ବଢ଼ିବ ଝାରପଡ଼ା ଜେଲ୍‍ର କ୍ଷମତା

The Sakala Picture
Published On

ଭୁବନେଶ୍ୱର : ଝାରପଡ଼ା ସ୍ୱତନ୍ତ୍ର କାରଗାରରେ ଦିନକୁଦିନ କଏଦୀ ସଂଖ୍ୟା ବୃଦ୍ଧି ହେଉଛି। ଏଥିଲାଗି ଅଣ୍ଟାଭିଡ଼ିଛି ଜେଲ ବିଭାଗ। ଝାରପଡ଼ା ସ୍ୱତନ୍ତ୍ର କାରବାରର କଏଦୀଙ୍କ ରହିବାର କ୍ଷମତା ବଢ଼଼ାଇବା ଲାଗି ନୂଆ ଯୋଜନା କରାଯାଇଛି। କାରଗାରରେ କଏଦୀ ରହିବା ପାଇଁ ଆଉ ୧୦୦ଟି ୱାର୍ଡ କରାଯିବ। ଏଥିସହିତ କିନ୍ନରଙ୍କ ଲାଗି ଆଇନ ଆସିବା ପରେ ଝାରପଡ଼ା ଜେଲରେ କିନ୍ନରଙ୍କ ଲାଗି ସ୍ୱତନ୍ତ୍ର ୧୦ଟି ୱାର୍ଡ କରାଯିବ। କାରଣ ଭୁବନେଶ୍ୱରରେ ଅନେକ ସମୟରେ ଗଣ୍ଡଗୋଳ ହେଉ କିମ୍ବା ଅନ୍ୟ […]

ଭୁବନେଶ୍ୱର : ଝାରପଡ଼ା ସ୍ୱତନ୍ତ୍ର କାରଗାରରେ ଦିନକୁଦିନ କଏଦୀ ସଂଖ୍ୟା ବୃଦ୍ଧି ହେଉଛି। ଏଥିଲାଗି ଅଣ୍ଟାଭିଡ଼ିଛି ଜେଲ ବିଭାଗ। ଝାରପଡ଼ା ସ୍ୱତନ୍ତ୍ର କାରବାରର କଏଦୀଙ୍କ ରହିବାର କ୍ଷମତା ବଢ଼଼ାଇବା ଲାଗି ନୂଆ ଯୋଜନା କରାଯାଇଛି। କାରଗାରରେ କଏଦୀ ରହିବା ପାଇଁ ଆଉ ୧୦୦ଟି ୱାର୍ଡ କରାଯିବ। ଏଥିସହିତ କିନ୍ନରଙ୍କ ଲାଗି ଆଇନ ଆସିବା ପରେ ଝାରପଡ଼ା ଜେଲରେ କିନ୍ନରଙ୍କ ଲାଗି ସ୍ୱତନ୍ତ୍ର ୧୦ଟି ୱାର୍ଡ କରାଯିବ। କାରଣ ଭୁବନେଶ୍ୱରରେ ଅନେକ ସମୟରେ ଗଣ୍ଡଗୋଳ ହେଉ କିମ୍ବା ଅନ୍ୟ ଘଟଣାରେ ସମ୍ପୃକ୍ତି ରହିଥିବା ଅଭିଯୋଗରେ କିନ୍ନରମାନେ ଗିରଫ ହେଉଛନ୍ତି।

ଆହୁରି ପଢ଼ନ୍ତୁ: ରାୟଗଡ଼ାରେ ଆନ୍ତଃ-ଜିଲ୍ଲା ଡକାୟତ ଦଳ ଠାବ, ବିପୁଳ ସୁନାଗହଣା ଜବତ ସହ ୧୨ ଗିରଫ

ତେଣୁ ସେମାନଙ୍କ ଲାଗି ଅଲଗା ୱାର୍ଡ କରାଯିବ। ଏଥିସହିତ ବୟସ୍କ ଲାଗି ୧୦ଟି ସ୍ୱତନ୍ତ୍ର ୱାର୍ଡ କରାଯିବ। ସେହିପରି ହାର୍ଡକୋର ଅପରାଧୀଙ୍କ ରହିବା ଲାଗି ୧୦ଟି ସ୍ୱତନ୍ତ୍ର ହାଇ ସିକ୍ୟୁରିଟି ସେଲ କରାଯିବ ବୋଲି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତ। ପୂର୍ବରୁ ହାର୍ଡକୋରଙ୍କ ଲାଗି ଝାରପଡ଼ା ଜେଲରେ ୨୦ଟି ସ୍ୱତନ୍ତ୍ର ସେଲ ଥିଲା। ଆଉ ୧୦ଟି ହେବା ପରେ ଏହାର କ୍ଷମତା ବଢ଼଼ି ୩୦ରେ ପହଞ୍ଚିଯିବ। କାରଣ ଝାରପଡ଼ା ସ୍ୱତନ୍ତ୍ର କାରଗାରକୁ ଅଧିକ ହାର୍ଡକୋର ଆସୁଛନ୍ତି। ଏହା କାର୍ଯ୍ୟକ୍ଷମ ହେବା ପରେ ହାର୍ଡକୋର ରହିବା ଲାଗି ଦେଖାଯାଉଥିବା ସମସ୍ୟା ଦୂର ହେବ ବୋଲି ଆଶା ରଖିଛି ଜେଲ ବିଭାଗ। ସେପଟେ ଝାରପଡ଼ା ସ୍ୱତନ୍ତ୍ର କାରବାର ପରିସରରେ ୪ଟି ଅଫିସର କ୍ୱାର୍ଟର୍ସ ଓ ୬ଟି ୱାର୍ଡର କ୍ୱାର୍ଟର୍ସ କରାଯିବ।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ବନ୍ୟା ମୁକାବିଲାରେ ସରକାର ସମ୍ପୂର୍ଣ୍ଣ ବିଫଳ: ବିଜେଡି

ଏଥିଲାଗି ରାଜ୍ୟ ସରକାର ବ୍ୟୟବରାଦ କରିଛନ୍ତି। ଖୁବ୍‍ଶୀଘ୍ର ଏଭଳି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଆଜି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ଅଚାନକ ଝାରପଡ଼ା ସ୍ୱତନ୍ତ୍ର କାରଗାରରେ ପହଞ୍ଚିଥିଲେ। କାରଗାର ପରିସରରେ ବୁଲି ଦେଖିବା ସହ ସ୍ଥିତି ଯାଞ୍ଚ କରିଥିଲେ। ଅନ୍ୟପକ୍ଷରେ କାରଗାରରେ ଭଲ କାର୍ଯ୍ୟ କରୁଥିବା ୱାର୍ଡନଙ୍କୁ ପୁରସ୍କୃତ କରାଯିବ। ସେହିଭଳି ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ କାରଗାରରେ ଯାଞ୍ଚ ଜାରି ରହିବ ବୋଲି ଡିଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

ଆହୁରି ପଢ଼ନ୍ତୁ: ୨୪ ଘଣ୍ଟା ମଧ୍ୟରେ ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଆଉ ଏକ ଲଘୁଚାପ! ଓଡ଼ିଶାରେ ବଢ଼ିବ ବର୍ଷାର ପରିମାଣ

01 Jun 2021 By The Sakala

ବଢ଼ିବ ଝାରପଡ଼ା ଜେଲ୍‍ର କ୍ଷମତା

ଭୁବନେଶ୍ୱର : ଝାରପଡ଼ା ସ୍ୱତନ୍ତ୍ର କାରଗାରରେ ଦିନକୁଦିନ କଏଦୀ ସଂଖ୍ୟା ବୃଦ୍ଧି ହେଉଛି। ଏଥିଲାଗି ଅଣ୍ଟାଭିଡ଼ିଛି ଜେଲ ବିଭାଗ। ଝାରପଡ଼ା ସ୍ୱତନ୍ତ୍ର କାରବାରର କଏଦୀଙ୍କ ରହିବାର କ୍ଷମତା ବଢ଼଼ାଇବା ଲାଗି ନୂଆ ଯୋଜନା କରାଯାଇଛି। କାରଗାରରେ କଏଦୀ ରହିବା ପାଇଁ ଆଉ ୧୦୦ଟି ୱାର୍ଡ କରାଯିବ। ଏଥିସହିତ କିନ୍ନରଙ୍କ ଲାଗି ଆଇନ ଆସିବା ପରେ ଝାରପଡ଼ା ଜେଲରେ କିନ୍ନରଙ୍କ ଲାଗି ସ୍ୱତନ୍ତ୍ର ୧୦ଟି ୱାର୍ଡ କରାଯିବ। କାରଣ ଭୁବନେଶ୍ୱରରେ ଅନେକ ସମୟରେ ଗଣ୍ଡଗୋଳ ହେଉ କିମ୍ବା ଅନ୍ୟ ଘଟଣାରେ ସମ୍ପୃକ୍ତି ରହିଥିବା ଅଭିଯୋଗରେ କିନ୍ନରମାନେ ଗିରଫ ହେଉଛନ୍ତି।

ତେଣୁ ସେମାନଙ୍କ ଲାଗି ଅଲଗା ୱାର୍ଡ କରାଯିବ। ଏଥିସହିତ ବୟସ୍କ ଲାଗି ୧୦ଟି ସ୍ୱତନ୍ତ୍ର ୱାର୍ଡ କରାଯିବ। ସେହିପରି ହାର୍ଡକୋର ଅପରାଧୀଙ୍କ ରହିବା ଲାଗି ୧୦ଟି ସ୍ୱତନ୍ତ୍ର ହାଇ ସିକ୍ୟୁରିଟି ସେଲ କରାଯିବ ବୋଲି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ସୂଚନା ଦେଇଛନ୍ତ। ପୂର୍ବରୁ ହାର୍ଡକୋରଙ୍କ ଲାଗି ଝାରପଡ଼ା ଜେଲରେ ୨୦ଟି ସ୍ୱତନ୍ତ୍ର ସେଲ ଥିଲା। ଆଉ ୧୦ଟି ହେବା ପରେ ଏହାର କ୍ଷମତା ବଢ଼଼ି ୩୦ରେ ପହଞ୍ଚିଯିବ। କାରଣ ଝାରପଡ଼ା ସ୍ୱତନ୍ତ୍ର କାରଗାରକୁ ଅଧିକ ହାର୍ଡକୋର ଆସୁଛନ୍ତି। ଏହା କାର୍ଯ୍ୟକ୍ଷମ ହେବା ପରେ ହାର୍ଡକୋର ରହିବା ଲାଗି ଦେଖାଯାଉଥିବା ସମସ୍ୟା ଦୂର ହେବ ବୋଲି ଆଶା ରଖିଛି ଜେଲ ବିଭାଗ। ସେପଟେ ଝାରପଡ଼ା ସ୍ୱତନ୍ତ୍ର କାରବାର ପରିସରରେ ୪ଟି ଅଫିସର କ୍ୱାର୍ଟର୍ସ ଓ ୬ଟି ୱାର୍ଡର କ୍ୱାର୍ଟର୍ସ କରାଯିବ।

ଏଥିଲାଗି ରାଜ୍ୟ ସରକାର ବ୍ୟୟବରାଦ କରିଛନ୍ତି। ଖୁବ୍‍ଶୀଘ୍ର ଏଭଳି କାର୍ଯ୍ୟ ଆରମ୍ଭ ହେବ ବୋଲି ଜଣାପଡ଼ିଛି। ଆଜି ଜେଲ ଡିଜି ସନ୍ତୋଷ ଉପାଧ୍ୟାୟ ଅଚାନକ ଝାରପଡ଼ା ସ୍ୱତନ୍ତ୍ର କାରଗାରରେ ପହଞ୍ଚିଥିଲେ। କାରଗାର ପରିସରରେ ବୁଲି ଦେଖିବା ସହ ସ୍ଥିତି ଯାଞ୍ଚ କରିଥିଲେ। ଅନ୍ୟପକ୍ଷରେ କାରଗାରରେ ଭଲ କାର୍ଯ୍ୟ କରୁଥିବା ୱାର୍ଡନଙ୍କୁ ପୁରସ୍କୃତ କରାଯିବ। ସେହିଭଳି ବିଭିନ୍ନ ବେଆଇନ କାର୍ଯ୍ୟରେ ଲିପ୍ତ କର୍ମଚାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ। ଏଥିସହିତ କାରଗାରରେ ଯାଞ୍ଚ ଜାରି ରହିବ ବୋଲି ଡିଜି ଗଣମାଧ୍ୟମକୁ ସୂଚନା ଦେଇଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର