ଓଡ଼ିଆ ସଂସ୍କୃତି ଓ ପରମ୍ପରାର ଅନନ୍ୟ ପର୍ବ ସାବିତ୍ରୀ ଅମାବାସ୍ୟା

The Sakala Picture
Published On

ସାବିତ୍ରୀ ବ୍ରତ ଓଡ଼ିଶାରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା। ସାବିତ୍ରୀ ସ୍ବାଧୀ ନାରୀଙ୍କର ଆଦର୍ଶ; ତେଣୁ ସ୍ବାମୀଙ୍କର ଦୀର୍ଘ ଆୟୁଷ କାମନା କରି ଜ୍ୟେଷ୍ଠ ଅମାବାସ୍ୟାରେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି ପ୍ରତ୍ୟେକ ମହିଳା । ଏହି ଦିନ ସଧବା ନାରୀମାନେ ପ୍ରତ୍ୟୁଷରୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରିବା ସହ ନୂଆ ଶଙ୍ଖା, ଚୁଡ଼ି ପିନ୍ଧିଥାନ୍ତି। ଏହାପରେ ଫଳମୂଳ ସହ ନୂଆ ଶାଢ଼ି, ଶଙ୍ଖା, ସିନ୍ଦୂର, ବ୍ରତ,ଧୂପକାଠି, କାଠପାନିଆ, କଳାମାଳି, […]

ସାବିତ୍ରୀ ବ୍ରତ ଓଡ଼ିଶାରେ ସଧବା ନାରୀମାନଙ୍କ ପାଳିତ ଏକ ଓଷା। ସାବିତ୍ରୀ ସ୍ବାଧୀ ନାରୀଙ୍କର ଆଦର୍ଶ; ତେଣୁ ସ୍ବାମୀଙ୍କର ଦୀର୍ଘ ଆୟୁଷ କାମନା କରି ଜ୍ୟେଷ୍ଠ ଅମାବାସ୍ୟାରେ ନିଷ୍ଠାର ସହ ଏହି ବ୍ରତ ପାଳନ କରିଥାନ୍ତି ପ୍ରତ୍ୟେକ ମହିଳା । ଏହି ଦିନ ସଧବା ନାରୀମାନେ ପ୍ରତ୍ୟୁଷରୁ ସ୍ନାନ କରି ନୂଆ ବସ୍ତ୍ର ପରିଧାନ କରିବା ସହ ନୂଆ ଶଙ୍ଖା, ଚୁଡ଼ି ପିନ୍ଧିଥାନ୍ତି। ଏହାପରେ ଫଳମୂଳ ସହ ନୂଆ ଶାଢ଼ି, ଶଙ୍ଖା, ସିନ୍ଦୂର, ବ୍ରତ,ଧୂପକାଠି, କାଠପାନିଆ, କଳାମାଳି, ଆଇନା ଆଦିକୁ ଥାଳିରେ ସଜାଇ ପୂଜା ପାଇଁ ପ୍ରସ୍ତୁତି କରିଥାନ୍ତି । ଆମ ଓଡ଼ିଶାରେ ସାବିତ୍ରୀ ଓଷାକୁ ବିଭିନ୍ନ ଢଙ୍ଗରେ ପାଳନ କରାଯାଏ । କେତେକ ସ୍ଥାନରେ ସ୍ତ୍ରୀଲୋକମାନେ ଏକତ୍ର ହୋଇ ତୁଳସୀ ଚଉଁରା ମୂଳେ ପୂଜା କରିଥାନ୍ତି। ଆଉ କେତେକ ସ୍ଥାନରେ ମହିଳାମାନେ ମନ୍ଦିରକୁ ଯାଇ ପୂଜା କରାଇଥାନ୍ତି। ଘରେ ଶିଳପୁଆରେ ମଧ୍ୟ କେହି କେହି ସାବିତ୍ରୀ ବ୍ରତ ପୂଜା କରିଥାନ୍ତି। ଶିଳପୁଆକୁ ପଞ୍ଚାମୃତ ଜଳରେ ସ୍ନାନ କରାଇ, ନୂତନ ବସ୍ତ୍ର ଅଳଙ୍କାରରେ ସଜାଇ ଦେବୀ ସାବିତ୍ରୀ ରୂପେ ସ୍ଥାପନ କରି ପୂଜାର୍ଚ୍ଚନା କରିଥାନ୍ତି।

ଆହୁରି ପଢ଼ନ୍ତୁ: ଦୁଗ୍ଧ ଚାଷୀଙ୍କୁ ଲିଟର ପିଛା ୨ ଟଙ୍କା ଅଧିକ ଦେବାକୁ ଓମ୍‌ଫେଡ୍ ପକ୍ଷରୁ ନିଷ୍ପତ୍ତି, ସେପ୍ଟେମ୍ବର ୧୧ରୁ ଲାଗୁ

ପୂଜା ହୋଇଥିବା ଶାଢ଼ି, ସିନ୍ଦୂର, ଶଙ୍ଖା ଓ ବ୍ରତକୁ ପିନ୍ଧି ସ୍ବାମୀଙ୍କୁ ଫୁଲ, ଚନ୍ଦନ ଦେଇ ପୂଜା କରନ୍ତି ଏବଂ ଶେଷରେ ସ୍ବାମୀଙ୍କ ଚରଣ ଛୁଇଁ ପ୍ରଣାମ କରିଥାନ୍ତି। ସ୍ବାମୀଙ୍କ ଦୀର୍ଘାୟୁ ଜୀବନର କାମନା କରିବା ସହ ପରିବାରର ମଙ୍ଗଳ ପାଇଁ ପ୍ରାର୍ଥନା କରିଥାନ୍ତି। ଏହି ପର୍ବରେ ବିଶେଷ କରି ବିଭିନ୍ନ ପ୍ରକାର ଫଳମୂଳ, ଯେପରି ପାଚିଲା ଆମ୍ବ, ପାଚିଲା ପଣସ, ସପୁରି, ତାଳସଜ, ନଡ଼ିଆ, କଦଳୀ, ଲିଚୁ, ଜାମୁକୋଳି ଆଦି ଭୋଗ କରାଯାଇଥାଏ । ତେବେ ପୂଜା ଶେଷ ହେବାପରେ ମହିଳାମାନେ ଭୋଗକୁ ଖାଇ ନିର୍ଜଳା ଉପବାସ ଭାଙ୍ଗିଥାନ୍ତି । ଦିନସାରା କେବଳ ଫଳାହାର ସହ ପଣା ପିଇ ରହିଥାନ୍ତି । ସମ୍ପୂର୍ଣ୍ଣ ସାତ୍ତ୍ବିକ ଭାବେ ଦିନଟିକୁ କଟାଇଥାନ୍ତି ଏବଂ ରାତ୍ରିରେ ନଖାଇବାର ପରମ୍ପରା ରହିଛି ।  ଯେଉଁ ନାରୀ ଏହି ବ୍ରତ କରେ, ସେ ଆଜୀବନ ସଧବା ଏବଂ ପୁତ୍ରବତୀ ହୋଇ ମୃତ୍ୟୁ ପରେ ବୈକୁଣ୍ଠପ୍ରାପ୍ତି କରେ ବୋଲି ବିଶ୍ବାସ ରହିଛି ।

ଆହୁରି ପଢ଼ନ୍ତୁ: ଭିଜିଲାନ୍ସ ଜାଲରେ ଏସଟି ଏବଂ ଏସସି ବିଭାଗର ୨ ଅଡିଟର, ୧୪ ଲକ୍ଷରୁ ଊର୍ଦ୍ଧ୍ୱ ସନ୍ଦିଗ୍ଧ ଲାଞ୍ଚ ଟଙ୍କା ଜବତ

କିମ୍ବଦନ୍ତୀ ଅନୁଯାୟୀ,ମଦ୍ରଦେଶର କନ୍ୟା ସାବିତ୍ରୀ ଅପରୂପ ସୌନ୍ଦର୍ଯ୍ୟର ଅଧିକାରିଣୀ ଥିଲେ। ସାବିତ୍ରୀଙ୍କ ବିବାହ ଶାଲ୍ବଦେଶର ରାଜା ଦ୍ୟୁମତସେନଙ୍କର ପୁତ୍ର ସତ୍ୟବାନଙ୍କ ସହ ହୋଇଥିଲା। ସତ୍ୟବାନ ଅଳ୍ପାୟୁ ହୋଇଥିବା ଜାଣି ମଧ୍ୟ ତାଙ୍କୁ ବିବାହ କରିଥିଲେ। ସାବିତ୍ରୀ ପ୍ରତିଦିନ ସେହି କାଳଦିନକୁ ଗଣନା କରୁଥାନ୍ତି। ସତ୍ୟବାନଙ୍କ ମୃତ୍ୟୁକୁ ଚାରିଦିନ ବାକି ଥାଏ, ସାବିତ୍ରୀ ଅନ୍ନତ୍ୟାଗ କରି ଲକ୍ଷ୍ମୀ ନାରାୟଣଙ୍କ ଶରଣ ପଶିଲେ। ଜ୍ୟେଷ୍ଠ ଅମାବାସ୍ୟା ଦିନ ସେହି ଶେଷ କାଳ ଦିନ ପହଞ୍ଚିଲା। ସତ୍ୟବାନ ଫଳମୂଳ ଓ କାଠ ସଂଗ୍ରହ ପାଇ ଜଙ୍ଗଲକୁ ଯାଇଥିବାବେଳେ ସାବିତ୍ରୀ ତାଙ୍କ ସାଙ୍ଗରେ ଯାଇଥିଲେ। ସେଠାରେ ସତ୍ୟବାନ ନିଜକୁ ଅସ୍ବସ୍ତି ବୋଧ କରିବାରୁ ସାବିତ୍ରୀଙ୍କ କୋଳରେ ମୁଣ୍ଡ ଦେଇ ଶୋଇ ପଡ଼ିଲେ ଏବଂ ସେହି ନିଦ୍ରା ସତ୍ୟବାନଙ୍କର ଶେଷନିଦ୍ରା ଥିଲା । ମାତ୍ର ସାବିତ୍ରୀ ସତ୍ୟବାନଙ୍କୁ କୋଳରେ ଧରି ସେମିତି ବଣରେ ବସି ରହିଥିଲେ। ଯମଦୂତମାନେ ସତ୍ୟବାନଙ୍କ ଜୀବ ନେବା ପାଇଁ ଆସି ସାବିତ୍ରୀଙ୍କ ନିକଟରୁ ନିରାଶ ହୋଇ ଯାଇଥିଲେ । ଶେଷରେ ନିଜେ ଯମ ଆସି ସେଠାରୁ ସତ୍ୟବାନଙ୍କ ଜୀବ ଧରି ବାହାରିଲେ । ସାବିତ୍ରୀ ମଧ୍ୟ ଯମକୁ ଅନୁଗମନ କଲେ । ଯମରାଜ ସାବିତ୍ରୀଙ୍କ ପତିଭକ୍ତି ଏବଂ ସ୍ତୁତିପାଠରୁ ତଜଷ୍ଟ ହୋଇ ସତ୍ୟବାନଙ୍କ ବଦଳରେ ୩ଟି ବର ଦେବାକୁ ସର୍ତ୍ତ ରଖିଲେ । ଏହି କ୍ରମରେ ପ୍ରଥମ ବରରେ ଶ୍ୱଶୁରଙ୍କ ନଷ୍ଟ ଚକ୍ଷୁ ଓ ହୃତ ରାଜ୍ୟ ପୁନଃ ପ୍ରାପ୍ତି। ଦ୍ୱିତୀୟରେ ନିଜ ପିତାଙ୍କ ପାଇଁ ଏକ ପୁତ୍ର ସନ୍ତାନ ଏବଂ ତୃତୀୟରେ ନିଜ ଗର୍ଭରୁ ଶତପୁତ୍ର କାମନା କଲେ। ସେହି ସମୟରେ ଯମ ‘ତଥାସ୍ତୁ’ କହି ଫେରି ଯିବା ବେଳେ , ସାବିତ୍ରୀ ସ୍ୱାମୀଙ୍କ ବିନା କିଭଳି ଶତପୁତ୍ର ସମ୍ଭବ ବୋଲି ପଚାରିଥିଲେ । ତା’ପରେ ଯମ ଉପାୟ ଶୂନ୍ୟ ହୋଇ ପୁନର୍ବାର ସତ୍ୟବାନଙ୍କୁ ଜୀବିତ କରାଇ ଆୟୁଦାନ କରାଇଥିଲେ । ଓଡ଼ିଆ ଘରେ ସାବିତ୍ରୀ ପାଇଁ ବିବାହିତ ନାରୀମାନଙ୍କ ବାପଘରୁ ଭାର ଆସିବାର ପରମ୍ପରା ରହିଛି। ତେଣୁ ସାବିତ୍ରୀ ବ୍ରତ ପୂର୍ବରୁ ଏହି ଭାରରେ ଆସିଥାଏ ନୂତନ ଶାଢ଼ିଠାରୁ ଆରମ୍ଭ କରି ଶଙ୍ଖା, ସିନ୍ଦୂର ଓ ଫଳମୂଳ। ଆଉ ଏହାକୁ ନେଇ ନାରୀଟିଏ ପୂଜା କରିଥାଏ ।

ଆହୁରି ପଢ଼ନ୍ତୁ: ଅଜଣା ଦୁର୍ବୃତ୍ତଙ୍କ ଗୁଳିମାଡ଼ରେ ବରଗଡ଼ର ପଞ୍ଚାୟତ ସମିତି ସଭ୍ୟଙ୍କ ମୃତ୍ୟୁ !

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର