ସଫେଇ କର୍ମୀଙ୍କ ସଫା ହୃଦୟ: ସ୍ପର୍ଶ କରିପାରିଲାନି ଲୋଭ, ଅଳିଆ ଗଦାରୁ ସୁନା ବ୍ରେସଲେଟ ପାଇ ଫେରାଇଲେ….

The Sakala Picture
Published On

ଭୁବନେଶ୍ବର : ଅଳିଆରୁ ମିଳିଲା ୧୮ ଗ୍ରାମର ସୁନା ବ୍ରେସଲେଟ । ପ୍ରକୃତ ମାଲିକଙ୍କୁ ଫେରାଇଲେ ସ୍ୱଚ୍ଛକର୍ମୀ। କାମ ଦେଲା ଓଦା ଶୁଖିଲା ପୃଥକୀକରଣ ଫଣ୍ଡା । ଲୋଭ ନୁହେଁ ସେବା ମନୋଭାବ ଦେଖାଇଲେ ସ୍ୱଚ୍ଛକର୍ମୀ । ନ୍ୟୁ ଫରେଷ୍ଟ ପାର୍କ ଲେନ୍ ୫ ବାସିନ୍ଦା ଦୀପିକା ମହାନ୍ତି ଭୁଲବଶତଃ ବ୍ରେସଲେଟ ଟିକୁ ଡଷ୍ଟବିନରେ ପକାଇ ଦେଇଥିଲେ। ପରେ ଏହାକୁ ନପାଇ ଘରେ ଖୋଜା ଖୋଜି କରିବା ପରେ ୟୁନିଟ୍-1 ଏମ୍ ଆର୍ ଏଫରେ ପହଞ୍ଚିଥିଲେ । […]

ଭୁବନେଶ୍ବର : ଅଳିଆରୁ ମିଳିଲା ୧୮ ଗ୍ରାମର ସୁନା ବ୍ରେସଲେଟ । ପ୍ରକୃତ ମାଲିକଙ୍କୁ ଫେରାଇଲେ ସ୍ୱଚ୍ଛକର୍ମୀ। କାମ ଦେଲା ଓଦା ଶୁଖିଲା ପୃଥକୀକରଣ ଫଣ୍ଡା । ଲୋଭ ନୁହେଁ ସେବା ମନୋଭାବ ଦେଖାଇଲେ ସ୍ୱଚ୍ଛକର୍ମୀ । ନ୍ୟୁ ଫରେଷ୍ଟ ପାର୍କ ଲେନ୍ ୫ ବାସିନ୍ଦା ଦୀପିକା ମହାନ୍ତି ଭୁଲବଶତଃ ବ୍ରେସଲେଟ ଟିକୁ ଡଷ୍ଟବିନରେ ପକାଇ ଦେଇଥିଲେ। ପରେ ଏହାକୁ ନପାଇ ଘରେ ଖୋଜା ଖୋଜି କରିବା ପରେ ୟୁନିଟ୍-1 ଏମ୍ ଆର୍ ଏଫରେ ପହଞ୍ଚିଥିଲେ । ଏମ୍ ଆର୍ ଏଫର ମ୍ୟାନେଜରଙ୍କୁ କହିବା ପରେ ବର୍ଜ୍ୟ ଅଲଗା କରିବାବେଳେ ଏହାକୁ ଖୋଜିଥିଲେ ସ୍ୱଚ୍ଛକର୍ମୀ । ଶେଷରେ ସରସ୍ୱତୀ ନାଏକ ବ୍ରେସଲେଟଟି ପାଇବା ପରେ ଏମ୍ ଆର୍ ଏଫ୍ ଅଧିକାରୀଙ୍କୁ ଅବଗତ କରାଇଥିଲେ । ତଥ୍ୟ ପ୍ରମାଣ ଆଧାରରେ ଦୀପିକା ମହାନ୍ତିଙ୍କୁ ଫେରାଇଥିଲେ। ହଜିଯାଇଥିବା ବ୍ରେସଲେଟ୍ ପାଇବା ପରେ କୃତଜ୍ଞତା ଜଣାଇଛନ୍ତି ଦୀପିକା।

ଆହୁରି ପଢ଼ନ୍ତୁ: ଆକାଶଛୁଆଁ ପିଆଜ ଦର: ଖୁଚୁରା ବଜାରରେ କିଲୋ ପିଛା ୭୦ ଟଙ୍କା ଛୁଇଁଲା ଦାମ୍

ଘରେ ହେଉକି ବାହାରେ ୨ ତିନିଦିନ ଅଳିଆ ରହିଲେ ଦୁର୍ଗନ୍ଧ ବାହାରେ। ହେଲେ ବୈଭବ କେନ୍ଦ୍ରରେ କୁଢ କୁଢ ଅଳିଆରେ ଘଣ୍ଟା ଘଣ୍ଟା ଧରି ସ୍ବଚ୍ଛକର୍ମୀ ମାନେ କାମ କରନ୍ତି। ଅଳିଆ ଆବର୍ଜନାରୁ ଓଦା, ଶୁଖିଲା ଅଲଗା କରନ୍ତି । ଜରି ଓ ପ୍ଳାଷ୍ଟିକ ଗୁଡିକ ସିମେଣ୍ଟ କାରଖନାକୁ ପଠାଯାଏ । ଏପରି ସ୍ଥିତିରେ ସୁନା ଭଳି ମୂଲ୍ଯବାନ ଜିନିଷ ମିଳିଲେ ଲୋଭର ବସବର୍ତ୍ତୀ ନ ହୋଇ ଉପରିସ୍ଥ ଅଧକାରୀଙ୍କୁ ଜଣାନ୍ତି ସ୍ବଚ୍ଛକର୍ମୀ । ସ୍ବଚ୍ଛକର୍ମୀଙ୍କ ଏପରି ମହତ କାର୍ଯ୍ଯ ପାଇଁ ସବୁ ମହଲରୁ ପ୍ରଂଶସାର ସୂଅ ଛୁଟିଛି। ପୂର୍ବରୁ ଅନେକ ସମୟରେ ସୁନା ଚେନ୍, ମୁଦି, କାନଫୁଲ ଆଦି ଏମ୍ ସିସି ଏମ୍ ଆର୍ ଏଫରୁ ମିଳୁଥିଲେ ମଧ୍ୟ ଏହାକୁ ପ୍ରକୃତ ମାଲିକଙ୍କୁ ଫେରାଇ ଉଦାହରଣ ସୃଷ୍ଟି କରିଛନ୍ତି ସ୍ୱଚ୍ଛ କର୍ମୀ ।

ଆହୁରି ପଢ଼ନ୍ତୁ: ସ୍କୁଲ ଗେଟ୍ ନିକଟରେ ଶିକ୍ଷକଙ୍କୁ କାଠ ଫାଳିଆରେ ଆକ୍ରମଣ, ପୋଲିସର ତଦନ୍ତ ଜାରି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google Source preferences
Google News
Join Us @ WhatsApp

ସମ୍ବନ୍ଧିତ ଖବର