କରିଛନ୍ତି । ତାଙ୍କର ୨ ଝିଅ ଓ ଗୋଟିଏପୁଅ ଥିବା ଜଣା ପଢିଛି । ଏବାବଦରେ ଝାରପୋଖରିଆ ଥାନାରେ ଏକ ଅପମୃତ୍ୟୁ ମାମଲା ରୁଜୁ ହୋଇଛି ।
ସୋମବାର ଶବ ବ୍ୟବଚ୍ଛେଦ ପାଇଁ ବାରିପଦା ଅଣାଯାଉଛି । ସ୍ଥାନୀୟ ଲୋକଙ୍କ ସୂଚନା ମୂତାବକ ହାତୀଙ୍କ ସଂଖ୍ୟା କୁ ଦେଖି ସଫଳ ମୁକାବିଲା ନିମନ୍ତେ ବନ ବିଭାଗର କର୍ମଚାରୀ ଙ୍କ ସଂଖ୍ୟା ବ୍ୟାପକ ହେଉ ନଥିବାରୁ ସଫଳତା ମିଳି ପାରୁ ନାହିଁ । ୪ଦିନ ହେଲାଣି ପ୍ରାୟ ୭୦ରୁ ଉର୍ଦ୍ଧ୍ବ ଝାଡଖଣ୍ଡି ହାତୀ ପଲ ପ୍ରବେଶ କରି ଥିବାବେଳେ ସେମାନଙ୍କୁ ଘଉଡାଇବାକୁ ନୟାନ୍ତ ହେବାକୁ ପଡିଛି । ହାତୀପଲ ବିଭିନ୍ନ ସମୟରେ ନିକଟସ୍ଥ ଗ୍ରାମକୁ ପ୍ରବେଶ କରି ଧାନ , ଚାଉଳ, ହାଣ୍ଡିଆ ଖାଇ ଉପଦ୍ରବ କରିବା ଦେଖିବାକୁ ମିଳୁଛି ।