ଲଭ୍-ସେକ୍ସ-ଲୁଟ୍: ସିନ୍ଦୂର ଦେବ କହି ଲୁଟି ନେଲା ସୁନା ଅଳଙ୍କାର

The Sakala Picture
Published On

ଭୁବନେଶ୍ୱର: ରାଜଧାନୀରେ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ପରେ ଘରେ କଳାକନା ବୁଲେଇ ଛୁ ମାରିଲା ରଙ୍ଗିଲା ଯୁବକ। ଏଭଳି ଘଟଣା ଘଟିଛି ଖଣ୍ଡଗିରି ଥାନା ଡୁମୁଡୁମାରେ। ସ୍ୱାମୀର ଅଭିନୟ କରି ସାତ ଜନମର ସାଥୀ ହେଲା। ମୌକା ଦେଖି କଳା କନା ବୁଲାଇଲା। ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଲା ସର୍ବହରା ମହିଳା। ଅଭିଯୋଗ ଆଣିଛନ୍ତି ଖଣ୍ଡଗିରି ଥାନା ଡୁମାଡୁମା ଅଞ୍ଚଳର ଜଣେ ମହିଳା। ଠକେଇର ଶିକାର ହେବା ପରେ ମୋବାଇଲରେ ଥିବା ଫଟୋକୁ […]

ଭୁବନେଶ୍ୱର: ରାଜଧାନୀରେ ବିବାହର ପ୍ରତିଶ୍ରୁତି ଦେଇ ସମ୍ପର୍କ ରଖିବା ପରେ ଘରେ କଳାକନା ବୁଲେଇ ଛୁ ମାରିଲା ରଙ୍ଗିଲା ଯୁବକ। ଏଭଳି ଘଟଣା ଘଟିଛି ଖଣ୍ଡଗିରି ଥାନା ଡୁମୁଡୁମାରେ। ସ୍ୱାମୀର ଅଭିନୟ କରି ସାତ ଜନମର ସାଥୀ ହେଲା। ମୌକା ଦେଖି କଳା କନା ବୁଲାଇଲା। ଏନେଇ ଖଣ୍ଡଗିରି ଥାନାରେ ଏତଲା ଦେଲା ସର୍ବହରା ମହିଳା। ଅଭିଯୋଗ ଆଣିଛନ୍ତି ଖଣ୍ଡଗିରି ଥାନା ଡୁମାଡୁମା ଅଞ୍ଚଳର ଜଣେ ମହିଳା। ଠକେଇର ଶିକାର ହେବା ପରେ ମୋବାଇଲରେ ଥିବା ଫଟୋକୁ ଧରି କାନ୍ଦି କାନ୍ଦି ଏଭଳି ଠକ ଠାରୁ ଦୂରେଇ ରହିବାକୁ ନିବେଦନ କରୁଛନ୍ତି।

ଆହୁରି ପଢ଼ନ୍ତୁ: ଘରୋଇ ଇଞ୍ଜିନିୟରିଂ କଲେଜ ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ତଦନ୍ତ ଜାରି

ତେବେ ସ୍ୱାମୀଙ୍କ ମୃତ୍ୟୁ ପରେ ମହିଳା ଜଣଙ୍କ ଚାକିରୀ ଖୋଜୁଥିଲେ। ଏହି ସମୟରେ ସଞ୍ଜୟ ମଲ୍ଲିକ ଓରଫ ରାଜା ବିଶ୍ୱାଳ ନାମକ ଜଣେ ଯୁବକ ତାଙ୍କୁ ଚାକିରି ଦେବାକୁ କହି ସମ୍ପର୍କ ଆରମ୍ଭ କରିଥିଲେ। ପରେ ସମ୍ପର୍କ ଭଲ ପାଇବା ଆଡ଼କୁ ଯିବା ସହ ବିବାହ ଆଡ଼କୁ କଥା ବଢିଥିଲା। ସୁନ୍ଦରଗଡ଼ରେ କୋଠା ବାଡ଼ି ଅଛି, ତୁମକୁ ବିବାହ କରିବି। ଏପରିକି ଉଭୟ ୬ ମାସ ଏକାଠି ରହିଥିଲେ। ଏକ ବ୍ୟାଙ୍କରେ ଗାଡ଼ି ଲଗାଇ ମାସକୁ ୩୫ ହଜାର ଟଙ୍କା ମିଳିବାର ଲୋଭ ଦେଖାଇଥିଲେ। ଏନେଇ ୮ ଲକ୍ଷ ଟଙ୍କା ଦରକାର ବୋଲି ମହିଳାଙ୍କୁ କହିଥିଲେ। ପରେ ସୁଯୋଗ ଦେଖି ରାଜା ମହିଳାଙ୍କ ଆକାଉଣ୍ଟରୁ ସମସ୍ତ ଟଙ୍କା ଓ ସୁନା ଅଳଙ୍କାର ନେଇ ଛୁ ମାରିଥିଲେ। ଏ ନେଇ ମହିଳା ଜଣଙ୍କ ଖଣ୍ଡଗିରି ଥାନାରେ ଅଭିଯୋଗ କରିଛନ୍ତି।

ଆହୁରି ପଢ଼ନ୍ତୁ: ଦିଲ୍ଲୀ କୋଠା ଭୁଶୁଡ଼ିବା ଘଟଣା ପରେ ତତ୍ପର ରାଜ୍ୟ ସରକାର: ୧୫ ଦିନ ଭିତରେ ଅସୁରକ୍ଷିତ କୋଠା ଚିହ୍ନଟ ପାଇଁ ନିର୍ଦ୍ଦେଶ

କେବଳ ରଘୁନାଥ ନଗରର ଜଣେ ମହିଳା ନହେଁ। ଏକାଧିକ ମହିଳାକୁ ଏଭଳି ବିବାହର ପ୍ରତିଶ୍ରୁତି ଦେଇ ଲକ୍ଷାଧିକ ଟଙ୍କା ଠକେଇ କରିଥିବା ଅଭିଯୋଗ ହୋଇଛି। ପରିବାର ସହ ମିଶି ସେ ସ୍ୱାମୀର ଅଭିନୟ କରି ଟଙ୍କା ଲୁଟିଛି। ସେପଟେ ଖଣ୍ଡଗିରି ଥାନାରେଏତଲା ପରେ ପୋଲିସ ତଦନ୍ତ ଆରମ୍ଭ କରିଛି। ତଦନ୍ତ ବେଳେ ରଙ୍ଗିଲା ଯୁବକ ଜଣଙ୍କର ପ୍ରକୃତ ନାମ ରାଜା ନୁହେଁ ସଞ୍ଜୟ ମଲିକ । ଠକ ରାଜାକୁ ଧରିଲା ପରେ ପୁରା ପରିବାରରଅସଲ ଚେହେରା ପଦାକୁ ଆସିବ।

ଆହୁରି ପଢ଼ନ୍ତୁ: ମହଙ୍ଗା ପଡ଼ିଲା ମଦ୍ୟପାନ; ସ୍କୁଲ୍ ପରିସରରେ ମଦ ପିଇ ପ୍ରଧାନ ଶିକ୍ଷକ ନିଲମ୍ବିତ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର