ଅଜଣା ଗାଡ଼ି ଧକ୍କାରେ ଜୀବନ୍ତ ଜଳିଗଲେ ବାଇକ୍ ଆରୋହୀ, ଅନ୍ୟ ଜଣେ ଗୁରୁତର

Madhusudan Das Picture
Published On

ଅନୁଗୋଳ: ଅନୁଗୋଳ ଜିଲ୍ଲାରେ ଏକ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ଧକ୍କା ଦେବା ଫଳରେ ଜଣେ ବାଇକ୍ ଆରୋହୀ ଜୀବନ୍ତ ଦଗ୍ଧ ହୋଇଯାଇଥିବା ବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି।

ଆହୁରି ପଢ଼ନ୍ତୁ: କଟକ ଜଗତପୁର ଶିଳ୍ପାଞ୍ଚଳରେ ଥିବା ଏକ କ୍ଷୀର ଫ୍ୟାକ୍ଟ୍ରିରେ ଭୟାବହ ଅଗ୍ନିକାଣ୍ଡ

ସୂଚନା ଅନୁଯାୟୀ, ଗତ ବିଳମ୍ବିତ ରାତିରେ ଅନୁଗୋଳ ଜିଲ୍ଲା ସମଲ ଥାନା ଅନ୍ତର୍ଗତ ସମାକୋଇ ବ୍ରିଜ୍ ନିକଟସ୍ଥ ବୁରୁକୁନା ଛକ ୧୪୯ ନମ୍ବର ଜାତୀୟ ରାଜପଥରେ ଏହି ଛାତିଥରା ଦୁର୍ଘଟଣା ଘଟିଛି। ଏକ ଅଜଣା ଗାଡ଼ି ସେମାନଙ୍କ ବାଇକକୁ ଧକ୍କା ଦେଇ ଫେରାର ହୋଇଯାଇଥିଲା। ଧକ୍କା ଏତେ ଜୋରଦାର ଥିଲା ଯେ, ବାଇକ୍‌ଟିରେ ସଙ୍ଗେ ସଙ୍ଗେ ନିଆଁ ଲାଗିଯାଇଥିଲା। ଫଳରେ ଜଣେ ଆରୋହୀ ସେଥିରେ ଫସିଯାଇ ଘଟଣାସ୍ଥଳରେ ହିଁ ଜୀବନ୍ତ ଜଳିଯାଇଥିଲେ। ନିଆଁରେ ବାଇକ୍‌ଟି ସମ୍ପୂର୍ଣ୍ଣ ରୂପେ ପୋଡ଼ି ପାଉଁଶ ହୋଇଯାଇଛି।

ଆହୁରି ପଢ଼ନ୍ତୁ: ଡାକ୍ତରୀ ଛାତ୍ରୀ ଚନ୍ଦ୍ରିକା ହେମ୍ବ୍ରମ ମୃତ୍ୟୁ ମାମଲା: ପୁରୁଷ ବନ୍ଧୁ ଭୀମସେନ ପ୍ରସାଦ ଟୁଡୁଙ୍କୁ ମିଳିଲା ସର୍ତ୍ତମୂଳକ ଜାମିନ

ଦୁର୍ଘଟଣାଗ୍ରସ୍ତ ବାଇକ୍‌ରେ ଥିବା ଅନ୍ୟ ଜଣେ ଯୁବକ ଗୁରୁତର ଆହତ ହୋଇଛନ୍ତି। ତାଙ୍କୁ ଉଦ୍ଧାର କରି ପ୍ରଥମେ ଖମାର ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା। ସେଠାରେ ତାଙ୍କ ସ୍ୱାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଅଧିକ ଚିକିତ୍ସା ନିମନ୍ତେ ତାଙ୍କୁ ଅନୁଗୋଳ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ସ୍ଥାନାନ୍ତର କରାଯାଇଛି। ଖବର ପାଇ ସମଲ ପୋଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ମୃତକଙ୍କ ପରିଚୟ ବର୍ତ୍ତମାନ ସୁଦ୍ଧା ମିଳିପାରି ନାହିଁ। ଫେରାର ଥିବା ଅଜଣା ଗାଡ଼ିକୁ ଚିହ୍ନଟ କରିବା ପାଇଁ ପୋଲିସ ପକ୍ଷରୁ ଛାନ୍‌ଭିନ୍ ଜାରି ରହିଛି।

ଆହୁରି ପଢ଼ନ୍ତୁ: ଯାତ୍ରା ମଞ୍ଚରେ ଉତ୍ତେଜନା: ଅଭିନେତ୍ରୀ ନିଶା ମହାରଣାଙ୍କ ଉପରକୁ ଚେୟାର ଓ ପାଣି ବୋତଲ ମାଡ଼

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର