ପଶ୍ଚିମବଙ୍ଗ ନିର୍ବାଚନ ପ୍ରେମରେ ଓଡ଼ିଆ ଅସ୍ମିତାକୁ ରାସ୍ତାକୁ ଫିଙ୍ଗି ଦେଲେ ରାଜ୍ୟ ସରକାର

Madhusudan Das Picture
Published On

ପୁରୀ: ବିଧାନସଭା ନିର୍ବାଚନ ପାଇଁ ପଶ୍ଚିମବଙ୍ଗ କମ୍ପୁଛି, ମାତ୍ର ଓଡ଼ିଶାରେ ଦେଖିବାକୁ ମିଳିଛି ତାହାର ପ୍ରତିଫଳନ। ବିଜେପିର ଅନେକ ନେତା, ମନ୍ତ୍ରୀ, ମୁଖ୍ୟମନ୍ତ୍ରୀ, ଏପରିକି ଜିଲ୍ଲାସ୍ତରୀୟ ନେତା ବି ପଶ୍ଚିମବଙ୍ଗରେ ଡେ଼ରା ପକାଇଛନ୍ତି। ମାତ୍ର, ପଶ୍ଚିମବଙ୍ଗ ନିର୍ବାଚନ ପ୍ରେମରେ ରାଜ୍ୟ ସରକାର ଓଡ଼ିଆ ଅସ୍ମିତାକୁ ରାସ୍ତାକୁ ଫିଙ୍ଗି ଦେଇଛନ୍ତି। ଓଡ଼ିଆ ହୋର୍ଡିଂକୁ ଫାଡ଼ି ପୁରୀରେ ଲଗାଇଛନ୍ତି ବଙ୍ଗଳା ଭାଷାର ହୋର୍ଡିଂ। ବଙ୍ଗୀୟ ପର୍ଯ୍ୟଟକଙ୍କୁ ସ୍ୱାଗତ ଉଦ୍ଦେଶ୍ୟରେ ଲାଗିଥିବା ଏହି ହୋର୍ଡିଂରେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ, ପ୍ରଧାନମନ୍ତ୍ରୀ, ଓଡ଼ିଶା ବିଜେପି ସଭାପତି, ମୁଖ୍ୟମନ୍ତ୍ରୀଙ୍କ ସହ ବିଜେପିର ନିର୍ବାଚନୀ ଚିହ୍ନ ରହିଛି।  ବିଡ଼ମ୍ବନା ହେଉଛି, ବେଳାଭୂମିରେ ଅସ୍ଥି ବିସର୍ଜନ ଏବଂ ଶ୍ରାଦ୍ଧ କର୍ମ ପାଇଁ ଲଗାଯାଇଥିବା ସୂଚନା ଫ୍ଲେକ୍ସକୁ ଚିରି ଏହି ହୋର୍ଡିଂକୁ ସ୍ଥାନ ଦିଆଯିବା ପୁରୀ ସହରବାସୀଙ୍କ ମନରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଛି। 

ଆହୁରି ପଢ଼ନ୍ତୁ: ଗୁରୁ ଦିବସରେ ଶିକ୍ଷକଙ୍କୁ ମିଳିବନି ସମ୍ମାନ; ଅନିର୍ଦ୍ଦିଷ୍ଟ କାଳ ଘୁଞ୍ଚିଲା ‘ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର’ ସମାରୋହ

ମଙ୍ଗଳବାର ପୁରୀ ସ୍ୱର୍ଗଦ୍ୱାର ନିକଟ ବେଳାଭୂମିରେ ବଙ୍ଗୀୟ ଭାଷାରେ ଲେଖାଥିବା ଏକ ହୋର୍ଡିଂ ଦେଖିବାକୁ ମିଳିଛି।  ଏଥିରେ ପଶ୍ଚିମବଙ୍ଗ ନିର୍ବାଚନରେ ବିଜେପିକୁ ଭୋଟ୍‌ ଦେବାକୁ ଅନୁରୋଧ କରାଯାଇଛି। ପୁରୀକୁ ଯେହେତୁ ଅଧିକସଂଖ୍ୟକ ବଙ୍ଗୀୟ ପର୍ଯ୍ୟଟକ ଆସିଥାନ୍ତି, ତେଣୁ, ସେମାନଙ୍କ ସମର୍ଥନ ପାଇବା ପାଇଁ ଏହି ହୋର୍ଡିଂଟି ଲଗାଯାଇଛି ଏବଂ ଏଥିରେ ‘ଶ୍ରୀଜଗନ୍ନାଥ ଧାମକୁ ଆପଣଙ୍କୁ ସ୍ୱାଗତ ଜଣାଉଛୁ ବୋଲି ଉଲ୍ଲେଖ ରହିଛି। ପଶ୍ଚିମବଙ୍ଗର ସନାତନୀମାନଙ୍କର ଅଧିକାର ସୁରକ୍ଷା ପାଇଁ ଆପଣଙ୍କ ଯୋଗଦାନ ଆମେ ଅଶା କରୁଛୁ’ ବୋଲି ବଙ୍ଗଳା ଭାଷାରେ ଲେଖାଯାଇଛି। ପୁରୀରେ ବିଜେପିର ଏହି ହୋର୍ଡିଂ ସ୍ଥାନୀୟ ବାସିନ୍ଦାଙ୍କୁ କ୍ଷୁବ୍ଧ କରିଛି। ପୁରୀ ଜିଲ୍ଲା ଆମ୍‌ ଆଦ୍‌ମୀ ପାର୍ଟି (ଆପ୍‌)ର ଜିଲ୍ଲା ସଭାପତି ସଞ୍ଜୀବ କୁମାର ମହାନ୍ତି ଏହି ପ୍ରସଙ୍ଗରେ ଓଡ଼ିଆ ଅସ୍ମିତାକୁ ରାଜ୍ୟ ସରକାର ଶ୍ରାଦ୍ଧ ଦେଇଛନ୍ତି ବୋଲି ଅଭିଯୋଗ କରିଛନ୍ତି। 

ଆହୁରି ପଢ଼ନ୍ତୁ: ରାଜସ୍ୱ ମନ୍ତ୍ରୀଙ୍କ ମନ୍ତବ୍ୟ ଭ୍ରମାତ୍ମକ, ଦୁର୍ଭାଗ୍ୟଜନକ: ବିଜେଡି

ମହୋଦଧିରେ ପିଣ୍ଡଦାନ, ଅସ୍ଥି ବିସର୍ଜନ, ଶ୍ରାଦ୍ଧ, ସଂକଳ୍ପ ଓ ଦଶାହ କର୍ମ କରାଯାଉଥିବା ସ୍ଥାନରେ ସାବୁତ ନିଯୋଗ ପକ୍ଷରୁ ଏକ ହୋର୍ଡିଂ ଲଗାଯାଇଥିଲା। ବାହାରୁ ଆସୁଥିବା ଯାତ୍ରୀମାନେ ସହଜରେ ଏ ସଂକ୍ରାନ୍ତରେ ସୂଚନା ପାଇ  ଅସ୍ଥି ବିସର୍ଜନ ଏବଂ ଶ୍ରାଦ୍ଧ କର୍ମ ଇତ୍ୟାଦି କରୁଥିଲେ। ମାତ୍ର, ତାହାକୁ ଚିରି ତା’ ଉପରେ ବଙ୍ଗୀୟ ଯାତ୍ରୀଙ୍କ ସ୍ୱାଗତ ହୋର୍ଡିଂ ଲଗାଯିବା ଅତ୍ୟନ୍ତ ଲଜ୍ଜାଜନକ ବୋଲି ସେ କହିଛନ୍ତି। ମହୋଦଧି କୂଳରେ ଥିବା ପ୍ରଧାନ ଅସ୍ଥି ବିସର୍ଜନ ଓ ପିଣ୍ଡଦାନ ଘାଟକୁ ଅନ୍ତର୍ବେଦୀର ଅଂଶ ଭାବରେ ବିବେଚନା କରାଯାଏ। ହିନ୍ଦୁ ପରମ୍ପରାରେ ଅସ୍ଥି ବିସର୍ଜନ ଏବଂ ଶ୍ରାଦ୍ଧ କାର୍ଯ୍ୟ ପାଇଁ ଏହା ଅତି ପବିତ୍ର ସ୍ଥାନ ଭାବେ ଗଣାଯାଏ। ହେଲେ ଏଭଳି ଭକ୍ତି, ବିଶ୍ୱାସ, ପ୍ରଥା ଓ ପରମ୍ପରା ସହ ଯୋଡ଼ି ହୋଇ ରହିଥିବା ସ୍ଥାନରେ ଓଡ଼ିଆ ଅସ୍ମିତାକୁ ଦଳିମକଚି ବିଜେପି ପଶ୍ଚିମବଙ୍ଗ ନିର୍ବାଚନ ପ୍ରେମ ଦେଖାଇବା ଲଜ୍ଜାଜନକ ବୋଲି ଆପ୍‌ ଜିଲ୍ଲା ସଭାପତି ଓ ସମ୍ପାଦକ ଶ୍ରୀ ମହାନ୍ତି କହିଛନ୍ତି।

ଆହୁରି ପଢ଼ନ୍ତୁ: କରଞ୍ଜିଆ ବନଖଣ୍ଡରୁ ହାତୀ ଶାବକର ମୃତଦେହ ଉଦ୍ଧାର, ମୃତ୍ୟୁର କାରଣ ଅସ୍ପଷ୍ଟ

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର