ଛାତ୍ରଛାତ୍ରୀମାନଙ୍କ ଡିହାଇଡ୍ରେସନ ସମସ୍ୟା ଦୂର ପାଇଁ ଏଣିକି ରାଜ୍ୟର ସବୁ ସ୍କୁଲରେ ବାଜିବ ଜଳପାନ ବିରତି ଘଣ୍ଟି

The Sakala Picture
Published On

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଅସହ୍ୟ ଖରା ବଢ଼ୁଥିବାରୁ ଛାତ୍ରଛାତ୍ରୀମାନଙ୍କ ଡିହାଇଡ୍ରେସନ ସମସ୍ୟା ଦୂର ପାଇଁ ଏଣିକି ସ୍କୁଲରେ ବାଜିବ ୱାଟର ବେଲ୍ ବା ଜଳପାନ ବିରତି ଘଣ୍ଟି । ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ଏହି ଜଳ ବିରତି ଘଣ୍ଟି ବାଜିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି । ତାପମାତ୍ରା […]

ଭୁବନେଶ୍ୱର: ରାଜ୍ୟରେ ଦିନକୁ ଦିନ ଅସହ୍ୟ ଖରା ବଢ଼ୁଥିବାରୁ ଛାତ୍ରଛାତ୍ରୀମାନଙ୍କ ଡିହାଇଡ୍ରେସନ ସମସ୍ୟା ଦୂର ପାଇଁ ଏଣିକି ସ୍କୁଲରେ ବାଜିବ ୱାଟର ବେଲ୍ ବା ଜଳପାନ ବିରତି ଘଣ୍ଟି । ସ୍କୁଲରେ ପାଣି ପିଇବାକୁ ନିୟମିତ ବ୍ୟବଧାନରେ ଏହି ଜଳ ବିରତି ଘଣ୍ଟି ବାଜିବ। ସ୍କୁଲ ଓ ଗଣଶିକ୍ଷା ବିଭାଗ ଏହି ନିଷ୍ପତ୍ତି ନେଇଛି। ଏ ସମ୍ପର୍କରେ ବିଭାଗ ପକ୍ଷରୁ ସମସ୍ତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ଗୋଷ୍ଠୀ ଶିକ୍ଷା ଅଧିକାରୀଙ୍କୁ ଚିଠି ଲେଖାଯାଇଛି ।

ଆହୁରି ପଢ଼ନ୍ତୁ: ଝାରସୁଗୁଡ଼ା-ଖଡ଼ଗପୁର ୪ ଲେନ୍‌ ରେଲୱେ ଟ୍ରାକ୍‌କୁ ଅର୍ଥନୈତିକ ବ୍ୟାପାର କ୍ୟାବିନେଟ୍‌ କମିଟିର ଅନୁମୋଦନ

ତାପମାତ୍ରା ବୃଦ୍ଧି ପାଇଥିବା ଯୋଗୁଁ ଛାତ୍ରଛାତ୍ରୀମାନଙ୍କ ମଧ୍ୟରେ ଡିହାଇଡ୍ରେସନ ଜନିତ ସମସ୍ୟା ଦେଖାଯାଇପାରେ । ଏହାକୁ ଦୃଷ୍ଟିରେ କରି ରାଜ୍ୟର ସମସ୍ତ ସ୍କୁଲରେ ‘ଜଳ ବିରତି ଘଣ୍ଟି’ ବଜାଇବା ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଆହୁରି ପଢ଼ନ୍ତୁ: ମାଛ ଧରା ଜାଲରୁ ଉଦ୍ଧାର ହେଲା ୬ ଫୁଟ୍ ଲମ୍ବର ବଉଳା କୁମ୍ଭୀର

ସ୍କୁଲରେ ପାଠପଢା ବେଳେ ଦୈନିକ ୩ ଥର ଜଳ ବିରତି ଘଣ୍ଟି ବାଜିବ। ସକାଳ ୮ଟା ୩୦, ୧୦ଟା ଏବଂ ୧୧ଟାରେ ବାଜିବ ଜଳ ବିରତି ଘଣ୍ଟି। ଜଳ ବିରତି ଘଣ୍ଟି ବାଜିଲେ କ୍ଲାସରେ ଥିବା ପିଲା ପାଣି ପିଇବେ। ସମସ୍ତ ଛାତ୍ରଛାତ୍ରୀ ଉଦ୍ଦିଷ୍ଟ ସମୟରେ ପାଣି ପିଉଛନ୍ତି ନା ନାହିଁ, ଏହାକୁ ଶିକ୍ଷକ ଶିକ୍ଷୟିତ୍ରୀମାନେ ତଦାରଖ କରିବେ। ଏହା ସହିତ ସ୍କୁଲ ଯିବା ଆସିବା ସମୟରେ ଛତା କିମ୍ବା ଟୋପି ବ୍ୟବହାର କରିବା ପାଇଁ ଶିକ୍ଷକ-ଶିକ୍ଷୟିତ୍ରୀମାନେ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେବେ ବୋଲି ଚିଠିରେ ଉଲ୍ଲେଖ କରାଯାଇଛି।

ଆହୁରି ପଢ଼ନ୍ତୁ: ମାଲକାନଗିରିରେ ଲଗାଣ ବର୍ଷା: ଜଳମଗ୍ନ ପୋଲ, ବିଚ୍ଛିନ୍ନ ହେଲା ଯୋଗାଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର