ଓଡ଼ିଶା ଆସୁଥିବା ଶିଳ୍ପ ସଂସ୍ଥାମାନଙ୍କୁ ଗୁଣାତ୍ମକ ବିଜୁଳି ସେବା ଯୋଗାଇବା ପାଇଁ ୫ହଜାର କୋଟି ନିବେଶ କରିବ ଟାଟାପାୱାର

The Sakala Picture
Published On

ଭୁବନେଶ୍ବର : ଓଡ଼ିଶାରେ ଟାଟାପାୱାର ବିଜୁଳି ବିତରଣ ସେବା ଯୋଗାଇବାକୁ ଚୁକ୍ତିବଦ୍ଧ ହୋଇଛି । କେନ୍ଦ୍ରୀୟ ଓଡ଼ିଶାରେ ପ୍ରାୟ ଦୁଇ ବର୍ଷ ହେଲା କମ୍ପାନୀ ବିଜୁଳି ସେବା ଯୋଗାଉଛି ଏବଂ ରାଜ୍ୟର ଅନ୍ୟ ୩ଟି ଜୋନରେ ପ୍ରାୟ ଦେଢ ବର୍ଷ ହେଲା ବିଜୁଳି ବିତରଣ ଦାୟିତ୍ୱ ଟାଟା ପାୱାର ନେଇଛି। ଟାଟା ପାୱାର ସର୍ବଦା ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଇବାକୁ ନିଜର ପ୍ରାଥମିକ ଦାୟିତ୍ୱ ମନେ କରିବା ସହ ସମ୍ପ୍ରତି ଭିତ୍ତିଭୂମି ବିକାଶ ଉପରେ ଅଧିକ ଗୁରୁତ୍ୱ […]

ଭୁବନେଶ୍ବର : ଓଡ଼ିଶାରେ ଟାଟାପାୱାର ବିଜୁଳି ବିତରଣ ସେବା ଯୋଗାଇବାକୁ ଚୁକ୍ତିବଦ୍ଧ ହୋଇଛି । କେନ୍ଦ୍ରୀୟ ଓଡ଼ିଶାରେ ପ୍ରାୟ ଦୁଇ ବର୍ଷ ହେଲା କମ୍ପାନୀ ବିଜୁଳି ସେବା ଯୋଗାଉଛି ଏବଂ ରାଜ୍ୟର ଅନ୍ୟ ୩ଟି ଜୋନରେ ପ୍ରାୟ ଦେଢ ବର୍ଷ ହେଲା ବିଜୁଳି ବିତରଣ ଦାୟିତ୍ୱ ଟାଟା ପାୱାର ନେଇଛି। ଟାଟା ପାୱାର ସର୍ବଦା ଉପଭୋକ୍ତାଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଇବାକୁ ନିଜର ପ୍ରାଥମିକ ଦାୟିତ୍ୱ ମନେ କରିବା ସହ ସମ୍ପ୍ରତି ଭିତ୍ତିଭୂମି ବିକାଶ ଉପରେ ଅଧିକ ଗୁରୁତ୍ୱ ଦେଉଛି । ରାଜ୍ୟରେ ବିଜୁଳି ଭିତ୍ତିଭୂମି ବିକାଶ କରିବା ଏବଂ ଉପଭୋକ୍ତାଙ୍କ ସହ ରାଜ୍ୟକୁ ଆସୁଥିବା ଶିଳ୍ପସଂସ୍ଥାମାନଙ୍କୁ ଗୁଣାତ୍ମକ ବିଜୁଳି ଯୋଗାଇବା ଲକ୍ଷ୍ୟରେ ପର୍ଯ୍ୟାୟକ୍ରମେ କମ୍ପାନୀ ଓଡ଼ିଶାରେ ୫ ହଜାର କୋଟି ଟଙ୍କା ନିବେଶ କରିବାକୁ ଘୋଷଣା କରିଛି।

ଆହୁରି ପଢ଼ନ୍ତୁ: ବାଲେଶ୍ୱର ଜଙ୍ଗଲରେ ୫ଟି ବିରଳ ଓରାଙ୍ଗଓଟାନ ଠାବ: ଉଦ୍ଧାର ପରେ ବନ ବିଭାଗର ତଦନ୍ତ ଆରମ୍ଭ

ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ନିବେଶକମାନଙ୍କୁ ରାଜ୍ୟର ଅନୁକୂଳ ବ୍ୟବସାୟ ବାତାବରଣର ଲାଭ ଉଠାଇବାକୁ ନିବେଦନ କରିବା ପରେ ଟାଟା ପାୱାର ପକ୍ଷରୁ ଏହି ଘୋଷଣା କରାଯାଇଛି। ଏନେଇ ଟାଟା ପାୱାର ଅଧ୍ୟକ୍ଷ ସଞ୍ଜୟ ବାଙ୍ଗା କହିଛନ୍ତି ଯେ ଶିଳ୍ପକୁ ନିର୍ଭରଯୋଗ୍ୟ ତଥା ଗୁଣାତ୍ମକ ବିଦ୍ୟୁତ୍ ଯୋଗାଣ ମାଧ୍ୟମରେ ଓଡ଼ିଶା ସରକାରଙ୍କ ମେକ୍ ଇନ୍ ଓଡିଶାର ଦୂରଦୃଷ୍ଟି ହାସଲ କରିବାକୁ ଆମେ ସମ୍ପୂର୍ଣ୍ଣ ପ୍ରତିଶ୍ରୁତିବଦ୍ଧ। ଏଥିପାଇଁ ଆମେ ଓଡ଼ିଶାରେ ୫ ହଜାର କୋଟି ନିବେଶ କରୁଛୁ। ଏଥିରେ ଆମେ ବିଜୁଳି ଭିତ୍ତିଭୂମି ବିକାଶ କରିବୁ,ଯାହା ଦ୍ବାରା ରାଜ୍ୟକୁ ଶିଳ୍ପ ସମୃଦ୍ଧ କରିବା ପାଇଁ ଆସୁଥିବା ଶିଳ୍ପସଂସ୍ଥାମାନ ପାଇଁ ଉପଯୋଗୀ ହେବ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

ମୁଖ୍ୟମନ୍ତ୍ରୀଙ୍କ ‘ମେକ୍‍ ଇନ୍‍ ଓଡ଼ିଶା’ କାର୍ଯ୍ୟକ୍ରମକୁ ନେଇ ଟାଟା ପାୱାର ଅଧ୍ୟକ୍ଷ ସଞ୍ଜୟ ବାଙ୍ଗା କହିଛନ୍ତି ଯେ ଇଜ୍‍ ଅଫ୍‍ ଡ଼ୁଇଙ୍ଗ ବିଜିନେସ୍‍ କ୍ଷେତ୍ରରେ ଓଡ଼ିଶା ଦେଶରେ ଅନ୍ୟତମ ଶୀର୍ଷ ସ୍ଥାନରେ ରହିଛି। ଓଡ଼ିଶାରେ ନିବେଶ ନିମନ୍ତେ ଅନେକ ନିବେଶକ, ଶିଳ୍ପ ଗୋଷ୍ଠୀ ଆଗ୍ରହ ପ୍ରକାଶ କରୁଛନ୍ତି। ବିଦ୍ୟୁତ୍‍ ବିନା କୌଣସି ଶିଳ୍ପ ସଂସ୍ଥା ସ୍ଥାପନ ସମ୍ଭବ ନୁହେଁ। ଯେଉଁ ସଂସ୍ଥାଗୁଡ଼ିକ ନିଜସ୍ୱ ଶକ୍ତି ପ୍ରକଳ୍ପ ସ୍ଥାପନ କରୁଛନ୍ତି; ସେମାନଙ୍କ ନିମନ୍ତେ ଆମର ସହଯୋଗ ଅନିବାର୍ଯ୍ୟ ନୁହେଁ; ମାତ୍ର ଛୋଟଛୋଟ ଶିଳ୍ପ ସଂସ୍ଥାଗୁଡ଼ିକୁ ବିଜୁଳି ଯୋଗାଇବାକୁ ଆମେ ନିଶ୍ଚିତ ପ୍ରାଥମିକତା ଦେବୁ। ଗ୍ରୀଡ଼୍‍କୋ ନିୟମ ଅନୁପାଳନ କରି ଆମେ ସେମାନଙ୍କୁ ଗୋଟିଏ ସପ୍ତାହରୁ ଏକମାସ ମଧ୍ୟରେ ନିଶ୍ଚିତ ବିଦ୍ୟୁତ୍‍ ଯୋଗାଣ କରିବାକୁ ପ୍ରତିବଦ୍ଧତା ଘୋଷଣା କରୁଛୁ। ଆମ କମ୍ପାନୀ ‘ମିନିମମ୍‍ ପେପର ଓ ମ୍ୟାକ୍ସିମମ୍‍ ୱାର୍କ’ରେ ବିଶ୍ୱାସ କରିଥାଏ ବୋଲି ସେ କହିଛନ୍ତି।

ଆହୁରି ପଢ଼ନ୍ତୁ: ପାରିବାରିକ ବିବାଦ: ଭିଣୋଇକୁ ଧାରୁଆ ଅସ୍ତ୍ରରେ ହାଣିଲା ଶଳା

ଟାଟା ପାୱାର ବର୍ତ୍ତମାନ ସାରା ରାଜ୍ୟରେ ପ୍ରାୟ ୯୦ ଲକ୍ଷ ଗ୍ରାହକଙ୍କୁ ସେବା ଯୋଗାଉଛି ।ଟାଟା ପାୱାର ଅଧ୍ୟକ୍ଷ ସଞ୍ଜୟ ବାଙ୍ଗା କହିଛନ୍ତି ଯେ ଶିଳ୍ପ ଏବଂ ବାଣିଜ୍ୟିକ ପ୍ରତିଷ୍ଠାନ ସମେତ ଗ୍ରାହକଙ୍କୁ ନିରବଚ୍ଛିନ୍ନ ବିଦ୍ୟୁତ୍ ଯୋଗାଣ ନିଶ୍ଚିତ କରିବାକୁ କମ୍ପାନୀ ଏହାର CAPEX ବିନିଯୋଗକୁ ବୃଦ୍ଧି କରୁଛି। ଏହିପରି, ଟାଟା ପାୱାର ଡିସକମ୍ ଆସନ୍ତା ପାଞ୍ଚ ବର୍ଷ ମଧ୍ୟରେ ପ୍ରାୟ ୫୦୦୦ କୋଟି ନବ୍ଶେ କରିବାକୁ  ପ୍ରତିଶ୍ରୁତି ଦେଇଛି । ଏହି ଟଙ୍କା ନିବେଶ କରି କମ୍ପାନୀ ଭିତ୍ତିଭୂମିର ଉନ୍ନତିକରଣ କରିବା ସହ ବୈଷୟିକ ଏକୀକରଣ, ଗ୍ରାହକ ସେବା, ନିରାପତ୍ତା ଏବଂ ଅନ୍ୟାନ୍ୟ କ୍ଷେତ୍ରକୁ କଭର୍ କରିବାକୁ ଯୋଜନା କରିଛି ।

ରାଜ୍ୟରେ ବର୍ତ୍ତମାନ ବିଭିନ୍ନ ସ୍ଥାନରେ ବିଜୁଳି ଗ୍ରୀଡ଼, ଟ୍ରାନ୍ସଫରମର୍‍ର ଉନ୍ନତିକରଣ କାର୍ଯ୍ୟ କରାଯାଉଛି। ଏବେ ବି ଗୋଟିଏ ଗୋଟିଏ ସ୍ଥାନରେ ଟ୍ରାନ୍ସଫରମର-ଗ୍ରୀଡ଼ ଦୂରତ୍ୱ ଶତାଧିକ କିଲୋମିଟର ରହିଛି। ପୁଣି ଟ୍ରାନ୍ସଫରମର ଉପରେ ଆବଶ୍ୟକତାଠାରୁ ଅଧିକ ବିଜୁଳି ଚାପ ରହୁଛି। କିନ୍ତୁ ଆଉ ଦୁଇ ବର୍ଷ ପରେ ଏପରି ଅଭିଯୋଗ କରିବା ପାଇଁ କାହାରି ପାଖରେ ସୁଯୋଗ ନ ଥିବ। ୨ ବର୍ଷ ମଧ୍ୟରେ ବିତରଣ ଓ ପରିବହନ କ୍ଷତି ପାଖାପାଖି ୧୦% ହ୍ରାସ କରିବାରେ ଆମେ ସମର୍ଥ ହୋଇଛୁ। ବିତରଣ ଓ ବିଜୁଳି କ୍ଷତି ହ୍ରାସ ପାଇଲେ ସ୍ୱାଭାବିକ ଭାବରେ ବିଜୁଳି ଶୁଳ୍କ ହ୍ରାସ ପାଇବ ବୋଲି ଟାଟା ପାୱାର ଅଧ୍ୟକ୍ଷ ସଞ୍ଜୟ ବାଙ୍ଗା କହିଛନ୍ତି।

ଅନ୍ୟପଟେ ରାଜ୍ୟ ସରକାରଙ୍କ ‘ବିଜୁ କୁଟୀର ଯୋଜନା’ରେ ମଧ୍ୟ ଟାଟା ପାୱାର ସହଯୋଗ କରିଆସୁଛି। ରାଜ୍ୟର ଅପହଞ୍ଚ ଓ ବିଜୁଳି ବର୍ଜିତ ଅଞ୍ଚଳରେ ବିଜୁଳି ସେବା ଯୋଗାଇ ଦେବାକୁ ରାଜ୍ୟ ସରକାର ‘ବିଜୁ କୁଟୀର ଯୋଜନା’ ଆରମ୍ଭ କରିଥିଲେ।  ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଟାଟା ପାୱାର ବିଜୁ କୁଟୀର ଯୋଜନାରେ ବିଜୁଳି ସେବା ଯୋଗାଇ ଦେଉଛି। ଏହି ପ୍ରକ୍ରିୟା ଆରମ୍ଭ ହୋଇଛି ଏବଂ ଯଥାଶୀଘ୍ର ଏହାକୁ ଶେଷ କରିବାକୁ ଟାଟା ପାୱାର ଯୋଜନା କରିଛି।

ସୂଚନାଯୋଗ୍ୟ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଓଡ଼ିଶାକୁ ଶୀର୍ଷ ଶିଳ୍ପ ସମୃଦ୍ଧ ରାଜ୍ୟରେ ପରିଣତ କରିବା ନିମନ୍ତେ ‘ମେକ୍‍ ଇନ୍‍ ଓଡ଼ିଶା’ କାର୍ଯ୍ୟକ୍ରମ ମାଧ୍ୟମରେ ଖ୍ୟାତନାମା ଉଦ୍ୟୋଗପତିଙ୍କୁ ରାଜ୍ୟରେ ନିବେଶ ପାଇଁ ନିମନ୍ତ୍ରଣ କରୁଛନ୍ତି। ମୁଖ୍ୟମନ୍ତ୍ରୀ ନିଜେ ବିଦେଶ ହେଉ କି ଦେଶର ବିଭିନ୍ନ ବଡ଼ ବଡ଼ ସହରରେ ଅନୁଷ୍ଠିତ ହେଉଥିବା ନିବେଶକ ସମ୍ମିଳନୀରେ ଯୋଗ ଦେଇ ଦେଶର ପ୍ରତିଷ୍ଠିତ ଉଦ୍ୟୋଗପତିଙ୍କ ସହ ସିଧାସଳଖ ଆଲୋଚନା କରୁଛନ୍ତି। ଉଦ୍ୟୋଗପତିଙ୍କୁ ମୁଖ୍ୟମନ୍ତ୍ରୀ ରାଜ୍ୟର ସଶକ୍ତ ଶିଳ୍ପ ନୀତି, ସୁବିଧା ସୁଯୋଗ, ସ୍ୱତନ୍ତ୍ର ସବ୍‍ସିଡି ବ୍ୟବସ୍ଥା ଜରିଆରେ ଓଡ଼ିଶା କିପରି ଭାବେ ଶିଳ୍ପ ଅନୁକୂଳ ବାତାବରଣ ସୃଷ୍ଟି କରିଛି ଏବଂ ରାଜ୍ୟରେ ସେମାନେ ନିବେଶ କଲେ ରାଜ୍ୟ ସରକାରଙ୍କ ପକ୍ଷରୁ ସେମାନଙ୍କୁ ସମସ୍ତ ପ୍ରକାର ସହଯୋଗ ଯୋଗାଇଦେବାର ପ୍ରତିଶ୍ରୂତି ମଧ୍ୟ ପ୍ରଦାନ କରୁଛନ୍ତି। ଖୋଦ୍‌ ମୁଖ୍ୟମନ୍ତ୍ରୀଙ୍କ ନିକଟରୁ ରାଜ୍ୟରେ ବ୍ୟବସାୟ ବାତାବରଣର ଉପାଦେୟତା ସମ୍ପର୍କରେ ଜାଣିବା ପରେ ରାଜ୍ୟକୁ ଆସିବାକୁ ବିଭିନ୍ନ ଉଦ୍ୟୋଗପତିମାନେ ମନବଳାଇବା ସହ ପ୍ରାଥମିକ ପର୍ଯ୍ୟାୟରେ ନିବେଶ କରିବା ନେଇ ଘୋଷଣା ମଧ୍ୟ କରିସାରିଛନ୍ତି।

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର