ଭିଜୟ-ରଶ୍ମିକାଙ୍କ ବିବାହ ପରେ ଦିଅର ଆନନ୍ଦ ଖୋଲିଲେ ଗୁମର, ନୂଆ ଭାଉଜଙ୍କୁ କଲେ ଏମିତି ସ୍ୱାଗତ

Suryakanta Picture
Published On

ବହୁ ଦିନର ଚର୍ଚ୍ଚା ଓ ପ୍ରତୀକ୍ଷା ପରେ ଶେଷରେ ଏକାଠି ହୋଇଛନ୍ତି ସାଉଥ୍ ସୁପରଷ୍ଟାର ଭିଜୟ ଦେବରାକୋଣ୍ଡା ଏବଂ ନ୍ୟାସନାଲ କ୍ରସ୍ ରଶ୍ମିକା ମନ୍ଦାନା। ଫେବୃଆରୀ ୨୬, ୨୦୨୬ରେ ଉଦୟପୁରର ଏକ ବିଳାସପୂର୍ଣ୍ଣ ହୋଟେଲରେ ଉଭୟ ବିବାହ ବନ୍ଧନରେ ଆବଦ୍ଧ ହୋଇଛନ୍ତି। ଏହି ‘ରୟାଲ ୱେଡିଂ’ର ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ବେଳେ ଭିଜୟଙ୍କ ସାନ ଭାଇ ତଥା ଅଭିନେତା ଆନନ୍ଦ ଦେବରାକୋଣ୍ଡାଙ୍କ ଏକ ଭାବପ୍ରବଣ ପୋଷ୍ଟ ଏବେ ସମସ୍ତଙ୍କ ଦୃଷ୍ଟି ଆକର୍ଷଣ କରିଛି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

ନୂଆ ଭାଉଜଙ୍କୁ ଦିଅରଙ୍କ ସ୍ୱେଶାଲ ୱେଲକମ୍

ଭାଇ ବାହାଘର ପରେ ଆନନ୍ଦ ଦେବରାକୋଣ୍ଡା ନିଜ ଇନଷ୍ଟାଗ୍ରାମରେ ନବଦମ୍ପତିଙ୍କ ସହ ଏକ ସୁନ୍ଦର ଫଟୋ ସେୟାର କରିଛନ୍ତି। ଏଥିରେ ସେ ରଶ୍ମିକାଙ୍କୁ ‘ଭାଉଜ’ (ତେଲୁଗୁରେ ‘ୱଦିନା’) ବୋଲି ସମ୍ବୋଧନ କରି ପରିବାରକୁ ସ୍ୱାଗତ କରିଛନ୍ତି। ସେ ଲେଖିଛନ୍ତି, “ଆଜି ମୋ ଭାଇ ବିବାହ କରିଛନ୍ତି ଏବଂ ମୁଁ ମୋ ‘ୱଦିନା’ ରୂପରେ ସବୁଠାରୁ ସକାରାତ୍ମକ ଓ ସ୍ନେହୀ ମଣିଷଙ୍କୁ ପାଇଛି।”

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

ଖୋଲିଲେ ପୁରୁଣା ଗୁମର

ନିଜ ପୋଷ୍ଟରେ ଆନନ୍ଦ ଏକ ପୁରୁଣା କଥା ମଧ୍ୟ ସେୟାର କରିଛନ୍ତି। ସେ କହିଛନ୍ତି ଯେ, ଅତୀତରେ ଯେତେବେଳେ ପ୍ରଶଂସକମାନେ ତାଙ୍କୁ “ୱଦିନା (ରଶ୍ମିକା) କେମିତି ଅଛନ୍ତି?” ବୋଲି ପଚାରୁଥିଲେ, ସେତେବେଳେ ସେ କଣ ଉତ୍ତର ଦେବେ ଜାଣିପାରୁନଥିଲେ। କିନ୍ତୁ ଆଜି ରଶ୍ମିକା ଆନୁଷ୍ଠାନିକ ଭାବେ ଦେବରାକୋଣ୍ଡା ପରିବାରର ସଦସ୍ୟ ହୋଇଥିବାରୁ ସେ ବେଶ୍ ଖୁସି ବ୍ୟକ୍ତ କରିଛନ୍ତି।

ଆହୁରି ପଢ଼ନ୍ତୁ: ମୁମ୍ବାଇ ଘରେ ହୋଇଥିବା ଛୁରାମାଡ଼କୁ ଭୁଲିପାରି ନାହାନ୍ତି ସୈଫ ଅଲ୍ଲୀ ଖାନ, କହିଲେ- 'ଛୁରୀ ଦେଖିଲେ ଡର ଲାଗେ'

‘ଭିରୋଶ’ଙ୍କ ବିବାହ ଉତ୍ସବ

ଉଦୟପୁରର ଆଇଟିସି ମେମେଣ୍ଟୋସରେ ଅନୁଷ୍ଠିତ ଏହି ବିବାହ ଉତ୍ସବରେ ତେଲୁଗୁ ଏବଂ କୋଡାଭା ପରମ୍ପରା ଅନୁଯାୟୀ ରୀତିନୀତି ସମ୍ପନ୍ନ ହୋଇଥିଲା। ପ୍ରଶଂସକମାନେ ଏହି ଯୋଡିଙ୍କୁ ଶ୍ରଦ୍ଧାରେ ‘ଭିରୋଶ’ (ViRosh) ନାମ ଦେଇଛନ୍ତି। ବିବାହ ପରେ ଦମ୍ପତି ମାର୍ଚ୍ଚ ୪ ତାରିଖରେ ହାଇଦ୍ରାବାଦରେ ଏକ ଭବ୍ୟ ରିସେପସନ୍ ପାର୍ଟି ଆୟୋଜନ କରିବେ ବୋଲି ସୂଚନା ମିଳିଛି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp