ଇତିହାସ ରଚିଲା ଜମ୍ମୁ ଓ କାଶ୍ମୀର: ୮ ଥରର ଚାମ୍ପିଅନ୍‌ କର୍ଣ୍ଣାଟକକୁ ହରାଇ ଜିତିଲା ପ୍ରଥମ ରଣଜୀ ଟ୍ରଫି

Madhusudan Das Picture
Published On

କର୍ଣ୍ଣାଟକ: ଇତିହାସ ରଚିଲା ଜମ୍ମୁ ଓ କାଶ୍ମୀର । ଦୀର୍ଘ ୬୭ ବର୍ଷ ପରେ ଜିତିଲା ପ୍ରଥମ ରଣଜୀ ଟ୍ରଫି । ଶକ୍ତିଶାଳୀ କର୍ଣ୍ଣାଟକ ଦଳକୁ ପରାସ୍ତ କରି ଜମ୍ମୁ ଓ କାଶ୍ମୀର ଟିମ୍‌ ନିଜର ପ୍ରଥମ ରଣଜୀ ଟ୍ରଫି ଟାଇଟଲ୍ ଜିତିବାର ଗୌରବ ଅର୍ଜନ କରିଛି। କର୍ଣ୍ଣାଟକର ହୁବଲିସ୍ଥିତ କେଏସସିଏ (KSCA) କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ୮ ଥରର ଚାମ୍ପିଅନ୍ କର୍ଣ୍ଣାଟକ ବିପକ୍ଷରେ ଏହି ଐତିହାସିକ ବିଜୟ ହାସଲ କରିଛି ଜମ୍ମୁ ଓ କାଶ୍ମୀର।

ଆହୁରି ପଢ଼ନ୍ତୁ: ଆରସିବି ବୋଲରଙ୍କୁ ଧୂଳି ଚଟାଇଲେ ୧୫ ବର୍ଷୀୟ ବୈଭବ ସୂର୍ଯ୍ୟବଂଶୀ, ମାତ୍ର ୨୬ ବଲରେ ଖେଳିଲେ ୭୮ ରନର ବିସ୍ଫୋରକ ପାଳି

ଅଧିନାୟକ ପାରସ ଡୋଗ୍ରାଙ୍କ ନେତୃତ୍ୱରେ ଜମ୍ମୁ ଓ କାଶ୍ମୀର ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ୨୦୨୫-୨୬ ରଣଜୀ ଟ୍ରଫିର ଏହି ଫାଇନାଲ ମ୍ୟାଚ୍ ଡ୍ର’ରେ ଶେଷ ହୋଇଥିଲେ ମଧ୍ୟ ପ୍ରଥମ ଇନିଂସରେ ବିଶାଳ ଅଗ୍ରଣୀ ହାସଲ କରିଥିବା କାରଣରୁ ଜମ୍ମୁ ଓ କାଶ୍ମୀରକୁ ବିଜେତା ଘୋଷଣା କରାଯାଇଛି। ଦଳ ପ୍ରଥମ ଇନିଂସରେ କର୍ଣ୍ଣାଟକ ଠାରୁ ୨୯୧ ରନର ଏକ ବିଶାଳ ଅଗ୍ରଣୀ ହାସଲ କରିଥିଲା, ଯାହା ମ୍ୟାଚର ନିର୍ଣ୍ଣାୟକ ମୋଡ଼ ସାବ୍ୟସ୍ତ ହୋଇଥିଲା।

ଆହୁରି ପଢ଼ନ୍ତୁ: ଚେନ୍ନାଇ ସୁପର କିଙ୍ଗସ୍ (CSK) ପାଇଁ ସଞ୍ଜୁ ସାମସନଙ୍କ ଧମାକାଦାର ଶତକ: ଟିମ୍ ଇଣ୍ଡିଆ ଭଳି ସିଏସକେକୁ ମଧ୍ୟ କରିବେ କି ଚାମ୍ପିଅନ୍?

ଜମ୍ମୁ ଓ କାଶ୍ମୀର ପାଇଁ ଏହି ବିଜୟ ଅତ୍ୟନ୍ତ ଭାବପ୍ରବଣ ଥିଲା। ୧୯୫୯-୬୦ ସିଜିନରେ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିବା ଏହି ଦଳ ଦୀର୍ଘ ୬୭ ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲା। ଏହି ବିଜୟ ସହ ଜମ୍ମୁ ଓ କାଶ୍ମୀର ରଣଜୀ ଟ୍ରଫି ଜିତିବାରେ ୧୯ତମ ଦଳ ପାଲଟିଛି। ଏହା ବ୍ୟତୀତ, ନିଜର ପ୍ରଥମ ଫାଇନାଲରେ ହିଁ ଟ୍ରଫି ଜିତିଥିବା ନବମ ଦଳ ଭାବରେ ମଧ୍ୟ ରେକର୍ଡ ସୃଷ୍ଟି କରିଛି।

ଆହୁରି ପଢ଼ନ୍ତୁ: ଆଇପିଏଲ୍ ଏକ 'ସିନେମା'! ରିଲି ରୁସୋଙ୍କ ମନ୍ତବ୍ୟ ଶୁଣି ପ୍ରେସ୍‌ମିଟ୍‌ରେ ହସିହସି ବେଦମ୍ ହେଲେ ଜାକବ୍ ଓରାମ୍

ମ୍ୟାଚର ଅନ୍ତିମ ଦିନରେ ଜମ୍ମୁ ଓ କାଶ୍ମୀର ଦ୍ୱିତୀୟ ଇନିଂସରେ ୪ ୱିକେଟ ହରାଇ ୩୪୨ ରନ କରି ପାଳି ଘୋଷଣା କରିଥିଲା। ଫଳାଫଳ ବାହାରିବାର କୌଣସି ସମ୍ଭାବନା ନଥିବାରୁ ଉଭୟ ଦଳର ଅଧିନାୟକ ମ୍ୟାଚକୁ ଡ୍ର’ ଭାବେ ଗ୍ରହଣ କରିଥିଲେ ଏବଂ ନିୟମ ଅନୁଯାୟୀ ଜମ୍ମୁ ଓ କାଶ୍ମୀରକୁ ଚାମ୍ପିଅନ୍ ଘୋଷଣା କରାଯାଇଥିଲା।

28 Feb 2026 By Madhusudan Das

ଇତିହାସ ରଚିଲା ଜମ୍ମୁ ଓ କାଶ୍ମୀର: ୮ ଥରର ଚାମ୍ପିଅନ୍‌ କର୍ଣ୍ଣାଟକକୁ ହରାଇ ଜିତିଲା ପ୍ରଥମ ରଣଜୀ ଟ୍ରଫି

କର୍ଣ୍ଣାଟକ: ଇତିହାସ ରଚିଲା ଜମ୍ମୁ ଓ କାଶ୍ମୀର । ଦୀର୍ଘ ୬୭ ବର୍ଷ ପରେ ଜିତିଲା ପ୍ରଥମ ରଣଜୀ ଟ୍ରଫି । ଶକ୍ତିଶାଳୀ କର୍ଣ୍ଣାଟକ ଦଳକୁ ପରାସ୍ତ କରି ଜମ୍ମୁ ଓ କାଶ୍ମୀର ଟିମ୍‌ ନିଜର ପ୍ରଥମ ରଣଜୀ ଟ୍ରଫି ଟାଇଟଲ୍ ଜିତିବାର ଗୌରବ ଅର୍ଜନ କରିଛି। କର୍ଣ୍ଣାଟକର ହୁବଲିସ୍ଥିତ କେଏସସିଏ (KSCA) କ୍ରିକେଟ ଗ୍ରାଉଣ୍ଡରେ ଅନୁଷ୍ଠିତ ଫାଇନାଲ ମ୍ୟାଚରେ ୮ ଥରର ଚାମ୍ପିଅନ୍ କର୍ଣ୍ଣାଟକ ବିପକ୍ଷରେ ଏହି ଐତିହାସିକ ବିଜୟ ହାସଲ କରିଛି ଜମ୍ମୁ ଓ କାଶ୍ମୀର।

ଅଧିନାୟକ ପାରସ ଡୋଗ୍ରାଙ୍କ ନେତୃତ୍ୱରେ ଜମ୍ମୁ ଓ କାଶ୍ମୀର ଦଳ ଚମତ୍କାର ପ୍ରଦର୍ଶନ କରିଥିଲା। ୨୦୨୫-୨୬ ରଣଜୀ ଟ୍ରଫିର ଏହି ଫାଇନାଲ ମ୍ୟାଚ୍ ଡ୍ର’ରେ ଶେଷ ହୋଇଥିଲେ ମଧ୍ୟ ପ୍ରଥମ ଇନିଂସରେ ବିଶାଳ ଅଗ୍ରଣୀ ହାସଲ କରିଥିବା କାରଣରୁ ଜମ୍ମୁ ଓ କାଶ୍ମୀରକୁ ବିଜେତା ଘୋଷଣା କରାଯାଇଛି। ଦଳ ପ୍ରଥମ ଇନିଂସରେ କର୍ଣ୍ଣାଟକ ଠାରୁ ୨୯୧ ରନର ଏକ ବିଶାଳ ଅଗ୍ରଣୀ ହାସଲ କରିଥିଲା, ଯାହା ମ୍ୟାଚର ନିର୍ଣ୍ଣାୟକ ମୋଡ଼ ସାବ୍ୟସ୍ତ ହୋଇଥିଲା।

ଜମ୍ମୁ ଓ କାଶ୍ମୀର ପାଇଁ ଏହି ବିଜୟ ଅତ୍ୟନ୍ତ ଭାବପ୍ରବଣ ଥିଲା। ୧୯୫୯-୬୦ ସିଜିନରେ ରଣଜୀ ଟ୍ରଫିରେ ଡେବ୍ୟୁ କରିଥିବା ଏହି ଦଳ ଦୀର୍ଘ ୬୭ ବର୍ଷ ଧରି ଏହି ମୁହୂର୍ତ୍ତକୁ ଅପେକ୍ଷା କରିଥିଲା। ଏହି ବିଜୟ ସହ ଜମ୍ମୁ ଓ କାଶ୍ମୀର ରଣଜୀ ଟ୍ରଫି ଜିତିବାରେ ୧୯ତମ ଦଳ ପାଲଟିଛି। ଏହା ବ୍ୟତୀତ, ନିଜର ପ୍ରଥମ ଫାଇନାଲରେ ହିଁ ଟ୍ରଫି ଜିତିଥିବା ନବମ ଦଳ ଭାବରେ ମଧ୍ୟ ରେକର୍ଡ ସୃଷ୍ଟି କରିଛି।

ମ୍ୟାଚର ଅନ୍ତିମ ଦିନରେ ଜମ୍ମୁ ଓ କାଶ୍ମୀର ଦ୍ୱିତୀୟ ଇନିଂସରେ ୪ ୱିକେଟ ହରାଇ ୩୪୨ ରନ କରି ପାଳି ଘୋଷଣା କରିଥିଲା। ଫଳାଫଳ ବାହାରିବାର କୌଣସି ସମ୍ଭାବନା ନଥିବାରୁ ଉଭୟ ଦଳର ଅଧିନାୟକ ମ୍ୟାଚକୁ ଡ୍ର’ ଭାବେ ଗ୍ରହଣ କରିଥିଲେ ଏବଂ ନିୟମ ଅନୁଯାୟୀ ଜମ୍ମୁ ଓ କାଶ୍ମୀରକୁ ଚାମ୍ପିଅନ୍ ଘୋଷଣା କରାଯାଇଥିଲା।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର