ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସର ଦମନଲୀଳାକୁ ବିଜେଡି ସାଂସଦଙ୍କ ତୀବ୍ର ନିନ୍ଦା

Madhusudan Das Picture
Published On

ନୂଆଦିଲ୍ଲୀ: ନିଟ୍‌ ପ୍ରଶ୍ନପତ୍ର ଲିକ୍‌ ପ୍ରସଙ୍ଗରେ ଦିଲ୍ଲୀରେ କକ୍ରୋଚ ଜନତା ପାର୍ଟିର ଆନ୍ଦୋଳନ ତୀବ୍ର ହେଉଥିବା ବେଳେ କେନ୍ଦ୍ର ସରକାରଙ୍କ ଅଡୁଆ ବଢ଼ିବାରେ ଲାଗିଛି। ଦିଲ୍ଲୀରେ ଛାତ୍ରଛାତ୍ରୀଙ୍କ ଉପରେ ପୁଲିସ କରିଥିବା ଦମନଲୀଳାକୁ ତୀବ୍ର ନିନ୍ଦା କରିଛନ୍ତି ବିଜେଡି ସାଂସଦ । 

ଆହୁରି ପଢ଼ନ୍ତୁ: ରଥଯାତ୍ରାରେ ଦଳାଚକଟା ଘଟଣା: ନବୀନଙ୍କ ନିର୍ଦ୍ଦେଶରେ ମୃତାହତଙ୍କ ପରିବାରକୁ ଭେଟିଲା ବିଜେଡି

ବର୍ବରୋଚିତ, ଅତ୍ୟନ୍ତ ନିନ୍ଦନୀୟ: ମାନସ ମଙ୍ଗରାଜ
ଗତକାଲି ଯନ୍ତରମନ୍ତରରୁ ସଂସଦ ଅଭିମୁଖେ ଛାତ୍ରଛାତ୍ରୀମାନେ ଯାଉଥିବା  ସମୟରେ ଯାହା ସବୁ ଘଟଣା ଘଟିଲା ତାହା ଅତ୍ୟନ୍ତ ନିନ୍ଦନୀୟ, ଅତ୍ୟନ୍ତ ବର୍ବରୋଚିତ। ଏଥିପାଇଁ  ବିଜୁ ଜନତା ଦଳର ସମସ୍ତ ସାଂସଦ, ଆମର ନେତା ନବୀନ ପଟ୍ଟନୟକ ଅତ୍ୟନ୍ତ ମର୍ମାହତ। କେନ୍ଦ୍ରମନ୍ତ୍ରୀ ଜେପି ନ‡ା ଛାତ୍ରମାନଙ୍କ ସହ ଆଲୋଚନା ଆରମ୍ଭକଲେ, ମାତ୍ର ଏହି ଆଲୋଚନା ଯଦି ପୂର୍ବରୁ ହୋଇପାରିଥାନ୍ତା, ହୁଏତ କାଲିର ଏହି ଘଟଣାକୁ ଏଡ଼ାଇ ଯାଇପାରିଥାନ୍ତା। ତେଣୁ ସଂସଦର ସବୁ କାର୍ଯ୍ୟକ୍ରମକୁ ତୁରନ୍ତ ବାତିଲ  ବା ସ୍ଥଗିତ ରଖାଯାଉ ଏବଂ ଛାତ୍ର ଆନ୍ଦୋଳନ ଉପରେ ସ୍ୱତନ୍ତ୍ର ଆଲୋଚନା କରାଯାଉ। ଶିକ୍ଷା ବ୍ୟବସ୍ଥା ଓ ଗତକାଲି ଯାହା ହିଂସା ହେଲା ତା’ ଉପରେ ମଧ୍ୟ ଆଲୋଚନା କରାଯାଉ। ଦୁଇଦିନ ତଳେ ଆମର ନେତା ନବୀନ ପଟ୍ଟନାୟକ କହିଥିଲେ ଯେ ଶିକ୍ଷା କ୍ଷେତ୍ରରେ ସଂସ୍କାରର ଆବଶ୍ୟକତା ରହିଛି। ଶିକ୍ଷାର ସଂସ୍କାର ନ ହେବାରୁ  ଏ ଦେଶ କୁଆଡେ଼ ଯାଉଛି ଆପଣମାନେ ଜାଣିଛନ୍ତି। ତେଣୁ ଏହା ଉପରେ ଆଲୋଚନା ପାଇଁ ଆମେ ଦାବି ରଖୁଛୁ।

ଆହୁରି ପଢ଼ନ୍ତୁ: ଦ୍ବିତୀୟ ଶ୍ରୀକ୍ଷେତ୍ରରେ ନିଆରା ରଥଯାତ୍ରା: ମହିଳା ଟାଣନ୍ତି ଦେବୀ ସୁଭଦ୍ରାଙ୍କ ରଥ, ୧୫୭୫ରୁ ଆଜି ଯାଏଁ ଅକ୍ଷୁର୍ଣ୍ଣ ଏହି ଅନନ୍ୟ ପରମ୍ପରା

ସରକାରଙ୍କ ନିରବତାରୁୁ ବିଶୃଙ୍ଖଳା: ସଂତୃପ୍ତ ମିଶ୍ର
ଗଣତନ୍ତ୍ରର ଆଧାର ହେଲା ଆଲୋଚନା। ଗଣତନ୍ତ୍ରର ମୂଲ୍ୟବୋଧ ହେଲା ଯଦି ଆମର କୌଣସି ଅସୁବିଧା ଅଛି ସେ ଶବ୍ଦଟା ସରକାରଙ୍କ ପାଖରେ ପହଞ୍ଚିବା ଉଚିତ୍‌। ସେଥିପାଇଁ  ଛାତ୍ରଛାତ୍ରୀମାନେ ଶିକ୍ଷା ବିଷୟରେ, ପରୀକ୍ଷା ବିଷୟରେ, ନିଟ୍‌ ବିଷୟରେ ଏବଂ ଅନ୍ୟାନ୍ୟ ବିଷୟରେ ସରକାରଙ୍କ ପାଖରେ ନିଜର ମତ, ନିଜର ଦାବି ଉପସ୍ଥାପନ କରିବାପାଇଁ ଆସିଥିଲେ। କିନ୍ତୁ  ସରକାର ତାଙ୍କ ସହିତ କଥା ନହୋଇ ୨୫ -୨୬ ଦିନ ଆନ୍ଦୋଳନ ଚାଲିବାପରେ ମଧ୍ୟ ଚୁପ୍‌୍‌ଚାପ୍‌ ରହିଲେ; ଯଦ୍ୱାରା ଏସବୁ ଗତକାଲିର ବିଶୃଙ୍ଖଳା ହେଲା। ଗଣତନ୍ତ୍ରରେ ହିଂସାର କୌଣସି ସ୍ଥାନ ନାହିଁ। କିନ୍ତୁ ଯେତେବେଳେ ସରକାରଙ୍କଠୁ କୌଣସି ଉତ୍ତର ନମିଳେ, ଅନେକ ସମୟରେ ଏଭଳି ଦୁର୍ଘଟଣା ଘଟିଥାଏ। ଆମେ ସେଥିପାଇଁ ଅତ୍ୟନ୍ତ ଦୁଃଖିତ। ଛାତ୍ରଛାତ୍ରୀମାନଙ୍କୁ ଯୋଉ ଆଘାତ ଲାଗିଲା, ଯୋଉ ପୁଲିସ କର୍ମୀମାନଙ୍କୁ ଆଘାତ ଲାଗିଲା, ସେଥିପାଇଁ ଆମେମାନେ ଦୁଃଖ ପ୍ରକାଶ କରୁଛୁ।

ଆହୁରି ପଢ଼ନ୍ତୁ: ପରୀକ୍ଷା ଅବ୍ୟବସ୍ଥାକୁ ନେଇ ନବୀନଙ୍କ କ୍ଷୋଭ: ଭରସା ଭାଙ୍ଗିଛି ଶିକ୍ଷା ବ୍ୟବସ୍ଥା, ଛାତ୍ରଙ୍କ ସହ ଆଲୋଚନା କରନ୍ତୁ ସରକାର

ଆକ୍ରମଣକୁ କଠୋର ଶବ୍ଦରେ ନିନ୍ଦା କରୁଛୁ:  ସସ୍ମିତ ପାତ୍ର
ବିଗତ ଦିନରେ ମଧ୍ୟ ଆମର ନେତା ନବୀନ ପଟ୍ଟନାୟକ ସ୍ପଷ୍ଟ କରିଥିଲେ ଯେ  ନ୍ୟାୟ ପାଇଁ ଯେଉଁମାନେ ଦିଲ୍ଲୀରେ ସଂଘର୍ଷ କରୁଛନ୍ତି ସେମାନଙ୍କ ସହ ସେ ଓ ବିଜୁ ଜନତା ଦଳ ଅଛନ୍ତି। ଗତକାଲି ଯାହା ଘଟିଲା ସେଥିରେ ବିଜୁ ଜନତା ଦଳ ଏବଂ ଆମର ନେତା ନବୀନ ପଟ୍ଟନାୟକ ମହୋଦୟ ଅତ୍ୟନ୍ତ ଦୁଃଖିତ। ସବୁବେଳେ ଗଣତାନ୍ତ୍ରିକ ବ୍ୟବସ୍ଥା ମଧ୍ୟରେ ଚର୍ଚ୍ଚା ଆଲୋଚନାର ଜାଗା ଥାଏ। କିନ୍ତୁ ସେହି ଜାଗାରେ ଛାତ୍ରଛାତ୍ରୀ ମାନଙ୍କ ଉପରେ ଯେଉଁ ପ୍ରକାର ଭାବରେ ବର୍ବରୋଚିତ ଆକ୍ରମଣ କରାଗଲା ତାହା ଅତ୍ୟନ୍ତ ନିନ୍ଦନୀୟ। ବିଜୁ ଜନତା ଦଳ ଏହାକୁ ଘୋର ଭାବରେ ଆମେ ନିନ୍ଦା କରୁଛୁ ଏବଂ ଆଶା କରୁଛୁ ଯେ ଛାତ୍ରଛାତ୍ରୀ ମାନଙ୍କର ଯୋଉ ନାଯ୍ୟ ଦାବି ରହିଛି, ସେ ଦାବି ଉପରେ ସରକାର ବିଚାର ଆଲୋଚନା କରିବେ। ଛାତ୍ରଛାତ୍ରୀମାନେ ଭାରତବର୍ଷର ଭବିଷ୍ୟତ ଏବଂ ତାଙ୍କର ବିକାଶ ଏବଂ ସୁରକ୍ଷା ସର୍ବାଗ୍ରେ ରହିବା ଦରକାର।

