ମନୋରଞ୍ଜନ

ଦିବ୍ୟାଙ୍ଗଙ୍କ ଉପରେ ମନ୍ତବ୍ୟ ଦେଇ ଫସିଥିଲେ କମେଡିଆନ୍ ସମୟ ରାଇନା: ଏବେ ସବୁ ଏଫଆଇଆର ଖାରଜ କଲେ ସୁପ୍ରିମକୋର୍ଟ
ନିଟ୍ ପ୍ରଶ୍ନପତ୍ର ଲିକ୍ ପ୍ରସଙ୍ଗରେ ଚୁପ୍ କାହିଁକି ଥିଲେ ସୋନୁ ନିଗମ? ଦେଲେ ଏମିତି ଉତ୍ତର, କହିଲେ- 'ବାପାଙ୍କୁ କଥା ଦେଇଛି...'
ଭାରତରେ ପ୍ରତିବନ୍ଧକ ନେଇ ମୁହଁ ଖୋଲିଲେ ଅତିଫ ଅସଲାମ: କହିଲେ- 'ଯେଉଁମାନେ ବ୍ୟାନ୍ ଲଗାଇଲେ ସେମାନଙ୍କୁ ଧନ୍ୟବାଦ, ଫ୍ୟାନ୍ସ ଭିପିଏନରେ ଶୁଣୁଛନ୍ତି ଗୀତ'
୭୩ ବର୍ଷୀୟ ବଲିଉଡ ନିର୍ଦ୍ଦେଶକ ଶକିଲ ନୁରାନୀ ଗିରଫ, ୩୩ ବର୍ଷୀୟା ଅଭିନେତ୍ରୀଙ୍କୁ ଦୁଷ୍କର୍ମ ଓ ବ୍ଲାକମେଲ୍ ଅଭିଯୋଗ
ଗୋଆ ଏୟାରବିଏନବିରୁ ଦୈନିକ ୪୦,୦୦୦ ଟଙ୍କା ରୋଜଗାର ଆଶା ଫେଲ୍: ବାସ୍ତବତାକୁ ସ୍ୱୀକାର କଲେ ଅଭିନେତ୍ରୀ ପାରୁଲ ଗୁଲାଟୀ

ପୁଣିଥରେ ପଦାରେ ପଡିଲା ବିଜେପିର ମିଥ୍ୟା ନିର୍ବାଚନୀ ପ୍ରତିଶୃତି, ସରକାର ଦେବେନି ୩୦୦ ୟୁନିଟ ମାଗଣା ବିଜୁଳି

The Sakala Picture
Published On

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ବିଜେପି ୩୦୦ ୟୁନିଟ ମାଗଣା ବିଜୁଳି ଦେବାକୁ କହିଥିଲା। ହେଲେ ନିର୍ବାଚନ ଜିତି ସରକାର ଗଠନ କରିବାକୁ ୧୦ ମାସ ପୂରିବାକୁ ଥିବା ବେଳେ ଏବେ ନୂଆ ସରକାରଙ୍କର ମାଗଣା ବିଜୁଳି ଯୋଗାଣର କୌଣସି ବ୍ୟବସ୍ଥା ନାହିଁ ବୋଲି କହିଲେଣି। ଆଜି ବିଧାନସଭାରେ ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ନୂଆ ସରକାରଙ୍କର ମାଗଣା ବିଜୁଳି […]

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ବିଜେପି ୩୦୦ ୟୁନିଟ ମାଗଣା ବିଜୁଳି ଦେବାକୁ କହିଥିଲା। ହେଲେ ନିର୍ବାଚନ ଜିତି ସରକାର ଗଠନ କରିବାକୁ ୧୦ ମାସ ପୂରିବାକୁ ଥିବା ବେଳେ ଏବେ ନୂଆ ସରକାରଙ୍କର ମାଗଣା ବିଜୁଳି ଯୋଗାଣର କୌଣସି ବ୍ୟବସ୍ଥା ନାହିଁ ବୋଲି କହିଲେଣି। ଆଜି ବିଧାନସଭାରେ ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ନୂଆ ସରକାରଙ୍କର ମାଗଣା ବିଜୁଳି ଯୋଗାଇବାର କୌଣସି ବ୍ୟବସ୍ଥା ନାହିଁ।

ଆହୁରି ପଢ଼ନ୍ତୁ: ଚିଲିକା ହ୍ରଦ ଭିତରେ ନାବାଳକ ହତ୍ୟା ଘଟଣାରେ ୧୮ ଅଭିଯୁକ୍ତ ଗିରଫ

ବାଲିକୁଦା-ଏରସମାର ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ଆଜି ବିଧାନସଭାରେ ଏକ ଅଣତାରକା ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓଙ୍କୁ ପଚାରିଥିଲେ ଯେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଜନା କେବେ ଲାଗୁ ହେବ, ଏହି ଯୋଜନା ପାଇଁ ରାଜ୍ୟ ସରକାର କେତେ ଅର୍ଥର ବ୍ୟବସ୍ଥା କରିଛନ୍ତି। ଏଥି ସହିତ ପିଏମ୍‌ ସୂର୍ଯ୍ୟଘର ଯୋଜନା ଅନ୍ତର୍ଗତ ଏପର୍ଯ୍ୟନ୍ତ ରାଜ୍ୟର କେତେ ଲୋକ ମନୋନୀତ ହୋଇଛନ୍ତି। କେତେ ଘର ଏହି ଯୋଜନାର ଲାଭ ଉଠାଉଛନ୍ତି।

ଆହୁରି ପଢ଼ନ୍ତୁ: କରଞ୍ଜିଆରେ ଦନ୍ତାହାତୀ ଆତଙ୍କ: ଘର ଭାଙ୍ଗିଲା, ୫ବର୍ଷର ଶିଶୁକୁ କଚାଡି ମାରିଲା

ଏହି ପ୍ରଶ୍ନର ଉତ୍ତର ଦେଇ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଥିଲେ ରାଜ୍ୟରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଦେବା ପାଇଁ ବର୍ତ୍ତମାନ ସରକାରଙ୍କର କୌଣସି ଯୋଜନା ନାହିଁ । ପିଏମ୍‌ ସୂର୍ଯ୍ୟଘର ଯୋଜନା ୨୦୨୪ ଅଧୀନରେ ଇଚ୍ଛୁକ ଘରୋଇ ଗ୍ରାହକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରି ନିଜ ‌ ବିଦ୍ୟୁତ ଉତ୍ପାଦନ କରିପାରିବେ । ଆକାସିକ ଗୃହ ଗୁଡିକର ଛାତ ଉପରେ ୩ କିଲୋୱାଟ ପର୍ଯ୍ୟନ୍ତ ସୌର ପ୍ରକଳ୍ପ ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାର ୭୮ ହଜାର ଟଙ୍କା ଓ ରାଜ୍ୟ ସରକାର ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏହି ଯୋଜନା ମାଧ୍ୟମରେ ଉପଭୋକ୍ତା ମାସିକ ପ୍ରାୟ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ କରି ଉପଯୋଗ କରିପାରିବେ ।

ଆହୁରି ପଢ଼ନ୍ତୁ: ବାର୍ଷିକ ୧୨ ହଜାର କୋଟି ଟଙ୍କାର ରାଜସ୍ୱ କ୍ଷତି ସହିବ ଓଡ଼ିଶା: ବିଜେଡି

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ପାଇଁ ରାଜ୍ୟ ସରକାର ୨୦୨୪-୨୫,୨୦୨୫-୨୬ ଏବଂ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୋଟ ୧୮୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।  ଏହି ଯୋଜନା ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ୨୪.୦୩.୨୦୨୫ ତାରିଖ ସୁଦ୍ଧା ୯୭୧୨୮ଜଣ ଗ୍ରାହକ ଆବେଦନ ପତ୍ର ଦାଖଲ କରିଛନ୍ତି। ସେଥି ମଧ୍ୟରୁ ୩୧୨୪ ଜଣଙ୍କ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରାଯାଇଅଛି ।

02 Apr 2025 By The Sakala

ପୁଣିଥରେ ପଦାରେ ପଡିଲା ବିଜେପିର ମିଥ୍ୟା ନିର୍ବାଚନୀ ପ୍ରତିଶୃତି, ସରକାର ଦେବେନି ୩୦୦ ୟୁନିଟ ମାଗଣା ବିଜୁଳି

ଭୁବନେଶ୍ବର : ନିର୍ବାଚନ ପୂର୍ବରୁ ବିଜେପି ୩୦୦ ୟୁନିଟ ମାଗଣା ବିଜୁଳି ଦେବାକୁ କହିଥିଲା। ହେଲେ ନିର୍ବାଚନ ଜିତି ସରକାର ଗଠନ କରିବାକୁ ୧୦ ମାସ ପୂରିବାକୁ ଥିବା ବେଳେ ଏବେ ନୂଆ ସରକାରଙ୍କର ମାଗଣା ବିଜୁଳି ଯୋଗାଣର କୌଣସି ବ୍ୟବସ୍ଥା ନାହିଁ ବୋଲି କହିଲେଣି। ଆଜି ବିଧାନସଭାରେ ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକଙ୍କ ପ୍ରଶ୍ନର ଉତ୍ତର ଦେଇ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଛନ୍ତି ନୂଆ ସରକାରଙ୍କର ମାଗଣା ବିଜୁଳି ଯୋଗାଇବାର କୌଣସି ବ୍ୟବସ୍ଥା ନାହିଁ।

ବାଲିକୁଦା-ଏରସମାର ବିଜେଡି ବିଧାୟକ ସାରଦା ପ୍ରସାଦ ନାୟକ ଆଜି ବିଧାନସଭାରେ ଏକ ଅଣତାରକା ପ୍ରଶ୍ନରେ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓଙ୍କୁ ପଚାରିଥିଲେ ଯେ ୩୦୦ ୟୁନିଟ୍ ମାଗଣା ବିଦ୍ୟୁତ୍ ଯୋଜନା କେବେ ଲାଗୁ ହେବ, ଏହି ଯୋଜନା ପାଇଁ ରାଜ୍ୟ ସରକାର କେତେ ଅର୍ଥର ବ୍ୟବସ୍ଥା କରିଛନ୍ତି। ଏଥି ସହିତ ପିଏମ୍‌ ସୂର୍ଯ୍ୟଘର ଯୋଜନା ଅନ୍ତର୍ଗତ ଏପର୍ଯ୍ୟନ୍ତ ରାଜ୍ୟର କେତେ ଲୋକ ମନୋନୀତ ହୋଇଛନ୍ତି। କେତେ ଘର ଏହି ଯୋଜନାର ଲାଭ ଉଠାଉଛନ୍ତି।

ଏହି ପ୍ରଶ୍ନର ଉତ୍ତର ଦେଇ ଉପ ମୁଖ୍ୟମନ୍ତ୍ରୀ ତଥା ଶକ୍ତି ମନ୍ତ୍ରୀ କେଭି ସିଂହଦେଓ କହିଥିଲେ ରାଜ୍ୟରେ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ମାଗଣା ବିଦ୍ୟୁତ୍ ଦେବା ପାଇଁ ବର୍ତ୍ତମାନ ସରକାରଙ୍କର କୌଣସି ଯୋଜନା ନାହିଁ । ପିଏମ୍‌ ସୂର୍ଯ୍ୟଘର ଯୋଜନା ୨୦୨୪ ଅଧୀନରେ ଇଚ୍ଛୁକ ଘରୋଇ ଗ୍ରାହକ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରି ନିଜ ‌ ବିଦ୍ୟୁତ ଉତ୍ପାଦନ କରିପାରିବେ । ଆକାସିକ ଗୃହ ଗୁଡିକର ଛାତ ଉପରେ ୩ କିଲୋୱାଟ ପର୍ଯ୍ୟନ୍ତ ସୌର ପ୍ରକଳ୍ପ ସ୍ଥାପନ କରିବା ପାଇଁ କେନ୍ଦ୍ର ସରକାର ୭୮ ହଜାର ଟଙ୍କା ଓ ରାଜ୍ୟ ସରକାର ୬୦ ହଜାର ଟଙ୍କାର ଆର୍ଥିକ ସହାୟତା ଯୋଗାଇ ଦେଇଛନ୍ତି। ଏହି ଯୋଜନା ମାଧ୍ୟମରେ ଉପଭୋକ୍ତା ମାସିକ ପ୍ରାୟ ୩୦୦ ୟୁନିଟ୍ ପର୍ଯ୍ୟନ୍ତ ବିଦ୍ୟୁତ୍ ଉତ୍ପାଦନ କରି ଉପଯୋଗ କରିପାରିବେ ।

ପ୍ରଧାନମନ୍ତ୍ରୀ ସୂର୍ଯ୍ୟଘର ମାଗଣା ବିଦ୍ୟୁତ ଯୋଜନା ପାଇଁ ରାଜ୍ୟ ସରକାର ୨୦୨୪-୨୫,୨୦୨୫-୨୬ ଏବଂ ୨୦୨୬-୨୭ ଆର୍ଥିକ ବର୍ଷ ପାଇଁ ମୋଟ ୧୮୦୦ କୋଟି ଟଙ୍କାର ବ୍ୟୟ ବରାଦ କରାଯାଇଛି।  ଏହି ଯୋଜନା ୨୦୨୬-୨୭ ଆର୍ଥିକ ବର୍ଷ ପର୍ଯ୍ୟନ୍ତ ବଳବତ୍ତର ରହିବ। ପିଏମ୍‌ ସୂର୍ଯ୍ୟଘର ଯୋଜନାରେ ୨୪.୦୩.୨୦୨୫ ତାରିଖ ସୁଦ୍ଧା ୯୭୧୨୮ଜଣ ଗ୍ରାହକ ଆବେଦନ ପତ୍ର ଦାଖଲ କରିଛନ୍ତି। ସେଥି ମଧ୍ୟରୁ ୩୧୨୪ ଜଣଙ୍କ ଛାତ ଉପରେ ସୌର ପ୍ରକଳ୍ପ ସ୍ଥାପନ କରାଯାଇଅଛି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର