ଜୁଲାଇ ୨ରୁ ମାସବ୍ୟାପୀ ବିଧାନସଭା ମାର୍ଗ ସିଲ୍‍, ଜାଣନ୍ତୁ କେଉଁ ବାଟେ ଯିବେ ….

The Sakala Picture
Published On

ଭୁବନେଶ୍ୱର : ଆସନ୍ତା ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୌସୁମୀ ଅଧିବେଶନ ଚାଲିବ। ଏହି ପରିପ୍ରେକ୍ଷୀରେ ବିଧାନସଭା ମାର୍ଗରେ ଟ୍ରାଫିକ କଟକଣା ଜାରିକରିଛି କମିସନରେଟ୍‍ ପୁଲିସ। ଉକ୍ତ ସଂଲଗ୍ନ ରାସ୍ତାରେ ସର୍ବସାଧାରଣଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି। ତେବେ ଜୁଲାଇ ୭ରୁ ୧୨ ତାରିଖ ଛୁଟି ଥିବାରୁ ଏହି ଦିନଗୁଡ଼ିକରେ ଟ୍ରାଫିକ କଟକଣାକୁ କୋହଳ କରାଯିବ। PUBLIC NOTICE pic.twitter.com/XrxgrFULIf — COMMISSIONERATE POLICE (@cpbbsrctc) June 21, 2022 ସେହିପରି ଜୟଦେବ […]

ଭୁବନେଶ୍ୱର : ଆସନ୍ତା ଜୁଲାଇ ୨ରୁ ଅଗଷ୍ଟ ୪ ତାରିଖ ପର୍ଯ୍ୟନ୍ତ ବିଧାନସଭା ମୌସୁମୀ ଅଧିବେଶନ ଚାଲିବ। ଏହି ପରିପ୍ରେକ୍ଷୀରେ ବିଧାନସଭା ମାର୍ଗରେ ଟ୍ରାଫିକ କଟକଣା ଜାରିକରିଛି କମିସନରେଟ୍‍ ପୁଲିସ। ଉକ୍ତ ସଂଲଗ୍ନ ରାସ୍ତାରେ ସର୍ବସାଧାରଣଙ୍କ ଯାତାୟତ ଉପରେ କଟକଣା ଜାରି କରାଯାଇଛି। ତେବେ ଜୁଲାଇ ୭ରୁ ୧୨ ତାରିଖ ଛୁଟି ଥିବାରୁ ଏହି ଦିନଗୁଡ଼ିକରେ ଟ୍ରାଫିକ କଟକଣାକୁ କୋହଳ କରାଯିବ।

ଆହୁରି ପଢ଼ନ୍ତୁ: ବାଲିଅନ୍ତା ସୌମ୍ୟ ହତ୍ୟା ଘଟଣା: ମୁଖ୍ୟ ଅଭିଯୁକ୍ତ ବିନୋଦ ବେହେରାକୁ ଗିରଫ କଲା କ୍ରାଇମବ୍ରାଞ୍ଚ

ସେହିପରି ଜୟଦେବ ଭବନ ଠାରୁ ରବୀନ୍ଦ୍ର ମଣ୍ଡପ ଛକ, ରବୀନ୍ଦ୍ର ମଣ୍ଡପ ଛକ ଠାରୁ ୧୨୦ ବାଟାଲିୟନ ଛକ ଯାଏଁ ଲୋକଙ୍କ ଗମନାଗମନ ଉପରେ ପ୍ରତିବନ୍ଧକ ଲଗାଯାଇଛି। ଅନୁମତି ପାଇ ନ ଥିବା ଲୋକେ ଯେପରି ଉକ୍ତ ରାସ୍ତାରେ ପ୍ରବେଶ ନ କରିପାରିବେ ସେଥିପାଇଁ ୩ଟି ପଏଣ୍ଟ କରାଯାଇଛି। କେବଳ ଲୋକସେବା ଭବନ ଓ ବିଧାନସଭା କର୍ମଚାରୀଙ୍କ ସହ ଅନୁମତି ଥିବା କର୍ମଚାରୀ ପରିଚୟପତ୍ର ଦେଖାଇ ଯାତାୟାତ କରିପାରିବେ ବୋଲି କୁହାଯାଇଛି। ସେହିଭଳି ବିଧାନସଭା, ରାଜ୍ୟ ସଚିବାଳୟ ଏବଂ ଅନ୍ୟାନ୍ୟ ସରକାରୀ କାର୍ଯ୍ୟାଳୟକୁ ଯାଉଥିବା ଅଧିକୃତ ଗାଡ଼ି ପାଇଁ କଟକଣା ଲାଗୁ ହେବନାହିଁ।

କେଉଁବାଟେ ଯିବେ

  • ହାଉସିଂବୋର୍ଡ ଛକ ପଟୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ କେଶରୀ ଟକିଜ ଠାରୁ ଆଗକୁ ନ ଯାଇ ବାମପଟ ରାସ୍ତା ଦେଇ ଗନ୍ତବ୍ୟସ୍ଥଳକୁ ଯାଇପାରିବେ।
  • ଏଜି ଛକ ପଟୁ ପିଏମ୍‍ଜି ଛକ ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ ଜୟଦେବ ଭବନ ପାଖରେ ଅଟକି ଡାହାଣ ପଟରେ ଥିବା ଇନ୍ଦରା ଗାନ୍ଧୀ ପାର୍କ ରାସ୍ତା ଦେଇ ଗନ୍ତବ୍ୟବସ୍ଥଳକୁ ଯାଇପାରିବେ।
  • ମାଷ୍ଟରକ୍ୟାଣ୍ଟିନ ପଟୁ ଅପର ପିଏମ୍‍ଜି ଆଡ଼କୁ ଆସୁଥିବା ସମସ୍ତ ଗାଡ଼ିଗୁଡିକ ଲୋୟର ପିଏମ୍‍ଜି ଛକ ଠାରୁ ବାମ କିମ୍ବା ଡାହାଣ ପାର୍ଶ୍ବ ଦେଇ ଯାଇପାରିବେ। କିନ୍ତୁ ସେମାନଙ୍କୁ ମହାତ୍ମାଗାନ୍ଧୀ ମାର୍ଗରେ ଯିବା ଲାଗି ଅନୁମତି ଦିଆଯିବ ନାହିଁ।
  • ୧୨୦ ବାଟାଲିୟନ ଛକ ପଟୁ ପିଏମ୍‍ଜି ଛକ ଆଡ଼କୁ ଆସୁଥିବା ଗାଡ଼ିଗୁଡ଼ିକ ପାୱାର ହାଉସ୍‍ ଛକ ଆଡ଼କୁ ଯିବେ।
  • ରାଜଭବନ ଛକ ପଟୁ ଏମଏଲ୍‍ଏକଲୋନୀ ଏବଂ ରବୀନ୍ଦ୍ର ମଣ୍ଡପ ଯାଉଥିବା ସମସ୍ତ ଗାଡ଼ିଗୁଡିକ ଶାସ୍ତ୍ରୀନଗର ଆଡ଼କୁ ଯିବେ।
22 Jun 2022 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର