୨୭ ବର୍ଷର ସମ୍ପର୍କରେ ପଡିଲା ପୂର୍ଣ୍ଣଚ୍ଛେଦ: ଛାଡ଼ପତ୍ର ପାଇଁ କୋର୍ଟଙ୍କ ଦ୍ୱାରସ୍ଥ ହେଲେ ଥଲପତି ବିଜୟଙ୍କ ପତ୍ନୀ ସଙ୍ଗୀତା

Suryakanta Picture
Published On

ତାମିଲ ସୁପରଷ୍ଟାର ତଥା ଟିଭିକେ (TVK) ମୁଖ୍ୟ ବିଜୟ ଥଲପତିଙ୍କ ବ୍ୟକ୍ତିଗତ ଜୀବନକୁ ନେଇ ଏକ ବଡ଼ ଖବର ସାମ୍ନାକୁ ଆସିଛି। ଦୀର୍ଘ ୨୭ ବର୍ଷର ବୈବାହିକ ଜୀବନ ପରେ ବିଜୟ ଏବଂ ତାଙ୍କ ପତ୍ନୀ ସଙ୍ଗୀତା ଅଲଗା ହେବାକୁ ଯାଉଛନ୍ତି। ସଙ୍ଗୀତା ନିଜେ ଚେଙ୍ଗଲପଟ୍ଟୁ କୋର୍ଟରେ ଛାଡ଼ପତ୍ର ପାଇଁ ଆବେଦନ କରିଛନ୍ତି, ଯାହା ତାଙ୍କ ପ୍ରଶଂସକମାନଙ୍କୁ ଚକିତ କରିଦେଇଛି।

ଆହୁରି ପଢ଼ନ୍ତୁ: ସାଂସଦ ପାଣ୍ଠି ଖର୍ଚ୍ଚରେ ଅବହେଳାକୁ ନେଇ ପ୍ରଶାସନିକ ଅଧିକାରୀଙ୍କ ଉପରେ ବର୍ଷିଲେ କଙ୍ଗନା ରଣାୱତ, କହିଲେ- 'ମିଛ ବାହାନା କରନ୍ତୁ ନାହିଁ'

ଛାଡ଼ପତ୍ରର କାରଣ କ’ଣ?

ମିଳିଥିବା ସୂଚନା ଅନୁଯାୟୀ, ସଙ୍ଗୀତା ତାଙ୍କ ଆବେଦନରେ ବିଜୟଙ୍କ ବିରୋଧରେ ଗୁରୁତର ଅଭିଯୋଗ ଆଣିଛନ୍ତି। ସେ ଦର୍ଶାଇଛନ୍ତି ଯେ ବିଜୟଙ୍କର ଅନ୍ୟ ଜଣେ ଅଭିନେତ୍ରୀଙ୍କ ସହ ୨୦୨୧ ମସିହାରୁ ଅନୈତିକ ସମ୍ପର୍କ ରହିଛି। ଏହି କାରଣରୁ ସେମାନଙ୍କ ମଧ୍ୟରେ ମନୋମାଳିନ୍ୟ ସୃଷ୍ଟି ହୋଇଥିଲା ଏବଂ ସେ ବିବାହ ବିଚ୍ଛେଦ ପାଇଁ ନିଷ୍ପତ୍ତି ନେଇଛନ୍ତି। କୋର୍ଟ ବର୍ତ୍ତମାନ ଏହି ମାମଲାକୁ ପରିବାର କଲ୍ୟାଣ କମିଟିକୁ ହସ୍ତାନ୍ତର କରିଛନ୍ତି।

ଆହୁରି ପଢ଼ନ୍ତୁ: ପଦ୍ମ ଭୂଷଣ ସମ୍ମାନ ଗ୍ରହଣ ପରେ ୨ ବର୍ଷର ନୀରବତା ଭାଙ୍ଗିଲେ ଅଲକା ୟାଗ୍ନିକ୍, ଶ୍ରବଣ ଶକ୍ତି ହରାଇବା ନେଇ ଦେଲେ ଭାବବିହ୍ୱଳ ବାର୍ତ୍ତା

୨ ବର୍ଷ ହେଲା ଅଲଗା ରହୁଥିଲେ ଦମ୍ପତି

ରିପୋର୍ଟ ଅନୁସାରେ, ଗତ ଦୁଇ ବର୍ଷ ଧରି ବିଜୟ ଏବଂ ସଙ୍ଗୀତା ପରସ୍ପରଠାରୁ ଅଲଗା ରହୁଥିଲେ। ତେବେ ଉଭୟ ପକ୍ଷରୁ ଏନେଇ କୌଣସି ଆନୁଷ୍ଠାନିକ ଘୋଷଣା କରାଯାଇ ନଥିଲା। ସଙ୍ଗୀତା ଶ୍ରୀଲଙ୍କା ତାମିଲ ବଂଶୋଦ୍ଭବ ଏବଂ ଲଣ୍ଡନରେ ବଡ଼ ହୋଇଥିଲେ। ବିଜୟଙ୍କ ଜଣେ ବଡ଼ ପ୍ରଶଂସକ ଭାବରେ ତାଙ୍କର ବିଜୟଙ୍କ ସହ ପ୍ରଥମେ ସାକ୍ଷାତ ହୋଇଥିଲା, ଯାହା ପରେ ପ୍ରେମ ଓ ବିବାହରେ ପରିଣତ ହୋଇଥିଲା।

ଆହୁରି ପଢ଼ନ୍ତୁ: 'ଦୃଶ୍ୟମ୍: ଦ କନକ୍ଲୁଜନ୍' ହେବ ଅଜୟ ଦେବଗନଙ୍କ ଶେଷ 'ଦୃଶ୍ୟମ୍', ମୋହନଲାଲଙ୍କ ଫିଲ୍ମ ଠାରୁ କାହିଁକି ଭିନ୍ନ ରହିବ କାହାଣୀ?

ରାଜନୈତିକ କ୍ୟାରିୟର ଉପରେ ପ୍ରଭାବ

ବିଜୟ ବର୍ତ୍ତମାନ ଚଳଚ୍ଚିତ୍ର ଜଗତରୁ ଦୂରେଇ ସମ୍ପୂର୍ଣ୍ଣ ରୂପେ ରାଜନୀତିରେ ସକ୍ରିୟ ଅଛନ୍ତି। ନିକଟରେ ସେ ନିଜର ଦଳ ‘ତାମିଲଗା ଭେଟ୍ରି କାଝଗମ୍’ (TVK) ଗଠନ କରିଛନ୍ତି। ରାଜନୈତିକ କ୍ଷେତ୍ରରେ ପାଦ ଦେବା ସମୟରେ ତାଙ୍କ ବ୍ୟକ୍ତିଗତ ଜୀବନର ଏହି ଝଡ଼ ଚର୍ଚ୍ଚାର ବିଷୟ ପାଲଟିଛି। ଉଲ୍ଲେଖଯୋଗ୍ୟ ଯେ, ୧୯୯୯ ମସିହାରେ ଉଭୟ ବିବାହ କରିଥିଲେ ଏବଂ ସେମାନଙ୍କର ଦୁଇଟି ସନ୍ତାନ- ପୁଅ ଜେସନ ସଞ୍ଜୟ ଓ ଝିଅ ଦିବ୍ୟା ଶାଶା ଅଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp