ୱେବ ପୋର୍ଟାଲ ସାମ୍ବାଦିକଙ୍କ ଲାଗି ଖୁବ ଶୀଘ୍ର ଆସିବ ସ୍ବତନ୍ତ୍ର ଆଇନ, ଜାରି ହେବ ମାର୍ଗଦର୍ଶିକା

The Sakala Picture
Published On

ଭୁବନେଶ୍ୱର: ୱେବ ପୋର୍ଟାଲ ନିମନ୍ତେ ଆସିବ ସ୍ବତନ୍ତ୍ର ଆଇନ। ସରକାରୀସ୍ତରରେ ଏଥିପାଇଁ ବିଚାରବିମର୍ଷ ଆରମ୍ଭ ହୋଇଛି। ୱେବ୍ ପୋର୍ଟାଲ, ୟୁଟ୍ୟୁବ୍ ଚ୍ୟାନେଲ ସ୍ଥାପନ ନିମନ୍ତେ ନିର୍ଦ୍ଦିଷ୍ଟ ନିୟମ ପ୍ରଣୟନ କରାଯିବ ଏବଂ ଏଥିରେ କାର୍ଯ୍ୟରତ ସାମ୍ବାଦିକ ବା ପ୍ରତିନିଧିମାନଙ୍କ ନିମନ୍ତେ ମାର୍ଗଦର୍ଶିକା ଜାରି ହେବ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ କେନ୍ଦ୍ର ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ୱେବ୍‌ ପୋର୍ଟାଲ ସାମ୍ବାଦିକମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଜାରି ନିମନ୍ତେ ପ୍ରସ୍ତୁତି […]

ଭୁବନେଶ୍ୱର: ୱେବ ପୋର୍ଟାଲ ନିମନ୍ତେ ଆସିବ ସ୍ବତନ୍ତ୍ର ଆଇନ। ସରକାରୀସ୍ତରରେ ଏଥିପାଇଁ ବିଚାରବିମର୍ଷ ଆରମ୍ଭ ହୋଇଛି। ୱେବ୍ ପୋର୍ଟାଲ, ୟୁଟ୍ୟୁବ୍ ଚ୍ୟାନେଲ ସ୍ଥାପନ ନିମନ୍ତେ ନିର୍ଦ୍ଦିଷ୍ଟ ନିୟମ ପ୍ରଣୟନ କରାଯିବ ଏବଂ ଏଥିରେ କାର୍ଯ୍ୟରତ ସାମ୍ବାଦିକ ବା ପ୍ରତିନିଧିମାନଙ୍କ ନିମନ୍ତେ ମାର୍ଗଦର୍ଶିକା ଜାରି ହେବ। ସୁପ୍ରିମକୋର୍ଟଙ୍କ ନିର୍ଦେଶ ପରେ କେନ୍ଦ୍ର ସରକାର ଏଥିପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି। ଅନ୍ୟପକ୍ଷରେ ରାଜ୍ୟ ସରକାରଙ୍କ ପକ୍ଷରୁ ମଧ୍ୟ ୱେବ୍‌ ପୋର୍ଟାଲ ସାମ୍ବାଦିକମାନଙ୍କ ନିମନ୍ତେ ନିର୍ଦ୍ଦିଷ୍ଟ ମାର୍ଗଦର୍ଶିକା ଜାରି ନିମନ୍ତେ ପ୍ରସ୍ତୁତି ଆରମ୍ଭ ହୋଇଛି। ନିଜକୁ ୱେବ୍‌ ଚାନେଲ, ୟୁ ଟ୍ୟୁବ୍ ଚ୍ୟାନେଲ ପ୍ରତିନିଧି ଭାବରେ ପରିଚୟ ଦେଇ କିଛି ଖଳ ପ୍ରକୃତିର ବ୍ୟକ୍ତି ଯେପରି ବ୍ଲାକମେଲିଂ କରୁଛନ୍ତି ତାହାକୁ ରୋକିବା ନିମନ୍ତେ କି ପଦ୍ଧତି ଅବଲମ୍ବନ କରାଯିବ ସେଥିନେଇ ଆଇନଗତ ତର୍ଜମା ଆରମ୍ଭ ହୋଇଛି।

ଆହୁରି ପଢ଼ନ୍ତୁ: ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ

ନିକଟରେ ରାଜ୍ୟରେ ଦୁଇ ତିନୋଟି ସ୍ପର୍ଶକାତର ଘଟଣାରେ ୱେବ୍‌ ଚ୍ୟାନେଲର କିଛି ପ୍ରତିନିଧ୍, ସାମ୍ବାଦିକଙ୍କ ସମ୍ପୃକ୍ତି ଅଭିଯୋଗ ଆସିବା ପରେ ରାଜ୍ୟ ସରକାର ଏହାକୁ ଅତ୍ୟନ୍ତ ଗୁରୁତର ଭାବରେ ଗ୍ରହଣ କରିଛନ୍ତି। ବିଶେଷ ଭାବରେ ଦୁଷ୍ମନ୍ତ ଦାସ ମୃତ୍ୟୁ ଘଟଣାରେ ଏକ ନିର୍ଦ୍ଦିଷ୍ଟ ୱେବ୍‌ ଚ୍ୟାନେଲର ଦୁଇ ଜଣ ପ୍ରତିନିଧ୍ବ ଅସିତ ରାଉତ ଓ ଦାମୋଦର ସେଠୀଙ୍କ ସମ୍ପୃକ୍ତି ଘଟଣାକୁ ଅଧିକ ଜଟିଳ କରିଛି । ପୁଲିସ ସମ୍ପୃକ୍ତ ଦୁଇ ଯୁବକଙ୍କୁ ସମନ କରିବା ସହ ଦୁଷ୍ମନ୍ତଙ୍କ ଆତ୍ମହତ୍ୟା ପଛରେ ସେମାନଙ୍କର କି ଭୂମିକା ରହିଛି ତାହାର ତଦନ୍ତ ଆରମ୍ଭ କରିଛି। ଦୁଷ୍ମନ୍ତଙ୍କୁ ଭୁବନେଶ୍ୱର ଆଣିବା, ତାଙ୍କ ହାତ କାଟିବା ନିମନ୍ତେ ଛୁରୀ କିଣିବା, ବିଷ କିଣିବା ଆଦିରେ ଶ୍ରୀ ରାଉତ ଓ ଶ୍ରୀ ସେଠୀଙ୍କ ସମ୍ପୃକ୍ତି ସମ୍ପର୍କରେ ତଦନ୍ତ ଚାଲିଛି । ଦୁର୍ଘଟଣାରେ ଚାଲି ପାରୁ ନଥିବା ଦୁଷ୍ମନ୍ତଙ୍କୁ ଭୁବନେଶ୍ବର ଆଣିବା ପଛରେ ଏହି ଦୁଇଜଣଙ୍କ । ହାତ ଥିବାରୁ ତାଙ୍କ ମୃତ୍ୟୁ ପାଇଁ ଏହି ଦୁଇଜଣଙ୍କୁ କାହିଁକି ଦାୟୀ କରାଯିବ ନାହିଁ ତାହାକୁ ନେଇ ବିଭିନ୍ନ ମହଲରେ ପ୍ରଶ୍ନ ଉଠିଛି।

ଆହୁରି ପଢ଼ନ୍ତୁ: ଭାରତର ଏହି ରାଜ୍ୟରେ ୧୬ ବର୍ଷରୁ କମ୍ ପିଲାଙ୍କ ପାଇଁ ସୋସିଆଲ ମିଡିଆ ବ୍ୟାନ୍...

କେବଳ ଦୁଷ୍ମନ୍ତ ଦାସ ମୃତ୍ୟୁ ମାମଲା ନୁହେଁ, ଏହା ପୂର୍ବରୁ ଅଲମ୍ପିଆନ ଦୂତୀ ଚାନ୍ଦ ଦୁଇ ୱେବ୍ । ସାମ୍ବାଦିକଙ୍କ ବିରୋଧରେ ଅଭିଯୋଗ କରିଥିଲେ। ଅଲମ୍ପିକରେ ଭାଗ ନେବା ନିମନ୍ତେ ଜାପାନରେ ଥିବାବେଳେ ଦୂତୀଙ୍କ ବିରୋଧରେ ଏହି ୱେବ୍‌ । ସାମ୍ବାଦିକମାନେ ନିମ୍ନରୁଚିର ଖବର ପରିବେଷଣ କରି ତାଙ୍କର ମନୋବଳ ଭାଙ୍ଗି ଦେଇଥିବା ସେ ଅଭିଯୋଗ କରିଥିଲେ। ଏହି ମାମଲାରେ ପୁଲିସ ୨ ଜଣଙ୍କୁ ଗିରଫ କରିଛି।

ଆହୁରି ପଢ଼ନ୍ତୁ: ଆଜି ମହାନ ଜନନାୟକ, ପ୍ରବାଦ ପୁରୁଷ ବିଜୁ ପଟ୍ଟନାୟକଙ୍କ ୧୧୦ତମ ଜୟନ୍ତୀ, ଭୂମିପୁତ୍ରଙ୍କୁ ମନେ ପକାଉଛି ସାରା ରାଜ୍ୟ

ଅନ୍ୟପକ୍ଷରେ ଜଣେ ଖଣି ବ୍ୟବସାୟୀଙ୍କୁ ବ୍ଲାକ୍ ମେଲିଂ କରିବା ଅଭିଯୋଗରେ ଏକ ୱେବ୍‌ ଚ୍ୟାନେଲର ମୁଖ୍ୟ ଏହାର ପ୍ରତିନିଧିମାନଙ୍କୁ ପୁଲିସ ଗିରଫ କରିଛି। ଏମାନେ ସମ୍ପୃକ୍ତ ଖଣି ବ୍ୟବସାୟୀଙ୍କୁ ବାନ୍ଧି ଦୁଇଦିନ ଧରି ନିର୍ଯାତନା ଦେବା ସହ ତାଙ୍କ ପରିବାରଠାରୁ ବିପୁଳ ଟଙ୍କା ଆଦାୟ କରିଥିଲେ । ଅଭିଯୋଗ ପରେ ପୁଲିସ ଏନେଇ ତଦନ୍ତ ଆରମ୍ଭ କରିଛି । ସବୁଠାରୁ ସ୍ପର୍ଶକାତର ବିଷୟ ହେଉଛି ପୁଲିସ ଚଢ଼ଉ ବେଳେ ଏହି କାର୍ଯ୍ୟରେ ସମ୍ପୃକ୍ତ ମହିଳା ସାମ୍ବାଦିକଙ୍କ ଘରୁ ଅର୍ଥ ଓ ବନ୍ଧୁକ ଜବତ କରାଯିବା ଘଟଣାର ଗୁରୁତ୍ବକୁ ଆହୁରି ବଢ଼ାଇ ଦେଇଛି।

ଏହି ଘଟଣାଗୁଡ଼ିକ କେବଳ ଗୋଟିଏ ଗୋଟିଏ ଉଦାହରଣ ମାତ୍ରା ରାଜ୍ୟରେ ଛତୁ ଫୁଟିଲା ପରି ୱେବ୍‌ ଚ୍ୟାନେଲ ସ୍ଥାପନ କରି କିଛି ଲୋକ ବ୍ଲାକମେଲିଂ କରିବା ପରି ଧନ୍ଦା ଆରମ୍ଭ କରିଛନ୍ତି। ଏହା ଉପରେ ନା ରାଜ୍ୟ ସରକାରଙ୍କର ନିୟନ୍ତ୍ରଣ
ଅଛି ନା କେନ୍ଦ୍ର ସରକାରଙ୍କର। ଏଥିପାଇଁ କୌଣସି ପଞ୍ଜୀକରଣ ମଧ୍ୟ କରିବାକୁ କୌଣସି ନିର୍ଦ୍ଦିଷ୍ଟ ନିୟମ ନାହିଁ । ଯେଉଁଥିପାଇଁ ୱେବ ଚ୍ୟାନେଲ, ୟୁଟ୍ୟୁବ୍ ଚ୍ୟାନେଲ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଚାଲିଛି ଏବଂ ଏହାକୁ ମାଧ୍ୟମ କରି ନିର୍ଦ୍ଦିଷ୍ଟ ବ୍ୟକ୍ତି ବିଶେଷଙ୍କୁ ନିଶାଣ କରାଯାଉଛି । ଯାହା ଗଣମାଧ୍ୟମର ଗାରିମାକୁ ନିମ୍ନଗାମୀ କରିବାରେ ଲାଗିଛି। ତେଣୁ ବ୍ ଚାନେଲ ସ୍ଥାପନ ପାଇଁ ପଞ୍ଜୀକରଣ ସହ ଏହାକୁ ଶୃଙ୍ଖଳିତ କରିବାକୁ ଯୋଜନା କରାଯାଉଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ଗଣମାଧ୍ୟମ ପରାମର୍ଶଦାତା ମାନସ ରଞ୍ଜନ ମଙ୍ଗରାଜ କହିଛନ୍ତି ଯେ ମୁଦ୍ରିତ, ବୈଦ୍ୟୁତିକ ଗଣମାଧ୍ୟମ ପରି ୱେବ୍‌ ଚ୍ୟାନେଲଗୁଡ଼ିକ ଦାୟିତ୍ଵପୂର୍ଣ୍ଣ ଭାବରେ ଖବର ପରିବେଷଣ କରିବା ଉଚିତ୍‌। ମାତ୍ର ଏହାକୁ ନିୟନ୍ତ୍ରଣ ପାଇଁ ବର୍ତ୍ତମାନ ସୁଦ୍ଧା କୌଣସି ଆଇନ ପ୍ରଣୟନ ହୋଇନାହିଁ । ଏହାର ସୁଯୋଗ ନେଇ କିଛି ଖଳ ପ୍ରକୃତିର ବ୍ୟକ୍ତି ୱେବ୍‌ ଚ୍ୟାନେଲଗୁଡ଼ିକର ଦୁରୂପଯୋଗ କରୁଛନ୍ତି। ଏ ସମ୍ପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ବିଚାରବିମର୍ଷ କରାଯାଉଛି। ୱେବ୍‌ ଚ୍ୟାନେଲଗୁଡ଼ିକୁ ଶୃଙ୍ଖଳିତ ଓ ଉତ୍ତରଦାୟୀ କରିବା ନିମନ୍ତେ ଖୁବ୍ ଶୀଘ୍ର ମାର୍ଗଦର୍ଶିକା ପ୍ରସ୍ତୁତ କରାଯିବ ବୋଲି ଶ୍ରୀ ମଙ୍ଗରାଜ ସୂଚନା ଦେଇଛନ୍ତି।

16 Sep 2021 By The Sakala

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର