ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ, ମା' ଗୁରୁତର

Madhusudan Das Picture
Published On

ସୁନ୍ଦରଗଡ଼: ନୃସଂଶ ପୁଅର ବର୍ବରକାଣ୍ଡ । ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ନୃଶଂସ ପୁଅ । ମା'କୁ ଆକ୍ରମଣ କରିବାକୁ ଯିବା ସମୟରେ ବାପା ପ୍ରତିରୋଧ କରିବାରୁ, ବାପାକୁ ଠେଙ୍ଗାରେ ପିଟି ପିଟି ହତ୍ୟା କଲା ପୁଅ l ମା'କୁ ମଧ୍ୟ ଆକ୍ରମଣ କରି ହାତ ଭାଙ୍ଗିବା ସହ ଲହୁଲୁହାଣ କଲା l ମୃତକ ହେଲେ ପାଣ୍ଡୁ ମୁଣ୍ଡା । ଗୁରୁତର ଅବସ୍ଥାରେ ମାଆକୁ ମେଡିକାଲରେ ଭର୍ତ୍ତି କରାଯାଇଛି । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ସୁନ୍ଦରଗଡ଼ କୋଇଡା ଥାନା ଅନ୍ତର୍ଗତ କଦମଡିହି ଗାଁରେ। 

ଆହୁରି ପଢ଼ନ୍ତୁ: ନୂଆଁଖାଇ ପାଇଁ ପଶ୍ଚିମ ଓଡ଼ିଶାରେ ଚାଲିଛି ଜୋରଦାର ପ୍ରସ୍ତୁତି, ମା’ଙ୍କ ପାଖରେ ଲାଗିହେବ ନବାନ୍ନ

ସୂଚନା anusare, ଗତକାଲି ରାତିରେ ଘରୋଇ କଳିକୁ କେନ୍ଦ୍ର କରି ସୋନା ମୁଣ୍ଡା ନିଜ ମାଆକୁ ଜୀବନରୁ ମାରିଦେବାକୁ ଉଦ୍ୟମ କରୁଥିଲା । ସ୍ତ୍ରୀକୁ ବଂଚାଇାବକୁ ଯାଇଥିବାବେଳେ ପାଣ୍ଡୁଙ୍କୁ ଆକ୍ରମଣ କରିଥିଲା ପୁଅ । ଉତ୍ତକ୍ଷିପ୍ତ ହୋଇ ବାପା ପାଇଣ୍ଡା ମୁଣ୍ଡାଙ୍କୁ ଠେଙ୍ଗାରେ ପିଟି ପିଟି ନିର୍ମମ ହତ୍ୟା କରିଥିବା ବେଳେ ମାଆର ହାତ ଭାଙ୍ଗି ଲହୁଲୁହାଣ କରିଛି। ଘଟଣାସ୍ଥଳରେ ପୁଲିସ ପହଞ୍ଚି ତଦନ୍ତ ଚଳାଇଛି। 

ଆହୁରି ପଢ଼ନ୍ତୁ: ଗୁଳି ଫୁଟାଇ କମନ ସର୍ଭିସ ସେଣ୍ଟରରୁ ୨ ଲକ୍ଷ ଟଙ୍କା ଲୁଟିନେଇ ଦୁର୍ବୃତ୍ତ ଫେରାର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର