କଣ୍ଟାପଡ଼ା ବ୍ଲକ ବିଡିଓଙ୍କ କାର୍ଯ୍ୟଶୈଳୀ ସମ୍ପୂର୍ଣ୍ଣ ଅଗଣତାନ୍ତ୍ରିକ: ବିଜେଡି

ଉନ୍ନୟନମୂଳକ କାର୍ଯ୍ୟ ନିର୍ବାଚିତ ପଞ୍ଚାୟତ ପ୍ରତିନିଧିମାନଙ୍କ ପରାମର୍ଶରେ କରନ୍ତୁ

Madhusudan Das Picture
Published On

ଭୁୁବନେଶ୍ୱର: କଟକ ଜିଲ୍ଲା କଣ୍ଟାପଡ଼ା ବ୍ଲକ ବିଡିଓଙ୍କ ଅଗଣତାନ୍ତ୍ରିକ କାର୍ଯ୍ୟକୁ ବିରୋଧ କରି ଦୀର୍ଘ ୮ ଦିନ ହେଲା ବ୍ଲକ ସମ୍ମୁଖରେ ସର୍ବଦଳୀୟ ଅହୋରାତ୍ର ଗଣଧାରଣା ଜାରି ରହିଛି । ବିଜୁ ଜନତା ଦଳର ସଭାପତିଙ୍କ ନିର୍ଦ୍ଦେଶରେ ଏକ ପ୍ରତିନିଧି ମଣ୍ଡଳୀ ଆଜି ଧାରଣା ସ୍ଥଳରେ ପହଞ୍ଚିଥିଲେ । ଏହି ପ୍ରତିନିଧି ମଣ୍ଡଳୀରେ ଦଳର ଗଣମାଧ୍ୟମ ସଂଯୋଜକ ତଥା ମୁଖପାତ୍ର ଡ. ଲେନିନ ମହାନ୍ତି, ମୁଖପାତ୍ର ନାରାୟଣ ଜେନା, ରୀତାଞ୍ଜଳି ପ୍ରଧାନ ପ୍ରମୁଖ ଯୋଗଦେଇ ସମର୍ଥନ ଜଣାଇଥିଲେ ।

ଆହୁରି ପଢ଼ନ୍ତୁ: ବଦଳିବ ମଦ ପ୍ୟାକେଟର ରୂପ, କାଚ ବୋତଲ ପରିବର୍ତ୍ତେ ଟେଟ୍ରା ପ୍ୟାକରେ ଆସିବ ମଦ

ଧାରଣା ସ୍ଥଳରେ ୧୪ଟି ପଞ୍ଚାୟତର ନିର୍ବାଚିତ ପ୍ରତିନିଧି ମାନଙ୍କ ସହିତ ଭାରତୀୟ ଜନତା ପାର୍ଟିର ନିର୍ବାଚିତ ଜିଲ୍ଲାପରିଷଦ ସଦସ୍ୟା କ୍ରିଷ୍ଣାରାଣୀ ବେହେରା, ବିଜେପି ସମର୍ଥିତ ବ୍ଲକ ଅଧ୍ୟକ୍ଷା ସୁଶ୍ରୀ ଜିନା ଭୋଇ, ଉପାଧ୍ୟକ୍ଷ ଜିତେନ୍ଦ୍ର ବରାଳ ଓ ବିଜେଡିର ଜିଲ୍ଲାପରିଷଦ ସଦସ୍ୟ ପୀୟୂଷ ମିଶ୍ର, ବିଜେଡି ସମର୍ଥିତ ସମସ୍ତ ସରପଞ୍ଚ ଓ ସମିତି ସଭ୍ୟ ମାନଙ୍କ ସହିତ ପ୍ରଦୀପ୍ତ ମୋହନ କାନୁନ୍ଗୋ, ନ୍ୟାୟବ୍ରତ ରାଉତ ଏହି ଧାରଣାରେ ଦୀର୍ଘ ୮ ଦିନ ହେଲା ବସି ରହିଛନ୍ତି । ବିଡିଓ ମହୋଦୟା ପଞ୍ଚାୟତ ସମିତି ଅଧୀନରେ ଯାଉଥିବା ସମସ୍ତ ଉନ୍ନୟନ ମୂଳକ କାମକୁ ପଞ୍ଚାୟତ ପ୍ରତିନିଧି ମାନଙ୍କୁ ନ ପଚାରି ମନମୁଖୀ ଭାବେ କାର୍ଯ୍ୟ କରୁଛନ୍ତି, ଏପରିକି ପଞ୍ଚାୟତ ସମିତିର ଅଧ୍ୟକ୍ଷା ଓ ଉପାଧ୍ୟକ୍ଷଙ୍କୁ ମଧ୍ୟ ଅଣଦେଖା କରୁଛନ୍ତି । ପଞ୍ଚାୟତ ସମିତିରେ ଯେଉଁ ସଂକଳ୍ପ ପାରିତ ହେଉଛି, ତାକୁ ମଧ୍ୟ ବିଡିଓ ମହୋଦୟା ଅଣଦେଖା କରୁଛନ୍ତି । ଯାହାଦ୍ୱାରା କଣ୍ଟାପଡ଼ା ବ୍ଲକରେ ବାର୍ଦ୍ଧକ୍ୟ ଭତ୍ତା, ଅନ୍ତ୍ୟୋଦୟ, ପ୍ରଧାନମନ୍ତ୍ରୀ ଆବାସ ଯୋଜନା, କୃଷି ସମ୍ବନ୍ଧୀୟ କାର୍ଯ୍ୟରେ ବିଡିଓ ମହୋଦୟା ଜନପ୍ରତିନିଧି ମାନଙ୍କୁ ଅଣଦେଖା କରି ମନମୁଖୀ କାର୍ଯ୍ୟ କରୁଛନ୍ତି । ଯାହା ଫଳରେ ସାଧାରଣ ଲୋକ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି ।

ଆହୁରି ପଢ଼ନ୍ତୁ: ମାତୃଭାଷା ଆମର ଗୌରବ: ଓଡ଼ିଆର ସୁରକ୍ଷା ଓ ପ୍ରସାର ପାଇଁ ଆଜି ନିଅନ୍ତୁ ଶପଥ

ଡ଼ ଲେନିନ ମହାନ୍ତି କହିଥିଲେ, ଜିଲ୍ଲା ପ୍ରଶାସନ ଏଥିରେ ତୁରନ୍ତ ହସ୍ତକ୍ଷେପ କରି ଲୋକପ୍ରତିନିଧି ମାନଙ୍କ ସହିତ ଆଲୋଚନା କରନ୍ତୁ । ଏଥିସହିତ କଣ୍ଟାପଡ଼ା ବ୍ଲକରେ ହେଉଥିବା ଉନ୍ନୟନ ମୂଳକ କାର୍ଯ୍ୟକୁ ଆଗେଇ ନେବାକୁ ଡ଼ ମହାନ୍ତି ଜିଲ୍ଲା ପ୍ରଶାସନକୁ ପରାମର୍ଶ ଦେଇଥିଲେ । ଯଦି ଏଥିରେ ଜିଲ୍ଲା ପ୍ରଶାସନ ଟାଳଟୁଳ ନୀତି ଅବଲମ୍ବନ କରନ୍ତି, ତେବେ ବିଜୁ ଜନତା ଦଳ ଆଗାମୀ ଦିନରେ ଏହି ଆନେ୍ଦାଳନକୁ ତୀବ୍ରତର କରିବ ।

ଆହୁରି ପଢ଼ନ୍ତୁ: ମାଟ୍ରିକ ପରୀକ୍ଷା ଦେବାକୁ ଯିବା ବେଳେ ଘଟିଲା ସଡକ ଦୁର୍ଘଟଣା, ପରୀକ୍ଷା ଦେଇପାରିଲେନି ୨ଛାତ୍ରୀ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp