କାର୍ତ୍ତିକ ପୂର୍ଣ୍ଣିମାରେ 'ସୁପରମୁନ', ବର୍ଷର ସବୁଠୁ ବଡ଼ ଓ ଉଜ୍ଜଳ ଚନ୍ଦ୍ର...

Deviprasad Mohanty Picture
Published On

ଭୁବନେଶ୍ବର: ନଭେମ୍ବର ୫ ତାରିଖର କାର୍ତ୍ତିକ ପୂର୍ଣ୍ଣିମା ଦିନ  ୨୦୨୫ ମସିହାର ୨ୟ 'ସୁପରମୁନ' ଭାବରେ ଦେଖାଯିବ। 'ସୁପରମୁନ' ଶବ୍ଦଟି ପ୍ରଥମେ ଆମେରିକାର ଜ୍ୟୋତିଷ ରିଚାର୍ଡ ନଲ ୧୯୭୯ ମସିହାରେ ପ୍ରଚଳନ କରିଥିଲେ। ଧୀରେ ଧୀରେ “ସୁପରମୁନ “ ଶବ୍ଦଟି ଖୁବ ଲୋକପ୍ରିୟ ହୋଇ ଏବେ ବହୁଳ ଭାବରେ ବ୍ୟବହାର ହେଉଛି ।

ଆହୁରି ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ ପାଇଁ ଆଜି ସରିବ ପ୍ରଚାର, ଦିନ ୪ଟା ପରେ ପ୍ରଚାର ବନ୍ଦ

ଆମେ ଜାଣିଛେ ଯେ, ଚନ୍ଦ୍ର ପୃଥିବୀ ଚାରିପଟେ ପ୍ରାୟ ୨୭.୫ ଦିନରେ ଥରେ ଏକ ଅଣ୍ଡା କୃତି ପଥରେ ବୁଲିଥାଏ ଓ ପ୍ରାୟ ୨୯ ଦିନରେ ଥରେ ଗୋଟିଏ ପୂର୍ଣ୍ଣିମା ପଡିଥାଏ। ଅଣ୍ଡା କୃତି ପଥରେ ବୁଲୁଥିବାରୁ ସବୁଠାରୁ ନିକଟରେ ଥିଲାବେଳ ଚନ୍ଦ୍ର ଆମଠାରୁ ପ୍ରାୟ ୩.୫୬ ଲକ୍ଷ କିଲୋମିଟର ଦୂରରେ ରହୁଥିଲାବେଳେ ସବୁଠାରୁ ଦୂରରେ ୪.୦୬ ଲକ୍ଷ କିଲୋମିଟର ଦୂରରେ ଥାଏ । ଜ୍ୟୋତିଷ ରିଚାର୍ଡ ନଲ୍‌ଙ୍କ ପରିଭାଷାରେ ଯଦି ଚନ୍ଦ୍ର ଆମଠାରୁ ସାଧାରଣ ଦୂରତାର ୧୦% ବା ତା’ଠାରୁ କମ ଦୂରତା ରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ ତେବେ ତାହାକୁ ଆମେ ସୁପରମୁନ କହିଥାଉ। ଅର୍ଥାତ ଯଦି ଚନ୍ଦ୍ର ଅମଠାରୁ ୩.୬୦ ଲକ୍ଷ କିଲୋମିଟର ବା ତା’ଠାରୁ ନିକଟରେ ଥିବା ସମୟରେ ଏକ ପୂର୍ଣ୍ଣମୀ ପଡିଥାଏ ତା’ହେଲେ ସେହି ଚନ୍ଦ୍ରକୁ 'ସୁପରମୁନ' କୁହାଯାଏ କାରଣ ସେ ସମୟରେ ତାହା ଆମକୁ ବଡ ଓ ଉଜ୍ଜଳ ଦେଖାଯାଏ । ପ୍ରାୟ ପ୍ରତ୍ୟେକ ବର୍ଷ ଏହିଭଳି ଘଟଣା ୨ରୁ ୪ ଥର ଘଟିଥାଏ । ୨୦୨୫ ମସିହାରେ '୩- ସୁପରମୁନ ସିରିଜ' ର ୨ୟ 'ସୁପରମୁନ' ନଭେମ୍ବର ୫ ଓ ଶେଷ 'ସୁପରମୁନ' ଟି ଡିସେମ୍ବର ୪ ତାରିଖରେ ଦେଖାଯିବ। ସେଦିନ ଚନ୍ଦ୍ରଟି ଆମକୁ ସାଧାରଣ ଦିନର ପୂର୍ଣ୍ଣ ଚନ୍ଦ୍ର ଠାରୁ ପ୍ରାୟ ୭% ବଡ ସହ ୧୫% ଉଜ୍ଜଳ  ଦେଖାଯିବ। ୨୦୨୬ ମସିହାର ଜାନୁଆରି ୩, ନଭେମ୍ବର ୨୪ ଓ ଡିସେମ୍ବର ୨୩ ତାରିଖରେ ୩ଟି ସୁପରମୁନ ଦେଖାଯିବ।

ଆହୁରି ପଢ଼ନ୍ତୁ: ବେଦାନ୍ତ ଆଲୁମିନିୟମ୍ ଗ୍ରାମୀଣ ଓଡ଼ିଶାରେ ‘ପ୍ରୋଜେକ୍ଟ ସମ୍ପର୍କ’ ମାଧ୍ୟମରେ ସୁସ୍ଥ ଜୀବନଶୈଳୀକୁ ପ୍ରୋତ୍ସାହିତ କରୁଛି

ଏହା ଗୋଟିଏ ବିରଳ ତଥା ସୁନ୍ଦର ମହାଜାଗତିକ ଦୃଶ୍ୟ ଯାହାକୁ ଖାଲି ଆଖିରେ ଦେଖିହେବ। ଓଡିଶା ତଥା ଭାରତର ସବୁ ଅଞ୍ଚଳରୁ ଆକାଶ ମେଘ ମୁକ୍ତ ଥିଲେ  ଏହାକୁ ଖାଲି ଆଖିରେ ରାତି ସାରା ଦେଖିହେବ। 'ସୁପରମୁନ' ଏକ ସାଧାରଣ ମହାଜାଗତିକ ଘଟଣା ଓ ଏହାର କୌଣସି ପ୍ରଭାବ ପୃଥିବୀ  ତଥା ଆମ ଉପରେ ପଡେନାହିଁ।

ଆହୁରି ପଢ଼ନ୍ତୁ: ନୂଆପଡ଼ା ଉପନିର୍ବାଚନ: ସକାଳ ୭ଟାରୁ ଚାଲିଛି ଭୋଟଗ୍ରହଣ...

Join Us @ WhatsApp

About The Author

Google News
Join Us @ WhatsApp