ରାଜଧାନୀରେ ନିଶା ବେପାରର ମଙ୍ଗ ସମ୍ଭାଳିଛନ୍ତି ମହିଳା, ଅଢ଼େଇ ବର୍ଷରେ ଫସିଲେଣି ୧୦୩ ଜଣ

The Sakala Picture
Published On

ଭୁବନେଶ୍ୱର: ନିଶାର ବୁଢ଼ିଆଣି ଜାଲରେ ଫସି ଛନ୍ଦି ହୋଇଗଲାଣି ରାଜଧାନୀ। ବ୍ରାଉନ୍‌‌ସୁଗର, ଗଞ୍ଜେଇ ଓ ମଦ କାରବାର ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ ବିକ୍ରି କରାଯାଉଛି। ନିଶା କାରବାରର ମଙ୍ଗ ସମ୍ଭାଳିଛନ୍ତି ମହିଳା। ପୁରୁଷ ପ୍ରଛଦପଟ୍ଟରେ ରହିଥିବାବେଳେ ମହିଳାମାନେ ଆଗକୁ ଆସି ଚଳାଇଛନ୍ତି ନିଶା ସାମ୍ରାଜ୍ୟ। ପୁରୁଷମାନେ ମହିଳାଙ୍କ ହାତରେ ମଦ, ବ୍ରାଉନ୍‌‌ସୁଗର ଓ ଗଞ୍ଜେଇ ଭଳି ନିଶାଦ୍ରବ୍ୟକୁ ଧରାଇ ଦେଉଛନ୍ତି। ଆଉ ମହିଳାମାନେ ଭୁବନେଶ୍ୱରରେ ନିଶାକୁ ବିକ୍ରିକରି ପାଲଟି ଯାଇଛନ୍ତି ନିଶାରାଣୀ। ସୋମବାର ୩ ଜଣ ମହିଳା […]

ଭୁବନେଶ୍ୱର: ନିଶାର ବୁଢ଼ିଆଣି ଜାଲରେ ଫସି ଛନ୍ଦି ହୋଇଗଲାଣି ରାଜଧାନୀ। ବ୍ରାଉନ୍‌‌ସୁଗର, ଗଞ୍ଜେଇ ଓ ମଦ କାରବାର ସହ ଅନ୍ୟାନ୍ୟ ନିଶାଦ୍ରବ୍ୟ ବିକ୍ରି କରାଯାଉଛି। ନିଶା କାରବାରର ମଙ୍ଗ ସମ୍ଭାଳିଛନ୍ତି ମହିଳା। ପୁରୁଷ ପ୍ରଛଦପଟ୍ଟରେ ରହିଥିବାବେଳେ ମହିଳାମାନେ ଆଗକୁ ଆସି ଚଳାଇଛନ୍ତି ନିଶା ସାମ୍ରାଜ୍ୟ। ପୁରୁଷମାନେ ମହିଳାଙ୍କ ହାତରେ ମଦ, ବ୍ରାଉନ୍‌‌ସୁଗର ଓ ଗଞ୍ଜେଇ ଭଳି ନିଶାଦ୍ରବ୍ୟକୁ ଧରାଇ ଦେଉଛନ୍ତି। ଆଉ ମହିଳାମାନେ ଭୁବନେଶ୍ୱରରେ ନିଶାକୁ ବିକ୍ରିକରି ପାଲଟି ଯାଇଛନ୍ତି ନିଶାରାଣୀ। ସୋମବାର ୩ ଜଣ ମହିଳା ବ୍ରାଉନ୍‌‌ସୁଗର ବେପାରୀଙ୍କୁ ଗିରଫ କରାଯାଇଛି। ଏହି ମର୍ମରେ ନିଶା କାରବାର କରି ଗତ ଅଢ଼େଇ ବର୍ଷରେ ୧୦୩ ମହିଳାଙ୍କୁ କାବୁ କରାଯାଇଛି।

ଆହୁରି ପଢ଼ନ୍ତୁ: ଯାଜପୁରର ଜଖପୁରା ଷ୍ଟେସନ ନିକଟରେ ଚେନ୍ନାଇ ସେଣ୍ଟ୍ରାଲ୍ ଏକ୍ସପ୍ରେସ୍ ଲାଇନଚ୍ୟୁତ, ଟ୍ରାକ୍‌ରୁ ଖସିଲା ୩ ବଗି

ସେହିପରି ବସ୍ତିଗୁଡ଼ିକରେ ରହୁଥିବା ମହିଳାମାନେ କଲେଜ ଛାତ୍ର, ନିଶା ସେବନ କରୁଥିବା ଯୁବକଙ୍କୁ ବ୍ରାଉନ୍‌‌ସୁଗର ଯୋଗାଉଛନ୍ତି। ବ୍ରାଉନ୍‌‌ସୁଗର ଅଳ୍ପ ପରିମାଣର ହେଉଥିବାରୁ ମହିଳାଙ୍କୁ ଲୁଚାଇବାକୁ ସୁବିଧା ହେଉଛି। ଏଣୁ ମହିଳାମାନେ ବ୍ରାଉନ୍‌‌ସୁଗରକୁ କାନିରେ ବାନ୍ଧି ବୁଲି ବୁଲି ବିକ୍ରି କରୁଛନ୍ତି। ଫଳରେ ପୁଲିସର ସନ୍ଦେହଘେରଠାରୁ ବହୁ ଦୂରରେ ରହୁଛନ୍ତି। ମହିଳାଙ୍କୁ ଧରିବାକୁ ହେଲେ ମହିଳା ପୁଲିସଙ୍କ ଆବଶ୍ୟକତା। କମିଶନରେଟ୍‌‌ ପୁଲିସ କିମ୍ବା ଅବକାରୀ ବିଭାଗରେ ମହିଳା ପୁଲିସ କର୍ମଚାରୀଙ୍କ ସଂଖ୍ୟା କମ୍‌‌ ଥିବାରୁ ମହିଳାମାନେ ସୁଯୋଗ ଭାବି ନିଶା କାରବାର ଚଳାଉଛନ୍ତି। ସହରରୁ ନିଶା କାରବାରରେ ଅଙ୍କୁଶ ଲଗାଇବା ଲାଗି ପୁଲିସ ଓ ଅବକାରୀ ବିଭାଗ ପକ୍ଷରୁ ସ୍ୱତନ୍ତ୍ର ଧରପଗଡ଼ ଅଭିଯାନ ଜାରି ରହିଛି। ଗିରଫ ହୋଇ ସେପଟେ ଜାମିନ୍‌‌ରେ ମୁକୁଳିବା ପରେ ପୁଣି ନିଶା କାରବାରେ ମହିଳାଙ୍କ ସମ୍ପୃକ୍ତି ରହୁଛି। ପୁରୁଷମାନେ ବ୍ରାଉନ୍‌‌ସୁଗର ଓ ଗଞ୍ଜେଇ ବିକ୍ରି କରିବାକୁ ଦେଉଛନ୍ତି। ସେମାନେ ଘରେ ନିଶାର ଏକ କୁଟୀରଶିଳ୍ପ ଖୋଲିଛନ୍ତି। ନିଶା କାରବାର କରି ବ୍ୟବସାୟିକ ସାମ୍ରାଜ୍ୟକୁ ସୁଦୃଢ଼ କରିବା ସହ କଳାଧନ ଠୁଳ କରୁଛନ୍ତି। ପର୍ଯ୍ୟାୟକ୍ରମେ ସରକାରୀ ଜମିକୁ ଅକ୍ତିଆର କରି ମହିଳା ନିଶା ବେପାରୀ ଚଳାଇଛନ୍ତି ନିଶା ସାମ୍ରାଜ୍ୟ।

ଆହୁରି ପଢ଼ନ୍ତୁ: ମହାନଦୀ ପ୍ରସଙ୍ଗରେ ରାଜ୍ୟ ସରକାରଙ୍କୁ ବିଜେଡିର ଟାର୍ଗେଟ: 'ସରକାର କେବଳ ବ୍ଲେମ୍ ଗେମ ଖେଳୁଛନ୍ତି'

ତମାଖୁ ଓ ମଦ ସେବନରେ ମହିଳା ଆଗରେ
ରାଜ୍ୟରେ ନିଶାସେବନରେ ପୁରୁଷଙ୍କଠାରୁ କମ୍‌‌ ନୁହନ୍ତି ମହିଳା। ଆଉ ମହିଳାମାନେ ନିଶାସେବନ କରି ପୁରୁଷଙ୍କ ସହ କାନ୍ଧ ମିଳାଇ ଚାଲୁଛନ୍ତି। ତମାଖୁ ଓ ମଦ ସେବନରେ ମହିଳା ଆଗେଇ ଚାଲିଛନ୍ତି। ରାଜ୍ୟରେ ୨୬ ପ୍ରତିଶତ ମହିଳା ତମାଖୁ ସେବନ କରନ୍ତି। ସେଥିରୁ ସହରାଞ୍ଚଳରେ ମହିଳାଙ୍କ ସଂଖ୍ୟା ୧୬.୬ ପ୍ରତିଶତ ହୋଇଥିବାବେଳେ ଗ୍ରାମାଞ୍ଚଳରେ ୨୮ ପ୍ରତିଶତ ମହିଳା ତମାଖୁ ସେବନ କରନ୍ତି। ଅନ୍ୟପକ୍ଷରେ ଓଡ଼ିଶାରେ ୪.୩ ପ୍ରତିଶତ ମହିଳା ମଦ ପିଅନ୍ତି। ସେଥିରୁ ସହରାଞ୍ଚଳର ୧.୪ ପ୍ରତିଶତ ମହିଳା ଥିବାବେଳେ ଗ୍ରାମାଞ୍ଚଳର ୪.୯ ପ୍ରତିଶତ ମହିଳା ମଦ ପିଅନ୍ତି। ଭାରତ ସରକାରଙ୍କ ଜାତୀୟ ପରିବାର ସ୍ୱାସ୍ଥ୍ୟ ରିପୋର୍ଟ ଅନୁଯାୟୀ ଏଭଳି ତଥ୍ୟ ପଦାକୁ ଆସିଥିଲା।

୩ ବର୍ଷରେ ୩୪୦ ନିଶା ବେପାରୀ ଗିରଫ
ଭୁବନେଶ୍ୱରକୁ ନିଶାମୁକ୍ତ କରିବା ଲାଗି କମିଶନରେଟ ପୁଲିସ ପକ୍ଷରୁ ଜାରି ରହିଛି ଅପରେସନ୍‌‌ ‘ହ୍ୱାଇଟ୍‌‌ ସ୍ପାଇଡର’। ଗତ ୩ ବର୍ଷରେ ୧୧ କିଲୋରୁ ଅଧିକ ବ୍ରାଉନ୍‌‌ସୁଗର ଜବତ କରିବା ସହ ୩୪୦ ଜଣଙ୍କୁ ଗିରଫ କରାଯାଇଛି। ୨୦୨୧ରେ ୯୮ ଜଣଙ୍କୁ ଗିରଫ କରିବା ସହ ୭ କିଲୋ ୨୨ ଗ୍ରାମ୍‌‌ ବ୍ରାଉନ୍‌‌ସୁଗର ଜବତ ହୋଇଛି। ସେଭଳି ୨୦୨୨ରେ ୧୭୨ ଜଣଙ୍କୁ ଗିରଫ କରିବା ସହ ୨ କିଲୋ ୫୫୮ ଗ୍ରାମ୍‌‌ ବ୍ରାଉନ୍‌‌ସୁଗର ଜବତ ହୋଇଛି। ଚଳିତବର୍ଷ ୬୩ ଜଣ ବ୍ରାଉନ୍‌‌ସୁଗର ବେପାରୀଙ୍କୁ ଗିରଫ କରାଯିବା ସହ ୬୦୦ ଗ୍ରାମ୍‌‌ ବ୍ରାଉନ୍‌‌ସୁଗର ଜବତ କରାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp