ମାର୍ଚ୍ଚ ୩ରେ ଚନ୍ଦ୍ରଗ୍ରହଣ: ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତି, ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ

Madhusudan Das Picture
Published On

ପୁରୀ: ଆସନ୍ତା ମାର୍ଚ୍ଚ ୩ ତାରିଖ ଅର୍ଥାତ୍‌ ଦୋଳ ପୂର୍ଣ୍ଣିମାରେ ସଂଘଟିତ ହେବ ଚନ୍ଦ୍ରଗ୍ରହଣ। ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆସନ୍ତାକାଲି ଛତିଶା ନିଯୋଗ ବୈଠକ ଚନ୍ଦ୍ରଗ୍ରହଣର ନୀତି ନିର୍ଘଣ୍ଟ କରାଯିବ। ମାର୍ଚ୍ଚ ୩ ତାରିଖ ଅପରାହ୍ଣ ୩ଟା ୨୦ ମିନିଟ୍‌ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଥିବାରୁ ସେହି ସମୟରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ତେବେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ରାତି ୩ଟାରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ। ପରେ ମଙ୍ଗଳ ଆଳତି ନୀତି ସହିତ ଅବକାଶ ନୀତି ଶେଷ ହେବା ପରେ ଦେବନୀତିକୁ ବନ୍ଦ କରାଯିବ। ଦୋଳପୂର୍ଣ୍ଣିମା ଦିନ ସକାଳ ୬ଟା ୮ ମିନିଟ୍‌ ସୂର୍ଯ୍ୟୋଦୟ ସମୟ ଥିବାବେଳେ ଏହି ସମୟରୁ ଶ୍ରୀମନ୍ଦିରରେ ଦେବନୀତି ବନ୍ଦ ରହିବ।

ଆହୁରି ପଢ଼ନ୍ତୁ: ଓଡ଼ିଶା ଉପକୂଳ ସୁରକ୍ଷା ପାଇଁ ବଡ଼ ରୋଡମ୍ୟାପ୍: ଦେଶର ଶ୍ରେଷ୍ଠ ମେରାଇନ୍ ପୋଲିସ ହେବାକୁ ଡିଜିପିଙ୍କ ଲକ୍ଷ୍ୟ

ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି, ‘ଗ୍ରହଣ ସ୍ନାନ ନୀତି ପରେ ରୋଷହୋମ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା ଓ ଗ୍ରହଣ ପୂଜା ନୀତି ହୋଇ ଖଇକୋରା ଭୋଗ ଅନୁଷ୍ଠିତ ହେବ। ଏହାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଦୋଳ ବିମାନରେ ବିଜେ କରି ଦୋଳବେଦୀକୁ ବିଜେ କରିବେ। ସେଠାରେ ଠାକୁରଙ୍କର ତିନି ଧୂପ, ରାଜନୀତି, ବନ୍ଦାପନା ସମେତ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ଭକ୍ତମାନେ ଦୋଳପୂର୍ଣ୍ଣିମା ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସହିତ ଦୋଳବେଦୀରେ ଠାକୁରଙ୍କୁ ମଧ୍ୟ ଦର୍ଶନ କରିପାରିବେ। 

ଆହୁରି ପଢ଼ନ୍ତୁ: ପ୍ରେମିକାକୁ ହତ୍ୟା କରି ଦୁର୍ଘଟଣା ରୂପ ଦେଇଥିଲା ପ୍ରେମିକ, ବାନ୍ଧିଲା ପୋଲିସ

ଅପରାହ୍ଣ ୩ଟା ୨୦ ମିନିଟ୍‌ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ସମୟ ଥିବାବେଳେ ସନ୍ଧ୍ୟା ୬ଟା ୪୭ ମିନିଟ୍‌ ୧୩ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ବିଧି ଓ ପରମ୍ପରା ଅନୁଯାୟୀ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଦେବନୀତି ଓ ପାକତ୍ୟାଗ ନିଷେଧ। ମଙ୍ଗଳବାର ସକାଳ ୬ଟା ୮ ମିନିଟରେ ସୂର୍ଯ୍ୟୋଦୟ ସମୟରୁ ଦେବନୀତି ଏବଂ ପାକତ୍ୟାଗ ବିଧି ରହିଛି। ସନ୍ଧ୍ୟା ୬ଟା ୪୭ ମିନିଟ୍‌ ୧୩ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବା ପରେ ଦୋଳପର୍ବ ପାଳନ କରୁଥିବା ବ୍ୟକ୍ତିମାନେ ଠାକୁରଙ୍କୁ ଦୋଳବେଦୀରେ ବିଜେ କରି ଏହି ପର୍ବ ପାଳନ କରିପାରିବେ। ଅନ୍ୟପକ୍ଷରେ ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ସକାଳ ଧୂପ ନୀତି ଶେଷ ହେଲା ବେଳକୁ ସନ୍ଧ୍ୟା ୭ଟା ହୋଇଯାଇଥିବ। ଯେଉଁ ଭକ୍ତମାନେ ମହାପ୍ରସାଦ ନେବାକୁ ଇଚ୍ଛା କରିବେ ସେମାନେ ସନ୍ଧ୍ୟା ବେଳେ ସକାଳ ଧୂପରୁ ବାହାରିଥିବା ମହାପ୍ରସାଦ ସହ ଶୁଖିଲି ଭୋଗ ନେଇପାରିବେ। କିନ୍ତୁ ବରାଦି ଭୋଗ ବାହାରିବାରେ ଅହେତୁକ ବିଳମ୍ବ ହେବାକୁ ଥିବାରୁ ଚନ୍ଦ୍ରଗ୍ରହଣ ଦିନ ଭକ୍ତଙ୍କୁ ବରାଦି ଭୋଗ ମିଳି ନ ପାରେ।

ଆହୁରି ପଢ଼ନ୍ତୁ: ସମ୍ବଲପୁରରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା: ସିମେଣ୍ଟ ମିକ୍ସଚର ଟ୍ରକ୍ ଧକ୍କାରେ ବାପା ଓ ଝିଅଙ୍କ ମୃତ୍ୟୁ

23 Feb 2026 By Madhusudan Das

ମାର୍ଚ୍ଚ ୩ରେ ଚନ୍ଦ୍ରଗ୍ରହଣ: ଶ୍ରୀମନ୍ଦିରରେ ହେବ ସ୍ୱତନ୍ତ୍ର ନୀତି, ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ କରିବେ ଭକ୍ତ

ପୁରୀ: ଆସନ୍ତା ମାର୍ଚ୍ଚ ୩ ତାରିଖ ଅର୍ଥାତ୍‌ ଦୋଳ ପୂର୍ଣ୍ଣିମାରେ ସଂଘଟିତ ହେବ ଚନ୍ଦ୍ରଗ୍ରହଣ। ଏଥିପାଇଁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ଆସନ୍ତାକାଲି ଛତିଶା ନିଯୋଗ ବୈଠକ ଚନ୍ଦ୍ରଗ୍ରହଣର ନୀତି ନିର୍ଘଣ୍ଟ କରାଯିବ। ମାର୍ଚ୍ଚ ୩ ତାରିଖ ଅପରାହ୍ଣ ୩ଟା ୨୦ ମିନିଟ୍‌ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ଥିବାରୁ ସେହି ସମୟରୁ ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସ୍ୱତନ୍ତ୍ର ନୀତିକାନ୍ତି ଅନୁଷ୍ଠିତ ହେବ। ତେବେ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ପାକତ୍ୟାଗ ଏବଂ ଦେବନୀତି ନିଷେଧ ଥିବାରୁ ପୂର୍ବଦିନ ରାତି ୩ଟାରୁ ଶ୍ରୀମନ୍ଦିର ଦ୍ୱାରଫିଟା ନୀତି ଅନୁଷ୍ଠିତ ହେବ। ପରେ ମଙ୍ଗଳ ଆଳତି ନୀତି ସହିତ ଅବକାଶ ନୀତି ଶେଷ ହେବା ପରେ ଦେବନୀତିକୁ ବନ୍ଦ କରାଯିବ। ଦୋଳପୂର୍ଣ୍ଣିମା ଦିନ ସକାଳ ୬ଟା ୮ ମିନିଟ୍‌ ସୂର୍ଯ୍ୟୋଦୟ ସମୟ ଥିବାବେଳେ ଏହି ସମୟରୁ ଶ୍ରୀମନ୍ଦିରରେ ଦେବନୀତି ବନ୍ଦ ରହିବ।

ଜଗନ୍ନାଥ ସଂସ୍କୃତି ପ୍ରଚାରକ ପଣ୍ଡିତ ପଦ୍ମନାଭ ତ୍ରିପାଠୀ ଶର୍ମା କହିଛନ୍ତି, ‘ଗ୍ରହଣ ସ୍ନାନ ନୀତି ପରେ ରୋଷହୋମ, ଦ୍ୱାରପାଳ ପୂଜା, ସୂର୍ଯ୍ୟପୂଜା ଓ ଗ୍ରହଣ ପୂଜା ନୀତି ହୋଇ ଖଇକୋରା ଭୋଗ ଅନୁଷ୍ଠିତ ହେବ। ଏହାପରେ ମହାପ୍ରଭୁଙ୍କ ଚଳନ୍ତି ପ୍ରତିମା ଦୋଳଗୋବିନ୍ଦ, ଭୂଦେବୀ, ଶ୍ରୀଦେବୀ ଦୋଳ ବିମାନରେ ବିଜେ କରି ଦୋଳବେଦୀକୁ ବିଜେ କରିବେ। ସେଠାରେ ଠାକୁରଙ୍କର ତିନି ଧୂପ, ରାଜନୀତି, ବନ୍ଦାପନା ସମେତ ଅନ୍ୟାନ୍ୟ ନୀତିକାନ୍ତି ଅନୁଷ୍ଠିତ ହେବ। ଶ୍ରୀମନ୍ଦିରରେ ମହାପ୍ରଭୁଙ୍କର ସୁନାବେଶ ବା ରାଜରାଜେଶ୍ୱର ବେଶ ଅନୁଷ୍ଠିତ ହେବ। ଭକ୍ତମାନେ ଦୋଳପୂର୍ଣ୍ଣିମା ରାତିରେ ମହାପ୍ରଭୁଙ୍କ ସୁନାବେଶ ଦର୍ଶନ ସହିତ ଦୋଳବେଦୀରେ ଠାକୁରଙ୍କୁ ମଧ୍ୟ ଦର୍ଶନ କରିପାରିବେ। 

ଅପରାହ୍ଣ ୩ଟା ୨୦ ମିନିଟ୍‌ ୧୭ ସେକେଣ୍ଡରେ ଗ୍ରହଣ ସ୍ପର୍ଶ ସମୟ ଥିବାବେଳେ ସନ୍ଧ୍ୟା ୬ଟା ୪୭ ମିନିଟ୍‌ ୧୩ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବ। ବିଧି ଓ ପରମ୍ପରା ଅନୁଯାୟୀ ଗ୍ରହଣ ସ୍ପର୍ଶର ୯ ଘଣ୍ଟା ପୂର୍ବରୁ ଦେବନୀତି ଓ ପାକତ୍ୟାଗ ନିଷେଧ। ମଙ୍ଗଳବାର ସକାଳ ୬ଟା ୮ ମିନିଟରେ ସୂର୍ଯ୍ୟୋଦୟ ସମୟରୁ ଦେବନୀତି ଏବଂ ପାକତ୍ୟାଗ ବିଧି ରହିଛି। ସନ୍ଧ୍ୟା ୬ଟା ୪୭ ମିନିଟ୍‌ ୧୩ ସେକେଣ୍ଡରେ ଗ୍ରହଣ ସର୍ବମୋକ୍ଷ ହେବା ପରେ ଦୋଳପର୍ବ ପାଳନ କରୁଥିବା ବ୍ୟକ୍ତିମାନେ ଠାକୁରଙ୍କୁ ଦୋଳବେଦୀରେ ବିଜେ କରି ଏହି ପର୍ବ ପାଳନ କରିପାରିବେ। ଅନ୍ୟପକ୍ଷରେ ଦୋଳ ପୂର୍ଣ୍ଣିମାରେ ଚନ୍ଦ୍ରଗ୍ରହଣ ପଡୁଥିବାରୁ ମହାପ୍ରଭୁଙ୍କ ସକାଳ ଧୂପ ନୀତି ଶେଷ ହେଲା ବେଳକୁ ସନ୍ଧ୍ୟା ୭ଟା ହୋଇଯାଇଥିବ। ଯେଉଁ ଭକ୍ତମାନେ ମହାପ୍ରସାଦ ନେବାକୁ ଇଚ୍ଛା କରିବେ ସେମାନେ ସନ୍ଧ୍ୟା ବେଳେ ସକାଳ ଧୂପରୁ ବାହାରିଥିବା ମହାପ୍ରସାଦ ସହ ଶୁଖିଲି ଭୋଗ ନେଇପାରିବେ। କିନ୍ତୁ ବରାଦି ଭୋଗ ବାହାରିବାରେ ଅହେତୁକ ବିଳମ୍ବ ହେବାକୁ ଥିବାରୁ ଚନ୍ଦ୍ରଗ୍ରହଣ ଦିନ ଭକ୍ତଙ୍କୁ ବରାଦି ଭୋଗ ମିଳି ନ ପାରେ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର