ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର ଜୁନିଅର ଇଞ୍ଜିନିୟର, ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ

The Sakala Picture
Published On

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର ଜୁନିଅର ଇଞ୍ଜିନିୟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ୍-୨ର ଜୁନିଅର ଇଞ୍ଜିନିୟର ବଂଶୀଧର ସେଠୀଙ୍କ ଘରେ ମଙ୍ଗଳବାର ଚଢାଉ ହୋଇଛି। ସେ ଏବେ ଦିଗପହଣ୍ଡି ଆରଡବ୍ଲ୍ୟୁ ସେକ୍ସନ-୧ରେ ଜେଇ ଭାବରେ କାର୍ଯ୍ଯରତ ଅଛନ୍ତି । ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ  ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି। ବ୍ରହ୍ମପୁର ଶକ୍ତିନଗର ଦ୍ୱିତୀୟ ଲେନରେ ତିନି ମହଲା କୋଠା, ଲୋଛାପଡ଼ାରେ ସମ୍ପର୍କୀୟଙ୍କ ଘର, […]

ବ୍ରହ୍ମପୁର: ଭିଜିଲାନ୍ସ ଜାଲରେ ଗ୍ରାମ୍ୟ ଉନ୍ନୟନ ଡିଭିଜନର ଜୁନିଅର ଇଞ୍ଜିନିୟର । ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ବ୍ରହ୍ମପୁର ଗ୍ରାମ୍ୟ ଉନ୍ନୟନ ଡିଭିଜନ୍-୨ର ଜୁନିଅର ଇଞ୍ଜିନିୟର ବଂଶୀଧର ସେଠୀଙ୍କ ଘରେ ମଙ୍ଗଳବାର ଚଢାଉ ହୋଇଛି। ସେ ଏବେ ଦିଗପହଣ୍ଡି ଆରଡବ୍ଲ୍ୟୁ ସେକ୍ସନ-୧ରେ ଜେଇ ଭାବରେ କାର୍ଯ୍ଯରତ ଅଛନ୍ତି । ଏକକାଳୀନ ୪ଟି ସ୍ଥାନରେ ଚଢ଼ାଉ  ଭିଜିଲାନ୍ସ ଟିମ୍ ପକ୍ଷରୁ ଚଢାଉ କରାଯାଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ବ୍ରହ୍ମପୁର ଶକ୍ତିନଗର ଦ୍ୱିତୀୟ ଲେନରେ ତିନି ମହଲା କୋଠା, ଲୋଛାପଡ଼ାରେ ସମ୍ପର୍କୀୟଙ୍କ ଘର, ପୋଲସରା ଅନ୍ତର୍ଗତ ଚିକିରିପଡ଼ାରେ ପୈତୃକ ଘର ଓ ଦିଗପହଣ୍ଡି ସ୍ଥିତ କାର୍ଯ୍ଯାଳୟରେ ଚଢାଉ ଚାଲିଛି । ଏହି ଚଢ଼ାଉରେ ସାମିଲ ଅଛନ୍ତି ଦୁଇ ଜଣ ଡିଏସପି, ୬ ଜଣ ଇନିସପେକ୍ଟରଙ୍କ ସମେତ ଭିଜିଲାନ୍ସର ଅନ୍ୟ କର୍ମଚାରୀ । ବର୍ତ୍ତମାନ ସୁଦ୍ଧା ବଂଶୀଧର ସେଠୀଙ୍କ ପାଖରୁ କେତେ ଆୟ ବହିର୍ଭୂତ ସମ୍ପତ୍ତି ଠାବ ହୋଇଛି ତାହା ସ୍ପଷ୍ଟ ହୋଇିନି ।

ଆହୁରି ପଢ଼ନ୍ତୁ: ଛାତ୍ରଛାତ୍ରୀଙ୍କ ପାଇଁ ବଡ଼ ଘୋଷଣା: ଦୁର୍ଘଟଣାରେ ମୃତ୍ୟୁ ବା ସ୍ଥାୟୀ ବିକଳାଙ୍ଗ ହେଲେ ମିଳିବ ୨ ଲକ୍ଷ ଟଙ୍କାର ସହାୟତା ରାଶି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର