ପାରାଦୀପ ପୋର୍ଟରେ ମର୍ମନ୍ତୁଦ ଦୁର୍ଘଟଣା

The Sakala Picture
Published On

ପାରାଦୀପ: ଗତକାଲି ବିଳମ୍ବିତ ରାତିରେ ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଏକ ଡାଲା ବଡି ଟ୍ରକ ଦ୍ରୂତ ଗତିରେ ଆସି ବ୍ରେକଡାଉନ ହୋଇଥିବା ଏକ ଆଇପିଟି ଡମ୍ଫରକୁ ଜୋରରେ ଧକ୍କା ଦେବା ଫଳରେ ଡମ୍ପରଟି ଓଲଟି ପଡ଼ିଥିଲା। ସେଥିରେ ଥିବା ଦୁଇ ଜଣ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଚନ୍ଦନ ଜେନା ଓ ରତ୍ନାକର ସ୍ବାଇଁ । ସୂଚନା ଅନୁସାରେ ଡମ୍ଫର ଖରାପ ହୋଇଥିବାରୁ ଏହାର ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରକୁ ଡାକି ଇଞ୍ଜିନ ସଜାଡୁଥିଲେ […]

ପାରାଦୀପ: ଗତକାଲି ବିଳମ୍ବିତ ରାତିରେ ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଏକ ଡାଲା ବଡି ଟ୍ରକ ଦ୍ରୂତ ଗତିରେ ଆସି ବ୍ରେକଡାଉନ ହୋଇଥିବା ଏକ ଆଇପିଟି ଡମ୍ଫରକୁ ଜୋରରେ ଧକ୍କା ଦେବା ଫଳରେ ଡମ୍ପରଟି ଓଲଟି ପଡ଼ିଥିଲା। ସେଥିରେ ଥିବା ଦୁଇ ଜଣ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଚନ୍ଦନ ଜେନା ଓ ରତ୍ନାକର ସ୍ବାଇଁ ।

ଆହୁରି ପଢ଼ନ୍ତୁ: ଲାଞ୍ଚ ମାମଲାରେ ୨ ଅବସରପ୍ରାପ୍ତ ବନ ବିଭାଗ ଅଧିକାରୀଙ୍କୁ ୩ ବର୍ଷର ସଶ୍ରମ କାରାଦଣ୍ଡ

ସୂଚନା ଅନୁସାରେ ଡମ୍ଫର ଖରାପ ହୋଇଥିବାରୁ ଏହାର ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରକୁ ଡାକି ଇଞ୍ଜିନ ସଜାଡୁଥିଲେ । ଏତିକି ବେଳେ ଡାଲାବଡି ଟ୍ରକଟି ଆସି ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ଡମ୍ଫରର କ୍ୟାବିନ ଗାଡିରୁ ଅଲଗା ହୋଇ ଓଲଟି ପଡିଥିଲା ଏବଂ ଏହା ମଧ୍ୟରେ ଥିବା ଦୁଇ ଜଣ ଯାକ ଡ୍ରାଇଭର ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ IPT ଡମ୍ପର ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୋର୍ଟ ଦୁଇ ନମ୍ବର ଓ ତିନି ନମ୍ବର ଫାଟକ ନିକଟରେ ବିକ୍ଷୋଭ କରୁଛନ୍ତି । ଫଳରେ ପୋର୍ଟ ମଧ୍ୟରେ ପଣ୍ୟ ପରିବହନ ଠପ୍ ହୋଇଯାଇଥିବା ଖବର ମିଳିଛି ।

ଆହୁରି ପଢ଼ନ୍ତୁ: ରାଜଧାନୀବାସୀଙ୍କୁ ମିଳିବ ଉନ୍ନତ ଆୟୁର୍ବେଦିକ ସେବା: ୧୦୦ ଶଯ୍ୟା ବିଶିଷ୍ଟ ହେବ ସରକାରୀ ଆୟୁର୍ବେଦିକ ହସ୍ପିଟାଲ

04 May 2025 By The Sakala

ପାରାଦୀପ ପୋର୍ଟରେ ମର୍ମନ୍ତୁଦ ଦୁର୍ଘଟଣା

ପାରାଦୀପ: ଗତକାଲି ବିଳମ୍ବିତ ରାତିରେ ପାରାଦୀପ ପୋର୍ଟ ନିଷିଦ୍ଧାଞ୍ଚଳରେ ଏକ ଡାଲା ବଡି ଟ୍ରକ ଦ୍ରୂତ ଗତିରେ ଆସି ବ୍ରେକଡାଉନ ହୋଇଥିବା ଏକ ଆଇପିଟି ଡମ୍ଫରକୁ ଜୋରରେ ଧକ୍କା ଦେବା ଫଳରେ ଡମ୍ପରଟି ଓଲଟି ପଡ଼ିଥିଲା। ସେଥିରେ ଥିବା ଦୁଇ ଜଣ ଡ୍ରାଇଭରଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି। ମୃତକମାନେ ହେଲେ ଚନ୍ଦନ ଜେନା ଓ ରତ୍ନାକର ସ୍ବାଇଁ ।

ସୂଚନା ଅନୁସାରେ ଡମ୍ଫର ଖରାପ ହୋଇଥିବାରୁ ଏହାର ଡ୍ରାଇଭର ଅନ୍ୟ ଜଣେ ଡ୍ରାଇଭରକୁ ଡାକି ଇଞ୍ଜିନ ସଜାଡୁଥିଲେ । ଏତିକି ବେଳେ ଡାଲାବଡି ଟ୍ରକଟି ଆସି ଦୁର୍ଘଟଣା ଘଟାଇଥିଲା । ଦୁର୍ଘଟଣା ଏତେ ଜୋରରେ ଥିଲା ଯେ ଡମ୍ଫରର କ୍ୟାବିନ ଗାଡିରୁ ଅଲଗା ହୋଇ ଓଲଟି ପଡିଥିଲା ଏବଂ ଏହା ମଧ୍ୟରେ ଥିବା ଦୁଇ ଜଣ ଯାକ ଡ୍ରାଇଭର ଚାପି ହୋଇ ମୃତ୍ୟୁବରଣ କରିଛନ୍ତି । ଦୁର୍ଘଟଣା ଘଟାଇଥିବା ଟ୍ରକର ଡ୍ରାଇଭର ଘଟଣାସ୍ଥଳରୁ ଫେରାର ହୋଇଯାଇଛି। ମୃତକଙ୍କ ପରିବାରକୁ କ୍ଷତିପୂରଣ ଦାବିରେ IPT ଡମ୍ପର ଡ୍ରାଇଭରମାନେ ଆନ୍ଦୋଳନକୁ ଓହ୍ଲାଇଛନ୍ତି । ପୋର୍ଟ ଦୁଇ ନମ୍ବର ଓ ତିନି ନମ୍ବର ଫାଟକ ନିକଟରେ ବିକ୍ଷୋଭ କରୁଛନ୍ତି । ଫଳରେ ପୋର୍ଟ ମଧ୍ୟରେ ପଣ୍ୟ ପରିବହନ ଠପ୍ ହୋଇଯାଇଥିବା ଖବର ମିଳିଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର