ଡେଲାଙ୍ଗରେ ଜଣ୍ଡିସ ଆତଙ୍କ: ୧୭ରୁ ଅଧିକ ପିଲା ଆକ୍ରାନ୍ତ, ଘଣ୍ଟ ଓ ମାଇକ୍‌ ମାଧ୍ୟମରେ ଗାଁ ଗାଁ ବୁଲି ସଚେତନ କରୁଛନ୍ତି ଆଶାକର୍ମୀ

Madhusudan Das Picture
Published On

ପିପିଲି: ଡେଲାଙ୍ଗରେ ଡରାଉଛି ଜଣ୍ଡିସ । ଅଭିଭାବକମାନଙ୍କ ମନରେ ପଶିଛି ଛନକା । ବର୍ତ୍ତମାନ ସୁଦ୍ଧା ୧୭ରୁ ଅଧିକ ପିଲା ଜଣ୍ଡିସରେ ଆକ୍ରାନ୍ତ ହୋଇଥିବାର ଦେଖାଦେଇଛି । ଅନେକ ପିଲା ଚିକିତ୍ସା ହେଉଥିବା ବେଳେ ଏକାଧିକ ଜିଲ୍ଲା ବାହାରକୁ ଚିକିତ୍ସା ପାଇଁ ଯାଇଛନ୍ତି । ବିଦ୍ୟାଳୟର ପାଣି କିମ୍ବା ବାହାରେ ଖାଉଥିବା ଅପରିଷ୍କାର ଖାଦ୍ୟରୁ ଏହା ପ୍ୟାପୁଛି ତାହା ଏବେ ସ୍ପଷ୍ଟ ହୋଇନଥିବା ବେଳେ ପ୍ରଶାସନ ଜଣ୍ଡିସ ହେବାର କାରଣ ଖୋଜୁଛି । 

ଆହୁରି ପଢ଼ନ୍ତୁ: ଓଡ଼ିଶା ପାଇଁ ଲଜ୍ଜା ଆଣିଲା ବାଲ୍ୟ ବିବାହ; ଦେଶକୁ ପଛରେ ପକାଇଛନ୍ତି ରାଜ୍ୟର ଏହି ୧୨ ଜିଲ୍ଲା...

ଘଣ୍ଟ ଓ ମାଇକ୍‌ ମାଧ୍ୟମରେ ଗାଁ ଗାଁ ବୁଲି ସଚେତନ କରୁଛନ୍ତି ଆଶାକର୍ମୀ । ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆଶା ଓ ଅଙ୍ଗନବାଡି ଡିଡ଼ଙ୍କୁ ଏନେଇ ନିର୍ଦେଶ ଦିଆଯାଇଛି । ପାଣି ଫୁଟେଇ ପିଇବା, ସ୍ୱଚ୍ଛ ରହିବା, ବାହାର ଖାଦ୍ୟ ଖାଇବାକୁ ବାରଣ କରିବା ସହ ଯଦି କାହାଘରେ ପିଲାଙ୍କୁ ଜଣ୍ଡିସ ହେବାର ସନ୍ଦେହ କି ଲକ୍ଷଣ ଦେଖା ଦେଉଛି ଦେବେ ଶୀଘ୍ର ମେଡିକାଲ ଯାଇ ଡାକ୍ତରଙ୍କୁ ଦେଖଇବାର ବାର୍ତ୍ତା ଓ ସଚେତନ କରାଉଛନ୍ତି ଆଶାକର୍ମୀ ଓ ସ୍ବାସ୍ଥ୍ୟ ବିଭାଗ ।

ଆହୁରି ପଢ଼ନ୍ତୁ: ରାଜ୍ୟକୁ ଋଣବୋଝରେ ବୁଡାଇ, ରାଜ୍ୟବାସୀଙ୍କୁ ସୁନେଲି ସ୍ୱପ୍ନ ଦେଖାଉଛନ୍ତି ସରକାର: ବିଜେଡି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp