ଭଦ୍ରକରେ ମହୁମାଛି ଆକ୍ରମଣରେ ମହିଳାଙ୍କ ମୃତ୍ୟୁ, ୧୨ରୁ ଅଧିକ ଆହତ
ଭଦ୍ରକ: ମହୁମାଛି ନେଲା ଜୀବନ । ଭଦ୍ରକ ଜିଲ୍ଲା ସାବରଙ୍ଗ ଥାନା ଅନ୍ତର୍ଗତ ବାସୁଆପଡ଼ା ଗାଁରେ ଘଟିଛି ଏପରି ଏକ ଅଭାବନୀୟ ଘଟଣା । ଏଠାରେ ମହୁମାଛି ଆକ୍ରମଣରେ ଜଣେ ୪୮ ବର୍ଷୀୟା ମହିଳାଙ୍କର ମୃତ୍ୟୁ ହୋଇଥିବା ବେଳେ ୧୨ରୁ ଅଧିକ ଲୋକ ଗୁରୁତର ଆହତ ହୋଇଛନ୍ତି। ମୃତ ମହିଳା ଜଣକ ହେଲେ ରଜନୀକାନ୍ତ ସାହୁଙ୍କ ପତ୍ନୀ ବାସନ୍ତୀଲତା ସାହୁ।
ସୂଚନା ଅନୁଯାୟୀ, ଗୁରୁବାର ଦିନ ବାସନ୍ତୀଲତାଙ୍କ ଶାଶୁଙ୍କ ଶ୍ରାଦ୍ଧବାର୍ଷିକୀ ଥିବାରୁ ଘରେ ଅନେକ ସମ୍ପର୍କୀୟ ଏବଂ ଗ୍ରାମବାସୀ ଏକାଠି ହୋଇଥିଲେ। ଘର ବାହାରେ ରୋଷେଇ ଚାଲିଥିବା ବେଳେ ବାସନ୍ତୀଲତା ରୋଷେୟାଙ୍କୁ ଚା ଦେବାକୁ ଯାଇଥିଲେ। ଠିକ୍ ସେହି ସମୟରେ ନିକଟସ୍ଥ ଏକ ପାଣି ଟାଙ୍କିରେ ଥିବା ମହୁମାଛି ବସାରୁ ହଠାତ୍ ଅସଂଖ୍ୟ ଜଙ୍ଗଲୀ ମହୁମାଛି ବାହାରି ଉପସ୍ଥିତ ଲୋକଙ୍କୁ ଆକ୍ରମଣ କରିଥିଲେ।
ମହୁମାଛିଙ୍କ ଆକ୍ରମଣରେ ଭୟଭୀତ ହୋଇ ଅତିଥି ଏବଂ ଗ୍ରାମବାସୀମାନେ ଜୀବନ ବଞ୍ଚାଇବାକୁ ଏଣେତେଣେ ଦୌଡ଼ିବାକୁ ଲାଗିଲେ। ଏହି ଆକ୍ରମଣରେ ବାସନ୍ତୀଲତାଙ୍କୁ ଏକାଧିକ ମହୁମାଛି କାମୁଡ଼ି ଦେଇଥିଲେ, ଯାହା ଫଳରେ ସେ ଗୁରୁତର ଆହତ ହୋଇଥିଲେ। ଏହାଛଡ଼ା ୧୨ରୁ ଅଧିକ ସମ୍ପର୍କୀୟ ଏବଂ ଅନ୍ୟ ଗ୍ରାମବାସୀ ମଧ୍ୟ ଏହି ଆକ୍ରମଣର ଶିକାର ହୋଇଛନ୍ତି।
ଗୁରୁତର ଅବସ୍ଥାରେ ବାସନ୍ତୀଲତାଙ୍କୁ ପ୍ରଥମେ ଭଦ୍ରକ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଥିଲା। ପରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ତାଙ୍କୁ ଭୁବନେଶ୍ୱରର ଏକ ଘରୋଇ ଡାକ୍ତରଖାନାକୁ ସ୍ଥାନାନ୍ତର କରାଯାଇଥିଲା। ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ମୃତ୍ୟୁ ଘଟିଛି। ଏହି ଦୁଃଖଦ ଘଟଣା ପରେ ସମଗ୍ର ପରିବାର ଭାଙ୍ଗି ପଡ଼ିଥିବା ବେଳେ ଗାଁରେ ଏବେ ଏକ ଶୋକାକୁଳ ପରିବେଶ ସୃଷ୍ଟି ହୋଇଛି। ଆହତମାନଙ୍କୁ ସ୍ଥାନୀୟ ମେଡିକାଲରେ ଚିକିତ୍ସା ପ୍ରଦାନ କରାଯାଉଛି।