ଭିଜିଲାନ୍ସ ପଞ୍ଝାରେ ସିଏସ୍ଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚାଲିଛି ରେଡ୍

The Sakala Picture
Published On

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାଦୀ ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ବ୍ରହ୍ମପୁର, ବାଲେଶ୍ୱର ଓ ଭୁବନେଶ୍ୱରରେ ଭିଜିଲାନ୍ସ ରେଡ୍ କରିଛି ଭିଜିଲାନ୍ସ । ଏହାସହ ଗଞ୍ଜାମ ଛତ୍ରପୁରର ୨ଟି ସ୍ଥାନରେ ଚାଲିଛି ଚଢ଼ାଉ । ଛତ୍ରପୁର ରାମନଗର ପ୍ରଥମ ଲେନ୍‌ରେ ଥିବା ଦୁଇ ମହଲା ଘର, ଗୋଟେ ମହଲା ମାର୍କେଟ୍ କମ୍ପ୍ଲେକ୍ସରେ ଚାଲିଛି ଚଢ଼ାଉ […]

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାଦୀ ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ବ୍ରହ୍ମପୁର, ବାଲେଶ୍ୱର ଓ ଭୁବନେଶ୍ୱରରେ ଭିଜିଲାନ୍ସ ରେଡ୍ କରିଛି ଭିଜିଲାନ୍ସ । ଏହାସହ ଗଞ୍ଜାମ ଛତ୍ରପୁରର ୨ଟି ସ୍ଥାନରେ ଚାଲିଛି ଚଢ଼ାଉ । ଛତ୍ରପୁର ରାମନଗର ପ୍ରଥମ ଲେନ୍‌ରେ ଥିବା ଦୁଇ ମହଲା ଘର, ଗୋଟେ ମହଲା ମାର୍କେଟ୍ କମ୍ପ୍ଲେକ୍ସରେ ଚାଲିଛି ଚଢ଼ାଉ ।

ଆହୁରି ପଢ଼ନ୍ତୁ: ଯାଜପୁରରେ ମର୍ମନ୍ତୁଦ ସଡକ ଦୁର୍ଘଟଣା: ହାଇୱାକୁ ପଛରୁ ପିଟିଲା ବୋଲେରୋ, ୫ ମୃତ

ବ୍ରହ୍ମପୁର ଖାରବେଳନଗର ତୃତୀୟ ଲେନ୍‌ରେ ଥିବା ଦୁଇ ମହଲା କୋଠାରେ ଭିଜିଲାନ୍ସ ରେଡ୍ । ଏହି ଘରକୁ ଭଡ଼ାରେ ଦିଆଯାଇଛି । ବାଲେଶ୍ବର ଅଙ୍ଗାରଗାଡ଼ିଆରେ ଥିବା ଅନାଦୀଙ୍କ ବଡ଼ ଝିଅ ଡକ୍ଟର ନିବେଦିତା ବେହେରାଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ । ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ମା’ ରେସିଡେନ୍ସି ନାମକ ଓୟୋ ହୋଟେଲରେ ଚାଲିଛି ରେଡ୍ । ଏହି ହୋଟେଲରେ ଅନାଦୀଙ୍କ ବଡ଼ପୁଅ ସୌମ୍ୟ ରଞ୍ଜନ ବେହେରା ରହୁଥିବା ସୂଚନା ରହିଛି । ଚଢ଼ାଉରେ ୪ଜଣ ଡିଏସପି, ୮ ଇନସ୍ପେକ୍ଟର ସାମିଲ ଅଛନ୍ତି । ପୂର୍ବରୁ ଗଜପତିର ଯୋଗାଣ ଅଧିକାରୀ ଥିଲେ । ଏବେ ହେଡକ୍ବାର୍ଟରରେ କାର୍ଯ୍ୟରତ  ଅଛନ୍ତି ।

ଆହୁରି ପଢ଼ନ୍ତୁ: ମହୁ ସଂଗ୍ରହ କରିବାକୁ ଯାଇ ପଥର ଖୋଲରେ ଫସିଗଲା ନାବାଳକଙ୍କ ମୁଣ୍ଡ, ଉଦ୍ଧାର କଲା ଅଗ୍ନିଶମ ବିଭାଗ

ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଚଢାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି । ବ୍ରହ୍ମପୁର ସ୍ପେଶାଲ ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚାଲିଛି ଚଢାଉ । ଏହି ଚଢାଉରେ ୪ ଜଣ ଡିଏସ୍‌ପି, ୮ ଜଣ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

ଆହୁରି ପଢ଼ନ୍ତୁ: ଓଡ଼ିଶାରେ ପ୍ରତିଷ୍ଠା ହେବ ୫ଟି ସ୍ୱତନ୍ତ୍ର ସାଇବର କୋର୍ଟ: ଆଇନ ମନ୍ତ୍ରୀ

20 Jun 2022 By The Sakala

ଭିଜିଲାନ୍ସ ପଞ୍ଝାରେ ସିଏସ୍ଓ, ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ୫ଟି ସ୍ଥାନରେ ଚାଲିଛି ରେଡ୍

ଭୁବନେଶ୍ୱର: ଭିଜିଲାନ୍ସ ଜାଲରେ ଯୋଗାଣ ଅଧିକାରୀ। ଆୟ ବହିର୍ଭୂତ ସମ୍ପତ୍ତି ଠୁଳ ଅଭିଯୋଗରେ ଅନାଦୀ ଚରଣ ସେଠୀଙ୍କ ଘରେ ଭିଜିଲାନ୍ସ ଚଢାଉ କରିଛି । ଏକକାଳୀନ ୫ଟି ସ୍ଥାନରେ ଚାଲିଛି ରେଡ୍ । ବ୍ରହ୍ମପୁର, ବାଲେଶ୍ୱର ଓ ଭୁବନେଶ୍ୱରରେ ଭିଜିଲାନ୍ସ ରେଡ୍ କରିଛି ଭିଜିଲାନ୍ସ । ଏହାସହ ଗଞ୍ଜାମ ଛତ୍ରପୁରର ୨ଟି ସ୍ଥାନରେ ଚାଲିଛି ଚଢ଼ାଉ । ଛତ୍ରପୁର ରାମନଗର ପ୍ରଥମ ଲେନ୍‌ରେ ଥିବା ଦୁଇ ମହଲା ଘର, ଗୋଟେ ମହଲା ମାର୍କେଟ୍ କମ୍ପ୍ଲେକ୍ସରେ ଚାଲିଛି ଚଢ଼ାଉ ।

ବ୍ରହ୍ମପୁର ଖାରବେଳନଗର ତୃତୀୟ ଲେନ୍‌ରେ ଥିବା ଦୁଇ ମହଲା କୋଠାରେ ଭିଜିଲାନ୍ସ ରେଡ୍ । ଏହି ଘରକୁ ଭଡ଼ାରେ ଦିଆଯାଇଛି । ବାଲେଶ୍ବର ଅଙ୍ଗାରଗାଡ଼ିଆରେ ଥିବା ଅନାଦୀଙ୍କ ବଡ଼ ଝିଅ ଡକ୍ଟର ନିବେଦିତା ବେହେରାଙ୍କ ଘରେ ଚାଲିଛି ଭିଜିଲାନ୍ସ ରେଡ୍ । ଭୁବନେଶ୍ବର ଚନ୍ଦ୍ରଶେଖରପୁରରେ ଥିବା ମା’ ରେସିଡେନ୍ସି ନାମକ ଓୟୋ ହୋଟେଲରେ ଚାଲିଛି ରେଡ୍ । ଏହି ହୋଟେଲରେ ଅନାଦୀଙ୍କ ବଡ଼ପୁଅ ସୌମ୍ୟ ରଞ୍ଜନ ବେହେରା ରହୁଥିବା ସୂଚନା ରହିଛି । ଚଢ଼ାଉରେ ୪ଜଣ ଡିଏସପି, ୮ ଇନସ୍ପେକ୍ଟର ସାମିଲ ଅଛନ୍ତି । ପୂର୍ବରୁ ଗଜପତିର ଯୋଗାଣ ଅଧିକାରୀ ଥିଲେ । ଏବେ ହେଡକ୍ବାର୍ଟରରେ କାର୍ଯ୍ୟରତ  ଅଛନ୍ତି ।

ତେବେ ଏବେ ଯାଏଁ କେତେ ପରିମାଣର ସମ୍ପତ୍ତି ଜବତ ହୋଇଛି । ତାହା ଏବେ ଯାଏଁ ସ୍ପଷ୍ଟ ହୋଇନାହିଁ । ଚଢାଉ ଶେଷ ହେବା ପରେ ଭିଜିଲାନ୍ସ ପକ୍ଷରୁ ସବିଶେଷ ତଥ୍ୟ ଦିଆଯିବ ବୋଲି ସୂଚନା ମିଳିଛି । ବ୍ରହ୍ମପୁର ସ୍ପେଶାଲ ଭିଜିଲାନ୍ସ ଜଜଙ୍କ ୱାରେଣ୍ଟ ବଳରେ ଚାଲିଛି ଚଢାଉ । ଏହି ଚଢାଉରେ ୪ ଜଣ ଡିଏସ୍‌ପି, ୮ ଜଣ ଇନସ୍ପେକ୍ଟର ଓ ଅନ୍ୟ କର୍ମଚାରୀ ସାମିଲ ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର