ଏବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି, କମୁଛି ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର: ସର୍ବୋଚ୍ଚ ଯନ୍ତ୍ରୀ

The Sakala Picture
Published On

ଭୁବନେଶ୍ୱର: ଏବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର କମୁଛି । ତଳିଆ ଅଞ୍ଚଳରେ ଜମିଥିବା ପାଣି ନିଷ୍କାସନ ହେଉଛି। ଗତକାଲି ରାଜ୍ୟର କୌଣସି ସ୍ଥାନରେ ବିଶେଷ ବର୍ଷା ନାହିଁ । ତେଣୁ ବିପଦ ସଙ୍କେତ ତଳେ ରହିଛି ସବୁ ନଦୀର ଜଳସ୍ତର । ଏବେ ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ବନ୍ୟାଜଳ ନିଷ୍କାସନ ହେଉ ଛି। ଜଳଭଣ୍ଡାରର ଜଳସ୍ତର ରହିଛି ୬୧୪.୨୭ ଫୁଟ୍ । ଜଳଭଣ୍ଡାରକୁ ପ୍ରତି […]

ଭୁବନେଶ୍ୱର: ଏବେ ରାଜ୍ୟରେ ନାହିଁ ବନ୍ୟା ସ୍ଥିତି । ସୁବର୍ଣ୍ଣରେଖା, ଜଳକା ଓ ବୈତରଣୀ ନଦୀର ଜଳସ୍ତର କମୁଛି । ତଳିଆ ଅଞ୍ଚଳରେ ଜମିଥିବା ପାଣି ନିଷ୍କାସନ ହେଉଛି। ଗତକାଲି ରାଜ୍ୟର କୌଣସି ସ୍ଥାନରେ ବିଶେଷ ବର୍ଷା ନାହିଁ । ତେଣୁ ବିପଦ ସଙ୍କେତ ତଳେ ରହିଛି ସବୁ ନଦୀର ଜଳସ୍ତର । ଏବେ ହୀରାକୁଦ ଡ୍ୟାମର ୨୦ଟି ଗେଟ୍ ବନ୍ୟାଜଳ ନିଷ୍କାସନ ହେଉ ଛି। ଜଳଭଣ୍ଡାରର ଜଳସ୍ତର ରହିଛି ୬୧୪.୨୭ ଫୁଟ୍ । ଜଳଭଣ୍ଡାରକୁ ପ୍ରତି ସେକେଣ୍ଡରେ ୨ଲକ୍ଷ ୭୬ ହଜାର କ୍ୟୁସେକ ଜଳ ପ୍ରବେଶ କରୁଛି।ସେହିପରି ୩ଲକ୍ଷ ୪୦ ହଜାର କ୍ୟୁସେକ ଜଳ ନିଷ୍କାସନ ହେଉଛି । ସ୍ଥିତି ଦେଖି ପର୍ଯ୍ୟାୟକ୍ରମେ ଗେଟ୍ ବନ୍ଦ କରାଯିବ । ସେହିପରି ଏବେ ରେଙ୍ଗାଳି ଡ୍ୟାମର ୩ଟି ଗେଟ୍ ଦେଇ ଜଳ ନିଷ୍କାସନ ହେଉଥିବା ସୂଚନା ଦେଇଛନ୍ତି ଜଳସେଚନ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ ଚନ୍ଦ୍ରଶେଖର ପାଢୀ ।

ଆହୁରି ପଢ଼ନ୍ତୁ: ଜମି ପଞ୍ଜିକରଣରେ ଅନିୟମିତତା: ନୂଆପଡ଼ାର ୨ ରାଜସ୍ୱ ଅଧିକାରୀ ନିଲମ୍ବିତ

 

ଆହୁରି ପଢ଼ନ୍ତୁ: ରେଭେନ୍ସା ବିଶ୍ୱବିଦ୍ୟାଳୟ ବିବାଦ ତୀବ୍ର: ସମୂହ ଛୁଟିରେ ଅଧ୍ୟାପକ ଓ ଅଧ୍ୟାପିକା, କୁଳପତିଙ୍କ କାର୍ଯ୍ୟାଳୟ ସମ୍ମୁଖରେ ଧାରଣା

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର