ପୁରୀର ଏକ ହୋଟେଲରୁ TMC ନେତା ଦିଲ୍ଲୀପ ମଣ୍ଡଳଙ୍କୁ ଉଠାଇନେଲା ପଶ୍ଚିମବଙ୍ଗ ପୁଲିସ୍

Madhusudan Das Picture
Published On

ପୁରୀ: ପୁରୀରୁ TMC ନେତାଙ୍କୁ ଉଠାଇନେଲା ପଶ୍ଚିମବଙ୍ଗ ପୁଲିସ୍ । ପଶ୍ଚିମବଙ୍ଗର ତୃଣମୂଳ କଂଗ୍ରେସ ବିଧାୟକ ତଥା ମମତା ସରକାରଙ୍କ ଜଣେ ପୂର୍ବତ୍ତନ ମନ୍ତ୍ରୀଙ୍କୁ ପୁରୀର ଏକ ହୋଟେଲରୁ ଗିରଫ କରିଛି ପଶ୍ଚିମବଙ୍ଗ ପୁଲିସ୍ ଓ ଏସଟିଏଫ। ମନି ଲଣ୍ଡରିଂ ମାମଲାରେ ତାଙ୍କୁ ପଶ୍ଚିମବଙ୍ଗରୁ ପିଛା କରି ପୁରୀରେ ପହଞ୍ଚିଥିଲା ଏସଟିଏଫ। ପୋଲିସର ସୂଚନାନୁସାରେ, ବର୍ତ୍ତମାନ ତାଙ୍କୁ ଟ୍ରାଞ୍ଜିଟ୍ ରିମାଣ୍ଡରେ କୋଲକାତା ନିଆଯାଉଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଚାଳକଙ୍କ ଉନ୍ମତ୍ତ କାଣ୍ଡ: ଦ୍ରୁତ ଗତିରେ ଆସି ଏକାଧିକ ଗାଡ଼ିକୁ ଧକ୍କା ଦେଲା ବିଳାସପୂର୍ଣ୍ଣ କାର୍, ୫ ଆହତ

ଦିଲୀପ ମଣ୍ଡଳ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ବିଷ୍ଣୁପୁର ନିର୍ବାଚନମଣ୍ଡଳୀର ବିଧାୟକ ଅଟନ୍ତି। ନିକଟରେ ସୋସିଆଲ ମିଡିଆରେ ବିଧାୟକଙ୍କ ଏକ ଭିଡିଓ ଭାଇରାଲ ହୋଇଥିଲା। ଏହି ଭିଡିଓରେ ସେ ଅନ୍ୟ ଏକ ରାଜନୈତିକ ଦଳର କର୍ମୀ ଓ ସମର୍ଥକମାନଙ୍କୁ ଧମକ ଦେଉଥିବା ଅଭିଯୋଗ ହୋଇଥିଲା। ଏହି ଘଟଣାକୁ ନେଇ ପୋଲିସ ଷ୍ଟେସନରେ ଏକ ମାମଲା ରୁଜୁ ହୋଇଥିଲା ଏବଂ ପୋଲିସ ଜାମିନବିହୀନ ଦଫା ଲଗାଇ ତଦନ୍ତ ଆରମ୍ଭ କରିଥିଲା।

ଆହୁରି ପଢ଼ନ୍ତୁ: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖସିଗଲା ହୁଲକ୍ ଗିବନ୍, ପର୍ଯ୍ୟଟକ ପାଟି ଶୁଣି ପୁଣି ନିଜେ ଫେରିଲା ଖୁଆଡ଼କୁ

ତଦନ୍ତ ଆଧାରରେ ଗତ ମେ ୧୪ ତାରିଖରେ ଦକ୍ଷିଣ ୨୪ ପ୍ରଗଣା ଜିଲ୍ଲାର ପାଇଲାନସ୍ଥିତ ବିଧାୟକଙ୍କ ଆଲିସାନ ଘରେ ପୋଲିସ ଚଢ଼ାଉ କରିଥିଲା। ତେବେ ପୋଲିସ ଆସିବା ଖବର ପାଇ ସେ ଘରୁ ଫେରାର ହୋଇଯାଇଥିଲେ। ସେବେଠାରୁ ଦିଲୀପ ଆତ୍ମଗୋପନ କରିଥିଲେ ଏବଂ ପୋଲିସ ବିଭିନ୍ନ ସ୍ଥାନରେ ଖୋଜାଖୋଜି ଜାରି ରଖିଥିଲା। ଦୁଇ ଦିନ ତଳେ ରାଜ୍ୟ ପୋଲିସର ଏସଟିଏଫ ଖବର ପାଇଥିଲା ଯେ ଦିଲୀପ ପୁରୀର ଏକ ହୋଟେଲରେ ଲୁଚି ରହିଛନ୍ତି। ଏହାପରେ ଡାଇମଣ୍ଡ ହାର୍ବର ପୋଲିସ ସହିତ ମିଶି ଏସଟିଏଫ ପୁରୀ ହୋଟେଲରେ ପହଞ୍ଚି ଚଢ଼ାଉ କରିବା ସହ ତାଙ୍କୁ କାବୁ କରିଥିଲା। ପୂର୍ବରୁ ଏହି ମାମଲାରେ ବିଧାୟକଙ୍କ ପୁଅଙ୍କୁ ମଧ୍ୟ ଗିରଫ କରାଯାଇଥିଲା ।

ଆହୁରି ପଢ଼ନ୍ତୁ: ଆଜି ଗୁରୁ ଦିବସ; ଭାରତୀୟ ସଂସ୍କୃତିରେ ଗୁରୁ-ଶିଷ୍ୟ ପରମ୍ପରା ଅକ୍ଷୁର୍ଣ୍ଣ ଓ ପବିତ୍ର

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର