ସାବଧାନ ! ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ; ହର୍ଲିକ୍ସଠୁ ଆରମ୍ଭ କରି ଛେନା, ଦହି, କ୍ଷୀର ବ୍ରେଡ୍, ମସଲା, ତେଲ ସବୁକିଛି ଭେଜାଲ୍
ଭୁବନେଶ୍ୱର: ସାବଧାନ ! ରାଜ୍ୟରେ ସବୁଠି ବିକ୍ରି ହେଉଛି ଅପମିଶ୍ରିତ ଖାଦ୍ୟ । ଆପଣ ଯାହା ବି କିଛି କିଣିକି ଖାଉଛନ୍ତି ସେ ସବୁକିଛି ଅପମିଶ୍ରିତ ତଥା ଭେଜାଲ । ହର୍ଲିକ୍ସଠୁ ଆରମ୍ଭ କରି ଛେନା, ଦହି, କ୍ଷୀର ବ୍ରେଡ୍, ମସଲା, ସୋରିଷ ତେଲ ସବୁକିଛି ଭେଜାଲ । ସେହିପରି ବିସ୍କୁଟ, ମଇଦା, ସ୍ନାକ୍ସ, ଛତୁଆ, ସସ୍, ସୋୟାବିନ୍, ଘିଅ, ଲହୁଣୀ ଏ ସବୁ ମଧ୍ୟ ଭେଜାଲ । ଏହା ସହିତ ଚିନି, ପାମ୍ପଡ଼, ଚକୋଲେଟ୍, ନୁଡୁଲ୍ସ ଆଦି ମଧ୍ୟ ଅପମିଶ୍ରିତ ବୋଲି କହିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ । ଏମିତିକି ଆପଣ ଖାଉଥିବା ଲୁଣ ବି ବିଷାକ୍ତ । ସର୍ବାଧିକ ଖୋର୍ଦ୍ଧାରେ ଅଧିକାଂଶ ଖାଦ୍ୟ ଦ୍ରବ୍ୟ ଅପମିଶ୍ରିତ ବୋଲି ଜଣାପଡିଛି । ୩୦ ଜିଲ୍ଲାରେ କେଉଁଠି କ’ଣ ଭେଜାଲ ବିକ୍ରି ହେଉଛି ବିଧାନସଭାରେ ତା'ର ତଥ୍ୟ ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ । ତାରା ବାହିନୀପତିଙ୍କ ପ୍ରଶ୍ନରେ କିଛି ଏପରି ଚମକେଇ ଦେବା ପରି ଉତ୍ତର ରଖିଛନ୍ତି ସ୍ବାସ୍ଥ୍ୟମନ୍ତ୍ରୀ ମୁକେଶ ମହାଲିଙ୍ଗ।





