ରାଜ୍ୟର ମନ୍ତ୍ରୀମାନଙ୍କ ଦକ୍ଷତା ଦେଖି ଶୀର୍ଷ ନେତୃତ୍ୱଙ୍କ ଅକଲ ଗୁଡୁମ୍‌, ରିପୋର୍ଟ କାର୍ଡ ସାରା ନାଲି ମୁଣ୍ଡୁଳା

The Sakala Picture
Published On

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ସମ୍ପ୍ରସାରଣ ପାଇଁ ରୂପରେଖ ପ୍ରାୟତଃ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଆଶାୟୀଙ୍କ ଛାତି ଧଡ଼ଧଡ଼ ହେଉଛି। ମାତ୍ର ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳର ରୂପରେଖ ପ୍ରସ୍ତୁତ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଛି। ମନ୍ତ୍ରିମଣ୍ଡଳରେ କାହାକୁ ନେବେ, କାହାକୁ ବାଦ୍‌ ଦେବେ ସେ ନେଇ ଆପାତତଃ ନିଷ୍ପତ୍ତି ହୋଇ ସାରିଛି। ମାତ୍ର କୌତୂହଳର ବିଷୟ ହେଉଛି ବିଭାଗ […]

ଭୁବନେଶ୍ୱର: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଗସ୍ତ ପରେ ରାଜ୍ୟ ମନ୍ତ୍ରିମଣ୍ଡଳର ନବକଳେବର ପାଇଁ ସରକାର ପ୍ରସ୍ତୁତ ହେଉଛନ୍ତି। ସମ୍ପ୍ରସାରଣ ପାଇଁ ରୂପରେଖ ପ୍ରାୟତଃ ପ୍ରସ୍ତୁତ ହୋଇ ସାରିଥିବା ବେଳେ ଆଶାୟୀଙ୍କ ଛାତି ଧଡ଼ଧଡ଼ ହେଉଛି। ମାତ୍ର ସମ୍ଭାବ୍ୟ ମନ୍ତ୍ରୀମଣ୍ଡଳର ରୂପରେଖ ପ୍ରସ୍ତୁତ ନିମନ୍ତେ ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କ ଉପରେ ଦାୟିତ୍ୱ ନ୍ୟସ୍ତ ହୋଇଛି। ମନ୍ତ୍ରିମଣ୍ଡଳରେ କାହାକୁ ନେବେ, କାହାକୁ ବାଦ୍‌ ଦେବେ ସେ ନେଇ ଆପାତତଃ ନିଷ୍ପତ୍ତି ହୋଇ ସାରିଛି। ମାତ୍ର କୌତୂହଳର ବିଷୟ ହେଉଛି ବିଭାଗ ହେଁ ବିଭାଗ ବଣ୍ଟନକୁ ନେଇ ବାହାରିଛି କେଁ। ମନ୍ତ୍ରୀମାନଙ୍କ ବିଭାଗଗୁଡ଼ିକର ରିପୋର୍ଟ ଦେଖିବା ପରେ ଦଳର ଶୀର୍ଷ ନେତୃତ୍ୱଙ୍କ ଅକଲ ଗୁଡ଼ୁମ୍‌ ହୋଇ ଯାଇଛି। ମନ୍ତ୍ରୀମାନେ ପ୍ରଦାନ କରିଥିବା ନିଜନିଜ ବିଭାଗର ରିପୋର୍ଟ କାଡର଼୍ କେବଳ ନାଲି ମଣ୍ଡୁଳା, ଛକି ଓ ଶୂନରେ ଭରି ଯାଇଛି। ଗତ ଏକବର୍ଷ ମଧ୍ୟରେ ରାଜ୍ୟରେ ବିକାଶ କାମ ଏକପ୍ରକାର ବନ୍ଦ ହୋଇ ଯାଇଛି। ବିଭିନ୍ନ ବିଭାଗଗୁଡ଼ିକ ନିଜର ବଜେଟ ବରାଦ ଖର୍ଚ୍ଚ କରିବାରେ ଅସଫଳ ହୋଇଛନ୍ତି। ନିଜେ ବିଜେପିର ନେତୃବୃନ୍ଦ ମଧ୍ୟ ଏଭଳି ଅପ୍ରିୟ ସତକୁ ସ୍ୱୀକାର କରୁଛନ୍ତି। ସାରା ବର୍ଷଜାକ ମନ୍ତ୍ରୀମାନେ କେବଳ ଟିଭି ମିଡିଆ ବାଇଟରେ ବଡ଼ ବଡ଼ ମୁହଁ ଫୁଟାଣି ମାରିଛନ୍ତି। ଏପରିସ୍ଥଳେ ଗୁରୁତ୍ୱପୂର୍ଣ୍ଣ ବିଭାଗଗୁଡ଼ିକ କାହାକୁ ଦିଆଯିବ ତାହା ମୁଖ୍ୟମନ୍ତ୍ରୀ ଓ ଦଳର ଶୀର୍ଷ ନେତୃତ୍ୱ ପାଇଁ ଅଡ଼ୁଆ ହୋଇଛି।

ଆହୁରି ପଢ଼ନ୍ତୁ: ରାଜଧାନୀରେ ମଦ୍ୟପ ଡ୍ରାଇଭରର ଆତଙ୍କ: ୫-୬ଟି ବାଇକକୁ ଧକ୍କା ଦେଲା କାର, ଦୁର୍ଘଟଣା ନା ହତ୍ୟା ଉଦ୍ୟମ ?

ବିଶ୍ୱସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ ସୁଭଦ୍ରା ଯୋଜନାରେ ୨ଟି କିସ୍ତିରେ ୧୦ ହଜାର ପ୍ରଦାନ ଏବଂ ଧାନର ଇନପୁଟ ସବସିଡି ବାବଦରେ ୮୦୦ ଟଙ୍କା ପ୍ରଦାନ ଛଡ଼ା ରାଜ୍ୟ ସରକାର ଏହି ବର୍ଷକ ମଧ୍ୟରେ ସେପରି କିଛି ଆଖିଦୃଶିଆ ପଦକ୍ଷେପ ନେଇନାହାନ୍ତି। ଏହା ସତ୍ତେ୍ୱ ଉପରୋକ୍ତ ଦୁଇଟି ଯୋଜନା ମଧ୍ୟ ସଠିକ୍‌ ଭାବେ କାର୍ଯ୍ୟାନ୍ୱୟନ ହୋଇ ନ ଥିବା ଯୋଗୁ ସରକାରଙ୍କୁ ସାଧାରଣରେ ବେଶ୍‌ ସମାଲୋଚିତ ହେବାକୁ ପଡ଼ିଛି। ଏପରିସ୍ଥଳେ ଗତ ଏକବର୍ଷରେ ପ୍ରାୟ ସମସ୍ତ ମନ୍ତ୍ରୀମାନଙ୍କ ପ୍ରଦର୍ଶନକୁ ନେଇ ବିଜେପିର ଶୀର୍ଷ ନେତୃତ୍ୱ ଅସୁଖୀ ବୋଲି କୁହାଯାଉଛି। ବର୍ଷକ ମଧ୍ୟରେ ମନ୍ତ୍ରୀମଣ୍ଡଳର ସଦସ୍ୟ କେବଳ ମିଡିଆ ନିଜ ଉପସ୍ଥିତିକୁ ଜାହିର୍‌ କରିଛନ୍ତି; ମାତ୍ର କାର୍ଯ୍ୟକ୍ଷେତ୍ରରେ ସେମାନଙ୍କ ଉପସ୍ଥିତି ଶୂନ। ରାଜସ୍ୱ ସଂସ୍କାରଠାରୁ ଆରମ୍ଭ କରି ଶ୍ରୀମନ୍ଦିର ସଂସ୍କାର, ଜଳବିବାଦ ଓ ସୀମା ବିବାଦର ସମାଧାନ, ଆଇନ ଶୃଙ୍ଖଳା ପରିସ୍ଥିତି ନିୟନ୍ତ୍ରଣ, ଉନ୍ନୟନ ମୂଳକ କାର୍ଯ୍ୟକ୍ରମ ଯେପରି ମେଟ୍ରୋ ପ୍ରକଳ୍ପ, ୭୫ ହଜାର କିଲୋମିଟର ବିଶ୍ୱସ୍ତରୀୟ ରାସ୍ତା ଆଦି କେବଳ ଗଣମାଧ୍ୟମ ବିବୃତିରେ ସୀମିତ ହୋଇ ରହିଯାଇଛି। ବର୍ଷକ ମଧ୍ୟରେ ସରକାରଙ୍କୁ ସୁନାମ ଅପେକ୍ଷା ଅଧିକ ଦୁର୍ନାମ ମୁଣ୍ଡାଇବାକୁ ପଡ଼ିଛି। ବର୍ଷ ଆରମ୍ଭରୁ ରଥ ଉପରେ ବଳଭଦ୍ରଙ୍କ ପଡ଼ିଯିବା ଘଟଣାଠାରୁ ବର୍ଷ ଶେଷରେ ହଇଜା ପରି ଘଟଣାରେ ମନ୍ତ୍ରୀମାନଙ୍କର ଅପାରଗତା ହିଁ ଏହାର ମୁଖ୍ୟ କାରଣ ବୋଲି ନିଜେ ମୁଖ୍ୟମନ୍ତ୍ରୀ ହୃଦ୍‌ବୋଧ କରି ସାରିଛନ୍ତି। ତେଣୁ କେଉଁ ମନ୍ତ୍ରୀଙ୍କୁ କେଉଁ ଦାୟିତ୍ୱ ଦିଆଯିବ ତାହା ନିଷ୍ପତ୍ତି ହୋଇ ନାହିଁ। ମିଳିଥିବା ସୂଚନା ଅନୁଯାୟୀ ପ୍ରାୟ ଡଜନେରୁ ଅଧିକ ମନ୍ତ୍ରୀଙ୍କର ବିଭାଗରେ ଅଦଳ ବଦଳ ହେବ। ନିଜ ନିଜ ଅଧିନରେ ଥିବା ଦୁହାଁଳିଆ ବିଭାଗକୁ ପାଖରେ ରଖିବାକୁ ଏମାନେ ନିଜ ନିଜ ସ୍ତରରେ ଉଦ୍ୟମ ଚଳାଇଥିବା ବେଳେ ନେତୃତ୍ୱ ଏହାକୁ ଗ୍ରହଣ କରିବାକୁ ପ୍ରସ୍ତୁତ ନାହାନ୍ତି। ତେବେ ପ୍ରଧାନମନ୍ତ୍ରୀଙ୍କ ଉଭୟ ସରକାର ଓ ସାଂଗଠନିକ ସ୍ତରରେ ଏକ ବଡ଼ ବୈଠକ ଅନୁଷ୍ଠିତ ହେବ ଏବଂ ଏହାପରେ ମନ୍ତ୍ରିମଣ୍ଡଳ ରୂପରେଖ ଚୂଡ଼ାନ୍ତ କରାଯିବ।

ଆହୁରି ପଢ଼ନ୍ତୁ: କ୍ରସର ୟୁନିଟ୍‌ରେ ସିକ୍ୟୁରିଟି ଗାର୍ଡଙ୍କୁ ନିର୍ମମ ହତ୍ୟା: ଖଣି ବିବାଦରୁ ହତ୍ୟାକାଣ୍ଡ ସନ୍ଦେହ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର