ପିସିଆର କର୍ମଚାରୀଙ୍କ ପାଇଁ ନିୟମ କଡ଼ାକଡ଼ି: ଖିଲାପ କଲେ ସସପେଣ୍ଡ ଓ ଡିସଚାର୍ଜ ସହ ଜେଲ୍

Madhusudan Das Picture
Published On

ଭୁବନେଶ୍ୱର: ପିସିଆର କର୍ମଚାରୀଙ୍କ ପାଇଁ କଡ଼ାକଡ଼ି ହେଲା ନିୟମ । ଏଣିକି ନିୟମ ଖିଲାପ କଲେ ସସପେଣ୍ଡ ଓ ଡିସଚାର୍ଜ ସହ ଜେଲ ଯିବେ ପିସିଆର କର୍ମଚାରୀ । ଅତିରିକ୍ତ ଆରକ୍ଷୀ ଆୟୁକ୍ତ (ଭିକ୍ଟୋର କଣ୍ଟ୍ରୋଲ ରୁମ୍) ଏହି ନିର୍ଦ୍ଦେଶାବଳୀ ଜାରି କରିଛନ୍ତି । ପିସିଆର୍‌‌ ଇନଚାର୍ଜ (ଏସପିଓ) ତଥା ଅବସରପ୍ରାପ୍ତ ସେନା କର୍ମଚାରୀଙ୍କ ଅଭିଯୋଗ ଆସିଲେ, ଚାକିରିରୁ ବହିଷ୍କାର କରାଯିବା ସହ ଅପରାଧିକ ମାମଲା ରୁଜୁ କରି କୋର୍ଟ ଚାଲାଣ କରାଯିବ। ସମ୍ପୃକ୍ତ କର୍ମଚାରୀଙ୍କ ବିରୋଧରେ ଆର୍ମି ୱେଲଫେୟାର ବୋର୍ଡକୁ ଚିଠି ଲେଖାଯିବା ସହ ପେନସନ୍‌‌ ବନ୍ଦ କରିବାକୁ କାର୍ଯ୍ୟାନୁଷ୍ଠାନ ନିଆଯିବ। ସେହିପରି ହାବିଲଦାର, କନେଷ୍ଟବଳ ଓ ଓଏପିଏଫମାନଙ୍କୁ ନିଲମ୍ବନ କରାଯାଇ ଗିରଫ କରାଯିବା ସହ ହୋମଗାର୍ଡଙ୍କୁ ବହିଷ୍କାର କରାଯାଇ କୋର୍ଟ ଚାଲାଣ କରାଯିବ। ଏଥିସହିତ ଇଆରଏସ୍‌‌ଏସ୍‌‌ ଓ ଇଆରଭି ଡ୍ରାଇଭରଙ୍କ ବିରୋଧରେ ଅଭିଯୋଗ ଆସିଲେ, ଚାକିରିରୁ ନିବୃତ୍ତ କରି ଗିରଫ କରାଯିବା ସହିତ ସେ ପାଇଥିବା ଦରମାକୁ ଫେରାଇ ଅଣାଯିବ। 

ଆହୁରି ପଢ଼ନ୍ତୁ: ଦିଲ୍ଲୀର ଦୁଇଟି ପ୍ରମୁଖ ସେନା ସ୍କୁଲକୁ ବୋମା ଧମକ, ସୁରକ୍ଷା ଏଜେନ୍ସି ଦ୍ୱାରା ତଦନ୍ତ ଜାରି

ସୂଚନାଯୋଗ୍ୟ, ଚନ୍ଦକା ଥାନା ଅଞ୍ଚଳରେ ପାଟ୍ରୋଲିଂ କରିବା ପରିବର୍ତ୍ତେ ବେଆଇନ ଭାବେ ଟଙ୍କା ଆଦାୟରେ ମାତିଥିଲେ ପିସିଆର୍‌‌ କର୍ମଚାରୀ । ଏଭଳି ଅଭିଯୋଗ ଆସିବା ପରେ ଚେତିଛି କମିସନରେଟ ପୁଲିସ। ଅବସରପ୍ରାପ୍ତ ସେନା କର୍ମଚାରୀ ତଥା ପିସିଆର୍‌‌ ଏସପିଓ ଏବଂ ସମ୍ପୃକ୍ତ ଡ୍ରାଇଭରଙ୍କୁ ଚାକିରିରୁ ବହିଷ୍କୃତ କରାଯାଇଛି। ଏଥିସହିତ ଭବିଷ୍ୟତରେ ଏଭଳି ଅଭିଯୋଗ ଆସିଲେ କି ପ୍ରକାର କାର୍ଯ୍ୟାନୁଷ୍ଠାନ ନିଆଯିବ, ସେନେଇ ନିର୍ଦ୍ଦେଶାବଳୀ ପ୍ରକାଶ ପାଇଛି। ତେବେ ଦୁଇ ଜଣଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ହେବା ପରେ ପିସିଆର୍‌‌ କର୍ମଚାରୀମାନେ ଟଙ୍କା ଆଦାୟ କରୁଥିବା ଅଭିଯୋଗକୁ ପ୍ରମାଣିତ କରିଛି।

ଆହୁରି ପଢ଼ନ୍ତୁ: ମାତୃଭାଷା ଆମର ଗୌରବ: ଓଡ଼ିଆର ସୁରକ୍ଷା ଓ ପ୍ରସାର ପାଇଁ ଆଜି ନିଅନ୍ତୁ ଶପଥ

ତେବେ ପିସିଆର୍‌‌ କର୍ମଚାରୀଙ୍କ ବିରୋଧରେ ଇଏ କେବଳ ଗୋଟିଏ ଘଟଣା ନୁହଁ, ପୂର୍ବରୁ ମଧ୍ୟ ମାଳ ମାଳ ଅଭିଯୋଗ ଆସିଛି। ଘଟଣାସ୍ଥଳରୁ ଦୁର୍ଘଟଣା ଗାଡ଼ି ଛାଡ଼ିବା ଠାରୁ ଆରମ୍ଭ କରି ବେଆଇନ ବାଲି, ମୋରମ୍‌‌ ଓ ମାଙ୍କଡ଼ା ପଥର ଗାଡ଼ି ଅଟକାଇ ଟଙ୍କା ଆଦାୟ କରିବା ଯାଏଁ, ଲମ୍ବା ଅଭିଯୋଗ ଆସିଛି। ଏବେ ମଧ୍ୟ ଅନେକ ପିସିଆର୍‌‌ କର୍ମଚାରୀ ବେଆଇନ ଭାବେ ଟଙ୍କା ଆଦାୟରେ ଲିପ୍ତ ରହିଛନ୍ତି। କିଏ ରାତି ଅଧରେ ଆଦାୟ କରୁଛନ୍ତି ତ କେହି ମାସିକିଆ ଟଙ୍କା ନେଉଛନ୍ତି। ବିଶେଷକରି ଦଶହରା ସମୟରେ, ନିଜ ନିଜ ଥାନା ଅଞ୍ଚଳର ବିଭିନ୍ନ ଛୋଟମୋଟ ଦୋକାନୀଙ୍କ ଠାରୁ ଆରମ୍ଭ କରି ବ୍ୟବସାୟୀକ ପ୍ରତିଷ୍ଠାନ ବୁଲି ଟଙ୍କା ଆଦାୟ କରୁଥିବାର ନଜର ମଧ୍ୟ ରହିଛି। ଏସବୁ ଦୀର୍ଘଦିନ ଧରି ଚାଲି ଆସୁଥିଲେ ମଧ୍ୟ ଏଥିରେ କୌଣସି ପରିବର୍ତ୍ତନ ଆସିପାରିନାହିଁ। 

ଆହୁରି ପଢ଼ନ୍ତୁ: କେନ୍ଦ୍ରାପଡ଼ାରେ ଲଜ୍ଜ୍ୟା: ସପ୍ତମ ଶ୍ରେଣୀ ଛାତ୍ରୀଙ୍କୁ ଶିକ୍ଷକମାନେ ଗଣଦୁଷ୍କର୍ମ କରିଥିବା ଅଭିଯୋଗ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp