ଆଜି ସ୍ୱାଭାବିକ ହେବ ତ ବିଧାନସଭା?

The Sakala Picture
Published On

ଭୁବନେଶ୍ବର : ଆଜି ସୁରୁଖୁରୁରେ ଚାଲିବ ତ ବିଧାନସଭା? ଏନେଇ ରାଜ୍ୟବାସୀଙ୍କ ମନରେ ଅନେକ ଆଶଂକା ରହିଛି। ରାଜ୍ୟର ବହୁ ସମସ୍ୟା ରହିଛି ଯାହାର ଆଲୋଚନା ଆବଶ୍ୟକ ରହିଛି। ବାତ୍ୟା ପ୍ରଭାବରେ ଚାଷୀର ଫସଲ ବର୍ଷା ପାଣିରେ ବୁଡି ନଷ୍ଟ ହୋଇଛି। ରାଜ୍ୟର ଚାଷୀକୂଳ ଅନାଇ ବସିଛି ତା ପାଇଁ ରାଜ୍ୟ ବିଧାନସଭାରେ କଣ ଆଲୋଚନା ହେବ। ଅମଳ ସମୟରେ ନଷ୍ଟ ହୋଇଥିବା ତାର ସୁନାର ଫସଲ ପାଇଁ ସରକାର କଣ ସାହାର୍ଯ୍ୟ ଦେବେ ।ବର୍ଷ ଯାକ ତାର […]

ଭୁବନେଶ୍ବର : ଆଜି ସୁରୁଖୁରୁରେ ଚାଲିବ ତ ବିଧାନସଭା? ଏନେଇ ରାଜ୍ୟବାସୀଙ୍କ ମନରେ ଅନେକ ଆଶଂକା ରହିଛି। ରାଜ୍ୟର ବହୁ ସମସ୍ୟା ରହିଛି ଯାହାର ଆଲୋଚନା ଆବଶ୍ୟକ ରହିଛି। ବାତ୍ୟା ପ୍ରଭାବରେ ଚାଷୀର ଫସଲ ବର୍ଷା ପାଣିରେ ବୁଡି ନଷ୍ଟ ହୋଇଛି। ରାଜ୍ୟର ଚାଷୀକୂଳ ଅନାଇ ବସିଛି ତା ପାଇଁ ରାଜ୍ୟ ବିଧାନସଭାରେ କଣ ଆଲୋଚନା ହେବ। ଅମଳ ସମୟରେ ନଷ୍ଟ ହୋଇଥିବା ତାର ସୁନାର ଫସଲ ପାଇଁ ସରକାର କଣ ସାହାର୍ଯ୍ୟ ଦେବେ ।ବର୍ଷ ଯାକ ତାର ପରିବାର କିପରି ଚଳିବ ସେ ନେଇ ବିଧାନସଭାରେ କଣ ଆଲୋଚନା ହେବ। କିନ୍ତୁ ବିଗତ ୬ ଦିନ ହେବ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରୁନଥିବା ବିଧାନସଭା ଆଜି ୭ମ ଦିନରେ ସ୍ୱାଭାବିକ ହେବ ବୋଲି ଆଶା ରଖିଛନ୍ତି ରାଜ୍ୟବାସୀ

ଆହୁରି ପଢ଼ନ୍ତୁ: ଡ. ବି. ଆର୍. ଆମ୍ୱେଦକରଙ୍କ ୧୩୫ତମ ଜନ୍ମଜୟନ୍ତୀ: ଶ୍ରଦ୍ଧାଞ୍ଜଳି ଜଣାଇଲା ବିଜେଡି

ସେହିପରି ଆଜି ବିଧାନସଭା ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତି କରଣ, ଖାଦ୍ୟ ଯୋଗାଣ , ସମବାୟ, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଆଲୋଚନା ରହିଛି। ଏହା ସହିତ ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅତିରକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି। ଏପଟେ କିନ୍ତୁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ୬ ଦିନ ହେଲା ଗୃହ ଅଚଳ ରହିଛି । ବିଧାନସଭାକୁ ସୁରୁଖୁରୁରେ ଚଲାଇବା ପାଇଁ ସର୍ବଦଳୀୟ ବୈଠକ ଡକାଯାଇଥିଲା , ହେଲେ ବିରୋଧୀ ଦଳ ବିଜେପିର ସଦସ୍ୟମାନେ ବୈଠକରେ ଯୋଗ ଦେଲେ ନାହିଁ। ଯେଉଁଥି ଲାଗି କୌଣସି ପ୍ରକାର ନିଷ୍ପତ୍ତି ବାହାରିପାରିନାହିଁ। ତେବେ ଆଜି ପ୍ରଶ୍ନକାଳ ଚାଲିପାରିବ ନାହିଁ କି ତାକୁ ନେଇ ଆଶଙ୍କା ରହିଛି । କାରଣ ଉଭୟ ବିଜେପି ଓ କଂଗ୍ରେସ ଉଭୟ ନିଜ ନିଜ ଜିଦରେ ଅଟଳ ରହିଛନ୍ତି।

ଆହୁରି ପଢ଼ନ୍ତୁ: ପ୍ରକାଶ ପାଇଲା CBSE ଦଶମ ବୋର୍ଡ ରେଜଲ୍ଟ, results.cbse.nic.inରେ ରେଜଲ୍ଟ ଉପଲବ୍ଧ

ଗତକାଲି ବିଧାନସଭାରେ ବିରୋଧୀଙ୍କ ଘଣ୍ଟ-ଘଣ୍ଟି, ବ୍ୟାନର-ପୋଷ୍ଟର ପ୍ରଦର୍ଶନ ସହ ପ୍ରବଳ ହଟ୍ଟଗୋଳ ପୁଣିଥରେ  ଗୃହ କାର୍ଯ୍ୟରେ ବାଧକ ହୋଇଛି। ୫ ଦିନ ଧାରଣା, ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବ୍ୟାହତ ହୋଇଥିବାବେଳେ ଗତକାଲି ଷଷ୍ଠ ଦିନରେ ମଧ୍ୟ ଅନୁରୂପ ଘଟଣା ଯୋଗୁଁ ବିଧାନସଭା ଚାଲିପାରି ନାହିଁ। ସାରା ଦିନ ମଧ୍ୟରେ ଗୃହକାର୍ଯ୍ୟ ମାତ୍ର ୧୦ ମିନିଟ୍‍ ଚାଲିଛି, ତାହା ପୁଣି ପାଟିତୁଣ୍ଡ ମଧ୍ୟରେ। କ୍ରମାଗତ ଷଷ୍ଠ ଦିନ ପାଇଁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଉଭୟ ବିରୋଧୀ ବିଜେପି ଏବଂ କଂଗ୍ରେସ ନିଜ ନିଜ ଶୈଳୀରେ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି। ବିଜେପି ବିଧାୟକମାନେ ଘଣ୍ଟ -ଘଣ୍ଟି ପିଟି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ପୋଷ୍ଟର, ବ୍ୟାନର ଦେଖାଇ ଗୃହକାର୍ଯ୍ୟକୁ ଅଚଳ କରିଛି। ଅନ୍ୟପକ୍ଷରେ ବିରୋଧୀଙ୍କ ପ୍ରତିବାଦର ଜବାବ ପ୍ରତିବାଦରେ ଦେଇଛି ବିଜେଡି। କେନ୍ଦ୍ର ଲଗାତାର ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶା ପ୍ରତି ଭେଦଭାବ ପ୍ରଦର୍ଶନ କରୁଛି। ରାଜ୍ୟରେ ଜନସ୍ୱାର୍ଥ ସମ୍ବଳିତ ବହୁ ପ୍ରସଙ୍ଗ ରହିଛି। ମାତ୍ର ସେସବୁ ପ୍ରସଙ୍ଗରେ ବିରୋଧୀ ଆଲୋଚନା ନ କରି କେବଳ ନିଜର ଦଳୀୟ ସ୍ୱାର୍ଥକୁ ଆଗେଇ ନେବାକୁ ଗୋଟିଏ ପ୍ରସଙ୍ଗକୁ ଜାବୁଡ଼ି ଧରି ବସିଛନ୍ତି। ତେଣୁ ବିଜେପି ଓ କଂଗ୍ରେସ ବିଧାୟକଙ୍କୁ ଶ୍ରୀଜଗନ୍ନାଥ ସଦ୍‍ବୁଦ୍ଧି ପ୍ରଦାନ କରନ୍ତୁ ବୋଲି ବିଜେଡି ବିଧାୟକ କହିବା ସହ ଗୃହରେ ପ୍ରତିବାଦ କରିଥିଲେ। ବିଜେଡି ବିଧାୟକମାନେ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଜଳକୁ ଗୃହରେ ସିଞ୍ଚନ କରିବା ସହ ଗୃହ ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ। ପ୍ରଥମାର୍ଦ୍ଧରେ ଗୃହ ଅଚଳ ରହିବା ପରେ ବାଚସ୍ପତି ଅପରାହ୍ନରେ ସର୍ବଦଳୀୟ ବୈଠକ ଡକାଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରିନଥିଲା। ଶେଷରେ ଆଜି ମାତ୍ର ୧୦ ମିନିଟ୍‍ ଗୃହକାର୍ଯ୍ୟ ଚାଲିବା ପରେ ଆସନ୍ତାକାଲି ଯାଏଁ ବାଚସ୍ପତି ଗୃହକୁ ମୁଲତବା ଘୋଷଣା କରିଥିଲେ।

ଆହୁରି ପଢ଼ନ୍ତୁ: କଟକରୁ ନେଇ କଲେଜ ଛାତ୍ରୀଙ୍କୁ ପୁରୀରେ ଗଣଦୁଷ୍କର୍ମ ଅଭିଯୋଗ, ମୁଖ୍ୟ ଅଭୁଯୁକ୍ତ ଗିରଫ

08 Dec 2021 By The Sakala

ଆଜି ସ୍ୱାଭାବିକ ହେବ ତ ବିଧାନସଭା?

ଭୁବନେଶ୍ବର : ଆଜି ସୁରୁଖୁରୁରେ ଚାଲିବ ତ ବିଧାନସଭା? ଏନେଇ ରାଜ୍ୟବାସୀଙ୍କ ମନରେ ଅନେକ ଆଶଂକା ରହିଛି। ରାଜ୍ୟର ବହୁ ସମସ୍ୟା ରହିଛି ଯାହାର ଆଲୋଚନା ଆବଶ୍ୟକ ରହିଛି। ବାତ୍ୟା ପ୍ରଭାବରେ ଚାଷୀର ଫସଲ ବର୍ଷା ପାଣିରେ ବୁଡି ନଷ୍ଟ ହୋଇଛି। ରାଜ୍ୟର ଚାଷୀକୂଳ ଅନାଇ ବସିଛି ତା ପାଇଁ ରାଜ୍ୟ ବିଧାନସଭାରେ କଣ ଆଲୋଚନା ହେବ। ଅମଳ ସମୟରେ ନଷ୍ଟ ହୋଇଥିବା ତାର ସୁନାର ଫସଲ ପାଇଁ ସରକାର କଣ ସାହାର୍ଯ୍ୟ ଦେବେ ।ବର୍ଷ ଯାକ ତାର ପରିବାର କିପରି ଚଳିବ ସେ ନେଇ ବିଧାନସଭାରେ କଣ ଆଲୋଚନା ହେବ। କିନ୍ତୁ ବିଗତ ୬ ଦିନ ହେବ ବିରୋଧୀଙ୍କ ହଟ୍ଟଗୋଳ ଯୋଗୁଁ ଚାଲିପାରୁନଥିବା ବିଧାନସଭା ଆଜି ୭ମ ଦିନରେ ସ୍ୱାଭାବିକ ହେବ ବୋଲି ଆଶା ରଖିଛନ୍ତି ରାଜ୍ୟବାସୀ

ସେହିପରି ଆଜି ବିଧାନସଭା ପ୍ରଶ୍ନ କାଳରେ କୃଷି ଓ କୃଷକ ସଶକ୍ତି କରଣ, ଖାଦ୍ୟ ଯୋଗାଣ , ସମବାୟ, ସ୍କୁଲ ଓ ଗଣଶିକ୍ଷା, ଉଚ୍ଚ ଶିକ୍ଷା, ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଆଲୋଚନା ରହିଛି। ଏହା ସହିତ ସାଧାରଣ ପ୍ରଶାସନ ଏବଂ ଗୃହ ବିଭାଗର ଅତିରକ୍ତ ଖର୍ଚ୍ଚ ଦାବି ଉପରେ ଆଲୋଚନା ହେବାର କାର୍ୟ୍ୟକ୍ରମ ରହିଛି। ଏପଟେ କିନ୍ତୁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ୬ ଦିନ ହେଲା ଗୃହ ଅଚଳ ରହିଛି । ବିଧାନସଭାକୁ ସୁରୁଖୁରୁରେ ଚଲାଇବା ପାଇଁ ସର୍ବଦଳୀୟ ବୈଠକ ଡକାଯାଇଥିଲା , ହେଲେ ବିରୋଧୀ ଦଳ ବିଜେପିର ସଦସ୍ୟମାନେ ବୈଠକରେ ଯୋଗ ଦେଲେ ନାହିଁ। ଯେଉଁଥି ଲାଗି କୌଣସି ପ୍ରକାର ନିଷ୍ପତ୍ତି ବାହାରିପାରିନାହିଁ। ତେବେ ଆଜି ପ୍ରଶ୍ନକାଳ ଚାଲିପାରିବ ନାହିଁ କି ତାକୁ ନେଇ ଆଶଙ୍କା ରହିଛି । କାରଣ ଉଭୟ ବିଜେପି ଓ କଂଗ୍ରେସ ଉଭୟ ନିଜ ନିଜ ଜିଦରେ ଅଟଳ ରହିଛନ୍ତି।

ଗତକାଲି ବିଧାନସଭାରେ ବିରୋଧୀଙ୍କ ଘଣ୍ଟ-ଘଣ୍ଟି, ବ୍ୟାନର-ପୋଷ୍ଟର ପ୍ରଦର୍ଶନ ସହ ପ୍ରବଳ ହଟ୍ଟଗୋଳ ପୁଣିଥରେ  ଗୃହ କାର୍ଯ୍ୟରେ ବାଧକ ହୋଇଛି। ୫ ଦିନ ଧାରଣା, ହଟ୍ଟଗୋଳ ଯୋଗୁଁ ଗୃହକାର୍ଯ୍ୟ ବ୍ୟାହତ ହୋଇଥିବାବେଳେ ଗତକାଲି ଷଷ୍ଠ ଦିନରେ ମଧ୍ୟ ଅନୁରୂପ ଘଟଣା ଯୋଗୁଁ ବିଧାନସଭା ଚାଲିପାରି ନାହିଁ। ସାରା ଦିନ ମଧ୍ୟରେ ଗୃହକାର୍ଯ୍ୟ ମାତ୍ର ୧୦ ମିନିଟ୍‍ ଚାଲିଛି, ତାହା ପୁଣି ପାଟିତୁଣ୍ଡ ମଧ୍ୟରେ। କ୍ରମାଗତ ଷଷ୍ଠ ଦିନ ପାଇଁ ମମିତା ମେହେର ହତ୍ୟାକାଣ୍ଡ ପ୍ରସଙ୍ଗରେ ଉଭୟ ବିରୋଧୀ ବିଜେପି ଏବଂ କଂଗ୍ରେସ ନିଜ ନିଜ ଶୈଳୀରେ ଗୃହରେ ଅଚଳାବସ୍ଥା ସୃଷ୍ଟି କରିଛନ୍ତି। ବିଜେପି ବିଧାୟକମାନେ ଘଣ୍ଟ -ଘଣ୍ଟି ପିଟି ବିକ୍ଷୋଭ ପ୍ରଦର୍ଶନ କରିଥିବା ବେଳେ କଂଗ୍ରେସ ପୋଷ୍ଟର, ବ୍ୟାନର ଦେଖାଇ ଗୃହକାର୍ଯ୍ୟକୁ ଅଚଳ କରିଛି। ଅନ୍ୟପକ୍ଷରେ ବିରୋଧୀଙ୍କ ପ୍ରତିବାଦର ଜବାବ ପ୍ରତିବାଦରେ ଦେଇଛି ବିଜେଡି। କେନ୍ଦ୍ର ଲଗାତାର ବିଭିନ୍ନ ପ୍ରସଙ୍ଗରେ ଓଡ଼ିଶା ପ୍ରତି ଭେଦଭାବ ପ୍ରଦର୍ଶନ କରୁଛି। ରାଜ୍ୟରେ ଜନସ୍ୱାର୍ଥ ସମ୍ବଳିତ ବହୁ ପ୍ରସଙ୍ଗ ରହିଛି। ମାତ୍ର ସେସବୁ ପ୍ରସଙ୍ଗରେ ବିରୋଧୀ ଆଲୋଚନା ନ କରି କେବଳ ନିଜର ଦଳୀୟ ସ୍ୱାର୍ଥକୁ ଆଗେଇ ନେବାକୁ ଗୋଟିଏ ପ୍ରସଙ୍ଗକୁ ଜାବୁଡ଼ି ଧରି ବସିଛନ୍ତି। ତେଣୁ ବିଜେପି ଓ କଂଗ୍ରେସ ବିଧାୟକଙ୍କୁ ଶ୍ରୀଜଗନ୍ନାଥ ସଦ୍‍ବୁଦ୍ଧି ପ୍ରଦାନ କରନ୍ତୁ ବୋଲି ବିଜେଡି ବିଧାୟକ କହିବା ସହ ଗୃହରେ ପ୍ରତିବାଦ କରିଥିଲେ। ବିଜେଡି ବିଧାୟକମାନେ ଶ୍ରୀ ଜଗନ୍ନାଥଙ୍କ ପବିତ୍ର ଜଳକୁ ଗୃହରେ ସିଞ୍ଚନ କରିବା ସହ ଗୃହ ବାହାରେ ଗାନ୍ଧୀ ମୂର୍ତ୍ତି ତଳେ ଧାରଣାରେ ବସିଥିଲେ। ପ୍ରଥମାର୍ଦ୍ଧରେ ଗୃହ ଅଚଳ ରହିବା ପରେ ବାଚସ୍ପତି ଅପରାହ୍ନରେ ସର୍ବଦଳୀୟ ବୈଠକ ଡକାଇଥିଲେ ମଧ୍ୟ କୌଣସି ନିର୍ଯ୍ୟାସ ବାହାରିନଥିଲା। ଶେଷରେ ଆଜି ମାତ୍ର ୧୦ ମିନିଟ୍‍ ଗୃହକାର୍ଯ୍ୟ ଚାଲିବା ପରେ ଆସନ୍ତାକାଲି ଯାଏଁ ବାଚସ୍ପତି ଗୃହକୁ ମୁଲତବା ଘୋଷଣା କରିଥିଲେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର