ସରିଲା ଧର୍ମର ମାସ କାର୍ତ୍ତିକ, ଆଜି ଛାଡଖାଇ; ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ

The Sakala Picture
Published On

ଭୁବନେଶ୍ୱର: ସରିଲା ଧର୍ମର ମାସ କାର୍ତ୍ତିକ, ଆଜି ଛାଡଖାଇ । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ ଜମିଥିଲେ ବି ଆଜି ମଙ୍ଗଳବାର ହୋଇଥିବାରୁ ସାମାନ୍ୟ ଫିକା ପଡିଛି ବଜାର । ଆସନ୍ତାକାଲି ବୁଧବାର ପଡୁଥିବାରୁ ଘରେ ଘରେ ମାଛ ମାଂସର ଆସର ଜମିବ । ତେଣୁ କାଲି ଆମିଷ ବଜାରରେ ଆଜି ଅପେକ୍ଷା ଅଧିକ ଭିଡ଼ ହେବା ଆଶା କରାଯାଉଛି । […]

ଭୁବନେଶ୍ୱର: ସରିଲା ଧର୍ମର ମାସ କାର୍ତ୍ତିକ, ଆଜି ଛାଡଖାଇ । ମାସ ତମାମ ନିଷ୍ଠାର ସହ ନିରାମିଷ ଖାଦ୍ୟ ଖାଇଥିଲେ ଲୋକେ । ସକାଳୁ ସକାଳୁ ଆମିଷ ବଜାରରେ ଲୋକଙ୍କ ଭିଡ ଜମିଥିଲେ ବି ଆଜି ମଙ୍ଗଳବାର ହୋଇଥିବାରୁ ସାମାନ୍ୟ ଫିକା ପଡିଛି ବଜାର । ଆସନ୍ତାକାଲି ବୁଧବାର ପଡୁଥିବାରୁ ଘରେ ଘରେ ମାଛ ମାଂସର ଆସର ଜମିବ । ତେଣୁ କାଲି ଆମିଷ ବଜାରରେ ଆଜି ଅପେକ୍ଷା ଅଧିକ ଭିଡ଼ ହେବା ଆଶା କରାଯାଉଛି । ଏଥିପାଇଁ ବେପାରୀମାନେ ପ୍ରସ୍ତୁତ । ଚିଲିକା ଚିଙ୍ଗୁଡ଼ି ଓ ଦେଶା ମାଛ ବିକ୍ରି ବଢିବା ଆଶା । କୋଲକାତା ଏବଂ ଉତ୍ତରପ୍ରଦେଶରୁ ଆସିଛି ଖାସି ।

ଆହୁରି ପଢ଼ନ୍ତୁ: ବାଲେଶ୍ୱରରେ ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ଲୋକେଶ ଆହତ

ଭୁବନେଶ୍ୱରରେ ମଟନ କିଲୋ ୮ଶହ ଟଙ୍କା ହୋଇଥିବା ବେଳେ ଚିଙ୍ଗୁଡ଼ି ୫୦୦ରୁ ୬୦୦ଟଙ୍କା କିଲୋରେ ମିଳୁଛି, ଦେଶୀ ଚିକେନ ୨୨୦ ଟଙ୍କା ରହିଛି । ସେହିପରି ବ୍ରହ୍ମପୁରରେ ମଟନ କିଲୋ ୮ଶହ ଟଙ୍କା ହୋଇଥିବା ବେଳେ ସମୁଦ୍ର ମାଛ ୨ଶହରୁ ୬ଶହ ଟଙ୍କା, କଙ୍କଡ଼ା ୫ଶହରୁ ୮ଶହ, ଚିଙ୍ଗୁଡ଼ି ୨ଶହ ଟଙ୍କାରୁ ଆରମ୍ଭ କରି ହଜାରେ ଟଙ୍କା ପର୍ଯ୍ୟନ୍ତ ମିଳୁଛି ।

ଆହୁରି ପଢ଼ନ୍ତୁ: ମା' ସମଲେଶ୍ୱରୀଙ୍କ ନିକଟରେ ନବାନ୍ନ ଲାଗିବା ପାଇଁ ବାହାରିଲା ଲଗ୍ନ, ସେପ୍ଟମ୍ବର ୧୫ରେ ନୂଆଁଖାଇ

ଆମିଷ ବଜାରର ସୂଚନା ମୁତାବକ, ବୁଧବାରକୁ ନଜରରେ ରଖି କୋଲକାତା, ଜଗତସିଂହପୁର, କେନ୍ଦୁଝର, କନ୍ଧମାଳ ଓ ଗଞ୍ଜାମ ଆଦି ଅଞ୍ଚଳରୁ ପାଖାପାଖି ୧କୋଟି ଟଙ୍କାର କୁକୁଡ଼ା, ଆନ୍ଧ୍ରପ୍ରଦେଶ ଓ ସ୍ଥାନୀୟ ବଜାରରୁ ଏକାଧିକ ସ୍ଥାନରୁ ପ୍ରାୟ ଦେଢ଼ କୋଟି ଟଙ୍କାର ମାଛ, ମାଂସ ଓ ଚିଙ୍ଗୁଡ଼ି ମଗା ହୋଇଛି। ସେହିଭଳି ୫୦କ୍ୱିଣ୍ଟାଲ୍‌‌ କୁକୁଡ଼ା ମାଂସ ବିକ୍ରି ପାଇଁ ପ୍ରସ୍ତୁତ ଅଛନ୍ତି ବେପାରୀ। ହେଲେ ଏ ସବୁ ଆଜି ବଦଳରେ ବୁଧବାର ବିକ୍ରି ହେବ ବୋଲି ଆଶାବାଦୀ ଅଛନ୍ତି।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଅଲ୍‌‌ ଓଡ଼ିଶା ନନ୍‌‌ଭେଜ୍‌‌ ଟ୍ରେଡ୍‌‌ସ ଫେଡେରେସନ୍‌‌ର ରାଜ୍ୟ ସଭାପତି ଶେଖ୍‌‌ ମୁନ୍‌‌ତାକିମ୍‌‌ ବକ୍ସ କହିଛନ୍ତି, ଛାଡ଼ଖାଇ ହେଉଛି ଆମ ବେପାରୀମାନଙ୍କର ବଡ଼ପର୍ବ। ଗତବର୍ଷ ଛାଡ଼ଖାଇ ବୁଧବାର ପଡ଼ିଥିଲା। ଭଲ ବେପାର ହୋଇଥିଲା। ହେଲେ ଚଳିତଥର ମଙ୍ଗଳବାର ପଡ଼ୁଥିବାରୁ ବେପାର କମିବ। ହେଲେ ବୁଧବାର ଏହି ବେପାର ଭରପୂର ମାତ୍ରାରେ ଭରଣା ହୋଇଯିବ। ଏବେ ରାଜଧାନୀର ୪ ନମ୍ୱର ହାଟ ମଧ୍ୟରେ ୨୦ଟି ମଟନ୍‌‌ ଦୋକାନ ରହିଥିବା ବେଳେ ବଡ଼ଗଡ଼, ସୁନ୍ଦରପଦା, ରେଣ୍ଟାଲ୍‌‌, ନୀଳାଦ୍ରିବିହାର, ଖଣ୍ଡଗିରି, ସନ୍ତୋଷୀ ବିହାର, ବାଲିଅନ୍ତା, ହଂସପାଳ, ଓସ୍କାର ସିଟି ସମେତ ବିଭିନ୍ନ ସ୍ଥାନରେ ୩ଶହରୁ ଅଧିକ ଆମିଷ ଦୋକାନ ରହିଛି। ରାଜଧାନୀବାସୀଙ୍କ ଚାହିଦାକୁ ଦୃଷ୍ଟିରେ ରଖି କିଛି ଦିନ ତଳୁ ପଶ୍ଚିମବଙ୍ଗ ଓ ଓଡ଼ିଶାର ବିଭିନ୍ନ ଜିଲ୍ଲାରୁ ଛେଳି ଅଣାଯାଇଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର