ନଭେମ୍ବର ମଧ୍ୟଭାଗରେ ୩ଟି ଲଘୁଚାପ ଆଶଙ୍କା, ଉପକୂଳ ଓ ଦକ୍ଷିଣ ଓଡ଼ିଶା ଉପରେ ପଡ଼ିପାରେ ପ୍ରଭାବ

The Sakala Picture
Published On

ଭୁବନେଶ୍ୱର: ନଭେମ୍ବର ୧୫ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ତିନୋଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାଫଳରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଭାରୀ ବର୍ଷା ହୋଇପାରେ। କେତେକ ମଡେଲ ଅନୁଯାୟୀ ଆଗାମୀ ଦୁଇ ସପ୍ତାହ ଯାଏଁ ଏହାର ପ୍ରଭାବ ରାଜ୍ୟରେ ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପଡ଼ିବାର ସମ୍ଭାବନା ରହିଛି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି। ଡ.ପଶୁପାଳକଙ୍କ ଅନୁଯାୟୀ, ଆଜି ସକାଳେ ଶ୍ରୀଲଙ୍କାର ନିକଟରେ ହୋଇଥିବା ଲଘୁଚାପର […]

ଭୁବନେଶ୍ୱର: ନଭେମ୍ବର ୧୫ ସୁଦ୍ଧା ଦକ୍ଷିଣ ବଙ୍ଗୋପସାଗରରେ ତିନୋଟି ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି । ଯାହାଫଳରେ ତାମିଲନାଡୁ ଏବଂ ଆନ୍ଧ୍ରପ୍ରଦେଶରେ ଭାରୀ ବର୍ଷା ହୋଇପାରେ। କେତେକ ମଡେଲ ଅନୁଯାୟୀ ଆଗାମୀ ଦୁଇ ସପ୍ତାହ ଯାଏଁ ଏହାର ପ୍ରଭାବ ରାଜ୍ୟରେ ବିଶେଷକରି ଉପକୂଳ ଓ ଦକ୍ଷିଣ ଓଡ଼ିଶାରେ ପଡ଼ିବାର ସମ୍ଭାବନା ରହିଛି ବୋଲି ବରିଷ୍ଠ ପାଣିପାଗ ବିଶେଷଜ୍ଞ ଡ. ସୁରେନ୍ଦ୍ରନାଥ ପଶୁପାଳକ ପୂର୍ବାନୁମାନ କରିଛନ୍ତି।

ଆହୁରି ପଢ଼ନ୍ତୁ: ରାଜ୍ୟରେ ବନ୍ୟା ସ୍ଥିତିରେ ସାମାନ୍ୟ ସୁଧାର: ଖସୁଛି ନଦୀର ଜଳସ୍ତର

ଡ.ପଶୁପାଳକଙ୍କ ଅନୁଯାୟୀ, ଆଜି ସକାଳେ ଶ୍ରୀଲଙ୍କାର ନିକଟରେ ହୋଇଥିବା ଲଘୁଚାପର କିଛି ଅଂଶ ନଭେମ୍ବର ୧ ତାରିଖରେ ଦକ୍ଷିଣ ଆରବ ସାଗରରେ ପହଞ୍ଚି କ୍ରମଶଃ ଘନୀଭୂତ ହେବ । ଏହାର ଅନ୍ୟ ଗୋଟିଏ ଅଂଶ ଦ୍ବାରା ତାମିଲନାଡୁରୁ ଓଡ଼ିଶା ପର୍ଯ୍ୟନ୍ତ ପ୍ରଭାବ ପଡ଼ିବ। ଏହାର ପ୍ରଭାବ ନଭେମ୍ବର ୫ ଯାଏଁ ରହିପାରେ। ସେହିପରି ନଭେମ୍ବର ୫ବେଳକୁ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ଦ୍ୱିତୀୟ ଲଘୁଚାପ ସୃଷ୍ଟି ହେବାର ସମ୍ଭାବନା ରହିଛି। ୧୧ ତାରିଖ ବେଳକୁ ଏହା ଘନୀଭୂତ ହୋଇ ଅବପାତର ରୂପ ନେବାର ସମ୍ଭାବନା ଥିବାବେଳେ ଏହାର ପ୍ରଭାବ ଓଡ଼ିଶା ଉପରେ ପ୍ରାୟ ନଭେମ୍ବର ୧୨ ତାରିଖ ପର୍ଯ୍ୟନ୍ତ ରହିବ ବୋଲି ଡ.ପଶୁପାଳକ ଆକଳନ କରିଛନ୍ତି । ନଭେମ୍ବର ୧୩ ତାରିଖରେ ଦକ୍ଷିଣ-ପୂର୍ବ ବଙ୍ଗୋପସାଗରରେ ତୃତୀୟ ଲଘୁଚାପ କ୍ଷେତ୍ର ସୃଷ୍ଟି ହେବାର ସମ୍ଭାବନା ଥିବା ସେ ସୂଚନା ଦେଇଛନ୍ତି |

ଆହୁରି ପଢ଼ନ୍ତୁ: ଆସନ୍ତାକାଲି ଜନ୍ମାଷ୍ଟମୀ ପାଇଁ ଶ୍ରୀମନ୍ଦିରରେ ସ୍ୱତନ୍ତ୍ର ନୀତିକାନ୍ତି, ୫ ଘଣ୍ଟା ବନ୍ଦ ରହିବ ସର୍ବସାଧାରଣ ଦର୍ଶନ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର