ପ୍ରକାଶ ପାଇଲା UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ, ଅନୁଜ ଅଗ୍ନିହୋତ୍ରୀ ଟପ୍ପର

Madhusudan Das Picture
Published On

ନୂଆଦିଲ୍ଲୀ: UPSC ପରିଚାଳିତ ସିଭିଲ୍ ସର୍ଭିସ୍ ପରୀକ୍ଷା ଫଳ ପ୍ରକାଶ ପାଇଛି । ରାଜସ୍ଥାନର ଅନୁଜ ଅଗ୍ନିହୋତ୍ରୀ ଟପ୍ପର ହୋଇଛନ୍ତି । ଦ୍ବିତୀୟରେ ରାଜେଶ୍ବରୀ ସୁଭେ ଏମ, ୩ୟରେ ଅକାଂଶ ଧୂଲ, ଚତୁର୍ଥରେ ରାଘବ ଝୁନଝୁନଓ୍ବାଲା, ପଞ୍ଚମରେ ଇଶାନ ଭଟ୍ଟନାଗର, ଷଷ୍ଠରେ ଜିନିଆ ଅରୋରା, ସପ୍ତମରେ ରାଜାହ ମହାଇଦ୍ଦିନ, ଅଷ୍ଟମରେ ପକ୍ଷାଲ ସେକ୍ରେଟ୍ରି, ନବମରେ ଆସ୍ଥା ଜୈନ, ଦଶମରେ ଉଜ୍ଜ୍ବଳ ପ୍ରିୟଙ୍କ ରହିଛନ୍ତି । ୧୦୦ତମ ସ୍ଥାନରେ ଓଡ଼ିଶାର ସାତ୍ତ୍ୱିକ ସତ୍ୟକାମ ଦେବତା ରହିଥିବାବେଳେ ୧୨୧ତମ ସ୍ଥାନରେ ଅମ୍ରିତ ମହାପାତ୍ର ରହିଛନ୍ତି । ଚଳିତଥର ମୋଟ୍‌ ୯୫୮ ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ସେମାନଙ୍କୁ ଭାରତୀୟ ପ୍ରଶାସନିକ ସେବା (IAS), ଭାରତୀୟ ବୈଦେଶିକ ସେବା (IFS), ଭାରତୀୟ ପୋଲିସ ସେବା (IPS) ଏବଂ ଅନ୍ୟାନ୍ୟ କେନ୍ଦ୍ରୀୟ ସେବା ପାଇଁ ମନୋନୀତ କରାଯାଇଛି । 

ଆହୁରି ପଢ଼ନ୍ତୁ: ବଲିଭିଆରେ ବ୍ୟାଙ୍କ ନୋଟ ନେଇ ଯାଉଥିବା ବିମାନ କ୍ରାସ; ୧୫ ମୃତ, ୩୦ ଆହତ

ଆଶାୟୀମାନେ ସେମାନଙ୍କ ଫଳାଫଳ ୟୁପିଏସ୍‌ସି ଅଫିସିଆଲ୍ ୱେବ୍‌ସାଇଟ୍‌ upsc.gov.in. କୁ ଯାଇ ନିଜ ରେଜଲ୍ଟ ଚେକ୍ କରିପାରିବେ । upsconline.gov.in ୱେବ୍‌ସାଇଟ୍‌ରେ ମଧ୍ୟ ରେଜଲ୍ଟ ଚେକ୍ କରିହେବ । ବିଭିନ୍ନ ପ୍ରଶାସନିକ ସେବାରେ ୧୦୮୭ ପଦ ଖାଲି ରହିଥିବା ବେଳେ ୯୫୮ ଜଣଙ୍କ ନାଁ ସିଏସ୍‌ଇ ପରୀକ୍ଷା ୨୦୨୫ ଜରିଆରେ ନିଯୁକ୍ତି ପାଇଁ ପ୍ରସ୍ତାବ ଦିଆଯାଇଛି। ସେଥିରୁ ୩୧୭ ଜଣ ସାଧାରଣ ବର୍ଗ, ୧୦୪ ଜଣ ଇଡବ୍ଲୁଏସ୍ ବର୍ଗ, ୩୦୬ ଜଣ ଓବିସି ବର୍ଗ, ୧୫୮ ଜଣ ଏସସି ବର୍ଗ ଏବଂ ୭୩ ଜଣ ଏସଟି ପ୍ରାର୍ଥୀ ।

ଆହୁରି ପଢ଼ନ୍ତୁ: ୟୁଏଇରେ ଫସିଲେ ବଲିଉଡ ଅଭିନେତ୍ରୀ ଇଶା ଗୁପ୍ତା: କହିଲେ, ମୁଁ ଶୀଘ୍ର ଘରକୁ ଫେରିବାକୁ ଚାହୁଁଛି

Join Us @ WhatsApp

About The Author

todays-gold-rate-in-bhubaneswar
horoscope today
Google News
Join Us @ WhatsApp