ଶିକ୍ଷାବ୍ୟବସ୍ଥାକୁ ଶେଷ ଲାଗି ପ୍ରୟାସ ଚାଲିଛି: ସୁଲତା ଦେଓ
ଏ ସରକାର ଶିକ୍ଷା ବ୍ୟବସ୍ଥାକୁ ଶେଷ କରିଦେବା ପାଇଁ ଚେଷ୍ଟା କରୁଛନ୍ତି। ଶାନ୍ତିପୂର୍ଣ୍ଣ ପ୍ରତିବାଦରୁ ସୋନମ ୱାଙ୍ଗଚୁକଙ୍କୁ ଜବରଦସ୍ତି ଉଠେଇନିଆଗଲା।  ପିଲାମାନେ ଶାନ୍ତିପୂର୍ଣ୍ଣ ଭାବରେ ପ୍ରତିବାଦ କରୁଥିଲେ ମଧ୍ୟ ସେମାନଙ୍କୁ ଲାଠି ଚାର୍ଜ ସହ ଟିଅର ଗ୍ୟାସ, ରବର ବୁଲେଟ ମାରି ତାଙ୍କୁ କ୍ଷତାକ୍ତ କରାଗଲା। ଆମେ ସେ ପିଲାମାନଙ୍କ ସାଙ୍ଗରେ ଅଛୁ। ନବୀନ ପଟ୍ଟନାୟକ ଆଗରୁ ମଧ୍ୟ ଟ୍ୱିଟ କରି କହିଥିଲେ ଯେ ଶିକ୍ଷା ବ୍ୟବସ୍ଥାକୁ ସୁଧାରନ୍ତୁ। ଶିକ୍ଷା ବ୍ୟବସ୍ଥାରେ ନିଟରେ ଯାହା ପେପର ଲିକ୍‌ ହେଇଛି ତା ପାଇଁ ଯିଏ ଉତ୍ତରଦାୟୀ ସିଏ ଇସ୍ତଫା ଦେବାର ମଧ୍ୟ ଆବଶ୍ୟକତା ଅଛି। ପିଲାଙ୍କ ସାଙ୍ଗରେ ବିଜୁ ଜନତା ଦଳ ଥିଲା ଓ ସବୁବେଳେ ଅଛି। ଆମେ ଆଶା କରୁଛୁ ଯେ ଶିକ୍ଷା ବ୍ୟବସ୍ଥାର ଆମୂଳଚୂଳ ପରିବର୍ତ୍ତନ ହେଉ। ସଂସଦର ସବୁ ଆଲୋଚନାକୁ ସ୍ଥଗିତ କରାଯାଉ। ସବୁଠୁ ବଡ ଆଲୋଚନା ହୋଉଛି ଶିକ୍ଷା ଏବଂ ପିଲାମାନେ। ଏ ବ୍ୟବସ୍ଥା ଉପରେ ଆଲୋଚନା ହେଉ, ନହେଲେ ଆମେ ସଂସଦରେ ମଧ୍ୟ ଏ ବିଷୟରେ ପ୍ରତିବାଦ କରିବୁ।

ଛାତ୍ରଛାତ୍ରୀଙ୍କ ସହ ବିଜେଡି ରହିଛି: ସୁଭାଶିଷ ଖୁଣ୍ଟିଆ
ଦେଶରେ ଶିକ୍ଷା ବ୍ୟବସ୍ଥା ଉପରେ ଲୋକଙ୍କର ଭରସା ତୁଟିଗଲାଣି। ଗତକାଲି ଯେଉଁଭଳି ଭାବେ ଶିକ୍ଷାର୍ଥୀଙ୍କ ଉପରେ ଅମାନୁଷିକ ଭାବେ ଅତ୍ୟାଚାର କରାଯାଇଛି, ତାହା ଅତ୍ୟନ୍ତ ନିନ୍ଦନୀୟ। ଲାଠି ଚାର୍ଜଠାରୁ ଆରମ୍ଭକରି ଅନ୍ୟ ଅତ୍ୟାଚାର କାରଣରୁ ଅନେକ ଛାତ୍ରଛାତ୍ରୀମାନେ ଆଜି ମେଡିକାଲରେ ଆଡମିଶନ ହୋଇଛନ୍ତି।  ନବୀନ ବାବୁ ଓ ରାଜ୍ୟସଭାର ସାଂସଦମାନେ ତାଙ୍କ ସହିତ ଛାତ୍ରଛାତ୍ରୀମାନଙ୍କ ସହିତ ଅଛୁ। ଶିକ୍ଷାରେ ଯଦି କୌଣସି ତ୍ରୁଟି ବିଚ୍ୟୁତି ହେଲା, ତାକୁ ସରକାର ତଥା ଲୋକଲୋଚନକୁ ଆଣିବାପାଇଁ ଛାତ୍ରଛାତ୍ରୀଙ୍କ ଅଧିକାରରହିଛି।  ଆମେ ଏହି ଆକ୍ରମଣକୁ ଦୃଢ଼ ନିନ୍ଦା କରୁଛୁ ଏବଂ ବିଜୁ ଜନତା ଦଳର ସମର୍ଥନ ଛାତ୍ରଛାତ୍ରୀମାନଙ୍କୁ ଜଣାଉଛୁ। ଆଗାମୀ ଦିନରେ ଯଦି ସରକାର ଏହା ଉପରେ ଦୃଷ୍ଟି ଆକର୍ଷଣ ନ କରନ୍ତି, ଆଗାମୀ ଦିନରେ ୟାର ଭୟାବହ ପରିସ୍ଥିତି ହେବ।

22 Jul 2026 By Madhusudan Das

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର