ଆଜି ବିଶ୍ୱ ଅଣ୍ଡା ଦିବସ: ଦୁଇ ବର୍ଷରେ ସ୍ୱାବଲମ୍ବୀ ହେବ ଓଡ଼ିଶା, ରାଜ୍ୟରେ ଦୈନିକ ଉତ୍ପାଦିତ ହେଉଛି ୯୭ ଲକ୍ଷ କୁକୁଡ଼ା ଅଣ୍ଡା

The Sakala Picture
Published On

ଭୁବନେଶ୍ୱର: ଅପପୁଷ୍ଟି ଓ ମେଦବହୁଳତା ଦୂର କରିବା ଦିଗରେ ଅଣ୍ଡା ଅତ୍ୟନ୍ତ ଉପାଦେୟ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡା ପ୍ରମୁଖ ଖାଦ୍ୟ ହୋଇଥିବା ବେଳେ ଉନ୍ନତ କୃଷି ପ୍ରଣାଳୀରେ ଅଣ୍ଡା ଉତ୍ପାଦନ ମଧ୍ୟ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ଏସବୁକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଅଣ୍ଡା ଉତ୍ପାଦନ ଏବଂ କୁକୁଡ଼ା ଚାଷ କ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର କରିବା ପାଇଁ ନିକଟ ଅତୀତରେ ବ୍ୟାପକ ଯୋଜନା ଏବଂ କାର୍ଯ୍ୟକ୍ରମମାନ ପ୍ରଣୟନ କରିଛନ୍ତି। ଯାହାଫଳରେ […]

ଭୁବନେଶ୍ୱର: ଅପପୁଷ୍ଟି ଓ ମେଦବହୁଳତା ଦୂର କରିବା ଦିଗରେ ଅଣ୍ଡା ଅତ୍ୟନ୍ତ ଉପାଦେୟ। ଉତ୍ତମ ସ୍ୱାସ୍ଥ୍ୟ ପାଇଁ ଅଣ୍ଡା ପ୍ରମୁଖ ଖାଦ୍ୟ ହୋଇଥିବା ବେଳେ ଉନ୍ନତ କୃଷି ପ୍ରଣାଳୀରେ ଅଣ୍ଡା ଉତ୍ପାଦନ ମଧ୍ୟ ଏକ ଲାଭଜନକ ବ୍ୟବସାୟରେ ପରିଣତ ହୋଇଛି। ଏସବୁକୁ ଲକ୍ଷ୍ୟ କରି ରାଜ୍ୟ ସରକାର ଅଣ୍ଡା ଉତ୍ପାଦନ ଏବଂ କୁକୁଡ଼ା ଚାଷ କ୍ଷେତ୍ରରେ ରାଜ୍ୟକୁ ସ୍ୱାବଲମ୍ବୀ ଏବଂ ଆତ୍ମନିର୍ଭର କରିବା ପାଇଁ ନିକଟ ଅତୀତରେ ବ୍ୟାପକ ଯୋଜନା ଏବଂ କାର୍ଯ୍ୟକ୍ରମମାନ ପ୍ରଣୟନ କରିଛନ୍ତି। ଯାହାଫଳରେ ରାଜ୍ୟରେ ଆଜି ଦୈନିକ ପ୍ରାୟ ୯୭ ଲକ୍ଷରୁ ଅଧିକ ହୋଇଥିବା ବେଳେ ଆଗାମୀ ୨ ବର୍ଷ ମଧ୍ୟରେ ଅଣ୍ଡା ଉତ୍ପାଦନରେ ଓଡ଼ିଶା ସମ୍ପୂର୍ଣ୍ଣ ଭାବେ ଆତ୍ମନିର୍ଭରଶୀଳ ହେବାକୁ ପ୍ରସ୍ତୁତ ହୋଇଛି ଯୋଜନା।

ଆହୁରି ପଢ଼ନ୍ତୁ: ପୁଣି ମହାପ୍ରସାଦକୁ ଘୋର ଅସମ୍ମାନ: ଗୋଡ଼ରେ ଚପଲ ପିନ୍ଧି ଡାଇନିଂ ଟେବୁଲରେ ବସି ଖାଇଲେ ପର୍ଯ୍ୟଟକ; ଭିଡିଓ ଭାଇରାଲ

କୁକୁଡ଼ା ଚାଷ ଏବଂ ଅଣ୍ଡା ଉତ୍ପାଦନକୁ ଚାଷୀଙ୍କ ମଧ୍ୟରେ ଲୋକପ୍ରିୟ କରାଇବା ପାଇଁ ରାଜ୍ୟ ସରକାର ଗୁଡ଼ିଏ ଯୋଜନା ହାତକୁ ନେଇଛନ୍ତି। ମୁଖ୍ୟମନ୍ତ୍ରୀ କୃଷି ଉଦ୍ୟୋଗ ଯୋଜନା ମାଧ୍ୟମରେ ଅଣ୍ଡାଦିଆ କୁକୁଡା ଫାର୍ମ ପ୍ରତିଷ୍ଠା କରିବା ନିମନ୍ତେ ଉଦ୍ୟୋଗୀଙ୍କୁ ବ୍ୟାପକ ପ୍ରୋତ୍ସାହନ ଦିଆଯାଉଛି। ବର୍ତ୍ତମାନ ଏହି ଯୋଜନାରେ ରିଆତି ପରିମାଣ ୫୦ ଲକ୍ଷ ଟଙ୍କାରୁ ୧ କୋଟି ଟଙ୍କାକୁ ବୃଦ୍ଧି କରାଯାଇଛି। ଅଣ୍ଡା ଉତ୍ପାଦନ ବୃଦ୍ଧି ପାଇଁ ରାଜ୍ୟର ଚାଷୀମାନଙ୍କୁ ଏକ ହଜାର ଅଣ୍ଡାଦିଆ କୁକୁଡ଼ା ପାଳନ ପାଇଁ ଆକର୍ଷଣୀୟ ରିହାତି ଦିଆଯାଉଛି। ମହିଳା ସ୍ୱୟଂ ସହାୟକ ଗୋଷ୍ଠୀଙ୍କୁ ଅଣ୍ଡାଦିଆ କୁକୁଡା ପାଳନ ପାଇଁ ସହାୟତା ଯୋଗାଇ ଦିଆଯାଉଛି। ଘର ଅଗଣାରେ କୁକୁଡା ଓ ବତକ ପାଳନ ନିମନ୍ତେ ରାଜ୍ୟ ସରକାର ଅନେକ ପ୍ରୋତ୍ସାହନ ଯୋଗାଇ ଦେଉଛନ୍ତି।

ଆହୁରି ପଢ଼ନ୍ତୁ: ପୁଣି ମୈଦାନକୁ ଓଲ୍ହାଇବେ ସୁର, ଜଟଣୀରୁ ନିର୍ବାଚନ ଲଢ଼ିବା ନେଇ ଦେଲେ ସଂକେତ

ବିଶେଷକରି ନୂଆ ବ୍ରୟଲର ଫାର୍ମ, କେଜ୍‌‌ ପଦ୍ଧତିରେ ଲେୟାର କୁକୁଡା ଫାର୍ମ, ଅଗଣାରେ କୁକୁଡା ପାଳନ ୟୁନିଟ୍‌‌, ମିନି କୁକୁଡା ଖାଦ୍ୟ ୟୁନିଟ୍‌‌ ପ୍ରତିଷ୍ଠା କ୍ଷେତ୍ରରେ ସହାୟତା ପାଇଁ କୁକୁଡ଼ା ଚାଷ ବିକାଶ ଅଧିନରେ ରାଜ୍ୟ ସରକାର ଚଳିତ ୨୦୨୩-୨୪ ସାଧାରଣ ବଜେଟରେ ୧୫୭ କୋଟି ଟଙ୍କା ବରାଦ କରିଛନ୍ତି। ରାଜ୍ୟରେ ଅଣ୍ଡା ଉତ୍ପାଦନ ଏବଂ କୁକୁଡା ଚାଷ ବୃଦ୍ଧି ପାଇଁ କୁକୁଡା ଚାଷକୁ କୃଷିର ମାନ୍ୟତା ମିଳିଥିବା ବେଳେ ଏହା ପ୍ରତ୍ୟକ୍ଷ ଭାବେ ଚାଷୀଙ୍କୁ ଏଥିପ୍ରତି ପ୍ରୋତ୍ସାହିତ ଏବଂ ଉତ୍ସାହିତ କରାଯାଉଛି। ତେବେ ଅଣ୍ଡା ଦରକୁ ନେଇ କେନ୍ଦ୍ରୀୟ ସଂସ୍ଥାର ଅସହଯୋଗ ଅଣ୍ଡା ଚାଷୀଙ୍କୁ ନିରୁତ୍ସାହିତ କରିଛି। ମୂଲ୍ୟ ଧାର୍ଯ୍ୟରେ ତ୍ରୁଟି ଯୋଗୁଁ ଅଣ୍ଡା ଚାଷୀମାନେ ପ୍ରତ୍ୟେକ ଅଣ୍ଡା ଉତ୍ପାଦନରେ ଅନ୍ୟୂନ ଏକ ଟଙ୍କା କରି କ୍ଷତି ସହୁଛନ୍ତି। ତେଣୁ ଏ ଦିଗରେ ଏକ ସ୍ଥାୟୀ ଓ ସ୍ଥିର ନୀତି ପ୍ରଣୟନ ପାଇଁ ରାଜ୍ୟ ସରକାର ପଦକ୍ଷେପ ଗ୍ରହଣ କରିବାର ଆବଶ୍ୟକତା ଥିବା ଅଣ୍ଡାଚାଷୀମାନେ ମତବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ଭାରତର ସବୁଠାରୁ ବଡ଼ ପ୍ରତିରକ୍ଷା ଚୁକ୍ତି: ୩.୨୫ ଲକ୍ଷ କୋଟିରେ କିଣାଯିବ ୧୧୪ ରାଫେଲ୍ ଯୁଦ୍ଧ ବିମାନ

ଉଲ୍ଲେଖଯୋଗ୍ୟ ଯେ ଅଣ୍ଡାରୁ ଭିଟାମିନ୍‌‌-ଡି ଯଥେଷ୍ଟ ମାତ୍ରାରେ ମିଳିଥିବା ବେଳେ ଏହାସହ ପୃଷ୍ଟିସାର, ଓମେଗା-୩, ଫ୍ୟାଟି ଏସିଡ, ଲିଉଟିନ୍‌‌, ସ୍ନେହସାର, ଭିଟାମିନ ବି-୧୨ ଏବଂ ଫୋଲିକ ଏସିଡ ମଧ୍ୟ ମିଳିଥାଏ। ଅଣ୍ଡାରୁ ମିଳୁଥିବା ପ୍ରଚୁର ମାତ୍ରାର ଲିଉଟିନ୍‌‌ ଓ ଜାନଥିନ୍‌‌ ଆଖିକୁ ସୁସ୍ଥ ଓ ସବଳ ରଖିବା ସାଙ୍ଗକୁ ଦୃଷ୍ଟି ଶକ୍ତିରେ ବୃଦ୍ଧି ଘଟାଇଥାଏ। ଅଣ୍ଡାରୁ ମିଳୁଥିବା କୋଲିନ୍‌‌ ଜୀବକୋଷ ଓ ମସ୍ତିଷ୍କ ବୃଦ୍ଧିର ଏକ ପ୍ରମୁଖ ଉପାଦନ ଅଟେ। ଏଥି ସହ ଅଣ୍ଡାରୁ ମିଳୁଥିବା ଆମିନୋ ଏସିଡ୍‌‌, ଭିଟାମିନ୍‌‌ ବି-୧୨, ଫୋଲିକ୍‌‌ ଏସିଡ୍‌‌, ସ୍ନେହସାର ଆଦି ମଣିଷକୁ ସୁସ୍ଥ ରଖିବାରେ ସାହାଯ୍ୟ କରିଥାଏ। ତେଣୁ ଅଣ୍ଡାର ଖାଦ୍ୟଗୁଣ ଏବଂ ଏହାର ଉପକାରିତା ସମ୍ପର୍କରେ ଅଧିକରୁ ଅଧିକ ସଚେତନତା ସୃଷ୍ଟି କରିବାର ଆବଶ୍ୟକତା ରହିଥିବା ନେଇ ବିଶେଷଜ୍ଞମାନେ ମତପ୍ରକାଶ କରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp