ଶ୍ବଶୁର ଘରୁ ଅଳଙ୍କାର ଓ ଟଙ୍କା ନେଇ ନବବଧୂ ଫେରାର

The Sakala Picture
Published On

ରାଜଧାନୀରେ ଚାଞ୍ଚଲ୍ୟ । ବାସର ରାତିରେ ନବବଧୂ ଫେରାର । ଶ୍ବଶୁର ଘରୁ ଅଳଙ୍କାର ଓ ଟଙ୍କା ନେଇ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ । ରିଲରେ ନୁହେଁ ରିୟଲରେ ଏଭଳି ଘଟଣା ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଘଟିଛି । ଖଣ୍ଡଗିରି ଥାନାରେ ଅଭିଯୋଗ ଅନୁସାରେ ଡୁମୁଡୁମା ରଘୁନାଥ ନଗରରେ ଜଣେ ୨୩ ବର୍ଷର ଯୁବକ ଫୁଲେଶ୍ବରୀବସ୍ତିର ଜଣେ ୨ ୨ବର୍ଷୀୟା ଯୁବତୀଙ୍କୁ ଗତ ୭ ତାରିଖରେ ବିବାହ କରିଥିଲେ । ଗତ ୧୦ ତାରିଖ […]

ରାଜଧାନୀରେ ଚାଞ୍ଚଲ୍ୟ । ବାସର ରାତିରେ ନବବଧୂ ଫେରାର । ଶ୍ବଶୁର ଘରୁ ଅଳଙ୍କାର ଓ ଟଙ୍କା ନେଇ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ । ରିଲରେ ନୁହେଁ ରିୟଲରେ ଏଭଳି ଘଟଣା ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଘଟିଛି । ଖଣ୍ଡଗିରି ଥାନାରେ ଅଭିଯୋଗ ଅନୁସାରେ ଡୁମୁଡୁମା ରଘୁନାଥ ନଗରରେ ଜଣେ ୨୩ ବର୍ଷର ଯୁବକ ଫୁଲେଶ୍ବରୀବସ୍ତିର ଜଣେ ୨ ୨ବର୍ଷୀୟା ଯୁବତୀଙ୍କୁ ଗତ ୭ ତାରିଖରେ ବିବାହ କରିଥିଲେ ।

ଆହୁରି ପଢ଼ନ୍ତୁ: ରାଜଧାନୀର ଚନ୍ଦକା ଅଞ୍ଚଳରେ ଟ୍ରକ୍‌-ବୋଲେରୋ ମୁହମୁହିଁ ଧକ୍କା; ୨ ମୃତ, ୫ ଗୁରୁତର

ଗତ ୧୦ ତାରିଖ ରାତିରେ ନବବଧୂଙ୍କ ଚତୁର୍ଥୀ ଆୟୋଜନ ହୋଇଥିଲା । ଏତିକିବେଳେ ମୁଣ୍ଡ ବୁଲାଇବାର ଅଭିନୟ କରିଥିଲେ ବୋହୂ । ଏକାକୀ ରହିବାକୁ କହି କବାଟ ବନ୍ଦ କରି ଝରକା ଭାଙ୍ଗି ଚମ୍ପଟ୍ ମାରିଥିଲେ ।  ସକାଳୁ ଘର ଲୋକ କବାଟ ବାଡ଼େଇବା ପରେ ମଧ୍ୟ କବାଟ ଖୋଲି ନଥିଲେ ନବ ବଧୂ । କବାଟ ଭାଙ୍ଗିବା ପରେ ସମ୍ପୃକ୍ତ ନବବଧୂ ୩ ଭରି ସୁନାଗହଣା ଓ ୩୫ ହଜାର ବନ୍ଦାଣ ଟଙ୍କା ନେଇ ଘରୁ ଚମ୍ପଟ ମାରିଥିବା ଜଣାପଡ଼ିଥିଲା । ବୋହୂକୁ ଖୋଜାଖୋଜି କରି ନ ପାଇବା ପରେ ୧୧ ତାରିଖରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ଆହୁରି ପଢ଼ନ୍ତୁ: ଅଧାବାଟରେ ଆମ୍ବୁଲାନ୍ସରୁ ସରିଗଲା ପେଟ୍ରୋଲ, ଚାଲିଗଲା ରୋଗୀର ଜୀବନ !

ନବବଧୂ ଜଣକ ଯୁକ୍ତଦୁଇରେ ପଢୁଥିଲେ । କଲେଜ ପଢୁଆ ଝିଅ ହୋଇଥିବାରୁ ତାଙ୍କର କାହା ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରାଯାଉଥିଲା । ପରେ ଶ୍ବଶୂର ଘର ଲୋକେ ଛାନଭିନ୍ କରିବାରୁ ସେ ତାଙ୍କ ପ୍ରେମିକ ସହ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଘରଲୋକେ ବିବାହ ପାଇଁ ରାଜି ନଥିବାରୁ ଉଭୟ ଫେରାର ହୋଇଥିବା ସନ୍ଧେହ କରାଯାଉଛି। । ଏହି ସମସ୍ତ ତଥ୍ୟ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ଉଭୟ ପରିବାର ପକ୍ଷରୁ ପତିକ୍ରିୟା ମିଳି ପାରିନି ।

ଆହୁରି ପଢ଼ନ୍ତୁ: ରାଜ୍ୟ ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତାରେ ୨% ବୃଦ୍ଧି ଘୋଷଣା

14 May 2021 By The Sakala

ଶ୍ବଶୁର ଘରୁ ଅଳଙ୍କାର ଓ ଟଙ୍କା ନେଇ ନବବଧୂ ଫେରାର

ରାଜଧାନୀରେ ଚାଞ୍ଚଲ୍ୟ । ବାସର ରାତିରେ ନବବଧୂ ଫେରାର । ଶ୍ବଶୁର ଘରୁ ଅଳଙ୍କାର ଓ ଟଙ୍କା ନେଇ ପ୍ରେମିକ ସହ ଚମ୍ପଟ ମାରିଲା ନବବଧୂ । ରିଲରେ ନୁହେଁ ରିୟଲରେ ଏଭଳି ଘଟଣା ରାଜଧାନୀର ଖଣ୍ଡଗିରି ଅଞ୍ଚଳରେ ଘଟିଛି । ଖଣ୍ଡଗିରି ଥାନାରେ ଅଭିଯୋଗ ଅନୁସାରେ ଡୁମୁଡୁମା ରଘୁନାଥ ନଗରରେ ଜଣେ ୨୩ ବର୍ଷର ଯୁବକ ଫୁଲେଶ୍ବରୀବସ୍ତିର ଜଣେ ୨ ୨ବର୍ଷୀୟା ଯୁବତୀଙ୍କୁ ଗତ ୭ ତାରିଖରେ ବିବାହ କରିଥିଲେ ।

ଗତ ୧୦ ତାରିଖ ରାତିରେ ନବବଧୂଙ୍କ ଚତୁର୍ଥୀ ଆୟୋଜନ ହୋଇଥିଲା । ଏତିକିବେଳେ ମୁଣ୍ଡ ବୁଲାଇବାର ଅଭିନୟ କରିଥିଲେ ବୋହୂ । ଏକାକୀ ରହିବାକୁ କହି କବାଟ ବନ୍ଦ କରି ଝରକା ଭାଙ୍ଗି ଚମ୍ପଟ୍ ମାରିଥିଲେ ।  ସକାଳୁ ଘର ଲୋକ କବାଟ ବାଡ଼େଇବା ପରେ ମଧ୍ୟ କବାଟ ଖୋଲି ନଥିଲେ ନବ ବଧୂ । କବାଟ ଭାଙ୍ଗିବା ପରେ ସମ୍ପୃକ୍ତ ନବବଧୂ ୩ ଭରି ସୁନାଗହଣା ଓ ୩୫ ହଜାର ବନ୍ଦାଣ ଟଙ୍କା ନେଇ ଘରୁ ଚମ୍ପଟ ମାରିଥିବା ଜଣାପଡ଼ିଥିଲା । ବୋହୂକୁ ଖୋଜାଖୋଜି କରି ନ ପାଇବା ପରେ ୧୧ ତାରିଖରେ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗକୁ ଭିତ୍ତି କରି ପୋଲିସ ଘଟଣାର ତଦନ୍ତ ଚଳାଇଛି ।

ନବବଧୂ ଜଣକ ଯୁକ୍ତଦୁଇରେ ପଢୁଥିଲେ । କଲେଜ ପଢୁଆ ଝିଅ ହୋଇଥିବାରୁ ତାଙ୍କର କାହା ସହିତ ପ୍ରେମ ସମ୍ପର୍କ ଥିବା ସନ୍ଦେହ କରାଯାଉଥିଲା । ପରେ ଶ୍ବଶୂର ଘର ଲୋକେ ଛାନଭିନ୍ କରିବାରୁ ସେ ତାଙ୍କ ପ୍ରେମିକ ସହ ଫେରାର୍ ହୋଇଯାଇଥିବା ଜଣାପଡ଼ିଛି । ଘରଲୋକେ ବିବାହ ପାଇଁ ରାଜି ନଥିବାରୁ ଉଭୟ ଫେରାର ହୋଇଥିବା ସନ୍ଧେହ କରାଯାଉଛି। । ଏହି ସମସ୍ତ ତଥ୍ୟ ଆଧାରରେ ପୋଲିସ ତଦନ୍ତ ଜାରି ରଖିଛି । ଉଭୟ ପରିବାର ପକ୍ଷରୁ ପତିକ୍ରିୟା ମିଳି ପାରିନି ।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp

ସମ୍ବନ୍ଧିତ ଖବର