ଟିପିସିଓଡିଏଲ୍‌ ପକ୍ଷରୁ ସଫଳତାର ସହ ୨୧୪୦ ମେଗାୱାଟ୍‌ର ସର୍ବକାଳୀନ ସର୍ବୋଚ୍ଚ ବିଦ୍ୟୁତ ଚାହିଦା ପୂରଣ

The Sakala Picture
Published On

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପିସିଓଡିଏଲ୍‌ ଏପ୍ରିଲ ମାସରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ ଚାହିଦାକୁ ବିନା ନେଟୱାର୍କ ସମସ୍ୟାରେ ସଫଳତାର ସହ ପୂରଣ କରିଛି। ଏପ୍ରିଲ ୩୦ ରେ ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୫.୪ ଡିଗ୍ରୀ ସେଲସିୟସ ଥିବା ବେଳେ ବିଦ୍ୟୁତ ଚାହିଦା ୬୨୭ ମେଗାୱାଟରେ ପହଂଚିଥିଲା। ଗତବର୍ଷ ଟିପିସିଓଡିଏଲ୍‌ ଅଂଚଳରେ ସର୍ବାଧିକ ବିଦ୍ୟୁତ ଚାହିଦା ୧୮୭୬ ମେଗାୱାଟ୍‌ ଥିବା ବେଳେ ସେଥିମଧ୍ୟରୁ ୫୧୪ ମେଗାୱାଟ୍‌ […]

ଭୁବନେଶ୍ୱର: ଟାଟା ପାୱାର ଏବଂ ଓଡ଼ିଶା ସରକାରଙ୍କ ଏକ ଯୌଥ ଉଦ୍ୟୋଗ ଟିପିସିଓଡିଏଲ୍‌ ଏପ୍ରିଲ ମାସରେ ୨୧୪୦ ମେଗାୱାଟ୍‌ର ରେକର୍ଡ ସର୍ବୋଚ୍ଚ ବିଦ୍ୟୁତ ଚାହିଦାକୁ ବିନା ନେଟୱାର୍କ ସମସ୍ୟାରେ ସଫଳତାର ସହ ପୂରଣ କରିଛି। ଏପ୍ରିଲ ୩୦ ରେ ରାଜଧାନୀ ଭୁବନେଶ୍ୱରରେ ସର୍ବୋଚ୍ଚ ତାପମାତ୍ରା ୪୫.୪ ଡିଗ୍ରୀ ସେଲସିୟସ ଥିବା ବେଳେ ବିଦ୍ୟୁତ ଚାହିଦା ୬୨୭ ମେଗାୱାଟରେ ପହଂଚିଥିଲା।

ଆହୁରି ପଢ଼ନ୍ତୁ: ମିଠା କିଣାକୁ ନେଇ ବଚସା; ରାଜଧାନୀରେ ଦୋକାନୀଙ୍କୁ ମରଣାନ୍ତକ ଆକ୍ରମଣ

ଗତବର୍ଷ ଟିପିସିଓଡିଏଲ୍‌ ଅଂଚଳରେ ସର୍ବାଧିକ ବିଦ୍ୟୁତ ଚାହିଦା ୧୮୭୬ ମେଗାୱାଟ୍‌ ଥିବା ବେଳେ ସେଥିମଧ୍ୟରୁ ୫୧୪ ମେଗାୱାଟ୍‌ କେବଳ ଭୁବନେଶ୍ୱରରେ ଥିଲା। ଚଳିତ ଋତୁରେ ବର୍ତମାନ ସୁଦ୍ଧା କଂପାନିର ପରିଚାଳନା କ୍ଷେତ୍ରରେ ସର୍ବାଧିକ ଚାହିଦା ୧୫% ଏବଂ ଭୁବନେଶ୍ୱର ସହରରେ ୨୨% ବୃଦ୍ଧି ପାଇଛି। ଭାରତୀୟ ପାଣିପାଗ ବିଭାଗ (ଆଇଏମଡି) ଆକଳନ ଅନୁଯାୟୀ, ଏପ୍ରିଲ ୩୦ ତାରିଖରେ ଭୁବନେଶ୍ୱର ସମେତ ଓଡ଼ିଶାର ୯ଟି ଜିଲ୍ଲା ବିଶ୍ୱର ସବୁଠାରୁ ଉତପ୍ତ ସହର ମଧ୍ୟରେ ଥିଲା। ଗ୍ରୀଷ୍ମ ଲହର ଜାରି ରହିଥିବାରୁ ଚଳିତ ଋତୁରେ ସର୍ବୋଚ୍ଚ ଚାହିଦା ୨୩୨୯ ମେଗାୱାଟକୁ ବୃଦ୍ଧି ପାଇବ ବୋଲି ଆକଳନ କରାଯାଇଛି।

ଆହୁରି ପଢ଼ନ୍ତୁ: ରସିକିଆ ହିନ୍ଦୀ ଶିକ୍ଷକଙ୍କ ବିରୋଧରେ ଛାତ୍ରୀଙ୍କ ଅସଦାଚରଣ ଅଭିଯୋଗ, ଥାନାରେ ଅଟକ

ଚଳିତ ଗ୍ରୀଷ୍ମ ଋତୁରେ ବଢୁଥିବା ବିଦ୍ୟୁତ ଚାହିଦା ମଧ୍ୟରେ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ସୁନିଶ୍ଚିତ କରିବା ପାଇଁ ଡିସ୍‌କମ୍‌ ପକ୍ଷରୁ ଆବଶ୍ୟକ ବ୍ୟବସ୍ଥା କରାଯାଇଛି। ସମଗ୍ର ରାଜ୍ୟରେ ତାପମାତ୍ରା ବୃଦ୍ଧି ପାଉଥିବାରୁ ବିଦ୍ୟୁତ ବିତରଣ ନେଟୱାର୍କ ବ୍ୟବସ୍ଥାକୁ ସୁଦୃଢ଼ କରିବା ଏବଂ ଏହାର ୩୦ ଲକ୍ଷରୁ ଅଧିକ ଗ୍ରାହକଙ୍କୁ ବିଦ୍ୟୁତ ଯୋଗାଣର ବିଶ୍ୱସନୀୟତାରେ ଉନ୍ନତି ଆଣିବା ପାଇଁ ଥର୍ମୋସ୍କାନିଂ, ଅଲ୍‌ଟ୍ରା-ସୋନିକ୍‌ ଟେଷ୍ଟିଂ, ୱେଜ୍‌ କନେକ୍ଟର ସ୍ଥାପନ, ଟ୍ରାନ୍ସଫର ମନିଟରିଂ ୟୁନିଟ୍‌କୁ ବ୍ୟବହାର କରି ଅଟୋ ଟ୍ୟାପ୍‌ ଚେଂଜର୍‌ ଭଳି ପ୍ରଯୁକ୍ତି କାର୍ଯ୍ୟକାରୀ କରାଯାଇଥିଲା ଏବଂ ୩୩ କେଭି ରିଙ୍ଗ ମେନ୍‌ ୟୁନିଟ୍‌ର ଅଟୋମେସନ, ଫଲ୍ଟ ପାସେଜ୍‌ ଇଣ୍ଡିକେଟର ବ୍ୟବହାର କରି ଦ୍ରୁତ ଗତିରେ ତ୍ରୁଟି ଚିହ୍ନଟ କରି ଅଲଗା କରିବା, ବିତରଣ ନେଟ୍‌ୱର୍କ ବ୍ୟବସ୍ଥାକୁ ସୁଦଢ଼ କରିବା ପାଇଁ ଏଲ୍‌ଟି ପାଶ୍ୱର୍ରେ ତ୍ରୁଟିକୁ ସମାଧାନ କରି ଏଲ୍‌ଟି ସୁରକ୍ଷା ଭରସାରେ ଉନ୍ନତି ଆଣିବା ପଦକ୍ଷେପ ଗ୍ରହଣ କରାଯାଇଥିଲା।

ଆହୁରି ପଢ଼ନ୍ତୁ: ଗେରୁଆ ଗାମୁଛା ପକାଇଲେ ରାସନ୍‌ କାର୍ଡରେ ଯୋଡ଼ା ଯାଉଛି ନାମ: ବିରୋଧୀ

ଏହି ଗ୍ରୀଷ୍ମ ଋତୁରେ, ଟିପିସିଓଡିଏଲର ପାୱାର ସିଷ୍ଟମ କଂଟ୍ରୋଲ ସେଂଟର (ପିଏସସିସି) ସମଗ୍ର ବିତରଣ ନେଟୱାର୍କର ବାସ୍ତବ ସମୟ ନିରୀକ୍ଷଣ ପାଇଁ ଏକ ହବ୍‌ ଭାବରେ କାର୍ଯ୍ୟ କରୁଛି ଏବଂ ସାଇଟ୍‌ ଗୁଡ଼ିକରେ କ୍ଷେତ୍ର କର୍ମଚାରୀଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ସୁପରଭାଇଜରି କଂଟ୍ରୋଲ୍‌ ଆଣ୍ଡ ଡାଟା ଅକ୍ୱିଜିସନ୍‌ (ସ୍କାଡା), ପରମିଟ୍‌-ଟୁ-ୱାର୍କ (ପିଟିଡବ୍ଲ୍ୟୁ) ମ୍ୟାନେଜମେଂଟ୍‌ ସିଷ୍ଟମ ପରି ଆଇଟି ଏବଂ ଓଟି ଟେକ୍ନୋଲୋଜିର କାର୍ଯ୍ୟକାରିତା ମାଧ୍ୟମରେ ବିଶ୍ୱସନୀୟ ବିଦ୍ୟୁତ ଯୋଗାଣ ସୁନିଶ୍ଚିତ କରିବାରେ ସାହାଯ୍ୟ କରୁଛି। ପିଏସସିସି ମଧ୍ୟ ବିଦ୍ୟୁତ ସ୍ଥିତି ସମ୍ପର୍କରେ ବାସ୍ତବ ସମୟ ଅପଡେଟ୍‌ ଉପରେ କାର୍ଯ୍ୟକାରୀ ଦଳକୁ ସତର୍କ ସୂଚନା ପଠାଏ, ଏସ୍‌ଏମ୍‌ଏସ୍‌ ସେବା, ସୋସିଆଲ ୍‌ ମିଡିଆ ପ୍ଲାଟଫର୍ମ ମାଧ୍ୟମରେ ଉପଭୋକ୍ତାଙ୍କୁ ତୁରନ୍ତ ଅବଗତ କରାଇବା ପାଇଁ କଲ୍‌ ସେଂଟରରକୁ ଏହି ସୂଚନା ପ୍ରଦାନ କରାଯାଏ।

ଏହି ପିଏସସିସି ଗୁଡ଼ିକୁ ଅପରେସନ୍‌ ଇଞ୍ଜିନିୟରମାନଙ୍କର ଏକ ଉତ୍ସର୍ଗୀକୃତ ଦଳ ଦ୍ୱାରା ପରିଚାଳିତ କରାଯାଉଛି ଯେଉଁମାନେ ଟିପିସିଓଡିଏଲର ୫ଟି ସର୍କଲରେ ୩୩/୧୧ କେଭି ପ୍ରାଥମିକ ସବ୍‌ଷ୍ଟେସନଗୁଡିକର ତଦାରଖ ଏବଂ ନିୟନ୍ତ୍ରଣ କରନ୍ତି ।

“ଓଡ଼ିଶାରେ ଗ୍ରୀଷ୍ମ ପ୍ରବାହ ଅନୁଭୂତ ହେଉଥିବାରୁ ଗ୍ରାହକଙ୍କୁ ସୁରକ୍ଷିତ ରହିବାକୁ ଅନୁରୋଧ କରୁଛୁ। ବଢ଼ୁଥିବା ବିଦ୍ୟୁତ ଚାହିଦାକୁ ପୂରଣ କରିବା ପାଇଁ ଆମେ ବିଭିନ୍ନ ପଦକ୍ଷେପ ଗ୍ରହଣ କରିଛୁ। ଆମେ ଆମର ସମସ୍ତ ଉପଭୋକ୍ତାଙ୍କୁ ନିରବଚ୍ଛିନ୍ନ ବିଜୁଳି ଯୋଗାଣ ପାଇଁ ପ୍ରତିବଦ୍ଧ ରହିଛୁ । ଆମେ ପ୍ରଯୁକ୍ତିରେ ଉନ୍ନତି ଆଣୁଛୁ, ଭୂମି ରକ୍ଷଣାବେକ୍ଷଣ ପାଇଁ ୮୦୦୦ରୁ ଅଧିକ ଲାଇନମ୍ୟାନ୍‌ ନିୟୋଜନ କରିଛୁ ଏବଂ ସୁରୁଖୁରୁରେ ପରିଚାଳନା ସୁନିଶ୍ଚିତ କରିବା ପାଇଁ ଆମର ନେଟୱାର୍କ କ୍ଷମତାକୁ ସୁଦୃଢ଼ କରୁଛୁ ବୋଲି ଟିପିସିଓଡିଏଲ୍‌ର ସିଇଓ ଶ୍ରୀ ଅରଭିନ୍ଦ୍‌ ସିଂହ କହିଛନ୍ତି।’’

ଏହାବ୍ୟତୀତ ୩୩ କେଭି ଓ ୧୧ କେଭି ବ୍ରେକଡାଉନକୁ ତୁରନ୍ତ ସମାଧାନ କରିବା ପାଇଁ ସବ୍‌ ଡିଭିଜନ ସ୍ତରରେ ନାଇଟ୍‌ ବ୍ରେକଡାଉନ୍‌ ଟିମ୍‌ ନିୟୋଜିତ କରାଯାଇଛି, ଅଭିଯୋଗର ସମାଧାନ ପାଇଁ ଫ୍ୟୁଜ୍‌ କଲ୍‌ ସେଂଟର ପ୍ରତିଷ୍ଠା କରାଯାଇଛି ଏବଂ ୮୫୦୦ରୁ ଅଧିକ କର୍ମଚାରୀଙ୍କୁ ତୁରନ୍ତ ବିଭ୍ରାଟ ଦୂର କରିବା ଏବଂ ପିକ୍‌ ଆୱାରରେ ପଦକ୍ଷେପ କାର୍ଯ୍ୟକାରୀ କରିବା ପାଇଁ ନିୟୋଜିତ କରାଯାଇଛି। ଏହାବ୍ୟତୀତ ଟିପିସିଓଡିଏଲର ୫ଟି ସର୍କଲରେ ୬ଟି ଭ୍ରାମ୍ୟମାଣ ବିତରଣ ସବ୍‌ଷ୍ଟେସନ ମୁତୟନ କରାଯାଇଛି ଯାହା ଜରୁରୀକାଳୀନ ଆବଶ୍ୟକତାକୁ ପୂରଣ କରିବା ଏବଂ ସମଗ୍ର ଗ୍ରୀଷ୍ମ ଋତୁରେ ନିର୍ଭରଯୋଗ୍ୟ ବିଜୁଳି ଯୋଗାଣ ସୁନିଶ୍ଚିତ କରିବ ।

04 May 2024 By The Sakala

https://www.thesakala.in/latest-odisha-news/tpcodl-successfully-meets-all-time-peak-power-demand-of-240-mw/article-31898
Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର